ସରକାରୀ ଖଣି:ନଷ୍ଟହେଉଛି ଜଙ୍ଗଲ ପରିବେଷ: ଶ୍ରମିକ ସମସ୍ୟାକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର ତା ୨୬/୪ (ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଖଣି ମଣ୍ଡଳ ଅଧିନସ୍ଥ ଗନ୍ଧମାର୍ଦ୍ଧନ ଖଣି ଅଞ୍ଚଳରେ ରାସ୍ତାଘାଟ ତଥା ଖଣି ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଥିବାରୁ ପରିବେଶ ନଷ୍ଟ ହେବା ସହ ଖଣିଜପଥର ସଙ୍ଗକୁ କାଠର ବ୍ୟାପକ ଚୋରାଚାଲାଣ ହେଉଥିବା ଅଭିଯୋଗକୁ ନେଇ ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଅଛି। ଓଡିଶା ଖଣି ନିଗମର ଏହି ଖଣିରେ ଜଙ୍ଗଲ ଅନୁମତି ନ ଥିବାରୁ ଗୋଟିଏ କ୍କାରୀରେ ଖଣି କାର୍ଯ୍ୟ ଚାଲୁଛି। ଖଣିର ଖନନ, ଉତ୍ତୋଳନ ତଥା ପରିବହନ ଆଦି କାମ ଘରୋଇ ସଂସ୍ଥା ମାନଙ୍କ ହାତରେ ଟେକି ଦେଇ ଖଣି ନିଗମ ନିଜର ଦାୟିତ୍ୱ ଶେଷ କରିଦେଇଛି। କିନ୍ତୁ ତଦାରଖ କରୁନାହିଁ।।…

"ସରକାରୀ ଖଣି:ନଷ୍ଟହେଉଛି ଜଙ୍ଗଲ ପରିବେଷ: ଶ୍ରମିକ ସମସ୍ୟାକୁ ନେଇ ବଢୁଛି ଅସନ୍ତୋଷ"

କେନ୍ଦୁଝର :୧୩ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ନିର୍ମାଣ ଶ୍ରମିକ

କେନ୍ଦୁଝର ତା ୨୫/୪(ଓଡିଆପୁଅ/ବିଭୂତି ଭୂଷଣ ପଟ୍ଟନାୟକ)ଏ.ଆଇ.ଟି.ୟୁ.ସି. ନେତୃତ୍ୱରେ ପରିଚାଳିତ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ତିନି ହଜାରରୁ ଅଧିକ ଶ୍ରମିକ ୧୩ଦଫା ଦାବି ନେଇ ଆଜି କେନ୍ଦୁଝର କଲେକ୍ଟର ଅଫିସକୁ ଘେରାଉ କରିଥିଲେ। ଦରଖାସ୍ତର ୪୫ ଦିନ ମଧ୍ୟରେ ପଂଜିକରଣ, ସହାୟତା ପ୍ରଦାନ ପ୍ରକ୍ରିୟାର ସରଳୀକରଣ, ଶ୍ରମ ଦପ୍ତରରେ ଖାଲିଥିବା ପଦବୀ ପୂରଣ, ନିର୍ମାଣ କ୍ଷେତ୍ରରୁ କଲ୍ୟାଣ ପାଣ୍ଠି ପାଇଁ ୨% ସେସ୍ ଆଦାୟ,ଗୃହ ନିର୍ମାଣ ସହାୟତା ୩ଲକ୍ଷ ଟଙ୍କାକୁ ବୃଦ୍ଧି, ସର୍ବନିମ୍ନ ପେନସନ୍ ୩ହଜାର ଟଙ୍କା,ପ୍ରତିବର୍ଷ ସୁରକ୍ଷା ଉପକରଣ ଓ ଦୁଇବର୍ଷରେ ଯନ୍ତ୍ରପାତି କ୍ରୟ ସହାୟତା ପ୍ରଦାନ, ନିର୍ମାଣ ଶ୍ରମିକ ପାଂଠିର ରାଜନୈତିକ ଦୁରୁପଯୋଗ ବନ୍ଦ କରିବା, ନିର୍ମାଣ ଶ୍ରମିକଙ୍କୁ ଇ.ଏସ୍ .ଆଇ., ପି.ଏଫ.…

"କେନ୍ଦୁଝର :୧୩ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ନିର୍ମାଣ ଶ୍ରମିକ"

ରାମସାଗର ପୁଷ୍କରିଣୀରେ ମ୍ୟୁଜିକାଲ ଫାଉଣ୍ଟେନ ଯୋଜନା

ସମ୍ବଲପୁର, ୨୫/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)ସମ୍ବଲପୁର ସହରର ପୁରାତନ ଜଳାଶୟମାନଙ୍କ ମଧ୍ୟରୁ ଅନ୍ୟତମ ରାମସାଗର ବନ୍ଧରେ ମ୍ୟୁଜିକାଲ ଫାଉଣ୍ଟେନ ସ୍ଥାପନ କରାଯିବ। ଏହାଦ୍ୱାରା ସହରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସହିତ ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥଳ ବିକଶିତ କରିବାକୁ ମହାନଗର ନିଗମ ନିଷ୍ପତ୍ତି ନେଇଛି। ବନ୍ଧ ଭିତରେ ଜଳ ଫୁଆରା ପାଇଁ ସ୍ୱତନ୍ତ୍ର ଜଳକୁଣ୍ଡ ନିର୍ମାଣ ଓ ମ୍ୟୁଜିକାଲ ଫାଉଣ୍ଟେନ ସ୍ଥାପନ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡରରେ ଯୋଗ୍ୟ ସଂସ୍ଥା ମ୍ୟୁଜିକାଲ ଫାଉଣ୍ଟେନକୁ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ କରିବ। ଏହାସହିତ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ୧ କୋଟି ୩୮…

"ରାମସାଗର ପୁଷ୍କରିଣୀରେ ମ୍ୟୁଜିକାଲ ଫାଉଣ୍ଟେନ ଯୋଜନା"

ସମ୍ବଲପୁରର ସୁରେଶ ଚନ୍ଦ୍ର ହୋତା ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ସମ୍ବଲପୁର, ୨୫/୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)ସମ୍ବଲପୁରର ସୁରେଶ ଚନ୍ଦ୍ର ହୋତା ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ସୋମବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଲକ୍ଷ୍ନୌ ଏୟାରପୋର୍ଟର ନିର୍ଦ୍ଦେଶକ ଥିଲେ। ଆନ୍ତର୍ଜାତୀୟ ବିମାନ ବନ୍ଦର ହେବାପରେ ଭୁବନେଶ୍ୱରରେ ସେ ପ୍ରଥମ ଓଡ଼ିଶା ବାସିନ୍ଦା ଭାବେ ନିର୍ଦ୍ଦେଶକ ପଦ ଗ୍ରହଣ କରିଛନ୍ତି। ସମ୍ବଲପୁରର ନନ୍ଦପଡ଼ାର ମୂଳବାସିନ୍ଦା ଶ୍ରୀ ହୋତା ସ୍ୱର୍ଗତ ଆର୍ତ୍ତତ୍ରାଣ ହୋତାଙ୍କ ପୁତ୍ର ଅଟନ୍ତି। ବୃକ୍ସହିଲ ୟୁପି ସ୍କୁଲରୁ ଶିକ୍ଷା ଆରମ୍ଭ କରି ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲରୁ କୃତୀତ୍ୱର ସହ ମେଟ୍ରିକ୍ ପାସ କରିବା ଉତ୍ତ୍।ରୁ ସେ ଗଙ୍ଗାଧର ମେହେର କଲେଜରୁ ପଦାର୍ଥ ବିଜ୍ଞାନରେ ଏମଏସ୍…

"ସମ୍ବଲପୁରର ସୁରେଶ ଚନ୍ଦ୍ର ହୋତା ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ"

ଦାୟାଦ ସମ୍ବର୍ଦ୍ଧନା ନୁହେଁ, ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ହେଉଛି ପ୍ରକୃତ ସମ୍ବର୍ଦ୍ଧନା -ଜୟୀ ରାଜଗୁରୁ ସ୍ମୃତି ସଂସଦ ତରଫରୁ ସରକାରଙ୍କୁ ଆହ୍ୱାନ

ଖୋର୍ଦ୍ଧା : ସ୍ଥାନୀୟ ଜୟୀ ରାଜଗୁରୁ ସ୍ମୃତି ସଂସଦ ତରଫରୁ ଶହୀଦ୍ ଜୟୀ ରାଜଗୁରୁଙ୍କ ପ୍ରକୃତ ଦାୟାଦ କିଏ ବୋଲି ପ୍ରଶ୍ନ କରିଛନ୍ତି ସଂସଦର ଅଧକ୍ଷ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ। ଫକିର ହରିଚନ୍ଦନଙ୍କ ‘ଖୋରଧା ଇତିହାସ ଅନ୍ତରାଳେ’ ବହି ସମେତ କେତେକ ଐତିହାସିକ ମାନଙ୍କ ମତରୁ ଜୟୀ ରାଜଗୁରୁଙ୍କ ବଂଶ ପରିଚୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ରାଜଗୁରୁ ନୀଳାମ୍ବର ମହାପାତ୍ର ଏବଂ ଜାନକୀ ଦେବୀଙ୍କ ଏକ ମାତ୍ର ପୁତ୍ର ଥିଲେ ରାଜଗୁରୁ ଗଦାଧର ମହାପାତ୍ର। ରାଜଗୁରୁ ଗଦାଧର ମହାପାତ୍ର ଏବଂ ଲକ୍ଷ୍ମୀ ଦେବୀଙ୍କର ଦୁଇ ପୁତ୍ର ହେଲେ ରାଜଗୁରୁ ଚାନ୍ଦ ମହପାତ୍ର ଏବଂ କବିଚନ୍ଦ୍ର ଖଡଗରାଏ। ରାଜଗୁରୁ ଚାନ୍ଦ ମହପାତ୍ର ଏବଂ ହାରାମଣୀ…

"ଦାୟାଦ ସମ୍ବର୍ଦ୍ଧନା ନୁହେଁ, ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ହେଉଛି ପ୍ରକୃତ ସମ୍ବର୍ଦ୍ଧନା -ଜୟୀ ରାଜଗୁରୁ ସ୍ମୃତି ସଂସଦ ତରଫରୁ ସରକାରଙ୍କୁ ଆହ୍ୱାନ"

ଅବ୍ୟବସ୍ଥାରେ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ- ପରୀକ୍ଷକଙ୍କ ମହଲରେ ଅସନ୍ତୋଷ

ବାଲେଶ୍ୱର,୨୪/୪(ଓଡ଼ିଆ ପୁଅ/ଅଜିତ ମହାନ୍ତି): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ଯୁକ୍ତଦୁଇ ମୂଲ୍ୟାୟନ କେନ୍ଦ୍ରର ଅବ୍ୟବସ୍ଥା ନେଇ ପରୀକ୍ଷକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୫ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହୋଇଥିବା ବେଳେ ପୁଣି ୧୭ ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା। ଆସନ୍ତା ୨୭ ତାରିଖ ସୁଦ୍ଧା  ମୂଲ୍ୟାଙ୍କନ କାର୍ଯ୍ୟ ଶେଷ କରିବା ପାଇଁ ବୋଡର଼୍ର ନିର୍ଦ୍ଦେଶ ଥିଲେ ବି ବିଭିନ୍ନ କାରଣ ପାଇଁ ଏହା ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଥିବା ପରୀକ୍ଷକମାନେ ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ କୁନ୍ତଳା…

"ଅବ୍ୟବସ୍ଥାରେ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ- ପରୀକ୍ଷକଙ୍କ ମହଲରେ ଅସନ୍ତୋଷ"

ପ୍ରଦୀପ କୁମାର ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ

ପୁରୀ ୨୪/୪ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ)ଶ୍ରୀମନ୍ଦିରର ମୁଖପ୍ରଶାସକ ଭାବେ ବରିଷ୍ଠ ପ୍ରଶାସକ ତଥା ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା ସୋମବାର ଦାୟିିତ୍ୱ ଗ୍ରହଣ କରିଛନ୍ତି। ମଧ୍ୟାହ୍ନରେ ଶ୍ରୀ ଜେନା ପୁରୀ ଆସି ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଚତୃର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଶ୍ରୀଜେନା ମୁଖ୍ୟପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ନୀତି ପ୍ରଶାସକ ପ୍ରଦୀପ୍ତ ଦାସ, ଉନ୍ନୟନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ସୁରକ୍ଷା ପ୍ରଶାସକ ପ୍ରଫୁଲ  ଚନ୍ଦ୍ର ମିଶ୍ର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡାଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। …

"ପ୍ରଦୀପ କୁମାର ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ"

ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ

ଘଟଗାଁ ୨୪-୪ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଚିଟଫଣ୍ଡ ଠକେଇ ଶୀକାର ହୋଇ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ସଳଖି ନଥିବା ବେଳେ ଏବେ ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି। ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଷ୍ଟେଟ ବ୍ୟାଙ୍କ ଅଧିନରେ ଥିବା ଚିନାମାଳିପଷି ଗ୍ରାମର ଗ୍ରାହକ ସେବା କେନ୍ଦ୍ରରେ। ବ୍ୟାଙ୍କ ସିକୃତିରେ ଖୋଲା ଯାଇଥିବା ଏହି କେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ନେଇ ଠକ ଫେରାର ହୋଇଯାଇଥିବା ବେଳେ ବ୍ୟାଙ୍କ କର୍ମଚାରୀ ଠକର ଟେର ପାଉ ନାହାଁନ୍ତି। ଅନ୍ୟ ପଟେ ପେଟରୁ କାଟି ବ୍ୟାଙ୍କରେ ସଂଚୟ କରିଥିବା ଥିବା ଜମାକାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚିନାମାଳିପଷି…

"ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ"

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନବୀନ ସରକାରଙ୍କ ସ୍ଥାଣୁତା-ଅପାରଗତା ବିରୁଦ୍ଧରେ ଓଡ଼ିଆଙ୍କ ହକ୍ ର ଲଢେ଼ଇ ପାଇଁ ଆହ୍ୱାନ

ଭୁବନେଶ୍ୱର, ବାରିପଦା, ତା.୨୩/୦୪ (ଓଡ଼ିଆ ପୁଅ): ଓଡ଼ିଶାରେ ନବୀନ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ଓଡ଼ିଆଙ୍କ ହକ୍ ର ଲଢେ଼ଇ। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସପ୍ତାହକ ମଧ୍ୟରେ ଆୟୋଜିତ ହୋଇଛି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ପାରିତ ହୋଇଛି ୩ୟ ପ୍ରସ୍ତାବ। ନବୀନ ସରକାରଙ୍କ ସ୍ଥାଣୁତା ଏବଂ ଅପାରଗତା ବିରୁଦ୍ଧରେ ‘ଆସନ୍ତୁ ଲଢ଼ିବା, ଓଡ଼ିଆଙ୍କ ହକ୍ ର ଲଢେ଼ଇ’ ପାଇଁ ଆହ୍ୱାନ ଦିଆଯାଇଛି। ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିବାବେଳେ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ ଏବଂ ଡ.ଯତୀନ ମହାନ୍ତି ସମର୍ଥନ ଜଣାଇଥିଲେ। ଏହା ପରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି…

"ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନବୀନ ସରକାରଙ୍କ ସ୍ଥାଣୁତା-ଅପାରଗତା ବିରୁଦ୍ଧରେ ଓଡ଼ିଆଙ୍କ ହକ୍ ର ଲଢେ଼ଇ ପାଇଁ ଆହ୍ୱାନ"

ମୋଦି ଓଡିଆ ବୀରତ୍ୱକୁ ସମ୍ମାନିତ କଲେ ବିଜେଡି ସେଥି ପାଇଁ ଅସହିଷ୍ଣୁ: ବିଜେପି

– ବାବୁଲା ହଜି ନାହାନ୍ତି, ବିଜେଡି ନେତା ଲୁଚାଇ ରଖିଛନ୍ତି, ଗଣମାଧ୍ୟମ ରିପୋର୍ଟ ସତ୍ୟ ହୋଇଥିଲେ ସାଂଘାତିକ – ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ରବି ନନ୍ଦଙ୍କ ଟେଲିଫୋନ କଲ ରେକର୍ଡ ଜାଂଚ ଓ ଜେରା ପାଇଁ ଦାବି – କେଉଁ ଗୋଟେ ମାଝୀଙ୍କୁ’ ବିଜେପି ସମ୍ମାନିତ କରିଛି କହି ଶ୍ରୀ ପାତ୍ର ସମ୍ପୂର୍ଣ କନ୍ଧ ସମାଜ, ରାଜ୍ୟର  ଆଦିବାସୀ ତଥା ସମ୍ପୂର୍ଣ ଓଡିଶାବାସୀଙ୍କ ଘୋର ଅପମାନ କରିଛନ୍ତି ।୧୭ ବର୍ଷର ବିଜେଡି ଶାସନ ପରେ ଓଡିଶାର ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେବା ପାଇଁ କିଏ ମନା କରିଥିଲା ? ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡିଶାର କୌଣସି ବି ବୀର ପୁରୁଷ…

"ମୋଦି ଓଡିଆ ବୀରତ୍ୱକୁ ସମ୍ମାନିତ କଲେ ବିଜେଡି ସେଥି ପାଇଁ ଅସହିଷ୍ଣୁ: ବିଜେପି"