ବିଧାୟକ କିମ୍ବା ବିଜେଡି ଦଳ ଭଦ୍ରକ ହିଂସାକାଣ୍ଡ ପାଇଁ ଦାୟୀ ନୁହଁନ୍ତି : ସାଂସଦ ଅର୍ଜୁନ ସେଠୀ

ଭଦ୍ରକ, ୨୨/୪(ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଗତକାଲି ବିଜେପିର ରାଜ୍ୟ ମୁଖପାତ୍ର ସର୍ଜନ ଶର୍ମା ଭଦ୍ରକ ହିଂସାକାଣ୍ଡ ଘଟଣାରେ ସ୍ଥାନୀୟ ସାଂସଦ ତଥା ଜିଲା ବିଜେଡି ସଭାପତି ଅର୍ଜୁନ ଚରଣ ସେଠୀ ଓ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ଆଜି ତାହାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତାଙ୍କ ସମେତ ବହୁ ଜିଲା କର୍ମକର୍ତ୍ତା ଦୃଢ ଭାବେ ଖଣ୍ଡନ କରିଛନ୍ତି। ଏବଂ ସାଂସଦ ଭଦ୍ରକ ହିଂସାକାଣ୍ଡ ଘଟଣାରେ ବିଧାୟକ ଓ ତାଙ୍କ ପୁତ୍ରଙ୍କ ସଂପୃକ୍ତିକୁ ନେଇ ଦିଲ୍ଲୀରେ ଦେଇଥିବା ବୟାନକୁ ଶ୍ରୀ ସେଠୀ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରି ଏହାକୁ ପ୍ରତ୍ୟେକ୍ଷ ଭାବେ…

"ବିଧାୟକ କିମ୍ବା ବିଜେଡି ଦଳ ଭଦ୍ରକ ହିଂସାକାଣ୍ଡ ପାଇଁ ଦାୟୀ ନୁହଁନ୍ତି : ସାଂସଦ ଅର୍ଜୁନ ସେଠୀ"

କଂଗ୍ରେସ ସଂଖ୍ୟାଲଘୁ ଅଧ୍ୟକ୍ଷ ନୱାଜଙ୍କ ଭଦ୍ରକ ହିଂସାକାଣ୍ଡ ଜନିତ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା

ଭଦ୍ରକ, ୨୨/୪(ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ)  : ଆଜି ଭଦ୍ରକ ହିଂସାକାଣ୍ଡ ଅଂଚଳ ପରିଦର୍ଶନାରେ ଆସିଥିବା କଂଗ୍ରେସ ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମହମ୍ମଦ ସାହା ନୱାଜ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି ସହରର ସ୍ଥିତି କ୍ରମଶଃ ସୁଧୁରଥିବା ବିଷୟ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କାଳରେ ସୂଚନା ଦେଇଛନ୍ତି। ଆଜି ଅଧ୍ୟକ୍ଷ ଶ୍ରୀ ନୱାଜ ଭଦ୍ରକରେ ପହଞ୍ଚିବା ପରେ ସେକ୍ ଦିଲାବର ମହମ୍ମଦ, ସେକ୍ ଫାରୁକ, ସୟଦ ଅସରଫ ଅଲ୍ଲୀ ଓ ମୌଲନା ରୌସନ ଜମିରଙ୍କ ସହ କଚେରୀ ବଜାର, ଚରମ୍ପା, ଚନ୍ଦନବଜାର, ପୁରୁଣାବଜାର, ବାଙ୍କାବଜାର ଓ ଲାହାପଟି ଭଳି ଅଂଚଳ ପରିଦର୍ଶନ କରି ଉଭୟ ସଂପ୍ରଦାୟର କ୍ଷତିଗ୍ରସ୍ତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।…

"କଂଗ୍ରେସ ସଂଖ୍ୟାଲଘୁ ଅଧ୍ୟକ୍ଷ ନୱାଜଙ୍କ ଭଦ୍ରକ ହିଂସାକାଣ୍ଡ ଜନିତ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା"

ଭଦ୍ରକ : ବର୍ଷ ବର୍ଷ ଧରି ଚାଲିଛି କାମ, ସରୁନି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ

ଭଦ୍ରକ, ୨୧/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଗ୍ରୀଷ୍ମ ଋତୁର ମୁଣ୍ଡ ଫଟା ତାତିରୁ ତ୍ରାହି ସହ ଜନସାଧାରଣଙ୍କୁ ପାଇପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛନ୍ତି। ହେଲେ ଏହି ଜିଲାର ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଠିକାଦାରଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁଥିଲେ ହେଁ ତାହା ସରିବାର ନା ଧରୁନି। ଅନ୍ୟପକ୍ଷରେ ବିଭିନ୍ନ ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ଓ ରାସ୍ତା ପାଶ୍ୱର୍ରେ ଟ୍ୟାପ ବସାଯିବାର ଯୋଜନା ରଖି ନିର୍ମାଣ କରାଯାଇଥିବା ପକ୍କା ୱାଲ ଗୁଡିକର ସୁଫଳ ନ ହେବାରୁ କେଉଁଠି ଏହା ଭାଙ୍ଗି ନଷ୍ଟ ହେଲାଣି…

"ଭଦ୍ରକ : ବର୍ଷ ବର୍ଷ ଧରି ଚାଲିଛି କାମ, ସରୁନି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ"

ଭଦ୍ରକ : ୩ମାସ ଭତ୍ତା ପାଇବା ପରେ ରେଜିଷ୍ଟରରୁ ନାଁ କଟିଗଲା

ଭଦ୍ରକ, ୨୧/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ରାଜନେତାଙ୍କ ପାଖରେ ହଜିଯାଇଛି ମାନବିକତା। ଏହି ଜିଲାର ଚାନ୍ଦବାଲି ବ୍ଲକରେ ଶାଷକ ଦଳର ଏବେ ଚାଲିଛି ବାହୁବଳୀ ରାଜନୀତି। ଚଳିତ ପଞ୍ଚାୟତ ନିର୍ବାଚନରେ ଶାଷକ ଦଳକୁ ଭୋଟ ନ ଦେଲେ କେଉଁଠି ପଡିକାର୍ଡ କଟାଯାଉଛି ତ’ କେଉଁଠି ବୃଦ୍ଧବୁଦ୍ଧାଙ୍କର ବାର୍ଦ୍ଧକ୍ୟ ଭତ୍ତାକୁ ବନ୍ଧ କରିଦିଆଯାଉଛି। କିଛିଦିନ ତଳେ ପଞ୍ଚାୟତ ନିର୍ବାଚନ ଅଚରଣ ବିଦ୍ଧି ସମୟରେ କିଛି ପଞ୍ଚାୟତରେ ୩୦ଜଣଙ୍କର ପଡିକାର୍ଡ କଟାଯାଇଥିଲା। ପୁଣି ଏବେ ଏକ ଅମାନବିକତା ଦେଖିବାକୁ ମିଳିଛି ଶଳେଶ୍ୱରପୁର ପଞ୍ଚାୟତରେ। ଜଳେଶ୍ୱରପୁର ପଞ୍ଚାୟତର ୬୦ରୁ ୬୨ ବର୍ଷ ମ୍ମରେ ୪ଜଣ ବୃଦ୍ଧ ୩ ମାସ ଭତ୍ତା ପାଇବା ପରେ ସରକାରୀ ରେଜିଷ୍ଟରରେ ତାଙ୍କ…

"ଭଦ୍ରକ : ୩ମାସ ଭତ୍ତା ପାଇବା ପରେ ରେଜିଷ୍ଟରରୁ ନାଁ କଟିଗଲା"

ଭଦ୍ରକ : ବାଲି ମାଫିଆଙ୍କ ଅବାଧ ବାଲି ଉତ୍ତୋଳନ, ବୈତରଣୀକୁ ଧସିଲା ନିର୍ମାଣଧୀନ ସୁରକ୍ଷା ବନ୍ଧ

ଭଦ୍ରକ, ୨୧/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ଜିଲା ସୀମାନ୍ତବର୍ତ୍ତୀ ଚାନ୍ଦବାଲି ବ୍ଲକ ବୋଡକ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ବିଗତ କିଛିବର୍ଷ ହେବ ତା’ର ଗତିପଥ ବଦଳାଇ ଜନବସତି ଆଡକୁ ମାଡି ଆସିବା ସହ ଯାତାୟାତ ନିମନ୍ତେ ଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଧୋଇ ନେଉଛି। ଏବେ ଉକ୍ତ ସ୍ଥାନରେ ସ୍ଥାୟୀ ବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ବାଲି ମାଫିଆଙ୍କ ଅବାଧ ବାଲି ଉତ୍ତୋଳନ ଯୋଗୁଁ ପୁନର୍ବାର ବୋଡକ ନିକଟରେ ପ୍ରାୟ ୨ଶହ ଫୁଟ୍ ନଦୀର ସୁରକ୍ଷାବନ୍ଧ ବୈତରଣୀ ଗର୍ଭକୁ ଧସି ଯାଇଛି। ଫଳରେ ବୋଡକ ଗାଁ ସମେତ ଆଖଣ୍ଡଳମଣି ଓ ଯାଜପୁରର ମା’…

