ଖୋରଧାର ବୀରତ୍ୱ – ଓଡିଶାର ଗର୍ବ

ଖୋରଧା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ … – ଡକ୍ଟର ଧୀରେନ୍ଦ୍ର ନନ୍ଦ ଓଡିଶା ତଥା ଭାରତର ସାମରିକ ଇତିହାସରେ ଖୋରଧାର ସ୍ଥାନ ସ୍ୱତନ୍ତ୍ର ରହିଆସିଛି। ତତ୍କାଳୀନ ଶୈାର୍ଯ୍ୟଶାଳିନୀ ଖୋରଧାର ଅନ୍ୟନାମ ଥିଲା ଓଡିଶା। ଓଡିଶାର ବୀରତ୍ୱ ବ୍ୟଞ୍ଜନ ସାମରିକ ଚିତ୍ରର ରୂପାୟନ ଗୁଡିକ ସାହିତ୍ୟ, କଳା, ଶିଳ୍ପ, ଭାସ୍କର୍ଯ୍ୟ, ଗୀତ, ଦଣ୍ଡ, ନାଟ, ନୃତ୍ୟ, ପାଇକ ନୃତ୍ୟ, ନାଗାନୃତ୍ୟ, ଲୋକଗୀତ, ପାଇକାଳୀ ଡାକ, କୁହାଟ ବୋଲି ବଚନିକା ପ୍ରଭୃତି ସେହି ସମୃଦ୍ଧଶାଳୀ ପ୍ରାଚୀନ ପରଂପରାର ଉଜ୍ଜ୍ୱଳ ଝଳକ। ଓଡିଶାର ବଳିଷ୍ଠ ଅଙ୍ଗ କଳିଙ୍ଗ, କଙ୍ଗୋଦ, ଉଡ୍ର, ଉତ୍କଳ, ତୋଷାଳୀର ହୃତପିଣ୍ଡ ଥିଲା ଖୋରଧା। ବିଭିନ୍ନ ରାଜବଂଶର ଶାସନକାଳରେ ଏହି ବିଶାଳ ସାମ୍ରାଜ୍ୟର…

"ଖୋରଧାର ବୀରତ୍ୱ – ଓଡିଶାର ଗର୍ବ"

ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ମଣିଷ ସମାଜ ଯେତେ ଶିକ୍ଷତ ଓ ସଭ୍ୟ ହେଲେ ମଧ୍ୟ ତାର ପରମ୍ପରା, ସଂସ୍କୁତିକୁ କେବେ ବି ଭୁଲିନାହିଁ। ବସନ୍ତ, ମିଳିମିଳା, ହାଡଫୁଟି ରୋଗରୁ ରକ୍ଷାପାଇବା ଓ ଗାଁର ମଙ୍ଗଳ ନିମନ୍ତେ ବଙ୍ଗୀୟ ସଂପ୍ରଦାୟର ଏକ ଭିନ୍ନପରମ୍ପରା ମା ଶୀତଳା ଠାକୁରାଣୀ ଯାତ୍ରା ଏବେବି ପ୍ରଚଳିତ ହୋଇଆସୁଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ବଙ୍ଗୀୟ ଶରଣାର୍ଥୀ ଗ୍ରାମରେ ଏହି ପୁଜା ଓ ଯାତ୍ରା ଚଳିତ ମାସ ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଉଦଯାପିତ ହୋଇଛି। ବିଶେଷ କରି ସତିଗୁଡା ଏମଭି୧୧୧ ବଙ୍ଗିୟ ଶରଣାର୍ଥୀ ଗ୍ରାମରେ ଆଜି ବଡ ଧୁମ ଧାମରେ ମା ଶୀତଳା ଠାକୁରଣୀଙ୍କ ଯାତ୍ରା ଗାଁ…

"ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା"

