ବେଆଇନ ମଦ ସହ ୬ ଗିରଫ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବେଆଇନ୍ ମଦ କାରବାର ବିରୁଦ୍ଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ବିଭିନ୍ନ ଥାନା ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇ ମଦ ପାଉଚ, ଦେଶୀ ମଦ ଏବଂ ବିଦେଶୀ ମଦ ବୋତଲ ଜବତ କରାଯାଇଛି। ସଦର ଥାନା ପୋଲିସ ନିତ୍ୟାନନ୍ଦ ବେହେରା ଓ ପୂର୍ଣ୍ଣାନନ୍ଦ ନାଥ ନାମକ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଯୁଯୁମୁରା ପୋଲିସ ଦୁର୍ଗାଦେବ ମିର୍ଦ୍ଧା, ଜମେନକିରା ପୋଲିସ ଜଗଦୀଶ ବର୍ଗାପୁଞ୍ଜି, କୁଚିଣ୍ଡା ପୋଲିସ ଶ୍ରୀବତ୍ସ କିଶାନ ଏବଂ ଶାସନ ପୋଲିସ ଉତ୍ତର ଜଗଦ୍ଦଲାଙ୍କୁ ଗିରଫ କରିଛି।

"ବେଆଇନ ମଦ ସହ ୬ ଗିରଫ"

ନୂଆଦିଲ୍ଲୀରେ ପୁଷପୁନି ପାଳିତ

ନୂଆଦିଲ୍ଲୀ, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – – ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ପୁଷପୁନି’ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନୂଆଦିଲ୍ଲୀର ଏମ୍ସର ଫାକଲଟି କ୍ଲବରେ ରବିବାର ୭ ଜାନୁଆରୀ ୨୦୧୮ରେ ଧୂମ୍ଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପଶ୍ଚିମ ଓଡ଼ିଶାର ସୁବିଖ୍ୟାତ ସମ୍ବଲପୁରୀ ନୃତ୍ୟ ତଥା ଓଡ଼ିଶୀ ନୃତ୍ୟ ଇତ୍ୟାଦି ପରିବେଷିତ ହୋଇଥିଲା। ଉତ୍ସବରେ ଦିଲ୍ଲୀ ତଥା ଆଖପାଖ ଅଞ୍ଚଳରୁ ପ୍ରାୟ ୨୫୦ ଜଣ ସଦସ୍ୟ ଯୋଗଦାନ କରିଥିଲେ। ପଶ୍ଚିମ ଓଡ଼ିଶାର ପ୍ରଥାନୁଯାୟୀ ପାରମ୍ପରିକ ଖାଦ୍ୟ ସିଝା ମଣ୍ଡା, ଚାଉଳ ବରା, କାକରା, ସୁଜି ମଣ୍ଡା, ରସବରା, ସମ୍ବଲପୁରୀ ଚାଟ୍ ଇତ୍ୟାଦି ଖାଦ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ଉତ୍ସବରେ…

"ନୂଆଦିଲ୍ଲୀରେ ପୁଷପୁନି ପାଳିତ"

ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼ ପ୍ରତିବାଦରେ ସମ୍ବଲପୁରରେ ବିକ୍ଷୋଭ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବରଗଡ଼ ଜିଲ୍ଲା ବିଜେପୁରର ପଡ଼ାଗ୍ରାମରେ ବିଜେପି ନେତାଙ୍କ ଘର ଉପରକୁ ତିନି ରାଉଣ୍ଡ ଗୁଳି ଚାଳନାକୁ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଘଟଣାର ପ୍ରତିବାଦ ଏବଂ ଏହି ଅପରାଧରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ଗିରଫ ଦାବି ନେଇ ଆଜି ସ୍ଥାନୀୟ ଗୋଲବଜାର ଛକଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାରେ ଅଗ୍ନିସଂଯୋଗ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ନେତା ଡା. ରାଜକୁମାର ବଡ଼ପଣ୍ଡା, ରାଜ୍ୟ ସମ୍ପାଦିକା ଶ୍ରୀମତୀ ସବିତା ନନ୍ଦ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଉପସଭାପତି…

"ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼ ପ୍ରତିବାଦରେ ସମ୍ବଲପୁରରେ ବିକ୍ଷୋଭ"

ଲାଠିପ୍ରହାର ପରେ ୧୪ ଆନ୍ଦୋଳନକାରୀଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବିଭିନ୍ନ ଦାବି ନେଇ ଓଡ଼ିଶା ଆମ୍ବୁଲାନ୍ସ ସାର୍ଭିସ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ଗତକାଲି ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ଉପୁଜିଥିବା ଗଣ୍ଡଗୋଳ ଉପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ଆଜି ସ୍ଥାନୀୟ ଅଦାଲତକୁ ଚାଲାଣ କରାଯାଇଥିଲା। ସ୍ଥାନୀୟ ଟାଉନ ଥାନାର କେଶ ସଂଖ୍ୟା ୧୧/୨୦୧୮ ମୂଳେ ଆଇପିସିର ଧାରା ୧୪୫, ୧୪୭, ୧୪୮, ୨୯୪, ୩୫୩, ୫୦୬, ୩୩୨, ୩୦୭, ୧୪୯, ଓଡ଼ିଶା ଏସ୍ମା ଆଇନ ଏବଂ ପୋଲିସ ଆଇନର ବିଭିନ୍ନ ଦଫାରେ ଏହି ମାମଲା ରୁଜୁ କରାଯାଇଛି। ଆନ୍ଦୋଳନକାରୀଙ୍କ ଢ଼େଲା ମାଡ଼ରେ ୩ ଜଣ ପୋଲିସ…

"ଲାଠିପ୍ରହାର ପରେ ୧୪ ଆନ୍ଦୋଳନକାରୀଙ୍କୁ କୋର୍ଟ ଚାଲାଣ"

ଡୁଆଝର ଗ୍ରାମରେ ଫୁଙ୍କାଝଡା ମାଧ୍ୟମରେ କାମଲ ରୋଗର ଚିକିତ୍ସା, ରୋଗୀଙ୍କ ଲମ୍ବା ଲାଇନ

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ବର୍ତ୍ତମାନ କାମଳରୋଗର ଭୟ ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରହିଅଛି। କାମଳରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁମୁଖରେ ପଡୁଥିବା ବେଳେ ଏହା ପାଣି ଦ୍ୱାରା ହେଉଥିବା ନେଇ ଅନେକ ଡାକ୍ତର ଓ ଗବେଷକ ମାନେ ମତ ଦେଇ ଆସିଛନ୍ତି। ଅପରପକ୍ଷେ ଏହି ରୋଗର ନିରାକରଣ ପାଇଁ କାମଳରୋଗୀଙ୍କ ସୁଅ ଛୁଟିଛି ଜିଲାର ଖଡିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମକୁ। ଏକ ଭିନ୍ନ ନିଆରା ରୂପରେ ଦେଖିବାକୁ ମିଳେ ଏହି ରୋଗର ନିରାକରଣ। ନୂଆପଡା ଜିଲାର ଖଡିଆଳ ସହର ଠାରୁ ମାତ୍ର ୮ କିଲୋମିଟର ଦୂରତାରେ ରହିଛି ଡୁଆଝର ଗ୍ରାମ। ଏହି ଗାଁ କାମଲ ରୋଗର ଝଡାଫୁଙ୍କା ଚିକିତ୍ସା ପାଇଁ…

"ଡୁଆଝର ଗ୍ରାମରେ ଫୁଙ୍କାଝଡା ମାଧ୍ୟମରେ କାମଲ ରୋଗର ଚିକିତ୍ସା, ରୋଗୀଙ୍କ ଲମ୍ବା ଲାଇନ"

ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ କୀଡନି ଡାକ୍ତର ନିଯୁକ୍ତ କରିବାକୁ ଦାବି

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲାର ପ୍ରମୁଖ ସହର ଖଡିଆଳ ସହର। ଖଡିଆଳ ନୂଆପଡା ଜିଲାର ମଧ୍ୟସ୍ଥଳରେ ରହିଥିବା ବେଳେ ଏଠାକାର ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇବା ସକାଶେ ଶତାଧିକ ଲୋକେ ନିର୍ଭର କରିଥାନ୍ତି। ଏପରିକି ନୂଆପଡା ଜିଲାର ଖଡିଆଳ, ବୋଡେନ, ସିନାପାଲି, ପଡୋଶୀ ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା, ତୁରେକେଲା, କଲାହାଣ୍ଡି ଜିଲାର ବୋର୍ଡା ଅଞ୍ଚଳ ଏବଂ ପଡୋଶୀ ଛତିଶଗଡର ରାଜ୍ୟର ଦେଓଭୋଗ ଅଞ୍ଚଳର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ଡାକ୍ତରଖାନାରେ ୩୦୦ରୁ ୪୦୦ ରୋଗୀ ଚିକିତ୍ସିତ ହୋଇଥାନ୍ତି। ହେଲେ ଏଠାରେ ଡାକ୍ତର ସମସ୍ୟାା ନିତିଦିନିଆରେ ପରିଣତ ହୋଇଥିବାରୁ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନିତ…

"ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ କୀଡନି ଡାକ୍ତର ନିଯୁକ୍ତ କରିବାକୁ ଦାବି"

ଏଫଏକ୍ୟୁ ଆଳ ଦେଖାଇ ମଣ୍ଡିଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପ୍ରସଂଗରେ ବିଜେପି କୃଷକମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ “ମଣ୍ଡିଚାଲ ଅଭିଯାନ”

ଭୁବନେଶ୍ୱର, ତା ୧୦/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଧାନ କିଣା ବିକା ଚାଲିଛି କେବଳ କାଗଜ କଲମରେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ରାଜ୍ୟରେ ମରୁଡି, ଚକଡା ପୋକ ଏବଂ ଅଦିନିଆ ବର୍ଷା ସତ୍ୱେ ମନ୍ତ୍ରୀଙ୍କ ଆସ୍ଫାଳନ କି ଉତ୍ପାଦନ ବଢିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଶାସକ ବିଜେଡି କେବଳ ନିଜର ରାଜନୈତିକ ଫାଇଦା ଏବଂ ଦଲାଲମାନଙ୍କୁ ହାତ ବାରେସି ସାଜି କୃଷକମାନଙ୍କ ବିରୁଧରେ ଏକ ଷଡଯନ୍ତ୍ର ରଚନା କରିଛି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ମଣ୍ଡି ଗୁଡିକ ବିଳମ୍ବରେ ଖୋଲାଯାଇଛି। ଅମଳ ସମୟରେ ମଣ୍ଡି ନଥିବା ଯୋଗୁଁ ଧାନ ଚାଷୀମାନେ ବାଧ୍ୟ ହୋଇ ବେପାରୀକୁ କ୍ୟୁଇଂଟାଲ ପିଛା ୩୦୦ ରୁ…

"ଏଫଏକ୍ୟୁ ଆଳ ଦେଖାଇ ମଣ୍ଡିଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପ୍ରସଂଗରେ ବିଜେପି କୃଷକମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ “ମଣ୍ଡିଚାଲ ଅଭିଯାନ”"

ଦୁଇ ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ଲଢେଇ ଜାରି ରଖିବ : ଅରୁଣ ସିଂହ

ଭୁବନେଶ୍ୱର, ତା.୦୯/୦୧(ଓଡ଼ିଆ ପୁଅ): ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତାମାନେ ସାଧାରଣ ଲୋକଙ୍କ ପାଖରେ ପହଚିଂବେ। ଗାଁ ଗାଁ ରେ ପଦ୍ମ ଫୁଟିବ। ପାର୍ଟିର ବିଚାରଧାର ସହ କେନ୍ଦ୍ର ସରକାରଙ୍କ ବିକାଶ ବି ପ୍ରତ୍ୟେକ ସାଧାରଣ ଜନତାଙ୍କ ପାଖରେ ପହଚିଂବ। ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୋଗ୍ୟ ହିତାଧିକାରୀମାନଙ୍କୁୁ ପ୍ରଦାନ କରାଯିବ। ୧୮ ବର୍ଷ ବିଜେଡି ସରକାରର ସ୍ଥାଣୁତା, ଅପରାଗତା ଓ ଭ୍ରଷ୍ଟାଚାର ନୀତି ବିରୁଦ୍ଧରେ ବିଜେପି ପ୍ରତିବାଦ କରିବ। ଏଥି ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ବିଜେପି ସାମ୍ନାକୁ ଆସିବ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ପ୍ରଭାରି ଶ୍ରୀ ଅରୁଣ ସିଂହ ସୂଚନା ଦେଇ କହିଛନ୍ତି। ରାଜ୍ୟରେ ଶାସକ ବିଜେଡିର କୁଶାସନ, ଅରାଜକତା…

"ଦୁଇ ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ଲଢେଇ ଜାରି ରଖିବ : ଅରୁଣ ସିଂହ"

ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଇଛି : ବିଜେପି

ଭୁବନେଶ୍ୱର, ତା ୦୯/୦୧ (ଓଡ଼ିଆ ପୁଅ): ପୋଲିସକୁ ହାତବାରିସୀ କରି ଶାସକ ବିଜେଡି ରାଜ୍ୟରେ ଅରାଜକତା ସୃଷ୍ଟି କରିଚାଲିଛି। ଶାସକ ବିଜେଡିର ଗୁଣ୍ଡାଗର୍ଦ୍ଦିକୁ ପୋଲିସ ଏବଂ ପ୍ରଶାସନର ସଂରକ୍ଷଣ କାରଣରୁ ଏହି ଅରାଜକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିଜ ଲୋକପ୍ରିୟତାର ହ୍ରାସ ଏବଂ ବିଜେପିର ବର୍ଦ୍ଧିତ ଲୋକପ୍ରିୟତାରେ ହିଂସାପରାୟଣ ହୋଇ ରକ୍ତମୁଖା ସାଜିଥିବା ଶାସକ ବିଜେଡି ହିଂସା ମାଧ୍ୟମରେ ଲୋକମତକୁ ଚାପି ଦେବାର ଅପପ୍ରୟାସ ଆରମ୍ଭ କରିଦେଇଛି। ଗତ ପଂଚାୟତ ନିର୍ବାଚନ ପରେ ରାଜନୀତି ହିଂସା ଓ ହତ୍ୟାକାଣ୍ଡକୁ ଶାସକ ବିଜେଡି ପ୍ରୋତ୍ସାହିତ କରୁଛି। ଏପରିକି ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ଜ୍ୟୋତି ନିରଂଜନା ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ…

"ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଇଛି : ବିଜେପି"

ଆର୍ଥିକ ନୀତି ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ ବିଭିନ୍ନ ପ୍ରସଙ୍ଗ ବିଶେଷଜ୍ଞମାନଙ୍କ ସହ ଆସନ୍ତା କାଲି ଆଲୋଚନା କରିବେ। ନୀତି ଆୟୋଗଙ୍କ ପକ୍ଷରୁ ଏହି ବିଚାର-ଆଲୋଚନା ତଥା ମାନସ ମନ୍ଥନ ଆୟୋଜନ କରାଯାଇଛି। ‘ଆର୍ଥିକ ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା’ ଶୀର୍ଷକ ଏହି ଆଲୋଚନାକୁ ବଛା ବଛା ବିଶେଷଜ୍ଞ ଗୋଷ୍ଠୀ ଓ ଅର୍ଥଶାସ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା କାଲିର ମାନସ ମନ୍ଥନରେ ୬ଟି ବିଶେଷ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ସେଗୁଡିକ ହେଲା ବୃହତ୍ ଆର୍ଥିକ ଭାରସାମ୍ୟ, କୃଷି ଓ ଗ୍ରାମ୍ୟ ବିକାଶ, ସହରାଂଚଳ ଉନ୍ନୟନ, ଭିତିଭୂମି ଓ ସଂଯୋଗୀକରଣ, କର୍ମନିଯୁକ୍ତି, ବିନିର୍ମାଣ ଓ ରତ୍ପାନୀ କ୍ଷେତ୍ର…

"ଆର୍ଥିକ ନୀତି ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ"