ଦଣ୍ଡଯାତ୍ରା ଏବଂ ଉତ୍କଳୀୟଙ୍କ ନବବର୍ଷ

– ଏମ୍.ଭି. ରାଓ ବିଜ୍ଞାନ କହେ, ପୃଥିବୀ ନିଜ ଅକ୍ଷରେ ଘୂରିବା ସହ ସୂର୍ଯ୍ୟ କକ୍ଷରେ ପରିକ୍ରମଣ କରୁଛି। ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଘୂରିବାକୁ ପୃଥିବୀକୁ ଏକ ବର୍ଷ ବା ୩୬୫ଦିନ ଲାଗିଥାଏ। ସେହି ଅନୁସାରେ ବର୍ଷକୁ ବାରମାସ ଏବଂ ବାର ରାଶି ବା ସଂକ୍ରାନ୍ତି। ପ୍ରତ୍ୟେକ ରାଶିର ଦୂରତ୍ୱ ଅତିକ୍ରମ କରିବାକୁ ପୃଥିବୀ ଏକ ମାସ ସମୟ ନେଇଥାଏ। ମାସକ ପରେ ପୃଥିବୀ ଅନ୍ୟ ରାଶିରେ ପ୍ରବେଶ କରେ। ପୃଥିବୀ ଏହି ନୂତନ ରାଶିକୁ ପ୍ରବେଶ କରିବା ଦିନକୁ ସଂକ୍ରାନ୍ତି କୁହାଯାଏ। ବାରଟି ରାଶି ମଧ୍ୟରୁ ମେଷ ରାଶି ହେଉଛି ବର୍ଷର ପ୍ରଥମ ରାଶି ବା ସଂକ୍ରାନ୍ତି। ଯେଉଁଦିନ ପୃଥିବୀ ମୀନ ରାଶି ଅତିକ୍ରମ କରି…

"ଦଣ୍ଡଯାତ୍ରା ଏବଂ ଉତ୍କଳୀୟଙ୍କ ନବବର୍ଷ"

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

– ସଂଗ୍ରାମ କେଶରୀ ସେନାପତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି। ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ। ଚାନ୍ଦ୍ରମାନ ପଦ୍ଧତିରେ ପୂର୍ଣ୍ଣିମାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ଗଣନା ହୁଏ। କିନ୍ତୁ ସୌରମାନ ପଦ୍ଧତି ଏହାଠାରୁ ସଂପୂର୍ଣ୍ଣ ଭିନ୍ନ। ପୃଥିବୀରେ ଥିବା କ୍ରାନ୍ତିବୃତ୍ତକୁ ବାର ଭାଗରେ ବିଭକ୍ତ କରା ଯାଇ ଏହି ବାର ଭାଗକୁ ବର୍ଷର ବାରମାସ ହିସାବରେ ଗଣନା କରାଯାଇଥାଏ |…

"ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି"

ଅକ୍ଷୟତୃତୀୟା ପାଇଁ ଦରଜୀ ସେବକଙ୍କ ପ୍ରସ୍ତୁତି

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଗାମୀ ୧୮ ତାରିଖରେ ପବିତ୍ର ଅକ୍ଷୟତୃତୀୟା। ଏହି ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ ସହ ରଥକାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ଆଗେଇଛି ପ୍ରଶାସନିକ ପ୍ରସ୍ତୁତି। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଦରଜୀ ସେବକଙ୍କ ଦ୍ୱାରା କରାଯାଇଛି ବିଭିନ୍ନ କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଉପର ମହଲାରେ ଚାଲିଛି ଏହି କାର୍ଯ୍ୟ। ଚାପର ସୈାନ୍ଦର୍ଯ୍ୟକରଣ ପାଇଁ ମଖମଲ କଳାରେ ବିଭିନ୍ନ ଜିନିଷ ତିଆରି କରାଯାଇଛି। ଦରଜୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଦରଜୀମାନେ ଚାପ, ଚାନ୍ଦୁଆ, ଚାପ ମଣ୍ଡଳୀ, ମାଣ୍ଡି, ମୃଦଙ୍ଗ ଓଲାର, ଛତି, ତ୍ରାସ, ସୁନା ବିଛଂଣା, ଶେଜ, ତଲୱାର ମୁଣି, ରୂପା ବିଛଂଣା, ଆଲଟ ବଟୁଆ, ମୁଣି ଆଦି ତିଆରି କରୁଛନ୍ତି।…