‘ବଉଦ’ ବୌଦ୍ଧଧର୍ମର ଗୋଟିଏ କେନ୍ଦ୍ର ଥିଲା

– ଦେବ ପ୍ରସାଦ ମିଶ୍ର କିଛି ଦିନ ତଳେ ଆମ ରାଜ୍ୟରେ ବୌଦ୍ଧଧର୍ମାଲମ୍ବୀ, ବୌଦ୍ଧ ସନ୍ୟାସୀ ବୌଦ୍ଧ ଧର୍ମ ଉପରେ ବିଶ୍ୱର ବିଭିନ୍ନ ସ୍ଥାନରେ ଗବେଷଣା କରୁଥିବା ଐତିହାସିକ ଗବେଷକମାନଙ୍କର ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧଧର୍ମ ଓ ପୀଠ ଉପରେ ଆଲୋଚନା, ପ୍ରାଚୀନ ବୌଦ୍ଧପୀଠକୁ ଆନ୍ତର୍ଜାତିକ ପର୍ଯ୍ୟଟକ କେନ୍ଦ୍ର କରିବାକୁ ଓ ସେ ସବୁ ସ୍ଥାନର ଉନ୍ନତି କରଣ ପାଇଁ ପ୍ରସ୍ତାବର ଆଲୋଚନା ହୋଇଥିଲା। ପ୍ରାଚୀନ କାଳରେ ଓଡିଶାର ବହୁ ଅଞ୍ଚଳରେ ବୌଦ୍ଧ ପୂଜା ଓ ତାର ଧର୍ମାଲମ୍ବୀମାନେ ଥିଲେ। ଓଡିଶାର ଗଡଜାତ ଅଞ୍ଚଳରେ ବିଶେଷ କରି ବୌଦ ଜିଲ୍ଲାରେ ମଧ୍ୟ ବୁଦ୍ଧ ପୂଜା ହେଉଥିଲା, ଏ ଗଡଜାତର ବହୁ ସ୍ଥାନରେ ବୌଦ୍ଧ…

"‘ବଉଦ’ ବୌଦ୍ଧଧର୍ମର ଗୋଟିଏ କେନ୍ଦ୍ର ଥିଲା"

ବର୍ତ୍ତମାନ ଆଧୁନିକ ଯୁଗରେ ଲୋପ ପାଇ ଆସୁଛି ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ

ଖଡିଆଳ/ନୂଆପଡା ୩/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ବର୍ତ୍ତମାନ ଆଧୁନିକ ଯୁଗରେ ଅନେକ ପ୍ରକାର ବାଦ୍ୟ ପରିବେଷଣ ହେଉଥିବା ବେଲେ ଲୋକେ ଆଉ ପୁରୁଣା ବାଦ୍ୟ ଗୁଡିକୁ ଭୁଲିଯାଉଥିବା ମନେହେଉଛି। ୩ ଚାରି ଦଶନ୍ଧି ତଳେ ଲୋକେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ମନୋରଜଂନ କରୁଥିଲେ। ବିବାହ ବନ୍ଧନ,ପର୍ବ ପର୍ବାଣି, ଜାନିଯାତ୍ରା ମାନଙ୍କରେ ଲୋକେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ମନୋଜଂନ କରି ଆସୁଥିଲେ। ସେହି ସମୟରେ ଏହି ସବୁ ବାଦ୍ୟର ଅଧିକ ଚାହିଦା ଥିଲା। ଗ୍ରାମାଞ୍ଚଳର ଲୋକମାନେ ନିଜ ନିଜ ଭାଷାରେ ଓ ନିଜ ନିଜର ରାଗରାଗିଣୀରେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ଗୀତ ବୋଲି…

"ବର୍ତ୍ତମାନ ଆଧୁନିକ ଯୁଗରେ ଲୋପ ପାଇ ଆସୁଛି ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ"

ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?

ଖଡିଆଳ୨୮/୪(ଓଡିଆ ପୁଅ ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲାରେ ଅନେକ ପ୍ରାଚୀନ ପୈାରାଣିକସ୍ଥଳୀ ଅବସ୍ଥିତ। ସେଥିମଧ୍ୟରୁ ବୋଡେନ ବ୍ଲକର ‘ପାତାଳଗଙ୍ଗା’ ଅନ୍ୟତମ। ନୁଆପଡା ଜିଲା ସଦର ମହକୁମାଠାରୁ ୧୦୦ ଏବଂ ଖଡିଆଳ ସହରଠାରୁ ୩୦ କି.ମି ଦୂରରେ ଅବସ୍ଥିତ ଏହି ଅବହେଳିତ ପର୍ଯ୍ୟଟନସ୍ଥଳୀ ପାତାଳଗଙ୍ଗା। ପୈାରାଣିକ ଦୃଷ୍ଟିରୁ ବିଚାର କଲେଏହି ଧର୍ମସ୍ଥଳୀର ଉତ୍ପତ୍ତି ମୁନରେ ୨ଟି କାରଣ ରହିଛି।  ଗୋଟିଏ ହେଲା ତେତ୍ରୟା ଯୁଗରେ ଚଉଦ ବର୍ଷବନବାସ ପାଇଁ ରାମ ଲକ୍ଷ୍ମଣ ସୀତା ପଞ୍ଚବଟୀ ପାରହୋଇ ଦଣ୍ଡକାରଣ୍ୟରେ ପ୍ରବେଶ କରି ଗୁରୁଡଙ୍ଗର ପାଦ ଦେଶରେ ପହଞ୍ଚି ଥିଲେ। ଧରାପୃଷ୍ଠରେ ଗ୍ରୀଷ୍ମଋତୁ ଥିବାରୁ ତୃଷ୍ଣା ନିବାରଣ ପାଇଁ ଲକ୍ଷ୍ମଣ  ପାଣିର ସନ୍ଧାନ ନପାଇ ଶର ଦ୍ୱାରା ଧରିତ୍ରୀର…

"ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?"

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ପ୍ରସ୍ତୁତି

ପୁରୀ ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଗାମୀ ୨୯ ତାରିଖରେ ରଥ ଅନୁକୂଳ ସହ ଆରମ୍ଭ ହେବ ଶ୍ରୀଜୀଉଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଛି ପ୍ରସ୍ତୁତି। ଚନ୍ଦନ ଯାତ୍ରା ପାଇଁ ଇତି ମଧ୍ୟରେ ନରେନ୍ଦ୍ର ପୁଷ୍କରିଣୀର ଚତୃଃପାର୍ଶ୍ୱ ସଫେଇ କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ଚୈତ୍ର ପୂର୍ଣ୍ଣମୀ ଦିନ ପୁଷ୍କରିଣୀର ଚାପ ଡଙ୍ଗା କଢ଼ାଯାଇ ଏହାର ରଙ୍ଗ ଦେବା କାର୍ଯ୍ୟ ଚାଲିଛି। ତତ୍ ସହିତ ଡଙ୍ଗାର ବିଭିନ୍ନ ମରାମତି କାର୍ଯ୍ୟ ଚାଲୁ ରହିଛି। ନନ୍ଦ ଯାତ୍ରାପାଇଁ ପୁଷ୍କରିଣୀ ଚତୁଃପାଶ୍ୱର୍କୁ ଆକର୍ଷଣୀୟ ଭାବେ ସଜିତ କରାଯିବ। ଏବେ ପୁଷ୍କରିଣୀ ମଧ୍ୟରେ ଥିବା ଚନ୍ଦନ ମଣ୍ଡପ ଓ ମନ୍ଦିରର…

"ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ପ୍ରସ୍ତୁତି"

ଚଇତି ପର୍ବ : ଘୋଡ଼ାନାଚ

ପୁରୀ ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଓଡ଼ିଶାର ଏକ ମହାନପର୍ବ ହେଉଛି ଚଇତି ପର୍ବ ଘୋଡ଼ାନାଚ। ଯାହା କୈବର୍ତ୍ତମାନଙ୍କର ଏକ ମୁଖ୍ୟପର୍ବ। ଓଡ଼ିଶାର କୈବର୍ତ୍ତ ମାନେ ଚୈତ୍ର ପୂର୍ଣ୍ଣିମାଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଏହି ପର୍ବକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି। ଗତ ଚୈତ୍ର ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଛି ଏହି ଚଇତି ପର୍ବ ଘୋଡ଼ନାଚ। ମାନସିକ ଧାରୀଙ୍କ ଦୁଆରେ ସଂଧ୍ୟାରେ କରାଯାଉଛି ବାସେଳୀ ଘୋଡ଼ାନାଚ। ବିଶ୍ୱାସ ରହିଛି ମାନସିକ ପୁରଣରେ ଶ୍ରଦ୍ଧାଳୁ ମାନେ ନିଜ ଦୁଆରେ ଘୋଡ଼ାନାଚ କରିଥାନ୍ତି। ପୂର୍ଣ୍ଣମୀଠାରୁ ଏଥିପାଇଁ ସହରର ପ୍ରମୁଖ ବାସେଳୀଙ୍କ ଧଳା ଘୋଡ଼ ଓ ଝାଡ଼ଶ୍ୱରୀଙ୍କ କଳାଘୋଡ଼ା ନାଚ ଆରମ୍ଭ ହୋଇଛି। ପ୍ରାୟ ୧ ମାସ ଧରି…

"ଚଇତି ପର୍ବ : ଘୋଡ଼ାନାଚ"