ଦୋଳ ପୂର୍ଣ୍ଣିମା: ଆରମ୍ଭ ହେଲା ଦୋଳଯାତ୍ରା

ଭୁବନେଶ୍ୱର;୦୧, ୦୩, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବାର ମାସରେ ତେର ପର୍ବ।ଓଡ଼ିଶାରେ ଆୟୋଜିତ ପର୍ବପର୍ବାଣି ମଧ୍ୟରେ ଦୋଳ ପୂର୍ଣ୍ଣିମା ଅନ୍ୟତମ।ଏହି ଅବସରରେ ଓଡ଼ିଶାର ବିଭିର୍ଣ୍ଣ ଗାଁ’ ଗହଳିରେ ଆୟୋଜିତ ହୁଏ ଦୋଳଯାତ୍ରା।ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଯାଏ ଦୋଳଯାତ୍ରା।କୁହାଯାଏ ଦୋଳ ପୂର୍ଣ୍ଣିମା ଏବଂ ଦୋଳଯାତ୍ରାର ଗୁରୁତ୍ଵ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ।ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରେ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦଭାବ ଏବଂ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ଏହା ପାଳିତ ହୋଇଥାଏ।ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ଵାଗତ ଜଣାଇବା…

"ଦୋଳ ପୂର୍ଣ୍ଣିମା: ଆରମ୍ଭ ହେଲା ଦୋଳଯାତ୍ରା"

ନିୟମରାଜା ପୂଜା ଅନୁଷ୍ଠିତ । ନିୟମଗିରି ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ର ଶପଥ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଅଂଚଳରେ ଥିବା ନିୟମଗିରି ପାହାଡକୁ କୌଣସି ପ୍ରକାରେ ଧ୍ୱଂସ ହେବାକୁ ଦିଆଯିବା ନାହିଁ ବୋଲି ବାର୍ଷିକ ନିୟମରାଜା ପୂଜା ଅବସରରେ ଆୟୋଜିତ ସମାବେଶରେ ଉପସ୍ଥିତ ଆଦିବାସୀମାନେ ବଜ୍ରଶପଥ ନେଇଛନ୍ତି । ଏଥି ସହିତ ନିୟମଗିରି ସୁରକ୍ଷା ସମିତିର ଅନେ୍ଦାଳନକୁ ସମର୍ଥନ କରୁଥିବା ଅନେକ ସଂଗଠନର ନେତୃବୃନ୍ଦ ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିବା ଜଣାପଡିଛି । ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁସାରେ ପାଳନ ହୋଇଆସୁଥିବା ବାର୍ଷିକ ନିୟମରାଜା ପୂଜା ପର୍ବ ଗତ ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନିୟମଗିରି ପାହାଡ ଉପରେ ଖୋଲା ଆକାଶ ତଳେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନ…

"ନିୟମରାଜା ପୂଜା ଅନୁଷ୍ଠିତ । ନିୟମଗିରି ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ର ଶପଥ ।"

ରଙ୍ଗର ପର୍ବ ହୋଲି ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଉ ମାତ୍ର ୪୮ଘଟାଂ ପରେ ଆସିଯିବ ରଙ୍ଗର ପର୍ବ ହୋଲି। ଆଲୁଅରେ ଚିକମିକ କରୁଛି ପିଚକାଳି ଆଉ ଉଦଭାଷିତ ହେଉଛି ରଙ୍ଗ ବେରବେରଙ୍ଗର ଅବୀର। ଭିଡ ବି ଆରମ୍ଭ ହୋଇ ଗଲାଣି, ରଙ୍ଗିନ୍ ହୋଇ ଉଠିବ ଶ୍ରୀ କ୍ଷେତ୍ର ପରିବେଶ। ସମସ୍ତ ଭେଦଭାବ ଓ ବୟସ ବର୍ଗକୁ ଭୁଲି ପ୍ରତ୍ୟେକ ଏହି ପର୍ବରେ ନିଜକୁ ହଜାଇ ଦେବେ। ପରସ୍ପରକୁ ରଙ୍ଗ ବୋଳି ହୋଲିର ମଜା ଉଠାଇବା ସହ ରଙ୍ଗ ପର୍ବର ଅଭିନନ୍ଦନ ଜ୍ଞାପନ କରିବେ। ହୋଲି ପାଇଁ ବଡଦାଣ୍ଡ ସମେତ ଅନ୍ୟାନ୍ୟ ସାହି ବସ୍ତିରେ ଖୋଲି ଗଲାଣି ଏବେ ରଙ୍ଗ ପସରା। ରଙ୍ଗ କିଣିବା ପାଇଁ ମଧ୍ୟ ଗ୍ରାହକ…

