ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା

– ଦେଶର ୪୫ ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ୪୮୨ କୋଟି ଟଙ୍କାର ସହାୟତା ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଦେଶରେ ଥିବା ୪୫ ଟି ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୪୮୨ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ ରାଜ୍ୟମାନେ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଖାଦ୍ୟ ସୁରକ୍ଷା ଓ ପୋøଷ୍ଟିକତା ଉପରେ ଏଫଏସଏସଏଆଇ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କର ପ୍ରଥମ ଗୋଲଟେବୁଲ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର…

"ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା"

କେନ୍ଦ୍ର କ୍ୟାବିନେଟ ନିଷ୍ପତି

– ପ୍ରମୁଖ କ୍ଷେତ୍ରରେ ଆହୁରି କୋହଳ ହେଲା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି – ଏଫଡିଆଇ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ – ଏକକ ବ୍ରାଣ୍ଡ ଖୁଚୁରା କାରବାର ପାଇଁ ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇ – ନିର୍ମାଣ ବିକାଶ କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇ – ଏୟାର ଇଣ୍ଡିଆର ଅନୁମତିପ୍ରାପ୍ତ ମାର୍ଗରେ ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ୪୯% ପର୍ଯ୍ୟନ୍ତ ନିବେଶ ଅନୁମତି – ପ୍ରାଥମିକ ବଜାର ଜରିଆରେ ପାୱାର ଏକ୍ସଚେଞ୍ଜ କ୍ଷେତ୍ରରେ ନିବେଶ ପାଇଁ ଏଫଆଇଆଇ/ଏଫପିଆଇଗୁଡ଼ିକୁ ଅନୁମତି – ଏଫଡିଆଇ ନୀତିରେ ‘ମେଡିକାଲ ସରଞ୍ଜାମ’ର ସଂଜ୍ଞାରେ ସଂଶୋଧନ ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିରେ…

"କେନ୍ଦ୍ର କ୍ୟାବିନେଟ ନିଷ୍ପତି"

ସାମ୍ପ୍ରତିକ ଆର୍ଥିକ ବ୍ୟବସ୍ଥା ଓ ଭବିଷ୍ୟତ ପନ୍ଥା ସମ୍ପର୍କରେ ୪୦ଜଣ ଅର୍ଥଶାସ୍ତ୍ରୀ, ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୁଆଦିଲ୍ଲୀଠାରେ ୪୦ଜଣ ବରିଷ୍ଠ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାର ବିଷୟବସ୍ତୁ ଥିଲା “ଆର୍ଥିକ ନୀତି ଏବଂ ଭବିଷ୍ୟତ ପନ୍ଥା”। ନୀତି ଆୟୋଗଙ୍କ ପକ୍ଷରୁ ଏହି ମତ ବିନିମୟ ଓ ବିଚାର ବିମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଲୋଚନା କାଳରେ ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞମାନେ ମାକ୍ରୋ ଇକୋନୋମି, କୃଷି ଗ୍ରାମ୍ୟ ବିକାଶ, କର୍ମ ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ବିନିର୍ମାଣ, ରପ୍ତାନୀ, ସହରାଂଚଳ ବିକାଶ, ଭିତିଭୂମି ଏବଂ ସଂଯୋଗୀକରଣ ଉପରେ ନିଜ ନିଜର ବିସ୍ତୃତ ମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଏହି ଅବସରରେ ଉପସ୍ଥିତ…

"ସାମ୍ପ୍ରତିକ ଆର୍ଥିକ ବ୍ୟବସ୍ଥା ଓ ଭବିଷ୍ୟତ ପନ୍ଥା ସମ୍ପର୍କରେ ୪୦ଜଣ ଅର୍ଥଶାସ୍ତ୍ରୀ, ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ"