"ଭଦ୍ରକ : ବାଲି ମାଫିଆଙ୍କ ଅବାଧ ବାଲି ଉତ୍ତୋଳନ, ବୈତରଣୀକୁ ଧସିଲା ନିର୍ମାଣଧୀନ ସୁରକ୍ଷା ବନ୍ଧ"

ଭିଜିଲାନ୍ସ ଟ୍ରାପ୍ ରେ ଧରାପଡିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଭଦ୍ରକ, ୨୧/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରି ଆଇଚ ଜଣେ ହିତାଧିକାରୀଙ୍କ ଠାରୁ ବିଜ୍ଜୁ ପକ୍କା ଗୃହର ୨ୟ ବିଲ୍ କରିଦେବା ଲାଗି ଲାଞ୍ଚ ନେଇଥିବା ଅଭିଯୋଗରେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ଦଳ ଗିରଫ୍ କରିଛି। ସକାଳ ପ୍ରାୟ ୭ ଘଟିକା ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖସ୍ଥ ତାଙ୍କ ଭଡା ଘରେ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ହିତାଧିକାରୀଙ୍କ ଦିଅର ଉକ୍ତ ଟଙ୍କା ଦେଇସାରିବା ପରେ ଭିଜିଲାନ୍ସ ଦଳ ନରହରିଙ୍କୁ କାବୁ କରିଥିଲା। ନରହରିଙ୍କଙ୍କ ପ୍ୟାଣ୍ଟ ପକେଟରୁ ଭିଜିଲାନ୍ସ ବିଭାଗ ଦ୍ୱାରା ପୂର୍ବରୁ ଦିଆଯାଇଥିବା ଉକ୍ତ ରଙ୍ଗବୋଳା ଟଙ୍କା…

"ଭିଜିଲାନ୍ସ ଟ୍ରାପ୍ ରେ ଧରାପଡିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ"

ଭଦ୍ରକ ହିଂସାକୁ ନେଇ ଜିଲ୍ଲା ବିଜେଡ଼ି ରାଜନିତୀରେ ହଟଚମଟ

– ସହରରେ ସାମ୍ପ୍ରଦାୟିକ ସଦଭାବ ନଷ୍ଟ କରିଛନ୍ତି ଭଦ୍ରକ ବିଧାୟକ – ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ ମହାପାତ୍ର ଭଦ୍ରକ, ୨୧/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ବିଜୁ ଜନତା ଦଳ ଏବେ ଭଦ୍ରକରେ ‘ଭଦ୍ରକ ଯୁଗଳ ଦଳ’ରେ ପରିଣତ ହୋଇଛି ବୋଲି ଆଜି ଜିଲାର ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ ମହାପାତ୍ର ନିଜ ବାସଭବନରେ ଆହୂତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ତାଙ୍କ ପୁତ୍ର ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିଛନ୍ତି। ୧୯୭୩ ମସିହାରୁ ଆଜି ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକ ଭଦ୍ରକର ସଂଝ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଉଦଭ୍ରାନ୍ତ କରିଛନ୍ତି। ସେମାନଙ୍କୁ ଭଲ…

"ଭଦ୍ରକ ହିଂସାକୁ ନେଇ ଜିଲ୍ଲା ବିଜେଡ଼ି ରାଜନିତୀରେ ହଟଚମଟ"

ଭଦ୍ରକ ହିଂସା ଜନିତ କର୍ଫ୍ୟୁ ଯୋଗୁଁ ବାଧାପ୍ରାପ୍ତ ହୋଇଛି ସହରର ଅର୍ଥନୀତି, କ୍ଷତିଗ୍ରସ୍ତ ହୋଇଛନ୍ତି ପଡୋଶୀ ଜିଲାର ବ୍ୟବସାୟୀ

– ପ୍ରଥମ ଦଫାରେ ୩୬ ଜଣଙ୍କୁ ୧୪ ଦିନିଆ ରିମାଣ୍ଡରେ ଆଣି ଏସ୍ ଡିଜେଏମ୍ ଙ୍କ କୋର୍ଟରେ ହାଜର କଲା ପୁଲିସ ଭଦ୍ରକ, ୨୧/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ସମଗ୍ର ଉତ୍ତର ଓଡ଼ିଶାରେ ଭଦ୍ରକ ସହର ଏକମାତ୍ର ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ପରିଚିତ ଥିବାବେଳେ ଦୀର୍ଘ ୧୫ଦିନ ହେବ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀ ସଂପର୍କିତ ଅଶାଳୀନ ମନ୍ତବ୍ୟକୁ ନେଇ ଘଟିଯାଇଥିବା ହିଂସାକାଣ୍ଡ ଜନିତ କର୍ଫ୍ୟୁ ଏହାର ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିଛି। ବିଶେଷକରି ବାଲେଶ୍ୱର, ଯାଜପୁର ଓ କେନ୍ଦୁଝର ଭଳି ପଡୋଶୀ ଜିଲାର ବହୁ ବ୍ୟବସାୟୀଙ୍କର ଜୀବନଜୀବିକା ଏହି ସହରର ବ୍ୟବସାୟିକ ଉପାର୍ଜନ ଉପରେ ନିର୍ଭର କରୁଥିବାବେଳେ ହିଂସା ପରବର୍ତ୍ତୀ…

"ଭଦ୍ରକ ହିଂସା ଜନିତ କର୍ଫ୍ୟୁ ଯୋଗୁଁ ବାଧାପ୍ରାପ୍ତ ହୋଇଛି ସହରର ଅର୍ଥନୀତି, କ୍ଷତିଗ୍ରସ୍ତ ହୋଇଛନ୍ତି ପଡୋଶୀ ଜିଲାର ବ୍ୟବସାୟୀ"

ଭଦ୍ରକ : ଆଖଣ୍ଡଳମଣି ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳ ମାନ୍ୟତା ଦାବି

ଭଦ୍ରକ, ୨୦/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଜାତୀୟ ପର୍ଯ୍ୟଟନସ୍ଥଳ ମାନ୍ୟତା ପାଇଁ ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଗତ ୧୫ ଓ ୧୬ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଇଥିବା ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ଆଖଣ୍ଡଳମଣି ପୀଠର ସେବାୟତ ଓ ବୁଦ୍ଧିଜୀବୀ ଭେଟିବା ସହିତ ପୀଠର ଇତିହାସ ଓ ମନ୍ଦିର ସଶ୍ଛକୟଙ୍କର ଆଲୋଚନା କରିବା ସହ ପୀଠର ଉନ୍ନତି ନିମନ୍ତେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ବାବା ଆଖଣ୍ଡଳମଣିଙ୍କ ପୀଠକୁ ପ୍ରତିଦିନ ତଥା ବିଭିନ୍ନ ପର୍ବପର୍ବାଣି…

"ଭଦ୍ରକ : ଆଖଣ୍ଡଳମଣି ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳ ମାନ୍ୟତା ଦାବି"

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୂଳେ ଭଦ୍ରକ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ଗାଡିରୁ ହଟିଲା ନାଲିବତି

ଭଦ୍ରକ, ୨୦/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଗଣତାନ୍ତ୍ରିକ ମୂଲ୍ୟବୋଧର ସ୍ଥାପନ ପାଇଁ କେନ୍ଦ୍ର ସରକାର ଭିଆଇପି ସଂସ୍କୃତିର ଅବସାନ ଘଟାଇବାକୁ ଯାଇ ଭିଆଇପି ମାନଙ୍କ ଗାଡିରୁ ନାଲିବତି ହଟାଇବାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିମୂଳେ ଆସନ୍ତା ମଇ ୧ ତାରିଖରୁ ବହୁ ବିଶିଷ୍ଟ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିବିଶେଷଙ୍କ ଗାଡିରେ ଆଉ ଏହି ଆଲୋକ ଦେଖିବାକୁ ମିଳିବ ନାହିଁ। ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏଭଳି ନିଷ୍ପତ୍ତିରେ ଉତ୍ସାହିତ ହୋଇ କେନ୍ଦ୍ର ସରକାର ବୁଧବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ଏହି ନିଷ୍ପତ୍ତି ଗ୍ରହଣ ପୂର୍ବକ ମୁଖ୍ୟମନ୍ତ୍ରୀ…

"କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୂଳେ ଭଦ୍ରକ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ଗାଡିରୁ ହଟିଲା ନାଲିବତି"