ଗଞ୍ଜାମର ଅନନ୍ୟ ପରଂପରା ଦଣ୍ଡନାଚ

– ଡା. ଜ୍ୟୋତି ପ୍ରସାଦ ପଟ୍ଟନାୟକ ବସନ୍ତର ବିଦାୟ ଏବଂ ଗ୍ରୀଷ୍ମର ଆଗମନ ସହ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ହୋଇଉଠେ ଉତ୍ସବ ମୁଖର। ଗାଁ ଗାଁରେ ହଳଦିଆ ବସ୍ତ୍ର ପିନ୍ଧିଥିବା ଦଳଦଳ ଲୋକଙ୍କୁ ଧାଡ଼ିବାନ୍ଧି ରାସ୍ତା ଘାଟରେ ବୁଲୁଥିବାର ଦେଖାଯାଏ। ଢୋଲ ଏବଂ ତୂରୀର ଶବ୍ଦରେ ଗଗନ ପବନ ହୁଏ ପ୍ରକମ୍ପିତ। ବିଶ୍ବରେ ବିରଳ ଏକ ଅନନ୍ୟ ପରମ୍ପରା ଯାହା ନିଜ ନାମକୁ ସାର୍ଥକ କରିଥାଏ, ଦଣ୍ଡନାଚ। ନିଜକୁ ଦଣ୍ଡ ଦେଇ ମା ଭଗବତୀଙ୍କ ଆଶୀର୍ବାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଏହି ଦଣ୍ଡନାଚରେ ଭାଗ ନେଇଥାନ୍ତି। ଏହି ବ୍ରତ ଦ୍ବାରା ଅନେକ ସୁଫଳ ମିଳେ ବୋଲି ଗଞ୍ଜାମ, ଫୁଲବାଣୀ ସମେତ ରାଜ୍ୟର ଅନେକ ଜିଲ୍ଲାରେ ବିଶ୍ବାସ…

"ଗଞ୍ଜାମର ଅନନ୍ୟ ପରଂପରା ଦଣ୍ଡନାଚ"

ଦଣ୍ଡଯାତ୍ରା ଏବଂ ଉତ୍କଳୀୟଙ୍କ ନବବର୍ଷ

– ଏମ୍.ଭି. ରାଓ ବିଜ୍ଞାନ କହେ, ପୃଥିବୀ ନିଜ ଅକ୍ଷରେ ଘୂରିବା ସହ ସୂର୍ଯ୍ୟ କକ୍ଷରେ ପରିକ୍ରମଣ କରୁଛି। ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଘୂରିବାକୁ ପୃଥିବୀକୁ ଏକ ବର୍ଷ ବା ୩୬୫ଦିନ ଲାଗିଥାଏ। ସେହି ଅନୁସାରେ ବର୍ଷକୁ ବାରମାସ ଏବଂ ବାର ରାଶି ବା ସଂକ୍ରାନ୍ତି। ପ୍ରତ୍ୟେକ ରାଶିର ଦୂରତ୍ୱ ଅତିକ୍ରମ କରିବାକୁ ପୃଥିବୀ ଏକ ମାସ ସମୟ ନେଇଥାଏ। ମାସକ ପରେ ପୃଥିବୀ ଅନ୍ୟ ରାଶିରେ ପ୍ରବେଶ କରେ। ପୃଥିବୀ ଏହି ନୂତନ ରାଶିକୁ ପ୍ରବେଶ କରିବା ଦିନକୁ ସଂକ୍ରାନ୍ତି କୁହାଯାଏ। ବାରଟି ରାଶି ମଧ୍ୟରୁ ମେଷ ରାଶି ହେଉଛି ବର୍ଷର ପ୍ରଥମ ରାଶି ବା ସଂକ୍ରାନ୍ତି। ଯେଉଁଦିନ ପୃଥିବୀ ମୀନ ରାଶି ଅତିକ୍ରମ କରି…

"ଦଣ୍ଡଯାତ୍ରା ଏବଂ ଉତ୍କଳୀୟଙ୍କ ନବବର୍ଷ"

