ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଗଠନ ପକ୍ଷରୁ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆଦିବାସୀ ଶିରାଗୁଡା ଗ୍ରାମରେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା

ମାଲକାନଗିରି,୧୮/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଆନ୍ଧ୍ର ଛିତଶଗଡ, ତେଲାଙ୍ଗାନା ରାଜ୍ୟ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଭାଷା ସଂସ୍କୃତି ପରମ୍ଫରା ଓ ଲୋକକଳା କୁ ବଚାଂଇ ରଖି ବିଶ୍ୱଦର ବାରରେ ପରିଚିତ କରିବା ପାଇଁ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନ ପକ୍ଷରୁ ନୂତନଭାବେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା କରା ଯାଇଛି। ଆଜି କୋରକୁଣ୍ଡା ବ୍ଲକସ୍ଥ ସିରାଗୁଡା ଆଦିବାସୀ ଗ୍ରାମରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନର ଜିଲ୍ଲା ସଭାପତି ଅନାଦି କଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନାଟଗୁରୁ ସଭାରେ ମୁଖ୍ୟଅତିଥି ଭାବେ ଗବେଷକ ଓ ଜିଲ୍ଲା ନାଟଗୁରୁ ସଂଘର ଉପଦେଷ୍ଟା ରତ୍ନାକରଦାଶ ଯୋଗଦେଇ ଆନୁଷ୍ଠାନିକ ଭାବେ ଲୋକକଳା ତାଲିମ କେନ୍ଦ୍ରର ଶୁଭ ପ୍ରତିଷ୍ଠା କରିଥିଲେ।…

"ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଗଠନ ପକ୍ଷରୁ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆଦିବାସୀ ଶିରାଗୁଡା ଗ୍ରାମରେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା"

କୁଲଭୂଷଣଙ୍କ ଉଦ୍ଦେଶରେ ବାଲୁକା କଳା

ପୁରୀ ୧୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୁଲଭୂଷଣ ଯାଦବଙ୍କୁ ପାକିସ୍ଥାନ ଶୁଣାଇଛି ଫାଶୀ ଦଣ୍ଡାଦେଶ। ଆଉ ଏହା ବିରୁଦ୍ଧରେ ଭାରତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସର ଦ୍ୱାରସ୍ଥ ହୋଇଥିବା ବେଳେ ସୋମାବାର ଥିଲା ଏହାର ଶୁଣାଣି। ତେଣୁ କିଭଳି ସେ ମୁକ୍ତ ହେବେ ସେ ନେଇ ବାଲୁକା କଳା ମାଧ୍ୟମରେ କୁଲ ଭୂଷଣଙ୍କୁ ନ୍ୟାୟ ମିଳୁ ବୋଲି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି। ନିଜର ଅନନ୍ୟ ବାଲୁକା କଳାମାଧ୍ୟମରେ ସୁଦର୍ଶନ ଏହି ନିବେଦନ କରିଛନ୍ତି। କାରଣ ଦେଶର ପ୍ରତିଟି କୋଣ ଅନୁକୋଣରେ କୁଲଭୂଷଣଙ୍କ ପାଇଁ ପ୍ରାର୍ଥନା କରାଯାଉଥିବା ବେଳେ ବାଲୁକାକଳା ମାଧ୍ୟମରେ ଏହା ଏକ ପ୍ରୟାସ ବୋଲି କହିଛନ୍ତି ସୁଦର୍ଶନ।

"କୁଲଭୂଷଣଙ୍କ ଉଦ୍ଦେଶରେ ବାଲୁକା କଳା"

