ବିଭିନ୍ନ ଦାବିନେଇ ଶିକ୍ଷକ ମାନଙ୍କ ଆନ୍ଦୋଳନ, ଆଶ୍ରମ ବିଦ୍ୟାଳୟରେ ତାଲା,

ମାଲକାନଗିର, ୬।୧ (ଓଡିଆ ପୁଅ) ଅନୁସୂଚୀତ ଜାତି, ଜନଜାତି ବିଭାଗ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ୧୧ଦଫା ଦାବି ପୂରଣ ନେଇ ଗତ ୨ ତାରିଖଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଥିବା କିଛି ଅନୁସୂଚୀତ ଜାତି ଜନଜାତି ବିଦ୍ୟାଳୟର ଶିକ୍ଷକମାନେ ସେମାନଙ୍କ ଦାବି ହାସଲ ନିମନ୍ତେ ରାଜଧାନୀ ଭୁବନେଶ୍ୱର ଯାଇଥିବାରୁ ସେମାନଙ୍କ ବିଦ୍ୟାଳୟରେ ତାଲାପଡି ଯାଇଥିବାରୁ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନେ ପାଠ ପଢିନପାରି ଘରେ ରହି ଗାଈଗୋରୁ ଚରାଉଥିବାର ଦେଖାଯାଉଛି। ଦାବି ଗୁଡିକ ମଧ୍ୟରେ ମୁଖ୍ୟତ: ଗ୍ରେଡପେ, ଏଲିମେଟାଂରୀ କ୍ୟାର୍ଡର ରୁଲ, ଗଣ ଶିକ୍ଷକ ବିଭାଗ ଶିକ୍ଷକଙ୍କ ଅନୁରୁପ ଦରମା, ଶିକ୍ଷକ ସଂଘ…

"ବିଭିନ୍ନ ଦାବିନେଇ ଶିକ୍ଷକ ମାନଙ୍କ ଆନ୍ଦୋଳନ, ଆଶ୍ରମ ବିଦ୍ୟାଳୟରେ ତାଲା,"

ମାଲକାନଗିରି ଆଦିବାସୀ ବିକାଶ ପରିଷଦକୁ ବିରୋଧ କରି ଜିଲ୍ଲା ଆଦିବାସୀ ସମାଜ ମହାସଂଘର ଜିଲ୍ଲା ପାଳଙ୍କ ଅଫିସ ଆଗରେ ବିକ୍ଷୋଭ

ମାଲକାନଗିର, ୬/୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ନୂତନ ଆଦିବାସୀ ବିକାଶ ପରିଷଦ ଗଠନକୁ ବିରୋଧ କରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ଦିନ ଜିଲ୍ଲା ଆଦିବାସୀ ସମାଜ ମହାସଂଘର ଶତାଧିକ ମହିଳା ଓ ପୁରୁଷମାନେ ସ୍ଥାନୀୟ ବସ ଷ୍ଟାଣ୍ଡଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଗଠନକୁ ନେଇ ଦିନକୁଦିନ ବିବାଦ ଘନେଇବାରେ ଲାଗିଛି। ଏହି ପରିଷଦଟି ଠିକ ଭାବେ ଗଠନ କରାଯାଇନଥିବା ଓ ଏଥିରେ ଅଣ ଆଦିବାସୀମାନଙ୍କୁ ସ୍ଥାନଦେବା କେତେ ଦୂର ଯୁକ୍ତିଯୁକ୍ତ,…

"ମାଲକାନଗିରି ଆଦିବାସୀ ବିକାଶ ପରିଷଦକୁ ବିରୋଧ କରି ଜିଲ୍ଲା ଆଦିବାସୀ ସମାଜ ମହାସଂଘର ଜିଲ୍ଲା ପାଳଙ୍କ ଅଫିସ ଆଗରେ ବିକ୍ଷୋଭ"

ମୋବାଇଲ ଫୋନ ନଦେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ହରିଚନ୍ଦନପୁର, ତା୦୫.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ନେବାରୁ ଜଣା ପଡିଛି, ବ୍ରାହ୍ମଣୀପାଳ ଫାଣ୍ଡି ହଟିଙ୍ଗି ସାହିର ଫଗୁ ମାଝିର ଝିଅ ଦୁଲାରୀ ମାଝୀ(୧୫)ଟମକା ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲା। ବାପା ମାଆଙ୍କ କହିବା ଅନୁଯାୟୀ ଦୁଲାରୀ ପ୍ରାୟ ସମୟରେ କାହା ସହିତ ଗୋପନରେ ଫୋନ ଯୋଗେ କଥା ହେଉଥିବା ଦେଖିବାକୁ ପାଇଥିଲେ। ଏପରି କାର୍ଯ୍ୟକୁ ପରିବାର ଲୋକେ ବାରଣ କରିବା ସହିତ ଦୁଲାରୀ ପାଖରେଥିବା ଫୋନଟିକୁ ପରିବାର ଲୋକେ ନେଇ ଯାଇଥିଲେ ଓ ତାକୁ ଫୋନଟିକୁ ଫେରାଇ ନଥିଲେ। ଘଟଣାକୁ ନେଇ ଦୁଲାରୀ ଶୁକ୍ରବାର ଦିନ…

"ମୋବାଇଲ ଫୋନ ନଦେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା"

ହରିଚନ୍ଦନପୁର ପୋଲିସ ପ୍ରଶାସନ ଚୋର ଧରିବାରେ ନିଷ୍କ୍ରିୟ, ପୁଣି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ସନ୍ଧାନୀ କୁକୁର ମଧ୍ୟ ଚୋର ଧରିବାରେ ବିଫଳ ହରିଚନ୍ଦନପୁର, ତା ୦୬.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଚୋରି ରୋକିବା ସହ ଚୋର ଧରିବାରେ ନିଷ୍କ୍ରିୟ ହେବାକୁ ନେଇ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ୫୦ମିଟର ଦୁରରେ ଥିବା ଅମ୍ବିକା ମୋବାଇଲ ଫୋର(ଭେଳାନାଥ କମୁନିକେସନ)ରୁ ଛପର ତାଡି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ବିଶେଷ ଖବର ଜଣାପଡିଛି ଯେ ଗତ ୧୩/ଜୁନ ୨୦୧୭ରେ ପୋଲିସ ଷ୍ଟେସନରୁ ୨୦୦ମିଟର ଦୁରରେ ଥିବା ଶୁଭଲକ୍ଷ୍ମୀ ଟେଲି ସର୍ଭିସରୁ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା।ଏବଂ ଗତ ୬/୧୨ବୁଧୁବାର ବିଳମ୍ବିତ ରାତିରେ ହରିଚନ୍ଦନପୁର…

"ହରିଚନ୍ଦନପୁର ପୋଲିସ ପ୍ରଶାସନ ଚୋର ଧରିବାରେ ନିଷ୍କ୍ରିୟ, ପୁଣି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି"

ଯୋଗ ଦ୍ୱାରା ଏକ ରୋଗମୁକ୍ତ ସମାଜ ଗଠନ ସମ୍ଭବ

ଭୁବନେଶ୍ୱର ତା ୦୬/୦୧ (ଓଡ଼ିଆ ପୁଅ): ରାଜ୍ୟ ଯୋଗ ମହୋତ୍ସବ ସମିତି ତରଫରୁ ନିଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ଯୋଗ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ସ୍ୱାମୀ ଶ୍ରୀ ସଦାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଶ୍ରୀ ପ୍ରାଣ ରୂପା ନନ୍ଦ ଜୀ ଯୋଗଦେଇ ଯୋଗ ଓ ଆସନର ଉପକାରିତା ସଂର୍ପକରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଶିଶୁ ବିଦ୍ୟାମନ୍ଦିର ପରିସରରେ ଅପରାହ୍ନରେ ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ସମୂହ ଯୋଗାଭ୍ୟାସ କରିଛନ୍ତି। ଯୋଗାଭ୍ୟାସ ମାଧ୍ୟମରେ କିପରି ଛାତ୍ରଛାତ୍ରୀମାନେ ନିରୋଗ ରହି ପାରିବେ ଏବଂ ପ୍ରତ୍ୟକଦିନ ପ୍ରାଣାୟମ, ଆସନ ଆଦି କରି ଏକ…

"ଯୋଗ ଦ୍ୱାରା ଏକ ରୋଗମୁକ୍ତ ସମାଜ ଗଠନ ସମ୍ଭବ"

ଚିଲିକା ଆଗାମୀ ଦିନରେ ଦେଶରେଏକ ଆକର୍ଷଣୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ‘ମଙ୍ଗଳାଯୋଡି ଇନହେରିଟାନ୍ସ’ ଶୀର୍ଷକ ଫଟୋ ପ୍ରଦର୍ଶନୀ ଓ କର୍ମଶାଳାରେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ – ଚିଲିକାର ଇକୋ ସିଷ୍ଟମ ଓଡିଶାର ଜନ ଭାବନା, ସଂସ୍କୃତି ଓ ଇତିହାସ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ – ଓଏନଜିସି ଚିଲିକାର ସଂରକ୍ଷଣ ଓ ସାମଗ୍ରିକ ବିକାଶ ସହ ୟୁନେସ୍କୋର ମାନ୍ୟତା ପ୍ରଦାନ ପାଇଁ ପ୍ରକଳ୍ପ ହାତକୁ ନେଇଛି ନୂଆଦିଲ୍ଲୀ /ଭୁବନେଶ୍ୱର, ୦୬ ଜାନୁଆରୀ (ଓଡ଼ିଆ ପୁଅ) – ଚିଲିକାର ଇକୋ ସିଷ୍ଟମ ଓଡିଶାର ଜନ ଭାବନା, ସଂସ୍କୃତି ଓ ଇତିହାସ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ। ତେଣୁ ଚିଲିକାର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଚିଲିକା ଆଗାମୀ ଦିନରେ ଭାରତ ବର୍ଷରେ ଏକ ଆକର୍ଷଣୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ…

"ଚିଲିକା ଆଗାମୀ ଦିନରେ ଦେଶରେଏକ ଆକର୍ଷଣୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ"

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ

ଭୁବନେଶ୍ୱର, ତା.୦୬/୦୧(ଓଡ଼ିଆ ପୁଅ): ରାଜ୍ୟରେ ପାର୍ଟିର ସାଂଗଠନିଳ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଓଡିଶା ଆସୁଛନ୍ତି। ଶ୍ରୀ ସିଂହ ଆସନ୍ତା କାଲି ରାତିରେ ଭୁବନେଶ୍ୱର ପହଂଚିବେ। ୮ ତାରିଖରେ ଶ୍ରୀ ସିଂହ ରାଜ୍ୟ କାର୍ଯାଳୟଠାରେ ସଂସଦୀୟ କ୍ଷେତ୍ର ପ୍ରମୁଖ, ରାଜ୍ୟ ପଦାଧିକାରୀଙ୍କ ବୈଠକରେ ଯୋଗ ଦେବେ। ସେହିପରି ୯ ତାରିଖରେ ବିଭିନ୍ନ ବୈଠକରେ ଯୋଗ ଦେଇ ଶ୍ରୀ ସିଂହ ପାର୍ଟିର ସ୍ଥିତି ଏବଂ କାର୍ଯ୍ୟକଳାପର ସମ୍ପର୍କରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ। ଶ୍ରୀ ସିଂହ ୯ ତାରିଖ ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ…

"ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ"

ଧାନ ବିକ୍ରୀ ଓ ଅନ୍ୟାନ୍ୟ ସମସ୍ୟା ପ୍ରସଙ୍ଗରେ: ବିଜେପି କୃଷକ ମୋର୍ଚା ତରଫରୁ ଜାନୁଆରୀ ୮ରେ ଅନୁଷ୍ଠିତ ହେବ ଚାଷୀ ପ୍ରତିନିଧି ସଭା

