ଭଦ୍ରକ ହିଂସାକାଣ୍ଡ ପ୍ରସଙ୍ଗରେ ବିଜେଡି ନିଜକୁ ସମୀକ୍ଷା କରୁ – ବିଜେପି

ଭଦ୍ରକ, ୨୫/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରି ସମଗ୍ର ଭାରତବର୍ଷରେ ଗୌରବାନ୍ୱିତ ହୋଇଥିବା ଭଦ୍ରକରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ସମସ୍ତ ବ୍ୟକ୍ତିବିଶେଷ ହିଂସାକାରୀଙ୍କୁ କଠୋର ଦଣ୍ଡଦେବା ନେଇ ନିଜ ନିଜ ବକ୍ତବ୍ୟକୁ ରାଜନୀତିକରଣ ନକରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଜନସାଧାରଣଙ୍କ ବ୍ୟାପକ ଧନସଂପତ୍ତି କ୍ଷୟକ୍ଷତି ହୋଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ଏଭଳି ଅପ୍ରିତିକର ଓ ଅପ୍ରତ୍ୟାଷିତ ଦୁର୍ଘଟଣା ପାଇଁ ଯେ କେହି ଦାୟୀ ହୁଅନ୍ତୁ…

"ଭଦ୍ରକ ହିଂସାକାଣ୍ଡ ପ୍ରସଙ୍ଗରେ ବିଜେଡି ନିଜକୁ ସମୀକ୍ଷା କରୁ – ବିଜେପି"

ଭଦ୍ରକ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ

– ଜିଲା ଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଭଦ୍ରକ, ୨୫/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ରାଜ୍ୟର ବିଭିନ୍ନ ଜିଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା ସହ ଆବଶ୍ୟକତା ଅନୁଯାୟୀ ସହକାରୀ ଶ୍ରମ ଅଧିକାରୀ ଗ୍ରାମୀଣ ଶ୍ରମ ନିରୀକ୍ଷକ ନିଯୁକ୍ତି ପ୍ରଦାନ, ରାଜ୍ୟର ବିଭିନ୍ନ ଜିଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ଦରଖାସ୍ତ ଫର୍ମଗୁଡିକ ମଧ୍ୟରେ ପରିଚୟ ପତ୍ର ପ୍ରଦାନ ପାଇଁ ଶୀଘ୍ର ପଂଜିକରଣ ପ୍ରକ୍ରିୟା ଆରମ୍ଭ କରି ତୁରନ୍ତ ଶ୍ରମିକମାନଙ୍କୁ ତାହା ପ୍ରଦାନ କରାଯିବା, ଦୁର୍ଘଟଣା ଜନିତ, ମୃତ୍ୟୁ, ଅନ୍ତେଷ୍ଟି କ୍ରିୟା, ଶିକ୍ଷାବୃତ୍ତି, ଚିକିସôା, ସାଇକେଲ, ନିରାପତ୍ତା ଉପକରଣ, ଯନ୍ତ୍ରପାତି କ୍ରୟ, ବିବାହ ଓ…

"ଭଦ୍ରକ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ"

କେନ୍ଦ୍ର ଅବକାରୀ ଗୁଇନ୍ଦା ବିଭାଗର ଅଚାନକ ଚଢାଉ ପ୍ରାୟ ୪ ଲକ୍ଷ ମୂଲ୍ୟର ଚୋରା ଦେଶୀମଦ ବୋଝେଇ ଜାଇଲୋ ଗାଡି ଓ ୫ କ୍ୱିଣ୍ଟାଲ ଭାଙ୍ଗ ଜବତ, ମହିଳା ସମେତ ୩ ଗିରଫ

ଭଦ୍ରକ, ୨୫/୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଆଜି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୫ନଂ ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ପୁରୁଣା ବାଲେଶ୍ୱର ଅଂଚଳରୁ ଭଦ୍ରକ ଆସୁଥିବା ଚୋରା ଦେଶୀ ମଦ ବୋଝେଇ ମହିନ୍ଦ୍ରା ଜାଇଲ ଗାଡିକୁ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ଏହି ୧୫ ଜଣିଆ ଟିମ୍ ଚରମ୍ପା ରେଳଷ୍ଟେସନରୁ ଏକ ବିହାରୀ ମହିଳାକୁ ଗିରଫ କରି ତା ନିକଟରୁ ୭ ବସ୍ତା ପ୍ରାୟ ୫ କ୍ୱିଣ୍ଟାଲ ଓଜନର ଭାଙ୍ଗ ଜବତ କରିଛନ୍ତି। ଜବତ ହୋଇଥିବା ଦେଶୀ ଚୋରା ମଦ ଓ ଭାଙ୍ଗଗୁଡିକର…

"କେନ୍ଦ୍ର ଅବକାରୀ ଗୁଇନ୍ଦା ବିଭାଗର ଅଚାନକ ଚଢାଉ ପ୍ରାୟ ୪ ଲକ୍ଷ ମୂଲ୍ୟର ଚୋରା ଦେଶୀମଦ ବୋଝେଇ ଜାଇଲୋ ଗାଡି ଓ ୫ କ୍ୱିଣ୍ଟାଲ ଭାଙ୍ଗ ଜବତ, ମହିଳା ସମେତ ୩ ଗିରଫ"

କେନ୍ଦ୍ରାପଡା ବିଧାୟକଙ୍କ ବିରୋଧରେ ଏତଲା ଦେବାପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ।

କେନ୍ଦ୍ରାପଡା ୨୬/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସତ୍ୟପାଠରେ ନିଜ ପିତାଙ୍କ ନାମ ଭୂଲବୋଲି ଦର୍ଶାଇଥିବାରୁ ସେ ସମ୍ପର୍କରେ ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପ୍ରମାଣିତ ହେବାରୁ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଥାନାରେ ଏତଲା ଦେବାପାଇଁ ରାଜ୍ୟ ନିର୍ବାଚନ କମିଶନ କେନ୍ଦ୍ରାପଡା ଜିଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିବା ବିଜେପି ନେତା ସମୀର ମହାନ୍ତି ସୂଚନା ଦେଇଛନ୍ତି ।…

"କେନ୍ଦ୍ରାପଡା ବିଧାୟକଙ୍କ ବିରୋଧରେ ଏତଲା ଦେବାପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ।"

ବାଟେଘାଟେ : ନାଚ୍ ଗାନା, ଖାନାପିନା ସମଲପୁରୀ ପିନ୍ଧନ୍ ର ଠାଟେ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ନାଚଗୀତ, ଖାଦ୍ୟପେୟ, ସାମାଜିକ-ସାଂସ୍କୃତିକ ବାର୍ତ୍ତାର ଉତ୍ସବ ‘ବାଟେଘାଟେ- ୨’ ଗତକାଲି ବିପୁଳ ଜନ ସମାଗମ ମଧ୍ୟରେ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଶୁଭଦୀପ ଆସିବା ପରେ ପଣ୍ଡିତ ବିରଞ୍ଚି ନାରାୟଣ ପତି, ପଣ୍ଡିତ ମହେନ୍ଦ୍ର ପୁରୋହିତ ଏବଂ ପଣ୍ଡିତ ଗୋପୀନାଥ ପଣ୍ଡାଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଦେବୀ ଆବାହନ ଏବଂ ବିଧିମତେ ପୂଜା କରାଯିବା ପରେ ସମଲେଶ୍ୱରୀ ମନ୍ଦିରର ପୂଜକଗଣ ଅମ୍ବିକା ପ୍ରସାଦ ରାୟ, ପ୍ରକାଶ ରାୟ, ଯୋଗେନ୍ଦ୍ର ରାୟ, ମସ୍ତରାମ ରାୟ, ମନୋଜ ରାୟ, ସଗନ ରାୟ ଏବଂ ନିର୍ଭର ରାୟ ପ୍ରମୁଖ ୧୦୮ ଆଳତୀର ସାତୋଟି ଦୀପ…

"ବାଟେଘାଟେ : ନାଚ୍ ଗାନା, ଖାନାପିନା ସମଲପୁରୀ ପିନ୍ଧନ୍ ର ଠାଟେ"