ଦୁରୁଆ ଆଦିବାସୀ ସମାଜର ରାଷ୍ଟ୍ରୀୟ ସମ୍ମିଳନୀ ଓ ଜନସମାବେଶ ଉଦ୍ୟାପିତ

– କୁସଂସ୍କାର, ଅନ୍ଧବିଶ୍ୱାସ ଓ ଜାତିଗତ ସମସ୍ୟାକୁ ନେଇ ଆଲୋଚନା ମାଲକାନଗିରି, ୧୫/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ଆଦିମ ଦୁରୁଆ ଜନଜାତୀଙ୍କ ଭାଷା, ସଂସ୍କୃତି, ପରପଂରା, କୁସଂସ୍କାର, ଅନ୍ଧବିଶ୍ୱାସ ଓ ଜାତିଗତ ସମସ୍ୟାକୁ ନେଇ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅପହଞ୍ଚ ଇଲାକା ଛତିଶଗଡ ସୀମାନ୍ତରେ ଥିବା ତୁଳସୀ ପାହଡ ନିକଟ ମହୁପଦର ଗ୍ରାମରେ ବିଶାଳ ଓଡ଼ିଶା ଦୁରୁଆ ସମାଜର ରାଷ୍ଟ୍ରୀୟ ସମ୍ମିଳନୀ ଓ ଜନସମାବେଶ ଶନିବାର ଓ ରବିବାର ଦୁଇଦିନ ଧରି ଧୁମଧାମରେ ଅନୁଷ୍ଟିତ ହୋଇ ଯାଇଛି। ଏହି ଉତ୍ସବରେ ଓଡ଼ିଶା, ଛତିଶଗଡ, ଆନ୍ଧ୍ର, ତେଲାଙ୍ଗାନା, ମଧ୍ୟପ୍ରଦେଶ, ମହାରଷ୍ଟ୍ର ରାଜ୍ୟରୁ ଦୁରଆ ଆଦିବାସୀ ସଂପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ। ଦୁରୁଆ ସଂପ୍ରଦାୟ…

"ଦୁରୁଆ ଆଦିବାସୀ ସମାଜର ରାଷ୍ଟ୍ରୀୟ ସମ୍ମିଳନୀ ଓ ଜନସମାବେଶ ଉଦ୍ୟାପିତ"

ରଥ ନିର୍ମାଣରେ ରୂପକାର ସେବା

ପୁରୀ ୧୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନୃସିଂହ ଚତୃର୍ଦ୍ଦଶୀ ଦିନ ରଥଖଳାରେ ୩ ରଥର ଗୁଜ ଅନୁକୂଳ କାର୍ଯ୍ୟ ଶେଷ ହୋଇଛି। ରଥ ଖଳାରେ ମହାପ୍ରସାଦ ଓ ନଡ଼ିଆ ସମର୍ପଣ ପରେ ରୂପକାର ମାନେ ଗୁଜ ଅନୁକୂଳ କରିଥିଲେ। ଗୁଜରେ ରୂପକାର ମାନେ ନୃସିଂହ ମୂର୍ତ୍ତୀ ଖୋଦେଇ କରି ଏହି କାର୍ଯ୍ୟର ଶୁଭ ଅନୁକୂଳ କରିଥିଲେ। ବର୍ତ୍ତମାନ ୩ ରଥରେ ୧୪ ଜଣ ରୂପକାର କୋଣ ଗୁଜକୁ ଖୋଦେଇ କରି ଗଜ ବିରାଳ ମୂର୍ତ୍ତୀ ଖୋଦେଇ କରୁଛନ୍ତି। ରଥ ନିର୍ମାଣରେ ରୂପକାର ମାନଙ୍କର ସେବା ଅନନ୍ୟ। ପରଂପରାଗତ ଭାବେ ରୂପକାର ମାନେ ରଥ ନିର୍ମାଣରେ ଏହି କାର୍ଯ୍ୟ କରି ଆସୁଛନ୍ତି। ତାଳଧ୍ୱଜ ରଥରେ ଗଣେଶ ମହାପାତ୍ର,…

"ରଥ ନିର୍ମାଣରେ ରୂପକାର ସେବା"