ଏମପିଲାଡ୍ ସ୍କିମ୍ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟଙ୍କ ନିଷ୍ପତି

– ବାର୍ଷିକ ୩୯୫୦ କୋଟି ଟଙ୍କାର ବ୍ୟୟବରାଦ – ଜିଲ୍ଲା, ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସାମର୍ଥ୍ୟ ବୃଦ୍ଧି ଓ ପ୍ରଶିକ୍ଷଣ ପାଇଁ ବାର୍ଷିକ ଅତିରିକ୍ତ ୫ କୋଟି ଟଙ୍କାର ବ୍ୟବସ୍ଥା ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ସାଂସଦ ଆଂଚଳିକ ବିକାଶ କାର୍ଯ୍ୟକ୍ରମ – ଏମପିଲାଡ୍ ସ୍କିମ୍ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ଜାରି ରହିବ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। କ୍ୟାବିନେଟ ନିଷ୍ପତି ଅନୁସାରେ ଆଗାମୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ସ୍କିମ ସାଂସଦମାନଙ୍କ ପାଇଁ ଜାରି ରହିବ। ଏମପିଲାଡ୍ ସ୍କିମ୍ ପାଇଁ ବାର୍ଷିକ…

"ଏମପିଲାଡ୍ ସ୍କିମ୍ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟଙ୍କ ନିଷ୍ପତି"

ସରକାରୀ ମଦ ଦୋକାନର ଗ୍ରାହକ ସଂଖ୍ୟାଧିକ ଯୁବକ ଓ ଛାତ୍ର : ମଦମୁକ୍ତି ଅଭିଯାନ ସର୍ଭେ

ଭୁବନେଶ୍ୱର, ୧୦ା୧(ଓଡ଼ିଆ ପୁଅ): ଓଡ଼ିଶାରେ ନିଶାଡ଼ିଙ୍କ ହାର ଜାତୀୟ ହାର ଠାରୁ ଅଧିକ ହୋଇଥିବା ବେଳେ ମଦ କିଣୁଥିବା ଲୋକଙ୍କ ଭିତରୁ ଅଧିକାଂଶ ଯୁବବର୍ଗର। ଏହାଠାରୁ ଆହୁରି ଉଦ୍‌ବେଗର କଥା ହେଉଛି ଯେତେସଂଖ୍ୟକ ଯୁବକ ମଦ କିଣୁଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟୁନ ୬୨ ପ୍ରତିଶତ ଛାତ୍ର। ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ଉଦ୍‌ବେଗଜନକ ତଥ୍ୟ ମିଳିଛି। ଗତ ଡିସେମ୍ବର ୨୪ ତାରିଖରୁ ଚଳିତ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ବିଦେଶୀ ମଦ ଦୋକାନର ଗ୍ରାହକମାନଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ମଦ କିଣୁଥିବା ଲୋକଙ୍କ ଭିତରୁ ଦୁଇ ପ୍ରତିଶତ ହେଉଛନ୍ତି…

"ସରକାରୀ ମଦ ଦୋକାନର ଗ୍ରାହକ ସଂଖ୍ୟାଧିକ ଯୁବକ ଓ ଛାତ୍ର : ମଦମୁକ୍ତି ଅଭିଯାନ ସର୍ଭେ"

ଧର୍ମେନ୍ଦଙ୍କ ମନ୍ତବ୍ୟକୁ ବିରୋଧ କଲେ ବ୍ରାହ୍ମଣ: ଧର୍ମେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ଥଫା ଦିଅନ୍ତୁ ଏବଂ ବ୍ରାହ୍ମଣ ମାନଙ୍କୁ କ୍ଷମାମାଗନ୍ତୁ ବୋଲି ସେମାନେ ଦାବି

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବ୍ରାହ୍ମଣକୁ ଭିକ୍ଷାମାଗୁଥିବା କହି ଦାମଙ୍କ ମନ୍ତ୍ରୀ ପଦ ଯିବା ପରେ ପୁନର୍ବାର ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ଧମେନ୍ଦ୍ର ପ୍ରଧାନଙ୍କ ବ୍ରାହ୍ମଣ ବିରୋଧ ମନ୍ତବ୍ୟକୁ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାମ ବ୍ରାହ୍ମଣଙ୍କ ମନ୍ତବ୍ୟ ପାଇଁ ନିଲମ୍ବିତ ହୋଇନାହାଁନ୍ତି କହି ୩ୟ ମହଲାରେ ତାଙ୍କର ଖରାପ ସଂପର୍କ ହେବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବିତାଡିତ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି। ଏଣୁ ଦାମଙ୍କୁ ଧମେନ୍ଦ୍ର ସମର୍ଥନ କରୁଛନ୍ତି। ଦାମ ଯେଉଁ ବ୍ରାହ୍ମଣଙ୍କ ଉପରେ ମନ୍ତବ୍ୟ ଦେଇଥିଲେ ଧର୍ମେନ୍ଦ୍ର ତାହାକୁ ସମର୍ଥନ କରିବାରୁ ତାଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ବିଦା କରାଯାଉ…

"ଧର୍ମେନ୍ଦଙ୍କ ମନ୍ତବ୍ୟକୁ ବିରୋଧ କଲେ ବ୍ରାହ୍ମଣ: ଧର୍ମେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ଥଫା ଦିଅନ୍ତୁ ଏବଂ ବ୍ରାହ୍ମଣ ମାନଙ୍କୁ କ୍ଷମାମାଗନ୍ତୁ ବୋଲି ସେମାନେ ଦାବି"

ଅମୁଣିଆ ମହାପ୍ରସାଦ ବିକ୍ରୀ ଅଭିଯୋଗରେ ଦୀକ୍ଷିତ ସୁଆରଙ୍କୁ ନିଲମ୍ବନ କଲା ପ୍ରଶାସନ

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଅମୁଣିଆ ପ୍ରସାଦ ବିକ୍ରୀ କରି କୋଠ ଭୋଗ, ବଡୁ ସୁଆର ବଡୁ ଦୀକ୍ଷିତ, ସୁଆର ମହାସୁଆର ନିଯୋଗରେୁ ବିତାଡିତ ହୋଇଛି। ବିଧୀବତ ତଦନ୍ତ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ସେବାରୁ ସଂପୂର୍ଣ୍ଣ କାହିଁକି ବହିସ୍କାର କରାନ ଯିବ ସେ ନେଇ ଉତର ରଖିବାକୁ ନିର୍ଦ୍ଧିଷ୍ଟ ରଖାଯାଇଛି। ଶ୍ରୀମନ୍ଦିର କମାଣ୍ଡର ତଦନ୍ତ କରି ଗତକାଲି ରିପୋର୍ଟ ଦେବାପରେ ଏହି ନିଷ୍ପତି ନିଆଯାଇଛି। ତଦନ୍ତ ବେଳେ ସେ ତାଙ୍କ ସେ ତାଙ୍କର ଦୋଷ ସ୍ୱିକାର କରିଛନ୍ତି। ରିପୋର୍ଟ ଆସିବା ପରେ ସଂପୃକ୍ତ ସେବାୟତଙ୍କ ଉପରେ ଏହି କାର୍ଯ୍ୟନଷ୍ଠାନ ନିଆଯାଇଛି। ପୂର୍ବରୁ ସୁଆର ମହାସୁଆର ନିଯୋଗ ତାଙ୍କୁ ସେବାୟତ ରୁ…

"ଅମୁଣିଆ ମହାପ୍ରସାଦ ବିକ୍ରୀ ଅଭିଯୋଗରେ ଦୀକ୍ଷିତ ସୁଆରଙ୍କୁ ନିଲମ୍ବନ କଲା ପ୍ରଶାସନ"

ପୁରୀ ସହରରେ ଖୋଲା ଖୋଲି ଭାବେ ଚାଲିଛି ବେଆଇନ ମଦ କାରବାର ଓ ଲଟେରୀ ଖେଳ

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ ସହରରେ ଖୋଲାଖୋଲି ଭାବେ ବେଆଇନ ଭାବେ ବିଦେଶୀ ଓ ଦେଶୀ ମଦ ସହରର ପ୍ରମୁଖ ସ୍ଥାନରେ ବିକ୍ରୀ ଚାଲିଥିଲେ ସୁଧା ଅବକାରୀ ବିଭାଗ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନ ଥିବା ଅଭିଯୋଗ ହୋଇଛି। ମାର୍କେଟ ଛକ, ବଡଶଙ୍ଖ, ସ୍ୱର୍ଗଦ୍ୱାର, ଘୋଡାବଜାର, ଅଠରନଳା ଆଦି ସ୍ଥାନରେ ଖୋଲାଖୋଳି ଭାବେ ମଧ୍ୟରାତ୍ର ପର୍ଯ୍ୟନ୍ତ ଚୋରା ମଦ କାରବାର ଚାଲୁଥିଲେ ମଧ୍ୟ ସେଥିପ୍ରତି ଅବକାରୀ ଓ ପୋଲିସ ବିଭାଗ କୈାଣସି ପଦକ୍ଷେପ ନେଉନ ଥିବା ହେଉଛି। ଅପରପକ୍ଷରେ କାଁ ..ଭାଁ କେତୋଟି ଚୋରା ମଦ କାରାବାର ସହିତ ସଂପୃକ୍ତ ଥିବା ବ୍ୟକ୍ତି ଓ ସେମାନଙ୍କ ଠାରୁ ଜବତ କରାଯାଇଥିବା ମଦକୁ ନେଇ ବିଭାଗୀୟ…

"ପୁରୀ ସହରରେ ଖୋଲା ଖୋଲି ଭାବେ ଚାଲିଛି ବେଆଇନ ମଦ କାରବାର ଓ ଲଟେରୀ ଖେଳ"

ଜାତୀୟ ସ୍ତରରେ ଗ୍ଲୋରୀ ଫେଷ୍ଟ ଉଦଘାଟିତ

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗତ ୨ ଦିନ ପୁରୀ ଟାଉନ ହଲ ଠାରେ ମଙ୍ଗଳବାର ସଂଧ୍ୟାରେ ଉଦଘାଟିତ ;ହାଇଛଇ। ଜାତୀୟ ସ୍ତରରେ ଅନ୍ତଃ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ସଂସ୍କୃତି ମହୋତ୍ସବ ୨୩ ତମ ଗ୍ଲୋାରୀ ଫେଷ୍ଟ ୨୦୧୮। ଜାତୀୟଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠତିତ ହେଉଥିବା ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବ୍ରହ୍ମଗିରୀ ବିଧାୟକ ସଂଜୟ ଦାସ ବର୍ମା ସମ୍ମାନୀତ ଅତିଥୀ ଭାବେ ନଗରପାଳ ଜୟନ୍ତ ଷଢଙ୍ଗୀ, ଶ୍ରୀ ଅତୁଲ କୁମାର ନନ୍ଦ, ପ୍ରଫେସର ହରେକୃଷ୍ଣ ଶତପଥୀ, ଡଃ ଭଗବାନ ଜୟ ସଂ, ଡଃ ତିରୁପତି ପାଣିଗ୍ରାହୀ, ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅତିଥୀମାନେ ଏହି…

"ଜାତୀୟ ସ୍ତରରେ ଗ୍ଲୋରୀ ଫେଷ୍ଟ ଉଦଘାଟିତ"

ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ତୁରୁମୁଙ୍ଗା ୧୦-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତର ନିଃନୂଆଁ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ବିଦେଶୀ ମଦ ଦୋକାନ ବନ୍ଦ କରିବା ଦାବିରେ ଶୋଭାଯାତ୍ରାରେ ନିଃନୁଆଁ ଗ୍ରାମରୁ ବାହାରି ତୁରୁମୁଙ୍ଗା ସରପଞ୍ଚଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନିଃନୁଆଁ ଗ୍ରାମବାସୀ ସେହି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ମଦନ ସାହୁଙ୍କ ଘରେ ବିଦେଶୀ ମଦ ଦୋକାନ ଖୋଲୁଥିବାର ସୂଚନା ପାଇ ସମୂହ ଗ୍ରାମବାସୀ ପଂଚାୟତରେ ବିଦେଶୀ ମଦ ଦୋକାନ ସ୍ଥାପନକୁ ବିରୋଧ କରି ସ୍ଥାନୀୟ ସରପଞ୍ଚଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରୁମୁଙ୍ଗା ସରପଞ୍ଚ ଉମେଶ ଦେହୁରୀଙ୍କ ସୂଚନା ମୁତାବକ ସମ୍ପୃକ୍ତ…

"ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ"