ଭାରିଯାନ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ ନେଇ ଉତେଜନା ଏନ୍.ଟି.ପି.ସି କଣିହାଁ ଅଧିକାରୀଙ୍କୁ ମାରପିଟ ଅଭିଯୋଗ

ଅନୁଗୋଳ, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ଏନ୍.ଟି.ପି.ସି ନିକଟସ୍ଥ ଆମ୍ବପାଳ ଗ୍ରାମ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକଙ୍କ ନାମ ବନ୍ଦିଆ ପ୍ରଧାନ ବୋଲି ଜଣା ପଡ଼ିଛି। ସେ ଆରକେଡି ନାମକ କମ୍ପାନୀରେ ଠିକା କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ଆମ୍ବପାଳ ଗ୍ରାମ ନିକଟସ୍ଥ ରାସ୍ତାରେ ଜେ.ଆଇ.ଟି.ପି.ଏଲ କମ୍ପାନୀରେ କୋଇଲା ପରିବହନ ପାଇଁ ନିୟୋଜିତ ଏକ ଟ୍ରକ ଧକ୍କାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ଖବରପାଇଁ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ଡିଜିଏମ୍ (ଏଚ୍ ଆର) ଜାକିର ଖାନ୍, ରାଜେନ୍ଦ୍ର ସାହୁ ଏବଂ ସନ୍ତୋଷ…

"ଭାରିଯାନ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ ନେଇ ଉତେଜନା ଏନ୍.ଟି.ପି.ସି କଣିହାଁ ଅଧିକାରୀଙ୍କୁ ମାରପିଟ ଅଭିଯୋଗ"

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ

ତାଳଚେର, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବାଇପାସ ରାସ୍ତାର ଲିଟିଲ ଆଞ୍ଜେଲ ସ୍କୁଲ ନିକଟରେ ଏକ ଭ୍ୟାନ୍ ଏବଂ ସ୍କୁଟି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଏବଂ ସ୍କୁଟି ଚାଳକ ଗୁରୁତର ଆହତ ହେବା ଘଟଣାକୁ ନେଇ ବୁଧବାର ଦିନ ତମାମ ସ୍ଥାନୀୟ ଶର୍ମାଛକ ଏବଂ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ଫଳରେ ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଯାତାୟତ ଦୀର୍ଘ ଘଂଟା ଧରି ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ, ବାଘୁଆବୋଲ ଅଂଚଳର ମନ୍ତ୍ରୀ ନାଏକ(୫୦) ନିଜ ସ୍କୁଟି (ଓଡି-୩୫-୮୧୭୧) ରେ ବିଷ୍ଣୁ ମାଲୀ (୫୫)ଙ୍କୁ ପଛରେ ବସାଇ ବୁଧବାର ପୂର୍ବାହ୍ନ ୧୦ସମୟରେ ହାଣ୍ଡିଧୂଆ ଅଭିମୂଖେ…

"ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ"

ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ରୋଗୀ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୧୦୮ ଆମ୍ବୁଲାନ୍ସ ଆସିଲାନି। ଘରୋଇ ଆମ୍ବୁଲାନ୍ସ ପାଇଁ ପାଖରେ ପଇସା ନାର୍ହି। ତେଣୁ ଅସହାୟ ହୋଇ ପଡିଥିଲେ ଗଣେଶ ମୁଣ୍ଡାଙ୍କ ପରିବାର। ଗଣେଶଙ୍କ ସ୍ୱାସ୍ଥ୍ର୍ୟାବସ୍ଥା ଗୁରୁତର ହେବାରୁ ଗଣେଶଙ୍କ ଶଳା ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ଟ୍ରଲି ଯୋଗେ ନେଇଥିଲେ। ଏହି ଘଟଣା ଭଦ୍ରକରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ; ଭଦ୍ରକ ବ୍ଲକ କୋରକୋରା ପଞ୍ଚାୟତ ଅଧୀନ ନୂଆସାହି ଗ୍ରାମର ଗଣେଶ ମୁଣ୍ଡା ଗତ ୧ମାସ ଧରି ଅସୁସ୍ଥ ଥିଲେ। ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ରୋଗ କମି ନ ଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ତେଣୁ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ…

"ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ରୋଗୀ"

ବିଜେପୁର ଗୁଳିକାଣ୍ଡକୁ ବିରୋଧ କରି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଇସ୍ତପା ଦାବି ସହ କୁଶ ପୁତ୍ତଳିକା ଦାହ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଜେପୁରରେ ଶାସକ ବିଜେଡ଼ି ଗୁଣ୍ଡାଙ୍କ ଦ୍ୱାରା ବିଜେପି ଯୁବକାର୍ଯ୍ୟକର୍ତ୍ତା ମନୋରଂଜନ ମେହେରଙ୍କୁ ଜୀବନରୁ ମାରିଦେବାକୁ ଧମକ ଓ ଘରେ ପଶି ଗୁଳି ଫୁଟାଇବା ପ୍ରତିବାଦରେ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ଜିଲ୍ଲା କାର୍ଯ୍ୟଳୟରୁ ବାହାରି ନବୀନ ସରକାର ବିରୋଧି ନାରା ଦେଇ ଏକ ଶୋଭାଯାତ୍ରାରେ ବନ୍ତଛକ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ। ଜିଲ୍ଲା ସଭାପତି ଶ୍ରୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଡ଼ା ପ୍ରଦୀପ ନାୟକ, ଜାତୀୟ ପରିଷଦ ସଭ୍ୟ ଶରତ ଦାସ,…

"ବିଜେପୁର ଗୁଳିକାଣ୍ଡକୁ ବିରୋଧ କରି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଇସ୍ତପା ଦାବି ସହ କୁଶ ପୁତ୍ତଳିକା ଦାହ"

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ, ୫ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୂର୍ବ ଶତ୍ରୁତାକୁ ନେଇ ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତର କଲେଇ-ଗଉଡସାହିର ଜଣେ ବ୍ୟକ୍ତିର ଗୃହକୁ କେତେକ ଦୃବୁର୍ତ୍ତ ପୋଡି ଦେଇଥିବା ସଂପର୍କିତ ଅଭିଯୋଗ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କରାଯାଇଛି। ଗୃହକର୍ତ୍ତା ପଞ୍ଚାନନ ବେହେରାଙ୍କ ଅଭିଯୋଗରୁ ଯାହା ଜଣାଯାଏ ତାଙ୍କର ସେହି ଗ୍ରାମର କିଛି ବ୍ୟକ୍ତିଙ୍କ ସହ ପୂର୍ବ ଶତ୍ରୁତା ରହିଥିଲା। ଗତକାଲି ରାତିରେ ପଞ୍ଚାନନ ସପରିବାର ଶୋଇଥିବାବେଳେ ରାତି ପ୍ରାୟ ୨ଟା ସମୟରେ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ମୂଳରେ ସେ କେତେକ ଲୋକଙ୍କୁ ଦାୟୀ କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ତାଙ୍କର ୮ ବଖରା ଘର ସମେତ ୫ ଗାଈ…

"ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ, ୫ ଗୋରୁ ଜୀବନ୍ତ ଦଗ୍ଧ"

ପୁରୀରେ ପ୍ରଚଳିତ ହେଲା ଇ-ଷ୍ଟାପିଙ୍ଗ୍ ବ୍ୟବସ୍ଥା

ପୁରୀ, ୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଶାର ୧୪ ତମ ଜିଲ୍ଲା ଭାବେ ପୁରୀରେ ମଙ୍ଗଳବାର ଠାରୁ ପ୍ରଚଳିତ ହେଲା ଇ-ଷ୍ଟାପିଙ୍ଗ ବ୍ୟବସ୍ଥା। ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ଏହି ନୂତନ ବ୍ୟବସ୍ଥାକୁ ରାଜ୍ୟ ମହାନିବନ୍ଧକ ଉପେନ୍ଦ୍ର ନାଥ ମଲ୍ଲିକ ରିବନକାଟି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ଓ ଉପଜିଲ୍ଲାପାଳ ଅତିଥୀଭାବେ ଯୋଗ ଦାନ କରିଥିଲେ। ଭାରତର ୧୯ ତମ ରାଜ୍ୟ ଭାବେ ଓଡିଶାର ଏହି ବ୍ୟବସ୍ଥା ପ୍ରଚଳନ ହେବାଦ୍ୱାରା ଲୋକମାନେ ବିଶେଷ ଉପକୃତ ହୋଇପାରିବେ। ଅନଲାଇନରେ ଉପଯୋଗ କରିପାରିବେ। ଭେଣ୍ଡର ମାନଙ୍କ ଅପେକ୍ଷା ଇ-ଷ୍ଟାମ୍ପିଙ୍ଗରେ ଲୋକମାନଙ୍କୁ କମ…

"ପୁରୀରେ ପ୍ରଚଳିତ ହେଲା ଇ-ଷ୍ଟାପିଙ୍ଗ୍ ବ୍ୟବସ୍ଥା"

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ପୁରୀ, ୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗତ ୨ ଦିନ ତଳେ ବିଜେପି ନିର୍ବାଚନ ମଣ୍ଡଳୀର ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଗୃହକୁ ଗୁଳିମାଡ ଘଟଣାର ପ୍ରତିବାଦ କରି ମଙ୍ଗଳବାର ଅପରାହ୍ନରେ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଟାଉନଥାନା ନିକଟରେ ପହଂଚିଥିଲା। ଟାଉନଥାନା ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ନବୀନ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଗୁଳିମାଡ ଘଟଣାର ଆସାମୀ ମାନଙ୍କୁ ସମ୍ଭବ ଶୀଘ୍ର ଗିରଫ କରାଯିବା ପାଇଁ ଦାବି କରିଥିଲେ। ଆସାମୀ ମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜିଲ୍ଲାସ୍ତରରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଯୁବମୋର୍ଚ୍ଚାର ସଦସ୍ୟମାନେ ଚେତାଇ ଦେଇଛନ୍ତି। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

"ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ"

ବାଲୁକାକଳାରେ ଓଡିଆ ସ୍ୱାଭିମାନ ବାର୍ତ୍ତା

ପୁରୀ, ୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ନିଜର ଅନନ୍ୟ ବାଲୁକା କଳା ମାଧ୍ୟମରେ ଓଡିଆ ସ୍ୱାଭିମାନରେ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାର୍ତିକ ବାଲୁକା ଶିଳ୍ପୀ ତଥା ସ୍ୟାଣ୍ଡ ଆନିମେସନ ମାନସ କୁମାର ସାହୁ। ମାନସ ଏହି ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି ଯେ ଓଡିଶାର କଳାକୃତି ଓ ମନ୍ଦିର କୀର୍ତିରାଜ ମାନଙ୍କ ପାଇଁ ସାରାବିଶ୍ୱରେ ପ୍ରସିଦ୍ଧଲାଭ କରିଛି। ଶ୍ରୀ ମନ୍ଦିର ସୂର୍ଯ୍ୟ ମନ୍ଦିର ଏମିତି ବହୁ ମନ୍ଦିରଏବଂ କୀର୍ତିରାଜ ଓ ଯାହାକି ବିଶ୍ୱ ଦରବାରରେ ଓଡିଶାକୁ ପରିଚିତ କରାଇଛି। ଯେଉଁ କଳାକାରମାନେ କଳାସ୍ଥାପତ୍ୟକୁ ବିଶ୍ୱର ପ୍ରସିଦ୍ଧ କରାଉଛନ୍ତି।ସେହି ରାଜ୍ୟ ଓଡିଶାରେ କଳାକାର ମାନଙ୍କୁ ଭୂପେଷିତ କରାଯାଉଛି। ଏହି ବିଷୟକୁ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି। ଯେଉଁ…

"ବାଲୁକାକଳାରେ ଓଡିଆ ସ୍ୱାଭିମାନ ବାର୍ତ୍ତା"

ପୁରୀରେ ପହଂଚିଲା ପ୍ରଥମ ରଥକାଠ

ପୁରୀ, ୯/୧: -ଆସନ୍ତା ଜୁଲାଇ ୧୪ରେ ମହାପ୍ରଭୁଙ୍କ ଘୋଷଯାତ୍ରା ତିନି ଠାକୁରଙ୍କ ରଥ ନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟ ରଥକାଠ ସୋମବାର ରାତିରେ ପୁରୀରେ ପହଁଚିଂଛ। ନୟାଗଡ ବନମଣ୍ଡଳ ଦଶପଲ୍ଲା ରେଞ୍ଜରୁ ୨ ଟ୍ରକ୍ ଯୋଗେ ୫୩ ଖଣ୍ଡ ଅସନ ଓ ଧଉରା କାଠ ଆସିଛି। ଏଥିରେ ୨୦ ଫୁଟିଆ ଅସନ ୨୧ ଖଣ୍ଡ, ୧୨ ଫୁଟିଆ ଅସନ ୭ ଖଣ୍ଡ, ୨୦ ଫୁଟିଆ ଧଉରା ୧୦ ଖଣ୍ଡ ଏବଂ ୧୨ ଫୁଟଇଆ ଧଉରା ୧୫ ଖଣ୍ଡ ରହିଛି ବେଲି ଶ୍ରୀମନ୍ଦିର ମୁଖ୍ୟ ତତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ରଥ ରୋଡ ଅନୁଯାୟୀ, ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ…

"ପୁରୀରେ ପହଂଚିଲା ପ୍ରଥମ ରଥକାଠ"

ବେଆଇନ ମଦ ସହ ୬ ଗିରଫ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବେଆଇନ୍ ମଦ କାରବାର ବିରୁଦ୍ଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ବିଭିନ୍ନ ଥାନା ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇ ମଦ ପାଉଚ, ଦେଶୀ ମଦ ଏବଂ ବିଦେଶୀ ମଦ ବୋତଲ ଜବତ କରାଯାଇଛି। ସଦର ଥାନା ପୋଲିସ ନିତ୍ୟାନନ୍ଦ ବେହେରା ଓ ପୂର୍ଣ୍ଣାନନ୍ଦ ନାଥ ନାମକ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଯୁଯୁମୁରା ପୋଲିସ ଦୁର୍ଗାଦେବ ମିର୍ଦ୍ଧା, ଜମେନକିରା ପୋଲିସ ଜଗଦୀଶ ବର୍ଗାପୁଞ୍ଜି, କୁଚିଣ୍ଡା ପୋଲିସ ଶ୍ରୀବତ୍ସ କିଶାନ ଏବଂ ଶାସନ ପୋଲିସ ଉତ୍ତର ଜଗଦ୍ଦଲାଙ୍କୁ ଗିରଫ କରିଛି।

"ବେଆଇନ ମଦ ସହ ୬ ଗିରଫ"