ଭଦ୍ରକ : ଅଧପନ୍ତରିଆ ପୀଠରେ ଅବହେଳିତ ଧର୍ମନିରଞ୍ଜନ

ଭଦ୍ରକ,୧୧/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) :ଏହି ଜିଲାର ବନ୍ତ- ଆନନ୍ଦପୁର ଜାତୀୟ ରାଜପଥର ବରକୋଣା କିମ୍ବା ଓରାଳି ଛକଠାରୁ ଉତ୍ତରକୁ ମାତ୍ର ୧କିମି ଗଲେ ପଡେ ଆପଣ୍ଡା ଗ୍ରାମର ପୂରାତନ ବୌଦ୍ଧ ଧର୍ମନିରଞ୍ଜନଙ୍କ ପୀଠସ୍ଥଳୀ। ବହୁବର୍ଷ ପୂର୍ବେ ଉକ୍ତ ଗ୍ରାମର ପୋଖରୀ ଖନନବେଳେ ଏହି ମୂର୍ତ୍ତିର ସନ୍ଧାନ ମିଳିଥିଲା ବୋଲି ପୁରାତନ ବ୍ୟକ୍ତିଙ୍କଠାରୁ ଶୁଣାଯାଏ। ସେବେଠାରୁ ଗ୍ରାମବାସୀଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇ ଏକ ତେନ୍ତୁଲି ବୃକ୍ଷମୂଳେ ସ୍ଥାପନ କରାଯାଇ ତାଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା। ଏହାର ରକ୍ଷଣା ବେକ୍ଷଣ ପାଇଁ ବିଧାୟକଙ୍କ ପାଣ୍ଠିରୁ ଉକ୍ତ ସ୍ଥାନରେ ଏକ ଛୋଟ ଗୃହ ଓ ପାଚେରି ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଏକବର୍ଷରୁ ଊଦ୍ଧ୍ୱର୍ ହେବ ତାହା…

"ଭଦ୍ରକ : ଅଧପନ୍ତରିଆ ପୀଠରେ ଅବହେଳିତ ଧର୍ମନିରଞ୍ଜନ"

ଖୋରଧାର ବୀରତ୍ୱ – ଓଡିଶାର ଗର୍ବ

ଖୋରଧା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ … – ଡକ୍ଟର ଧୀରେନ୍ଦ୍ର ନନ୍ଦ ଓଡିଶା ତଥା ଭାରତର ସାମରିକ ଇତିହାସରେ ଖୋରଧାର ସ୍ଥାନ ସ୍ୱତନ୍ତ୍ର ରହିଆସିଛି। ତତ୍କାଳୀନ ଶୈାର୍ଯ୍ୟଶାଳିନୀ ଖୋରଧାର ଅନ୍ୟନାମ ଥିଲା ଓଡିଶା। ଓଡିଶାର ବୀରତ୍ୱ ବ୍ୟଞ୍ଜନ ସାମରିକ ଚିତ୍ରର ରୂପାୟନ ଗୁଡିକ ସାହିତ୍ୟ, କଳା, ଶିଳ୍ପ, ଭାସ୍କର୍ଯ୍ୟ, ଗୀତ, ଦଣ୍ଡ, ନାଟ, ନୃତ୍ୟ, ପାଇକ ନୃତ୍ୟ, ନାଗାନୃତ୍ୟ, ଲୋକଗୀତ, ପାଇକାଳୀ ଡାକ, କୁହାଟ ବୋଲି ବଚନିକା ପ୍ରଭୃତି ସେହି ସମୃଦ୍ଧଶାଳୀ ପ୍ରାଚୀନ ପରଂପରାର ଉଜ୍ଜ୍ୱଳ ଝଳକ। ଓଡିଶାର ବଳିଷ୍ଠ ଅଙ୍ଗ କଳିଙ୍ଗ, କଙ୍ଗୋଦ, ଉଡ୍ର, ଉତ୍କଳ, ତୋଷାଳୀର ହୃତପିଣ୍ଡ ଥିଲା ଖୋରଧା। ବିଭିନ୍ନ ରାଜବଂଶର ଶାସନକାଳରେ ଏହି ବିଶାଳ ସାମ୍ରାଜ୍ୟର…