"ରଙ୍ଗର ପର୍ବ ହୋଲି ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର"

ପାଟଣା ଜାଗର ମହୋତ୍ସବ ଉଦଯାପିତ – ସମ୍ବର୍ଦ୍ଧିତ ହେଲେ କଳାକର ଓ ସାମ୍ବାଦିକ

ପାଟଣା ଜାଗର ମହୋତ୍ସବ ଉଦଯାପିତ – ସମ୍ବର୍ଦ୍ଧିତ ହେଲେ କଳାକର ଓ ସାମ୍ବାଦିକ ପାଟଣା,ତା୨୨/୦୨(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ଜାଗର ମହୋତ୍ସବ ବୁଧବାର ସଂନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାର ପ୍ରାଚୀନ ଶୈବପୀଠ ପାଟଣା ଆନନ୍ଦେଶ୍ବର ମନ୍ଦିର ପ୍ରାଙ୍ଗଣରେ ଭକ୍ତିଭାବ ର ସମନ୍ୱୟ ଭାତୃଭାବ ଉଦ୍ଦେଶ୍ୟରେ ମହାଶିବରାତ୍ରି ଠାରୁ ଆରମ୍ଭ ହୋଇଥିବା ସାତଦିନିଆ ପାଟଣା ଜାଗର ମହୋତ୍ସବରେ ପ୍ରତ୍ୟକ ସଂନ୍ଧ୍ୟାରେ ରାଜ୍ୟର ବିଭନ୍ନ ପ୍ରାନ୍ତର ଲୋକ ନୃତ୍ୟ , ଆଧୁନିକ ନୃତ୍ୟ ସହ ପୁରାଣ ଓ ଐତିହାସିକ କିମ୍ବଦନ୍ତି ଉପରେ ଆଧାରିତ କାର୍ଯକ୍ରମ ସମସ୍ତ ବର୍ଗର ଦର୍ଶକଙ୍କୁ ମନୋରଞନ ଖୋରାକ ଯୋଗାଇଥିଲା । ଉଦଯାପନ ସଂନ୍ଧ୍ୟା କାର୍ଯ୍ୟକ୍ରମରେ ସାଧାରଣ ସଭା ଅନୁଷ୍ଠିତ ହୋଇ…

"ପାଟଣା ଜାଗର ମହୋତ୍ସବ ଉଦଯାପିତ – ସମ୍ବର୍ଦ୍ଧିତ ହେଲେ କଳାକର ଓ ସାମ୍ବାଦିକ"

ସାନ୍ତାଳ ସମ୍ପ୍ରଦାୟର ଫୁଲ ଭାଙ୍ଗଣ ପର୍ବ ପାଳିତ

ଯୋଡା, ତା ୨୨.୦୨(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜଜାଙ୍ଗ ପଂଚାୟତ ଅନ୍ତର୍ଗତ ବନ୍ଧାବେଡା ଠାରେ ସାନ୍ତାଳ ସମ୍ପ୍ରଦାୟର ଫୁଳ ଭାଙ୍ଗଣ ପର୍ବ ମହା ଧୁମ୍ ଧାନରେ ପାଳିତ ହୋଇଯାଇଛି। ଦୁଇ ଦିନ ଧରି ପାଳିତ ହୋଇଥିବା ଏହି ପର୍ବ ବୁଧୁବାନ ସନ୍ଧ୍ୟାରେ ସମାପନ କରାଯାଇଥିବା ବେଳେ ଏଥିରେ ଶହ ଶହ ସଂଖ୍ୟାରେ ସାନ୍ତାଳ ସମ୍ପ୍ରଦାୟର ମହିଳା-ପୁରୁଷ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ଏହି ପର୍ବ ସାନ୍ତାଳ ସମ୍ପ୍ରଦାୟର ଏକ ବଡ ପର୍ବ ଭାବେ ପାଳନ କରାଯାଇଥାଏ। ଏହି ପର୍ବରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଜଙ୍ଗଲ ଭିତରେ ଏକ ନିର୍ଦ୍ଧିଷ୍ଟ ଶାଳ ଗଛ ମୂଳକୁ ସଫାକରି, ଗୋବର ଲିପି ସେଥିରେ ଫୁଲ ଚନ୍ଦନ,…

"ସାନ୍ତାଳ ସମ୍ପ୍ରଦାୟର ଫୁଲ ଭାଙ୍ଗଣ ପର୍ବ ପାଳିତ"

ମାତୃଭକ୍ତ ଶିବାଜୀ

-ଦେବଦତ୍ତ ରଥ ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ।ମହାରାଷ୍ଟ୍ର ରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ ଶିବାଜୀ ଜନ୍ମଗ୍ରହଣ କରିଥିଲେ। ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ ଥିଲା।ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ। ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ। ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟା ଶିକ୍ଷା ଲାଭ କରିଥିଲେ। ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ…

"ମାତୃଭକ୍ତ ଶିବାଜୀ"

ଶିବ-ଶାକ୍ତ ପରମ୍ପରାର ପୀଠ କଳାହାଣ୍ଡି ସପ୍ତମାତୃକା ଶୈବ ପୀଠ ରକ୍ତ ରଞ୍ଜିତ

କଳାହାଣ୍ଡି -(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଶୈବ ପୀଠରେ ବଳି ପଡିବା ପରମ୍ପରା କେବଳ କଳାହାଣ୍ଡିରେ ହିଁ ଦେଖିବାକୁ ମିଳେ । ଆଦିବାସୀ ବହୁଳ କଳାହାଣ୍ଡିରେ ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ଶିବ ଓ ଶକ୍ତିଙ୍କ ଏକ ସଙ୍ଗେ ଆରାଧନା କରାଯାଇଥାଏ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ନିକଟସ୍ଥ ତେଲ ନଦୀ ଓ ଉତେଇ ନଦୀ ସଙ୍ଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ପବୋତ୍ର ମହାଶିବରାତ୍ରୀ ଯାତ୍ରା ଅବସରରେ ଶୁକ୍ରବାର ଦିନ ଶହ ଶହ ସଂଖ୍ୟାରେ ମାନସିକ ବୋଦା ପଶୁବଳି ଦିଆଯାଇଛି । ରକ୍ତରଞ୍ଜିତ ହୋଇପଡିଛି ଧବଳେଶ୍ୱର ଶୈବ ପୀଠ । ଶୈବ ପୀଠରେ ମାତା ଜଗତଜନନୀ ଅଧିଷ୍ଠାତ୍ରୀ…

"ଶିବ-ଶାକ୍ତ ପରମ୍ପରାର ପୀଠ କଳାହାଣ୍ଡି ସପ୍ତମାତୃକା ଶୈବ ପୀଠ ରକ୍ତ ରଞ୍ଜିତ"

ଆଜିର ଦିନରେ ଦିଲ୍ଲୀ ହୋଇଥିଲା ଭାରତର ରାଜଧାନୀ

ଭୁବନେଶ୍ୱର;୧୩,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜିର ଦିନରେ ଅର୍ଥାତ ୧୩ ପ୍ରେବୃୟାରୀରେ ନୂଆ ଦିଲ୍ଲୀ ରାଜଧାନୀ ରୂପେ ଘୋଷିତ ହୋଇଥିଲା।୧୩ ପ୍ରେବୃୟାରୀ ୧୯୩୧ରେ ତତ୍କାଳୀନ ବ୍ରିଟିଶ ଗଭର୍ଣର ଜେନେରାଲ ଲର୍ଡ ଇରବିନ୍ ଅଧିକାରୀକ ରୂପେ ନୂଆ ଦିଲ୍ଲୀକୁ ଭାରତର ରାଜଧାନୀ ରୂପେ ଘୋଷଣା କରିଥିଲେ।ଏହା ପୂର୍ବରୁ କଲିକତା ଭାରତର ରାଜଧାନୀ ଥିଲା,୧୨ ଡିସେମ୍ବର ୧୯୧୧ରେ ତତ୍କାଳୀନ ବ୍ରିଟିଶ ମହାରାଜା ଜର୍ଜ ପଞ୍ଚମ କଲିକତାରୁ ରାଜଧାନୀ ଉଠାଇ ଦିଲ୍ଲୀରେ ସ୍ଥାପନ କରିବାକୁ ଘୋଷଣା କରିଥିଲେ।ଏବଂ ୧୯୨୭ରେ ଦିଲ୍ଲୀର ନାମ ପରିବର୍ତ୍ତନ କରାଯାଇ ନୂଆଦିଲ୍ଲୀ ରଖାଗଲା।

"ଆଜିର ଦିନରେ ଦିଲ୍ଲୀ ହୋଇଥିଲା ଭାରତର ରାଜଧାନୀ"

ଆରମ୍ଭ ହେଲା ଭାଲେଣ୍ଟାଇନ ଉଇକ୍: ପ୍ରେମୀ ଯୁଗଳ ଉତ୍ସାହିତ, ହିନ୍ଦୁ ସଙ୍ଗଠନର ବିରୋଧ

ଭୁବନେଶ୍ୱର;୭,ଫ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆରମ୍ଭ ହେଇଗଲା ଭାଲେଣ୍ଟାଇନ ଉଇକ୍।ପ୍ରେମୀ ଯୁଗଳଙ୍କର ପସନ୍ଦିତ ସପ୍ତାହ।୭ ତାରିଖରେ ରୋଜ ଡେ’ ରୁ ଆରମ୍ଭ ହୋଇ ୮ରେ ପ୍ରପୋଜ୍ ଡେ’,୯ରେ ଚକୋଲେଟ ଡେ’,୧୦ରେ ଟେଡି ଡେ’,୧୧ରେ ପ୍ରମିଜ୍ ଡେ’,୧୨ରେ ହଗ୍ ଡେ’,୧୩ରେ କିସ୍ ଡେ’ ଏବଂ ଶେଷରେ ୧୪ ତାରିଖରେ ଭାଲେଣ୍ଟାଇନ ଡେ’।୭ ତାରିଖ ରୋଜ ଡେ’ ରେ ଗୋଲାପ ଫୁଲ ପ୍ରଦାନ କରି ନିଜର ଭାବ ପ୍ରକାଶ କରିବାର ଦିନ ହୋଇଥିବା ବେଳେ ୮ ତାରିଖ ପ୍ରପୋଜ୍ ଡେ’ ଭାବନା ବ୍ୟକ୍ତ, ସୂଚିତ କରିବାର ଦିନ ହୋଇଥାଏ।୯ ତାରିଖରେ ପ୍ରେମୀ ଯୁଗଳ ଚକଲେଟ ଆଦାନ ପ୍ରଦାନ କରୁଥିବା ବେଳେ ୧୦ ତାରିଖ ଟେଡି ଡେ’ ରେ ଟେଡି ଉପହାର ଦେଇ…

"ଆରମ୍ଭ ହେଲା ଭାଲେଣ୍ଟାଇନ ଉଇକ୍: ପ୍ରେମୀ ଯୁଗଳ ଉତ୍ସାହିତ, ହିନ୍ଦୁ ସଙ୍ଗଠନର ବିରୋଧ"

ଆଉ ସେଭଳି ପାଣ୍ଡିତ୍ୱ କାହିଁ !

– ଦେବପ୍ରସାଦ ମିଶ୍ର କୀର୍ତ୍ତିମାଳିନୀ ବିରପ୍ରସବିନୀ ଓଡ଼ିଶା କାଳେ କାଳେ ବହୁ ଯୋଗୀ, ଜ୍ଞାନୀ, ବିଦ୍ୱାନ, ପଣ୍ଡିତ, ଯୁଗ ପୁରୁଷଙ୍କୁ ଜାତ କରି ଏ ଓଡ଼ିଆ ଜାତି ତଥା ଦେଶର ମହିମା ଯୁଗେ ଯୁଗେ ବୃଦ୍ଧି କରି ଆସିଛି। ସଂସ୍କୃତ ସାହିତ୍ୟ ଅମର। ଏହାର ଅଭିବୃଦ୍ଧିରେ ଓଡ଼ିଶାର ମହାକବି ଜୟଦେବ, ବିଶ୍ୱନାଥ, କବିରାଜ, ଗଦାଧର ରାଜଗୁରୁ, ଗଜପତି କପିଳେନ୍ଦ୍ର, ପୁରୁଷାତ୍ତମ ତଥା ପ୍ରତାପରୁଦ୍ର, କବି ଡିଣ୍ଡିମ ଜୟଦେବ, କବିଚନ୍ଦ୍ର ଦିବାକର, କୋଶଳାନନ୍ଦକାର ଗଙ୍ଗାଧର, ଚିନ୍ତାମଣି, କୃଷ୍ଣ ଦାସ, ଗଜପତି ରାମଚନ୍ଦ୍ର, କବିଚନ୍ଦ୍ର ବିଶ୍ୱନାଥ ସାମନ୍ତରାଜ, ହଳଧର, ଗୋପୀନାଥ, ନରସିଂହ, ରବିରତ୍ନ ପୁରୁଷାତ୍ତମ, ବସୁ ପ୍ରହରାଜ, ରଘୁନାଥ ରଥ, ବକ୍ରବାକ୍ ଚକ୍ରପାଣି, ବ୍ରଜସୁନ୍ଦର, ଗଙ୍ଗ ବଂଶାନୁ ଚରିତ…

"ଆଉ ସେଭଳି ପାଣ୍ଡିତ୍ୱ କାହିଁ !"