"ଅକ୍ଷୟତୃତୀୟା ପାଇଁ ଦରଜୀ ସେବକଙ୍କ ପ୍ରସ୍ତୁତି"

ମହାନ ପଣାସଂକରାନ୍ତି

ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି ଏପ୍ରିଲ ଚଉଦ ଦିନ, ପ୍ରତିବର୍ଷ ପଡ଼େ ପଣାସଂକରାନ୍ତି ଏକଥା ନୁହଁଇ ଆନ ।।୧।। ମେଷ ସଂକରାନ୍ତି ଓଡ଼ିଆ ପୁଅର ସବୁଠୁ ବଡ଼ ପରବ, ଉତ୍କଳୀୟଙ୍କର ନବବର୍ଷ ଅଟେ ଏ ତ ଆମ ଗଉରବ ।।୨।। ହିନ୍ଦୁ ଭକ୍ତଙ୍କର ଉପବାସ ଦିନ ଶିବ ଚତୁଃର୍ଦଶୀ ତିଥି ଶନି ତ୍ରୟୋଦଶୀ ହନୁମାନ ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି ।।୩।। ମେଷ ପଣା ହୁଏ ନବାତ, କଦଳୀ ଗଂଜାଇ, ଗୋଲିକି ନେଇ ସାହି ସାହି ବାଣ୍ଟ ପ୍ରୀତିର ଡୋରରେ ପ୍ରତିଟି ଘରକୁ ଯାଇ।।୪।। ଆମ୍ଭ ସମ୍ବିଧାନ ପ୍ରଣେତା ଅଟନ୍ତି ଡକ୍ଟର ଆମ୍ବେଦକର, ପଣା ସଂକରାନ୍ତି ସମସ୍ତେ ପାଳନ୍ତି ମହାନ୍ ଜନ୍ମଦିନର ।।୫।। ଜନ୍ମୋତ୍ସବ ପରା ସାଦରେ…

"ମହାନ ପଣାସଂକରାନ୍ତି"

ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି

– ଦେବବ୍ରତ ଦେବତା ବୈଦିକ ଯୁଗରୁ ଅଦ୍ୟାବଧି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୁନି ଋଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମ୍ମାନ ଓ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଚେତନାଶୀଳ ମଣିଷର ସତେ ଯେମିତି ଏହା ବିଧି ବିଧାନ। ବାହ୍ୟ ଔପଚାରିକାତାର ପରିବର୍ତ୍ତନ ଘଟୁଥିଲେ ମଧ୍ୟ ଆତ୍ମାର ପରିବର୍ତ୍ତନ ଘଟି ନାହିଁ। ପ୍ରାଦେଶିକ ସ୍ତରରେ ବିଭିନ୍ନ ଭାଷା ଭାଷୀ ଲୋକଙ୍କ ଚାଲି ଚଲଣ, ବେଶଭୂଷା, ଧାର୍ମିକ ଭାବନା, ଆହାର ପାନୀୟ, ଆଚାର ବିଚାରରେ ଭିନ୍ନତା ପରିଲକ୍ଷିତ ହୁଏ। ଗ୍ରହ, ନକ୍ଷତ୍ର, ତିଥୀ, ବାରକୁ ଲକ୍ଷକରି ସମାଜରେ ବିଭିନ୍ନ ଜାତି, ଧର୍ମ ଓ ସଂପ୍ରଦାୟରଲୋକେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ଓ ବ୍ରତ, ଓଷା…

"ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି"