ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି

ନୟାଗଡ଼, ୬ା୪: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଲା ରଣପୁର୍ ବ୍ଳକ ଅନ୍ତର୍ଗତ ସାରଙ୍ଗଧରପୁରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଶୁକ୍ରବାର ଏକ ବଡ଼ ଧରଣର ଡକାଏତି ହୋଇଯାଇଛି। ୫ଜଣ ଡକାଏତ ଏକ ବାଇକରେ ଆସି ହଠାତ୍ ବ୍ୟାଙ୍କ ଭିତରେ ପଶିଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭିତ କରିଥିଲେ। ତା’ପରେ ଲକର ଚାବି ନେଇ ପ୍ରାୟ ୨ଶହ ପ୍ୟାକେଟ ସୁନା ଓ ୮୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ତେବେ ଏସମ୍ପର୍କରେ ଡକାଏତଙ୍କ ପତ୍ତା ମିଳିନଥବାବେଳେ ରଣପୁର ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି।

"ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି"

କୋଡିଏ ହଜାର ଟଙ୍କାନେଇ ଯୁବତୀ କଳାକାର ପ୍ରେମିକ ସହିତ ଚମ୍ପଟ – ଗ୍ରାମରେ ଉତ୍ତେଜନା

ପୋଲସରା ୬-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ଗତ ଦୁଇ ତାରିଖ ଠାରୁ ତେର ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି।ଏହିଯାତ୍ରା ଆସନ୍ତା ପଣା ସଂକ୍ରାନ୍ତି ଦିନ ସମାପ୍ତ ହେବ।ଏହି ପରି ପ୍ରେକ୍ଷୀରେ ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମସ୍ଥିତ ମା ଦଣ୍ଡକାଳୀ ନାଟ୍ୟ ସଂସଦ ତରଫରୁ କୋଡିଏ ହଜାର ଟଙ୍କାରେ ଚୁକ୍ତିନାମା କରି କଟକ ବାଦାମବାଡ଼ି ଜଗନ୍ନାଥ ଲେନ ରହି ଅଭିନୟ କରୁଥିବା ଯୁବତୀ (୨୧) ଏବଂ ଯୁବତୀର ମା’ ଭଡାରେ ଅଭିନୟ କରିବା ପାଇଁ ଆସିଥିଲେ। ଏହି ମଧ୍ୟରେ ମଥୁରା ଦଣ୍ଡ ଭିନ୍ନଭିନ୍ନ ଦିବସରେ ଦଣ୍ଡଖେଳ କରିବା ସହିତ ରାତ୍ର ସମୟରେ ନାଟ୍ୟ ପରିବେଷଣ କରାଯାଇଥିଲା। ଉକ୍ତ ଚାରିଦିନ ନାଟକ…

"କୋଡିଏ ହଜାର ଟଙ୍କାନେଇ ଯୁବତୀ କଳାକାର ପ୍ରେମିକ ସହିତ ଚମ୍ପଟ – ଗ୍ରାମରେ ଉତ୍ତେଜନା"

ପ୍ରେମୀ ଯୁଗଳଙ୍କୁ ସହଯୋଗ କିରବା ଅଭିଯୋଗରେ ପ୍ରେମିକର ସାଙ୍ଗକୁ ଖାପ୍ ପଚାଂୟତରେ ଦଣ୍ଡିତ, ଲଜ୍ଜାରେ ଆତ୍ମହତ୍ୟା କଲେ ଯୁବକ

ମାଲକାନଗିରି, ୬।୪ (ଓଡିଆ ପୁଅ ) ପ୍ରେମିଯୁଗଳ ଙ୍କୁ ଗାଁରୁ ବାହରକୁ ପଠାଇବାରେ ସହଯୋଗ କରିଥିବା ପ୍ରେମିକର ସାଙ୍ଗକୁ ଖାପପଚାଂୟତରେ ଦଣ୍ଡିତ କରିବା ଓ ଲୋକଲଜ୍ୟାରେ ମାନସିକ ଭାରସାମ୍ୟ ହରାଇ ଉକ୍ତ ଯୁବକ ନିଜ ବେକରେ ରଶିଲଗାଇ ଆତ୍ମହତ୍ୟା କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚ୍ଚାର ବିଷୟପାଲଟିଛି। ପୁଲିସ ସୂଚନା ଅନୁଯାଇ କାଲିମେଳା ଥାନାସ୍ଥ ଏମପିଭି୧୯ଗ୍ରାମର ଜଣେ ନାବାଳିକା ଝିଅକୁ ନିକଟସ୍ଥ ଏମପିଭି ୨୦ଗ୍ରାମର ଶିବାନନ୍ଦଚୈଧୁରୀ ନାମକ ଜଣେ ଯୁବକ ଭଲପାଉଥିଲେ। ଗତ ୧୫ଦିନତଳେ ଉଭୟ ପୁଅ ଓ ଝିଅ ଘରଛାଡି କେଉଁ ଆଡେ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କଲାପରେ ସେମାନେ ଗୋଟିଏ ଦିନପରେ ନିଜ ଗାଁକୁ…