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

– ସଂଗ୍ରାମ କେଶରୀ ସେନାପତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି। ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ। ଚାନ୍ଦ୍ରମାନ ପଦ୍ଧତିରେ ପୂର୍ଣ୍ଣିମାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ଗଣନା ହୁଏ। କିନ୍ତୁ ସୌରମାନ ପଦ୍ଧତି ଏହାଠାରୁ ସଂପୂର୍ଣ୍ଣ ଭିନ୍ନ। ପୃଥିବୀରେ ଥିବା କ୍ରାନ୍ତିବୃତ୍ତକୁ ବାର ଭାଗରେ ବିଭକ୍ତ କରା ଯାଇ ଏହି ବାର ଭାଗକୁ ବର୍ଷର ବାରମାସ ହିସାବରେ ଗଣନା କରାଯାଇଥାଏ |…

"ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି"

ଅକ୍ଷୟତୃତୀୟା ପାଇଁ ଦରଜୀ ସେବକଙ୍କ ପ୍ରସ୍ତୁତି

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଗାମୀ ୧୮ ତାରିଖରେ ପବିତ୍ର ଅକ୍ଷୟତୃତୀୟା। ଏହି ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ ସହ ରଥକାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ଆଗେଇଛି ପ୍ରଶାସନିକ ପ୍ରସ୍ତୁତି। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଦରଜୀ ସେବକଙ୍କ ଦ୍ୱାରା କରାଯାଇଛି ବିଭିନ୍ନ କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଉପର ମହଲାରେ ଚାଲିଛି ଏହି କାର୍ଯ୍ୟ। ଚାପର ସୈାନ୍ଦର୍ଯ୍ୟକରଣ ପାଇଁ ମଖମଲ କଳାରେ ବିଭିନ୍ନ ଜିନିଷ ତିଆରି କରାଯାଇଛି। ଦରଜୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଦରଜୀମାନେ ଚାପ, ଚାନ୍ଦୁଆ, ଚାପ ମଣ୍ଡଳୀ, ମାଣ୍ଡି, ମୃଦଙ୍ଗ ଓଲାର, ଛତି, ତ୍ରାସ, ସୁନା ବିଛଂଣା, ଶେଜ, ତଲୱାର ମୁଣି, ରୂପା ବିଛଂଣା, ଆଲଟ ବଟୁଆ, ମୁଣି ଆଦି ତିଆରି କରୁଛନ୍ତି।…

"ଅକ୍ଷୟତୃତୀୟା ପାଇଁ ଦରଜୀ ସେବକଙ୍କ ପ୍ରସ୍ତୁତି"

ମହାନ ପଣାସଂକରାନ୍ତି

ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି ଏପ୍ରିଲ ଚଉଦ ଦିନ, ପ୍ରତିବର୍ଷ ପଡ଼େ ପଣାସଂକରାନ୍ତି ଏକଥା ନୁହଁଇ ଆନ ।।୧।। ମେଷ ସଂକରାନ୍ତି ଓଡ଼ିଆ ପୁଅର ସବୁଠୁ ବଡ଼ ପରବ, ଉତ୍କଳୀୟଙ୍କର ନବବର୍ଷ ଅଟେ ଏ ତ ଆମ ଗଉରବ ।।୨।। ହିନ୍ଦୁ ଭକ୍ତଙ୍କର ଉପବାସ ଦିନ ଶିବ ଚତୁଃର୍ଦଶୀ ତିଥି ଶନି ତ୍ରୟୋଦଶୀ ହନୁମାନ ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି ।।୩।। ମେଷ ପଣା ହୁଏ ନବାତ, କଦଳୀ ଗଂଜାଇ, ଗୋଲିକି ନେଇ ସାହି ସାହି ବାଣ୍ଟ ପ୍ରୀତିର ଡୋରରେ ପ୍ରତିଟି ଘରକୁ ଯାଇ।।୪।। ଆମ୍ଭ ସମ୍ବିଧାନ ପ୍ରଣେତା ଅଟନ୍ତି ଡକ୍ଟର ଆମ୍ବେଦକର, ପଣା ସଂକରାନ୍ତି ସମସ୍ତେ ପାଳନ୍ତି ମହାନ୍ ଜନ୍ମଦିନର ।।୫।। ଜନ୍ମୋତ୍ସବ ପରା ସାଦରେ…

"ମହାନ ପଣାସଂକରାନ୍ତି"

ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି

– ଦେବବ୍ରତ ଦେବତା ବୈଦିକ ଯୁଗରୁ ଅଦ୍ୟାବଧି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୁନି ଋଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମ୍ମାନ ଓ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଚେତନାଶୀଳ ମଣିଷର ସତେ ଯେମିତି ଏହା ବିଧି ବିଧାନ। ବାହ୍ୟ ଔପଚାରିକାତାର ପରିବର୍ତ୍ତନ ଘଟୁଥିଲେ ମଧ୍ୟ ଆତ୍ମାର ପରିବର୍ତ୍ତନ ଘଟି ନାହିଁ। ପ୍ରାଦେଶିକ ସ୍ତରରେ ବିଭିନ୍ନ ଭାଷା ଭାଷୀ ଲୋକଙ୍କ ଚାଲି ଚଲଣ, ବେଶଭୂଷା, ଧାର୍ମିକ ଭାବନା, ଆହାର ପାନୀୟ, ଆଚାର ବିଚାରରେ ଭିନ୍ନତା ପରିଲକ୍ଷିତ ହୁଏ। ଗ୍ରହ, ନକ୍ଷତ୍ର, ତିଥୀ, ବାରକୁ ଲକ୍ଷକରି ସମାଜରେ ବିଭିନ୍ନ ଜାତି, ଧର୍ମ ଓ ସଂପ୍ରଦାୟରଲୋକେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ଓ ବ୍ରତ, ଓଷା…

"ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି"

ବୁଦ୍ଧ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବୈାଦ୍ଧ, ୧୦ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଆସନ୍ତା ୩୦ତାରିଖ ସୋମବାର ବୈଶାଖ ପୁର୍ଣ୍ଣିମା ଅବସରରେ ବୁଦ୍ଧ ଜୟନ୍ତୀ କମଟି ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳନ କରିବା ନିମନ୍ତେ ଏନ୍.ଜି.ଓ.ସି.ସି. କର୍ମଚାରୀ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସତ୍ୟ ନାରାୟଣ ହୋତା କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବୁଦ୍ଧଙ୍କ ନାମରେ ବୈାଦ୍ଧଜିଲ୍ଲାର ନାମକରଣ ହୋଇଥିବାରୁ ଏବଂ ୪ଗୋଟି ସ୍ଥାନରେ ବୈାଦ୍ଧକିର୍ତୀ ରହିଥିବାରୁ ଚଳିତ ବର୍ଷ ରାଜ୍ୟସ୍ତରୀୟବୁଦ୍ଧ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ଦିନ ସହରରେ ବୁଦ୍ଧବାଣୀ ପ୍ରଚାର ପ୍ରସାର…

"ବୁଦ୍ଧ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ"

ରାବଣ ବଧ ସହ ଶେଷ ହେଲା ବୌଦ୍ଧ ଗଡଜାତର ଗଣପର୍ବ ରାମଳୀଳା

ବୌଦ୍ଧ,୧୦ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସଂସ୍କୃତି ସଂପର୍ଣ୍ଣ ଗଡ ଜାତ ବୌଦ୍ଧରେ ଗତ ଶ୍ରୀରାମ ନବମୀ ଠାରୁ ଦୀର୍ଘ ୧୮ଦିନ ବ୍ୟାପି ପାଳିତ ହୋଇଆସୁଥିବା ଗଣପର୍ବ ତଥା ରାମଲୀଳା ନାଟ୍ୟ ମହୋତ୍ସବ ମହାସମାରୋହରେ ଉଦ୍ୟାପିତ ହୋଇଯାଇଛି । ଭଗବାନ ଶ୍ରୀରାମଙ୍କ ହାତରେ ମହା ପ୍ରତାପି ରାବଣର ମୃତୁ୍ୟ ପରେ ଧର୍ମର ଜୟ, ଭାଇଚାରା, ସୁଖଶାନ୍ତି ସହିତ ରାମରାଜ୍ୟର ବାର୍ତ୍ତାନେଇ ଏହି ମହାନ ସାଂସ୍କୃତିକ ପର୍ବ ସମାପନ ହୋଇଛି । ଯାତ୍ରାର ଉଦଯାପନୀ ତଥା ମୁଖ୍ୟ ଆକର୍ଷଣ ରାମ ରାବଣଙ୍କ ସମର ଶୋଭାଯାତ୍ରା । ଗଣପର୍ବର ଶେଷ ଦିବସରରେ ନଅଗୋଟି ପଞ୍ଚାୟତରୁ ୯ଟି ରାବଣ ରଥ ବାହାରି ବୌଦ୍ଧ ସହରର ବୁଟୁପାଲିଠାରେ ମୁଖ୍ୟ ରାବଣ ରଥ…

"ରାବଣ ବଧ ସହ ଶେଷ ହେଲା ବୌଦ୍ଧ ଗଡଜାତର ଗଣପର୍ବ ରାମଳୀଳା"

ମନୁଷ୍ୟ ଜୀବନ ରହସ୍ୟ ! (ପ୍ରଥମ ଭାଗ)

– ପଙ୍କଜ କୁମାର ପାଣିଗ୍ରାହୀ ବାଛୁରୀ ଛୁଆ ଟିଏ ଜନ୍ମ ହେବା ପରେ ଇତଃସ୍ତତଃ ବଡ ଜୋରରେ ଦୌଡ଼ି ଦୌଡ଼ି ବ୍ୟତି ବ୍ୟସ୍ତ କରାଇଥାଏ ! ନୂତନ ଭାବେ ଧାରା ପୃଷ୍ଠରେ ପଦାର୍ପଣ କଲାପରେ ଦୁନିଆର ରଙ୍ଗ ରୂପ ରେ ପ୍ରଭାବିତ ହୋଇ ନୂତନତ୍ୱ ଅନୁଭବ ତାକୁ ବିଚଳିତ କରିଥାଏ, ପ୍ରକୃତିର ଅନେକ କିଛି କୌତୁହଳ ଜାଣିବା ପାଇଁ I ହେଲେ ସମୟର ସ୍ରୋତରେ ଧୀରେ ଧୀରେ ସେ ବାନ୍ଧି ହୋଇଯାଏ ମନୁଷ୍ୟର ବଳୟ ଭିତରେ I ଆରମ୍ଭ ହୁଏ ନୂଆ ଏକ ଜୀବନ ତା’ର ! ଖୁଣ୍ଟରେ ବନ୍ଧା ହେବା !ସକାଳେ ଚରା ଭୂମିକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିଲାପରେ କିଛି କୁଣ୍ଡା ତୋରାଣି…

"ମନୁଷ୍ୟ ଜୀବନ ରହସ୍ୟ ! (ପ୍ରଥମ ଭାଗ)"

ପ୍ରାତଃକାଳରୁ ଉଠି ପ୍ରଥମେ କରନ୍ତୁ ଏହି କାମ ଚମକିବ ଭାଗ୍ୟ ରହିବେ ସୁସ୍ଥ

ଘରର ବଡ଼ ତଥା ଗୁରୁଜନମାନେ କିଛି ନା କିଛି ଆମକୁ ଶିଖାଇଥାନ୍ତି। କାରଣ ଆମ ଦେଶ ଏବଂ ସମାଜରେ ସଂସ୍କାରର ବିଶେଷ ମହତ୍ଵ ଅଛି। ଏହି ସମସ୍ତ କାର୍ଯ୍ୟ ଏବଂ ସଂସ୍କାର ଆମର ହିଁ ଭଲ ପାଇଁ ହୋଇଥାଏ ଏବଂ ଆମର ଉନ୍ନତିରେ ଏହାର ପ୍ରଭାବ ଅଛି। ଏମିତି କିଛି କଥା ଅଛି ଯାହାକୁ ଆମେ ସକାଳେ ସବୁଠାରୁ ପ୍ରଥମେ କରିବା ପାଇଁ କୁହାଯାଇଥାଏ। ଯେପରିକି, ଭୂମିକୁ ପ୍ରଣାମ କରିବା। ଏବେ ପ୍ରଶ୍ନ ଉଠେ କି ଏମିତି କରିବା ପାଇଁ କାହିଁକି କୁହା ଯାଇଥାଏ ? ଏହା ସହିତ ଏମିତି କରିବାରେ ଲାଭ କ’ଣ ହେବ ? କାହିଁକି କରନ୍ତି ଭୂମିକୁ ପ୍ରଣାମ? ହିନ୍ଦୁ ଧର୍ମ…

"ପ୍ରାତଃକାଳରୁ ଉଠି ପ୍ରଥମେ କରନ୍ତୁ ଏହି କାମ ଚମକିବ ଭାଗ୍ୟ ରହିବେ ସୁସ୍ଥ"