ପ୍ରଚଣ୍ଡ ଖରା ସାଙ୍ଗକୁ ସହରର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ସମ୍ବଲପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଜଳକଷ୍ଟ ବଢ଼ିବାରେ ଲାଗିଛି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ ପ୍ରଚଣ୍ଡ ରୌଦ୍ର ତାପରେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ପୁରାତନ ବନ୍ଧ, କଟା, ଜଳାଶୟ ପ୍ରଭୃତି ଉପେକ୍ଷିତ ଥିବାରୁ ଗାଧୋଇବା ପାଇଁ ମଧ୍ୟ ଲୋକେ ଅସୁବିଧା ଭୋଗ କରୁଛନ୍ତି। ସହରର ଦୁର୍ଗାପାଲି, ଚେରୁଆପଡ଼ା, ଷ୍ଟେସନପଡ଼ା, ତାଲଭଟ୍ଟାପଡ଼ା, ଚାରଭାଟୀ, ଚନ୍ଦନନଗର, ସାରସ୍ୱତ କଲୋନୀ, ଭତରା, କାନିଜୋରୀ ପ୍ରଭୃତି ଅଞ୍ଚଳରେ ପାନୀୟ ଜଳର ଅଭାବ ଦେଖାଦେଇଛି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବିତରଣ ବ୍ୟବସ୍ଥା…

"ପ୍ରଚଣ୍ଡ ଖରା ସାଙ୍ଗକୁ ସହରର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ"

ଶ୍ରୀରାମପୁର ମୌଜା ଗୋଚର ଜମିରୁ ଲକ୍ଷ ଲକ୍ଷ ଟଙ୍କାର ବେଆଇନ୍ ମାଟି ଚାଳାଣ : ତହସିଲ କର୍ତ୍ତୃପକ୍ଷ ଚୁପ୍, ଗ୍ରାମବାସୀଙ୍କ ବିରୋଧ

ଯାଜପର, ୧-୫ (ଓଡ଼ିଆ ପୁଅ/ମାନସ ରାଉତ) -ଯାଜପର ଜିଲ୍ଲାର ଚଣ୍ଡିଖୋଲ ନିକଟସ୍ଥ କ୍ଷେତ୍ରପାଳ ପଞ୍ଚାୟତର ଶ୍ରୀରାମପୁର ମୌଜାର କିଛି ମାଫିଆ ବେଆଇନ୍ ଭାବେ ନିକଟସ୍ଥ ଚାଷ ଜମି ଓ ଗୋଚରରୁ ବଡ଼ ବଡ଼ ମେସିନ୍ ଦ୍ୱାରା ମାଟି ଖୋଳି ଚାଳାଣ କରିବା ସହ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରିଲୁଟ୍ କରିଚାଲିଛନ୍ତି। ଦୀର୍ଘଦିନ ହେବ ଏହି ବେଆଇନ୍ ଲୁଟ୍ପାଟ୍ ଚାଲୁଥିଲା ବେଳେ ସବୁ ଦେଖି ଜାଣି ତହସିଲ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିଛି। ଫଳରେ ଗ୍ରାମବାସୀମାନେ ଏହାକୁ ତିବ୍ର ବିରୋଧ କରି ଘଟଣାସ୍ଥଳକୁ ଯାଇ ଏହି ବେଆଇନ୍ କାର୍ଯ୍ୟକୁ ରୋକିବାକୁ ଉଦ୍ୟମ କରିବା ଫଳରେ ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବରୁ ଏ ଖବର ବିଭିନ୍ନ ଗଣମାଧ୍ୟମରେ…

"ଶ୍ରୀରାମପୁର ମୌଜା ଗୋଚର ଜମିରୁ ଲକ୍ଷ ଲକ୍ଷ ଟଙ୍କାର ବେଆଇନ୍ ମାଟି ଚାଳାଣ : ତହସିଲ କର୍ତ୍ତୃପକ୍ଷ ଚୁପ୍, ଗ୍ରାମବାସୀଙ୍କ ବିରୋଧ"

ଅଭିନବ ଉପାୟରେ ବନ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମ, ଘେରିଅଛି ଭିତରେ ଗଛନାହିଁ

ହରିଚନ୍ଦନପୁର ୨୮/୪ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡିଏଓଫ ଅଧିନରେ ରହିଥିବା ବ୍ରାହ୍ମଣୀପାଳ ବନପାଳ କାର୍ଯ୍ୟାଳୟଟି ଏକ ସମ୍ବେଦନ ଶିଳ। ଏହି କାର୍ଯ୍ୟାଳୟଟି ଅଧିନରେ ରେବଣା ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲ ରହିଛି। ଜଙ୍ଗଲଟିରେ ହାତି, ଭାଲୁ, ହରିଣ, ଠେକୁଆ, ବାଘ ପରି ଅନେକ ବନ୍ୟପ୍ରାଣୀ ରହିଥିବା ସୂଚନା ଅଛି। ବ୍ରାହ୍ମଣୀପାଳ ଠାରୁ ବଳିପର୍ବତ ରାସ୍ତାର ପ୍ରସ୍ଥତିକରଣ ସମୟରେ ରାସ୍ତାକଡରୁ ଗଛ ଗୁଡିକୁ କାଟି ଦିଆ ଯାଇଥିଲା। ଏପରି ସ୍ଥଳରେ ଯିବା ଆସିବା କରୁଥିବା ବାଟଇ ମାନେ ଖରା ଦିନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା କାରଣ ରାସ୍ତା କଡରେ ଗଛନଥିବାରୁ ବାଟୋଇ ମାନେ ଗଛର ଛାଇଟିକେ ପାଇ ପାରୁନଥିଲେ। ସରକାର ଏହାକୁ…

"ଅଭିନବ ଉପାୟରେ ବନ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମ, ଘେରିଅଛି ଭିତରେ ଗଛନାହିଁ"

ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ! ୧୧ କେଭି ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର

ବାଲେଶ୍ୱର, ୨୨/୪  (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଗ୍ରାହକ ବା ଉପଭୋକ୍ତାଙ୍କ ଅନୁପାତରେ ଆବଶ୍ୟକ ସଂଖ୍ୟକ କର୍ମଚାରୀର ଅଭାବ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ହାନୀ ହେଉଥିଲେ ବି ଚେତାପଶୁନି ବିଦ୍ୟୁତ୍ ବିଭାଗର। ଏମିତିକି କର୍ମଚାରୀ ଅଭାବରେ ମରାମତି ପାଇଁ ବିଭାଗୀୟ ଅଧିକାରୀ କାର୍ଯ୍ୟରେ ଲଗାଉଥିବା ସ୍ଥାନୀୟ ଯୁବକମାନେ ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ସେମାନଙ୍କୁ ଉଚିତ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ବାହାବଳପୁର ଅଞ୍ଚଳର ଦୁଇଜଣ ଯୁବକ ବିଦ୍ୟୁତ୍ ଖୁଣ୍ଟରୁ ଖସିପଡ଼ି ସଂକଟାପନ୍ନ ଅବସ୍ଥାରେ ଜୀବନ ସହ ସଂଗ୍ରାମ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ବାହାବଳପୁର…

"ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ! ୧୧ କେଭି ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର"

ଲକ୍ଷ୍ୟଚ୍ୟୁତ ହେଲା ‘ଲକ୍ଷ୍ୟ’

ବାଲେଶ୍ୱର, ୨୧/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଚାଳକ ବିହୀନ ଏୟାର କ୍ରାଫ୍ଟ ‘ଲକ୍ଷ୍ୟ’ ବାଲିଆପାଳ ଅଞ୍ଚଳରେ ଖସିପଡ଼ିବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଜି ଅପରାହ୍ନରେ ଏହି ଲକ୍ଷ୍ୟ ପ୍ରତିରକ୍ଷା ବିଭାଗର ରିମୋର୍ଟ ରେଞ୍ଜର ବାହାରକୁ ଚାଲିଆସି ବାଲିଆପାଳ ବ୍ଲକର ଚାନ୍ଦମଣି ଅଞ୍ଚଳରେ ଖସିପଡ଼ିଥିଲା। ଖବର ପାଇ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନର ଅଧିକାରୀମାନେ ସେଠାରେ ପହଞ୍ଚି ତାହାକୁ ପରୀକ୍ଷା କରିଥିଲେ। ଏହି ଚାଳକ ବିହୀନ ଏୟାର କ୍ରାଫ୍ଟ ଉପରେ ଉଡ଼ିବା ରିମୋର୍ଟ ଦ୍ୱାରା ଦିଗ ନିୟନ୍ତ୍ରଣ କରାଯାଇଥାଲ। ଆକାଶର ନିର୍ଦ୍ଧାରିତ ଉଚ୍ଚତାରେ ଉଡ଼ୁଥିବା ସମୟରେ କ୍ଷେପଣାସ୍ତ୍ର ତାହାକୁ ଟାର୍ଗେଟ କରିଥାଏ। ତେବେ ଆଜି ଆକାଶରେ ଉଡ଼ୁଥିବା…

"ଲକ୍ଷ୍ୟଚ୍ୟୁତ ହେଲା ‘ଲକ୍ଷ୍ୟ’"