"ପ୍ରେମୀ ଯୁଗଳଙ୍କୁ ସହଯୋଗ କିରବା ଅଭିଯୋଗରେ ପ୍ରେମିକର ସାଙ୍ଗକୁ ଖାପ୍ ପଚାଂୟତରେ ଦଣ୍ଡିତ, ଲଜ୍ଜାରେ ଆତ୍ମହତ୍ୟା କଲେ ଯୁବକ"

କରେଣ୍ଟ ଲଗିବାରୁ ମହିଳା ଶ୍ରମିକର ମୃତ୍ୟୁ

ଯୋଡା- ତା ୦୬/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲ ଥାନା ଅନ୍ତର୍ଗତ ବଳିତା ଗ୍ରାମର ଏକ ନିର୍ମାଣଧିନ ଘରେ କାନ୍ଥର ପ୍ଲାଷ୍ଟରେ ପାଣୀ ଦେଉଥିବା ସମୟରେ କରେଣ୍ଟ ଲାଗି ଜଣେ ମହିଳା ଶ୍ରମିକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧.୩୦ମି. ଘଟିକା ସମୟରେ ବଳିତା ଗ୍ରାମର ସୋନୁ ମୁଣ୍ଡା ଘରେ ଗତ ୨ମାସ ଧରି ସିଭିଲ କାମ ଚାଲୁରହିଥିଲା। ଶୁକ୍ରବାର ବଳିତା ଗ୍ରାମର ତଳ ସାହି ନିବାସୀ କଣ୍ଠ ନାଏକଙ୍କ ସ୍ତ୍ରୀ ସାବିତ୍ରୀ ନାଏକ (୪୮) ସବୁ ଦିନ ପରି ସକାଳେ ନିଜ କାର୍ଯ୍ୟରେ ଯୋଗଦେଇଥିଲେ। ଗୁରୁବାର ଦିନ…

"କରେଣ୍ଟ ଲଗିବାରୁ ମହିଳା ଶ୍ରମିକର ମୃତ୍ୟୁ"

ଅମିତ ଶାହାଙ୍କ କଳାହାଣ୍ଡି ଗସ୍ତ ପରେ ବିଜେପି ନେତୃତ୍ୱ ଉପରେ ଡେମୋକ୍ଲିସ ଖଣ୍ଡା

କଳାହାଣ୍ଡି- ୬-୪ (ଓଡିଆ ପୁଅ) ଓଡିଶାରେ ମିଶନ ୧୨୦ କୁ କାର୍ଯ୍ୟକାରୀ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତୃତୀୟ ଥର ପାଇଁ ଓଡିଶା ଗସ୍ତ କରି ଫରିଯାଇଛନ୍ତି। ଏଥର ପଂଚିମାଂଚଳକୁ ଗୁରୁତ୍ୱ ଦେଇ କଳାହାଣ୍ଡି ଓ ବଲାଙ୍ଗୀର ଗସ୍ତ କରି ଗତ ୫ତାରିଖରେ ଫେରିଛନ୍ତି। ଗତ ୪ ତାରିଖ ଦିନ କଳାହାଣ୍ଡି ଗସ୍ତ ଓ ବିଶାଳ ଜନସମାବେଶକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ସେଥି ପାଇଁ ଯୋରଦାର ପ୍ରସ୍ତୃତ କରାଯାଇଥିଲା। ବୁଥ ସ୍ତରରୁ ବିଜେପି ସମର୍ଥକଙ୍କୁ ଅଣାଯାଇ ସଭାସ୍ଥଳରେ ଅନ୍ୟୁନ ଏକ ଲକ୍ଷ ଲୋକ ଙ୍କ ସମାବେଶ କରିବାର ବିଜେପି ପକ୍ଷରୁ ଏକ ସୁଚିନ୍ତିତ ଯୋଜନା ହୋଇଥିବା ବେଳେ ଆଶାନୁରୂପ ଲୋକ…

"ଅମିତ ଶାହାଙ୍କ କଳାହାଣ୍ଡି ଗସ୍ତ ପରେ ବିଜେପି ନେତୃତ୍ୱ ଉପରେ ଡେମୋକ୍ଲିସ ଖଣ୍ଡା"

ଧାମରା ମୁହାଣରେ ନୂଆ ବାଲିଦ୍ୱୀପ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ବନ୍ଦର ପ୍ରତିଷ୍ଠା ହେବା ପରେ ବନ୍ଦର ଉପକୂଳରେ ସ୍ଥଳଭାଗ ଧୀରେ ଧୀରେ ପୋତିବାରେ ଲାଗିଛି। ଧାମରା ସମୁଦ୍ର କୂଳ ଏବେ ଏତେ ଶୀଘ୍ର ପୋତୁଛି ଯେ, ସ୍ଥଳଭାଗର ପରିମାଣ ୨୦୧୫-୧୬ ପର ଠାରୁ ବଢିବାରେ ଲାଗିଛି। ଧାମରାରୁ ଅବଦୁଲ କଲାମ ଦ୍ୱୀପକୁ (ହୁଇଲର) ଯିବା ଏବେ ସମସ୍ୟା ଉପୁଜିବାରେ ଲାଗିଛି। କାରଣ ଧାମରା ମୁହାଣରେ ନୂଆ ବାଲିଚଡା ସୃଷ୍ଟି ହେଉଛି। ଏହି ବାଲିଚଡା ଏତେ ଶୀଘ୍ର ଲମ୍ବିବାରେ ଲାଗିଛି ଯେ ଚାନ୍ଦବାଲିରୁ ତାଳଚୁଆକୁ ଯାଉଥିବା (ଭଦ୍ରକ-କେନ୍ଦ୍ରାପଡା) ଯାତ୍ରୀବାହୀ ଲଞ୍ଚ ସନ୍ଧ୍ୟାବେଳେ ଏହି ରାସ୍ତା ଅତିକ୍ରମ କରିବା ବେଳେ ଏହି ନୂଆ…

"ଧାମରା ମୁହାଣରେ ନୂଆ ବାଲିଦ୍ୱୀପ"

ଭଦ୍ରକ ହିଂସାକୁ ପୂରିଲା ବର୍ଷେ ଆଶଙ୍କା ଅସ୍ତମିତ, ଭାଇଚାରା ଉଜ୍ଜୀବିତ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୨୦୧୭ ଅପ୍ରେଲ ୬ ତାରିଖ। ଭଦ୍ରକ ଇତିହାସର ଏକ କଳାଦିନ। ସେଦିନ ସାମାନ୍ୟ ଘଟଣାକୁ ନେଇ ଭଦ୍ରକରେ ସୃଷ୍ଟି ହୋଇଥିଲା ହିଂସା। ବର୍ଷବର୍ଷର ଭାଇଚାରା ଉପରେ ଲାଗିଥିଲା ପ୍ରଶ୍ନବାଚୀ। ସହରରେ ସଂଘଟିତ ପୋଡାଜଳା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଜାତୀୟ ଗଣମାଧ୍ୟମର ନଜର ଲାଗିଥିଲା ଭଦ୍ରକ ଉପରେ। ବେଶ କୁଖ୍ୟାତି ଅର୍ଜିଥିଲା ଭଦ୍ରକ ସହର। ରାମନବମୀ ଉତ୍ସବର ପରେ ପରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଅଶ୍ଳାଳୀନ ଟିପ୍ପଣୀରୁ ସୃଷ୍ଟି ହୋଇଥିଲା ଏହି ହିଂସା। ପୋଡାଜଳାରେ କ୍ଷତିଗ୍ରସ୍ତ ହୋଇଥିଲା ୪୫୦ଟି ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ, ୧୦ଟି ବାସଗୃହ ଓ ୩ଟି ଧାର୍ମିକ…

"ଭଦ୍ରକ ହିଂସାକୁ ପୂରିଲା ବର୍ଷେ ଆଶଙ୍କା ଅସ୍ତମିତ, ଭାଇଚାରା ଉଜ୍ଜୀବିତ"

ମାସକ ଭିତରେ ଓଡ଼ିଆ ନାମଫଳକ ନେଇ ତତ୍ପରତା

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଆ ଭାଷାର ପ୍ରଚଳନ ବାଧ୍ୟତାମୂଳକ କରାଯିବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ବିଶେଷକରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷା ବ୍ୟବହାର କରିବାକୁ ଜିଲା ପ୍ରଶାସନ ପକ୍ଷରୁ କଡା ତାଗିଦ କରାଯାଇଛି। କେତେକ ସରକାରୀ ଦପ୍ତରରେ ନୋଟିସ୍ ଓ ଅନ୍ୟାନ୍ୟ ନିର୍ଦ୍ଦେଶନାମା ଆଦି ଓଡ଼ିଆ ଭାଷାରେ ଲେଖା ଆରମ୍ଭ ହୋଇଥିବା ଉପଲବ୍ଧ ହୋଇଛି। ଏହି ପ୍ରସଙ୍ଗରେ ଜିଲା ପ୍ରଶାସନିକ ତରଫରୁ ସହରାଞ୍ଚଳରେ ଥିବା ବିଭିନ୍ନ ବ୍ୟବସାୟିକ ସଂଘର ଏକ ବୈଠକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଜ୍ଞାନ ଦାସଙ୍କ…

"ମାସକ ଭିତରେ ଓଡ଼ିଆ ନାମଫଳକ ନେଇ ତତ୍ପରତା"

ସାନ ସରକାର ବାବାଙ୍କ ପଞ୍ଚମ ବାର୍ଷିକ ସମାରୋହ ପ୍ରବଳ ବର୍ଷା ତୋଫାନରେ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ବାଇପାସ ରୋଡ଼ସ୍ଥିତ ସରକାର ନଗର ଖାନକାହ ଠାରେ ଗତକାଲି ମହାମାନ୍ୟ ସିଦ୍ଧ ପୁରୁଷ ହଜରତ ସୈୟଦ ଶାହା ୱସିମ ଅଖତର କାଦରୀ ଓରଫ ସାନ ସରକାର ବାବା(ର:ଅ)ଙ୍କ ପଞ୍ଚମ ବାର୍ଷିକ ‘ଉର୍ଷେ ମାମାଜାନ’ ଦୁଇଦିନ ଧରି ପାଳିତ ହୋଇଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରବଳ ବର୍ଷା ଓ ତୋଫାନରେ ମଧ୍ୟ ଲକ୍ଷାଧିକ ଭକ୍ତ ଶାନ୍ତି ଶୃଙ୍ଖଳା ସହିତ ଯୋଗଦାନ କରି ଉତ୍ସବ ସମାରୋହକୁ ସଫଳ କରାଇଥିଲେ। ସାନ ସରକାର ବାବା ୨୪-୧-୧୯୫୪ ମସିହା ବିହାର ପ୍ରଦେଶର (ଝରିଆ) ନାମକ ଗାଁରେ ପିତା ସୈୟଦ ଶାହା ଅବୁ ସଇଦ କାଦରୀ ଓ ମାତା…

"ସାନ ସରକାର ବାବାଙ୍କ ପଞ୍ଚମ ବାର୍ଷିକ ସମାରୋହ ପ୍ରବଳ ବର୍ଷା ତୋଫାନରେ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ"

ଏପ୍ରିଲ ୧୪ ଓ ୧୫: ଭଦ୍ରକରେ ୧୭ତମ ରାଜ୍ୟ ତାଇକୋଣ୍ଡୋ ଚମ୍ପିୟନସିପ୍

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ତାଇକୋଣ୍ଡୋ ଆସୋସିଏସନ ଅଫ ଓଡ଼ିଶା ଅନୁକୁଲ୍ୟରେ ସପ୍ତଦଶ ଓଡ଼ିଶା ରାଜ୍ୟ ତାଇକୋଣ୍ଡୋ ଚମ୍ପିୟନସିପ ଏପ୍ରିଲ ୧୪ ଓ ୧୫ ଦୁଇଦିନ ଧରି ଭଦ୍ରକର ଚରମ୍ପାସ୍ଥିତ ମହାରାଜା ଅଗ୍ରସେନ ଭବନରେ ଅନୁଷ୍ଠିତ ହେବ। ୧୪ ତାରିଖ ପୁର୍ବାହ୍ନରେ ଏହି ସଂସ୍କରଣ ଉଦଘାଟିତ ହେବ। ତାଇକୋଣ୍ଡୋ ଆସୋସିଏସନ୍ ଅଫ ଓଡ଼ିଶାର ସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏସନଅଧ୍ୟକ୍ଷ ଧବରେନ ପଲେଇଙ୍କ ପୌରୀହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଭାରତୀୟ ତାଇକୋଣ୍ଡୋର ଜନକ ତଥା ତାଇକୋଣ୍ଡୋ ଫେଡ଼େରେସନ ଅଫ ଇଣ୍ଡିଆର ସେକ୍ରେଟେରୀ ଜେନେରାଲ ଜିମ୍ମୀଆର. ଜାଗତିଆନୀ ମୁଖ୍ୟ ଅତିଥି ରୁପେ ଯୋଗଦେବେ। ସେହିପରି ୧୫ ତାରିଖ ରାତି…

"ଏପ୍ରିଲ ୧୪ ଓ ୧୫: ଭଦ୍ରକରେ ୧୭ତମ ରାଜ୍ୟ ତାଇକୋଣ୍ଡୋ ଚମ୍ପିୟନସିପ୍"