"ଖୋରଧାର ବୀରତ୍ୱ – ଓଡିଶାର ଗର୍ବ"

ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ମଣିଷ ସମାଜ ଯେତେ ଶିକ୍ଷତ ଓ ସଭ୍ୟ ହେଲେ ମଧ୍ୟ ତାର ପରମ୍ପରା, ସଂସ୍କୁତିକୁ କେବେ ବି ଭୁଲିନାହିଁ। ବସନ୍ତ, ମିଳିମିଳା, ହାଡଫୁଟି ରୋଗରୁ ରକ୍ଷାପାଇବା ଓ ଗାଁର ମଙ୍ଗଳ ନିମନ୍ତେ ବଙ୍ଗୀୟ ସଂପ୍ରଦାୟର ଏକ ଭିନ୍ନପରମ୍ପରା ମା ଶୀତଳା ଠାକୁରାଣୀ ଯାତ୍ରା ଏବେବି ପ୍ରଚଳିତ ହୋଇଆସୁଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ବଙ୍ଗୀୟ ଶରଣାର୍ଥୀ ଗ୍ରାମରେ ଏହି ପୁଜା ଓ ଯାତ୍ରା ଚଳିତ ମାସ ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଉଦଯାପିତ ହୋଇଛି। ବିଶେଷ କରି ସତିଗୁଡା ଏମଭି୧୧୧ ବଙ୍ଗିୟ ଶରଣାର୍ଥୀ ଗ୍ରାମରେ ଆଜି ବଡ ଧୁମ ଧାମରେ ମା ଶୀତଳା ଠାକୁରଣୀଙ୍କ ଯାତ୍ରା ଗାଁ…

"ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା"

‘ବଉଦ’ ବୌଦ୍ଧଧର୍ମର ଗୋଟିଏ କେନ୍ଦ୍ର ଥିଲା

– ଦେବ ପ୍ରସାଦ ମିଶ୍ର କିଛି ଦିନ ତଳେ ଆମ ରାଜ୍ୟରେ ବୌଦ୍ଧଧର୍ମାଲମ୍ବୀ, ବୌଦ୍ଧ ସନ୍ୟାସୀ ବୌଦ୍ଧ ଧର୍ମ ଉପରେ ବିଶ୍ୱର ବିଭିନ୍ନ ସ୍ଥାନରେ ଗବେଷଣା କରୁଥିବା ଐତିହାସିକ ଗବେଷକମାନଙ୍କର ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧଧର୍ମ ଓ ପୀଠ ଉପରେ ଆଲୋଚନା, ପ୍ରାଚୀନ ବୌଦ୍ଧପୀଠକୁ ଆନ୍ତର୍ଜାତିକ ପର୍ଯ୍ୟଟକ କେନ୍ଦ୍ର କରିବାକୁ ଓ ସେ ସବୁ ସ୍ଥାନର ଉନ୍ନତି କରଣ ପାଇଁ ପ୍ରସ୍ତାବର ଆଲୋଚନା ହୋଇଥିଲା। ପ୍ରାଚୀନ କାଳରେ ଓଡିଶାର ବହୁ ଅଞ୍ଚଳରେ ବୌଦ୍ଧ ପୂଜା ଓ ତାର ଧର୍ମାଲମ୍ବୀମାନେ ଥିଲେ। ଓଡିଶାର ଗଡଜାତ ଅଞ୍ଚଳରେ ବିଶେଷ କରି ବୌଦ ଜିଲ୍ଲାରେ ମଧ୍ୟ ବୁଦ୍ଧ ପୂଜା ହେଉଥିଲା, ଏ ଗଡଜାତର ବହୁ ସ୍ଥାନରେ ବୌଦ୍ଧ…

"‘ବଉଦ’ ବୌଦ୍ଧଧର୍ମର ଗୋଟିଏ କେନ୍ଦ୍ର ଥିଲା"

ବର୍ତ୍ତମାନ ଆଧୁନିକ ଯୁଗରେ ଲୋପ ପାଇ ଆସୁଛି ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ

ଖଡିଆଳ/ନୂଆପଡା ୩/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ବର୍ତ୍ତମାନ ଆଧୁନିକ ଯୁଗରେ ଅନେକ ପ୍ରକାର ବାଦ୍ୟ ପରିବେଷଣ ହେଉଥିବା ବେଲେ ଲୋକେ ଆଉ ପୁରୁଣା ବାଦ୍ୟ ଗୁଡିକୁ ଭୁଲିଯାଉଥିବା ମନେହେଉଛି। ୩ ଚାରି ଦଶନ୍ଧି ତଳେ ଲୋକେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ମନୋରଜଂନ କରୁଥିଲେ। ବିବାହ ବନ୍ଧନ,ପର୍ବ ପର୍ବାଣି, ଜାନିଯାତ୍ରା ମାନଙ୍କରେ ଲୋକେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ମନୋଜଂନ କରି ଆସୁଥିଲେ। ସେହି ସମୟରେ ଏହି ସବୁ ବାଦ୍ୟର ଅଧିକ ଚାହିଦା ଥିଲା। ଗ୍ରାମାଞ୍ଚଳର ଲୋକମାନେ ନିଜ ନିଜ ଭାଷାରେ ଓ ନିଜ ନିଜର ରାଗରାଗିଣୀରେ ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ ମାଧ୍ୟମରେ ଗୀତ ବୋଲି…

"ବର୍ତ୍ତମାନ ଆଧୁନିକ ଯୁଗରେ ଲୋପ ପାଇ ଆସୁଛି ସାରଙ୍ଗୀ ବାଦ୍ୟ ଓ କିନାରା ବାଦ୍ୟ"

ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?

ଖଡିଆଳ୨୮/୪(ଓଡିଆ ପୁଅ ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲାରେ ଅନେକ ପ୍ରାଚୀନ ପୈାରାଣିକସ୍ଥଳୀ ଅବସ୍ଥିତ। ସେଥିମଧ୍ୟରୁ ବୋଡେନ ବ୍ଲକର ‘ପାତାଳଗଙ୍ଗା’ ଅନ୍ୟତମ। ନୁଆପଡା ଜିଲା ସଦର ମହକୁମାଠାରୁ ୧୦୦ ଏବଂ ଖଡିଆଳ ସହରଠାରୁ ୩୦ କି.ମି ଦୂରରେ ଅବସ୍ଥିତ ଏହି ଅବହେଳିତ ପର୍ଯ୍ୟଟନସ୍ଥଳୀ ପାତାଳଗଙ୍ଗା। ପୈାରାଣିକ ଦୃଷ୍ଟିରୁ ବିଚାର କଲେଏହି ଧର୍ମସ୍ଥଳୀର ଉତ୍ପତ୍ତି ମୁନରେ ୨ଟି କାରଣ ରହିଛି।  ଗୋଟିଏ ହେଲା ତେତ୍ରୟା ଯୁଗରେ ଚଉଦ ବର୍ଷବନବାସ ପାଇଁ ରାମ ଲକ୍ଷ୍ମଣ ସୀତା ପଞ୍ଚବଟୀ ପାରହୋଇ ଦଣ୍ଡକାରଣ୍ୟରେ ପ୍ରବେଶ କରି ଗୁରୁଡଙ୍ଗର ପାଦ ଦେଶରେ ପହଞ୍ଚି ଥିଲେ। ଧରାପୃଷ୍ଠରେ ଗ୍ରୀଷ୍ମଋତୁ ଥିବାରୁ ତୃଷ୍ଣା ନିବାରଣ ପାଇଁ ଲକ୍ଷ୍ମଣ  ପାଣିର ସନ୍ଧାନ ନପାଇ ଶର ଦ୍ୱାରା ଧରିତ୍ରୀର…

"ପର୍ଯ୍ୟଟନସ୍ଥଳୀ ପାତାଲ ଗଙ୍ଗା ଅବହେଳିତ, ବିକାଶ କେବେ ?"