– ୩୦ଟି ଜିଲ୍ଲାର ସାଧାରଣ ଚାଷୀମାନେ ଯୋଗ ଦେଇ ଅଙ୍ଗେ ନିଭା ସମସ୍ୟାକୁ କରିବେ ବୟାନ – ଚାଷୀମାନେ ମିଶି ପାରିତ କରିବେ ଚାଷୀ ସମସ୍ୟା ପ୍ରସ୍ତାବ – ନିର୍ଧାରିତ ୧୫୫୦ ଟଙ୍କାର ଏମଏସପି ଓ ମଣ୍ଡିର ଅନ୍ୟାନ୍ୟ ସମସ୍ୟା ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନର ତିଆରି ହେବ ଚୁଡାନ୍ତ ରୂପ ରେଖ ଭୁବନେଶ୍ୱର, ତା.୦୬/୦୧(ଓଡ଼ିଆ ପୁଅ): ଧାନ ବିକ୍ରୀ ସମୟରେ ସାଧାରଣ ଓଡିଆ ଚାଷୀର ଦୁଃଖ ଯନ୍ତ୍ରଣା ସୀମା ଲଂଘନ କରିଛି। ଧାନ ବିକ୍ରୀ ନେଇ ଚାଷୀ ମାନଙ୍କର ଦୁଃଖ କଷ୍ଟ ଓ ଏହାର ନିରାକରଣ ପାଇଁ ଆଗାମୀ ପଦକ୍ଷେପ ସମ୍ବନ୍ଧରେ ବିଶଦ ଆଲୋଚନା ପାଇଁ ରାଜ୍ୟ ଚାଷୀ ସଭା ଆଗାମୀ ଜାନୁଆରୀ ୮ ରେ…

"ଧାନ ବିକ୍ରୀ ଓ ଅନ୍ୟାନ୍ୟ ସମସ୍ୟା ପ୍ରସଙ୍ଗରେ: ବିଜେପି କୃଷକ ମୋର୍ଚା ତରଫରୁ ଜାନୁଆରୀ ୮ରେ ଅନୁଷ୍ଠିତ ହେବ ଚାଷୀ ପ୍ରତିନିଧି ସଭା"

ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି

“ଟ୍ରିବ୍ୟୁନାଲ ହିଁ ସବୁ ସମସ୍ୟାର ସମାଧାନ” ବିଜେଡିର ଯୁକ୍ତିକୁ ଅଗ୍ରାହ୍ୟ – କେନ୍ଦ୍ର ସରକାର ବା କୌଣସି ଟ୍ରିବ୍ୟୁନାଲ ଗୋଟିଏ ବି ବନ୍ଧ ନିର୍ମାଣ ବନ୍ଦ କରିବାକୁ ନିର୍ଦେଶ ଦେଇଥିବାର ଉଦାହରଣ ବିଜେଡି ଦେବ କି ? – ରାବୀ, ବ୍ୟାସ ଓ କାବେରୀ ମାମଲାରେ ଟ୍ରିବ୍ୟୁନାଲ ୨୭ରୁ ୩୦ ବର୍ଷ ପରେ ବି କରି ପାରି ନାହିଁ ନିଷ୍ପତି – ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜଳବିବାଦ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଏକକ ଟ୍ରିବ୍ୟୁନାଲ ଆଇନ ସ୍ୱାଗତଯୋଗ୍ୟ – ଓଡିଶାର ହୀରାକୁଦ ଓ ସମଲ ବ୍ୟାରେଜର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପାଣି କେତେ ମାତ୍ରାରେ ଶିଳ୍ପ ସଂସ୍ଥାକୁ ଟେକି ଦିଆ…

"ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି"

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା

ରାଞ୍ଚି ୬-୧ (ଓଡ଼ିଆ ପୁଅ) ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା କରାଯାଇଛି। ଲାଲୁଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ ହେବା ପରେ ଆଜି ଅପରାହ୍ନ ୪ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା।  ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୫ଜଣ ଅଭିଯୁକ୍ତଙ୍କର ବିଭିନ୍ନ ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଗତକାଲି ଶୁଣାଣି ଶେଷ ହୋଇଥିଲା। ଆଜି ଅପରାହ୍ନ ପ୍ରଥମେ ୨ଟା ସମୟରେ ଏବଂ ପରେ ବଦଳାଯାଇ ଅପରାହ୍ନ ୪ଟା ସମୟରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋଇଛି। ସ୍ୱତନ୍ତ୍ର…

"ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା"