ଜଗତସିଂହପୁରର ଛେଳି ଚରାଳୀ ଗରୀବ ମହିଳାଙ୍କ ପ୍ରଶ୍ନ ଉଠାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଗରୀବ ମହିଳାଙ୍କ ପ୍ରଜାତନ୍ତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଅପରାଧ କି ବୋଲି ପ୍ରଶ୍ନ କଲେ କେନ୍ଦ୍ର ମନ୍ତ୍ରୀ – ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସଂପୃକ୍ତ ମହିଳାଙ୍କ ଧନ ଜୀବନକୁ ସୁରକ୍ଷା ଦେବାକୁ କଲେ ଅନୁରୋଧ ଭୁବନେଶ୍ୱର, ୨୮/୪ (ଓଡ଼ିଆ ପୁଅ) – ଜଗତସିଂହପୁର ଜିଲ୍ଲାର ଏରସମା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଳିକୁଦ ଗ୍ରାମର ଗରୀବ ମହିଳା ପାର୍ବତୀ ସାସମଲଙ୍କୁ ଆକ୍ରମଣ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଜାତନ୍ତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ବିଜେଡି ଅପରାଧ ବୋଲି ପରିଗଣନା କରୁଛି କି ବୋଲି ଶ୍ରୀ ପ୍ରଧାନ…

"ଜଗତସିଂହପୁରର ଛେଳି ଚରାଳୀ ଗରୀବ ମହିଳାଙ୍କ ପ୍ରଶ୍ନ ଉଠାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଦିଲ୍ଲୀ ଚାଲାଣ ପାଇଁ ଅଟକ ନାବାଳିକା ଉଦ୍ଧାର

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ହରିୟଣା ଦିଲ୍ଲୀରେ ବିକ୍ରି ହୋଇଥିବା କୁଲ୍ ବା କନିକାର ଯୁବତୀ ଅତି ଲ୍ ଜ୍ଜାଜନକ ସ୍ଥିତିରେ ଉଦ୍ଧାର ହେବା ପରେ ବି ପ୍ରଶାସନ କି ସରକାର ଚେତିଲେ ନାହିଁ। ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଯୁବତୀ ଚାଲାଣ ଭଳି ସମ୍ବେଦନଶୀଳ, ଅମାନବିକ ଘଟଣାକୁ ଗମ୍ଭୀରତାର ସହିତ ନେଲେ ନାହିଁ। ଯାହା ଯୁବତୀ ଚାଲାଣ ର୍ୟାକେଟ ପାଇଁ ପୁଣି ବାଟ ଖୋଲି ଦେଇଛି। ଉତ୍ସାହିତ ହୋଇ ଦଲାଲ ନିରୀହ, ଗରିବ, ଅସହାୟକଙ୍କୁ ଟାର୍ଗେଟ କରୁଛନ୍ତି। କେବଳ ଗାଁ ନୁହେଁ, ଦଲାଲଙ୍କ ଆଖି ଏବେ ସହର ଉପରେ ମଧ୍ୟ ପଡ଼ିଛି। ଏଭଳି କୁତ୍ସିତ ଟାର୍ଗେଟର ଶିକାର ହୋଇ ଦିଲ୍ଲୀ ଚାଲାଣ ହେବାକୁ…

"ଦିଲ୍ଲୀ ଚାଲାଣ ପାଇଁ ଅଟକ ନାବାଳିକା ଉଦ୍ଧାର"

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜୟନ୍ତୀ ଉତ୍ସବ ପାଳନ

ଭୁବନେଶ୍ୱର-୨୮/୪ (ଓଡ଼ିଆ ପୁଅ) ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାର ଅଖିଳ ଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ରେଲୱେ କର୍ମଚାରୀ ସଂଘ ସୌଜନ୍ୟରେ ସଂଘ କାର୍ଯ୍ୟାଳୟ ପରିସରରେ ଗତ ୨୬ ତାରିଖରେ ବାବା ସାହେବ ଡ଼ଃ ଭୀମ୍ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ପ୍ରଫେସର ପୁର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଦ୍ୱାରା ଉଦ୍ ଘାଟିତ ହୋଇ ଯାଇଛି। ଏହି ଉତ୍ସବରେ ସମାଜସେବୀ ଶ୍ରୀ ଅବଦୁଲ ଅଲ୍ଲୀ, ସଂଘର ଜୋନାଲ ସଭାପତି, ଶ୍ରୀ ଅନନ୍ତ ଚନ୍ଦ୍ର ବେହେରା, ମଞ୍ଚେଶ୍ୱର କାରଖାନା ସମ୍ପାଦକ ସର୍ବଶ୍ରୀ ଗଣେଶ କୁମାର ସେଠୀ, ଶଶୀକାନ୍ତ ଖଣ୍ଡେଇ, କାର୍ତ୍ତିକ ଚନ୍ଦ୍ର ମଲିକ, ରାଜୁ ନାୟକ, ଦୁଲ୍ଲଭ ବେହେରାଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରତିମୂର୍ତ୍ତି ଉନ୍ମୋଚନ ପରେ…

"ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜୟନ୍ତୀ ଉତ୍ସବ ପାଳନ"

ଶିକ୍ଷକଙ୍କୁ ଆରଏସିପି ପ୍ରଦାନ ପ୍ରସଙ୍ଗ-ବାଲେଶ୍ୱର ସାଂସଦଙ୍କ ହସ୍ତକ୍ଷେପ

ବାଲେଶ୍ୱର,୨୮/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକଙ୍କୁ ଆରଏସିପି ପ୍ରଦାନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାଳକ୍ଷେପଣ ନୀତକୁ ନେଇ ଶିକ୍ଷକ ସଂଘମାନେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହାର ଆଶୁ ସମାଧାନ ପାଇଁ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ହସ୍ତକ୍ଷେପ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରଏସିପି ପ୍ରଦାନରେ ବିଳମ୍ବକୁ ନେଇ ଆଲୋଚନା କରିଥିଲେ। ପଦୋନ୍ନତି ବନ୍ଦ ହୋଇଥିବା ବେଳେ ଶିକ୍ଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ର ରିଭାଇଜଡ୍ ଆସିଓଡ଼ କ୍ୟାରିୟର ପ୍ରୋଗ୍ରେସନ (ଆରଏସିପି) ବ୍ୟବସ୍ଥା କରିଛନ୍ତି। ନିୟମିତ ବ୍ୟବଧାରେ ଏହି ସନ୍ତୋଷଜକନ ଇନ୍ କ୍ରିମେଣ୍ଟ ସେମାନଙ୍କର ହକ୍ ହୋଇଥିବା ବେଳେ ଏଥିରୁ ଶିକ୍ଷକଙ୍କୁ ବଞ୍ଚିତ କରିବା ଆଦୌ ଉଚିତ…

"ଶିକ୍ଷକଙ୍କୁ ଆରଏସିପି ପ୍ରଦାନ ପ୍ରସଙ୍ଗ-ବାଲେଶ୍ୱର ସାଂସଦଙ୍କ ହସ୍ତକ୍ଷେପ"

ପଟାବାରି ଜୁଆଁଙ୍ଗ ପିଢିରେ ଅଜଣା ରୋଗର ଆତଙ୍କ, ଏକ ସପ୍ତାହ ମଧ୍ୟରେ ୩ ମୃତ, ୨ ଆକ୍ରାନ୍ତ

ଘଟଗାଁ ୨୮/୪ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) -କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୁରୁମୁଣ୍ଡା ପଂଚାୟତର ପଟାବାରି ଗାଁରେ ଜୁଆଁଙ୍ଗ ବସ୍ତିରେ ମୃତ୍ୟୁର ଛାୟା। ଗ୍ରାମରେ ଅଜଣା ରୋଗରେ ଏକ ସପ୍ତାହ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଏବେ ଆକ୍ରାନ୍ତ ଅଛନ୍ତି। ଗୋଡ ହାତ ସରୁ ହେବା ପରେ କିଛି ଦିନ ଶଯ୍ୟାଶାୟୀ ହେଇ ମୃତ୍ୟୁ ମୁହଁକୁ ଚାଲି ଯାଉଥିବା ଫଳରେ ଗ୍ରାମରେ ଏବେ ଆତଙ୍କ ଖେଳି ଯାଇଛି। ଗୋଡ ହାତ ସରୁ ହେଇଯିବା ପରେ ଚଳ ପ୍ରଚଳ କରିବାରେ ଅକ୍ଷମ ହେବା ପରେ ଶଯ୍ୟା ଶାୟୀ ହେଇ କିଛି ଦିନ ମଧ୍ୟରେ ରୋଗୀ ମରି ଯାଉଥିବା ଗ୍ରାମବାସି କହିଛନ୍ତି। ଏକ…

"ପଟାବାରି ଜୁଆଁଙ୍ଗ ପିଢିରେ ଅଜଣା ରୋଗର ଆତଙ୍କ, ଏକ ସପ୍ତାହ ମଧ୍ୟରେ ୩ ମୃତ, ୨ ଆକ୍ରାନ୍ତ"

ସମଲେଇଗୁଡ଼ି ହୁଣ୍ଡିରୁ ୨.୨୨ଲକ୍ଷ ସଂଗୃହୀତ

ସମ୍ବଲପୁର,୨୮।୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁର ସମଲେଇଗୁଡ଼ିର ହୁଣ୍ଡି ଶୁକ୍ରବାର ମାସେ ଅନ୍ତରାଳରେ ଖେ।ଲାଯାଇ ୨ଲକ୍ଷ ୨୨ହଜାର ୯୦୧ଟଙ୍କା ସଂଗ୍ରହ କରାଯାଇଛି। ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟବେ।ର୍ଡ ସଭାପତି ସଞ୍ଜୟ ବାବୁ, ସଭ୍ୟବୃନ୍ଦ ପ୍ରଫୁଲ୍ଲ ହେ।ତା, ହେମନ୍ତ ମିଶ୍ର, ବୀରେନ୍ଦ୍ର ରାୟ, ଅନିନ୍ଦିତ ଦାଶ, ଦେଓକୁମାର ଆଜମେରିଆ, ଦେବେ।ତ୍ତର ନିରୀକ୍ଷକ ପ୍ରଦୀପ ଗୁରୁ, ଟ୍ରଷ୍ଟବେ।ର୍ଡ ନିର୍ବାହୀ ଅଧିକାରୀ ଅମରେନ୍ଦ୍ର ଦାଶ, କାଯର୍ ୟାଳୟ ସହାୟକ ନୀଳାମ୍ବର ପଣ୍ଡା, ପୂର୍ବତନ କାଉନସିଲର ରାମନାରାୟଣ ପ୍ରଧାନ, ବରିଷ୍ଠ ନାଗରିକ ସୂଯର୍ ୟନାରାୟଣ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ପୂଜକ ଦେବେନ୍ଦ୍ର ରାୟ ଓ ପେ।ଲିସ କର୍ମଚାରୀ ସୁନନ୍ଦା ପୁରେ।ହିତଙ୍କ ଉପସ୍ଥିତିରେ ହୁଣ୍ଡି ଖେ।ଲାଯାଇଥିଲା।

"ସମଲେଇଗୁଡ଼ି ହୁଣ୍ଡିରୁ ୨.୨୨ଲକ୍ଷ ସଂଗୃହୀତ"

ବିଜେଡି ବିଜେପି ସହିତ ଲଢ଼ିବାକୁ ଡରୁଛି

ଭୁବନେଶ୍ୱର, ୨୮/୦୪ (ଓଡ଼ିଆ ପୁଅ): ଶାସକ ବିଜେଡି ସରକାରୀ କଳକୁ ଅପବ୍ୟବହାର କରି କୋରାପୁଟ ଜିଲ୍ଲା ସୁନାବେଡା ନଗରପାଳିକାର ୱାର୍ଡ ନମ୍ବର ୧୯ ରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀକୁ ହରାଇବା ପାଇଁ କୁଚକ୍ରାନ୍ତ କରିଛି। କୋରାପୁଟ ଜିଲ୍ଲା ସୁନାବେଡ଼ା ମ୍ୟୁନିସିପାଲିଟି ଉପନିର୍ବାଚନରେ ବିଜେଡି ବିଜେପି ସାଙ୍ଗରେ ଲଢ଼ିବାକୁ ଡରୁଛି। ପ୍ରକାଶଥାଉକି ଶ୍ରୀମତୀ ଗୁପ୍ତେଶ୍ୱରୀ ଆମ୍ବପଡ଼ିଆ ଯିଏକି ସୁନାବେଡ଼ା ମ୍ୟୁନିସିପାଲିଟି ୧୯ ନଂ ୱାଡର଼୍ର ଉପନିର୍ବାଚନରେ ବିଜେପି ପକ୍ଷରୁ ଦଳୀୟ ପ୍ରାର୍ଥୀନୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେ ଯେଉଁ ଜାତି ପ୍ରମାଣପତ୍ର ଦାଖଲ କରିଥିଲେ ତାହାକୁ ସ୍ଥାନୀୟ ତହସିଲଦାର ଗତ ୨୨ ତାରିଖ ଦିନ ପ୍ରଦାନ କରିଥିଲେ। ମାତ୍ର ଶାସକ…

"ବିଜେଡି ବିଜେପି ସହିତ ଲଢ଼ିବାକୁ ଡରୁଛି"

ଭଦ୍ରକ : ପ୍ରଦୂଷିତ ଜଳରେ ଚାଲିଛି ଆଖଣ୍ଡଳମଣିଙ୍କ ସେବାପୂଜା ଓ ନୀତିଭୋଗ

ଭଦ୍ରକ, ୨୮/ ୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠର ବାବା ଆଖଣ୍ଡଳମଣିଙ୍କ ପୀଠରେ ଉତ୍କଟ ଜଳ ସମସ୍ୟା ଯୋଗୁଁ ସେବାପୂଜା ସମେତ ନୀତିଭୋଗ ପ୍ରସ୍ତୁତି ହେଉଛି ପ୍ରଦୂଷିତ ଜଳରେ। ତାହାସହ ପୀଠକୁ ପ୍ରତିଦିନ ଆସୁଥିବା ଅଗଣିତ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପିଇବା ପାଇଁ ଉପଯୁକ୍ତ ପାନୀୟଜଳ ବ୍ୟବସ୍ଥା ନ ଥିବାରୁ ସେମାନେ ବାଧ୍ୟ ହୋଇ ନଳକୂପରୁ ବାହାରୁଥିବା ଲୁଣା ଓ ହଳଦିଆ ପାଣି ପିଉଛନ୍ତି। ବିଶେଷକରି ମଣିବାବାଙ୍କ ପୀଠ ସମଦ୍ର ମୁହାଣର ନିକଟବର୍ତ୍ତୀ ହୋଇଥିବାରୁ ପ୍ରାୟ ୪/୫ଶହ ଫୁଟ ତଳୁ ମଧୁର ଜଳ ଆସିଥାଏ। ଯାହାକି ସରକାରୀ ନଳକୂପକୁ ବାଦ ଦେଲେ…

"ଭଦ୍ରକ : ପ୍ରଦୂଷିତ ଜଳରେ ଚାଲିଛି ଆଖଣ୍ଡଳମଣିଙ୍କ ସେବାପୂଜା ଓ ନୀତିଭୋଗ"

ଡହଡହ ଖରା : ଜନଜୀବନ ଅସ୍ତବ୍ୟସ୍ତ

ଭଦ୍ରକ, ୨୮ /୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ)ଖର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ୪୫ଡିଗ୍ରୀ ପାରଦ ଟପିଛି। ଦିନ ୧୨ଟା ପରେ ରାସ୍ତାଘାଟ, ବଜାର, କୋର୍ଟକଚେରୀ, ଦୋକାନ ଆଦି ସବୁକିଛି ଶୁନଶାନ ହୋଇପଡୁଛି। ଦିନ ୧୦ଟା ବେଳକୁ ରାସ୍ତାଘାଟ ସବୁକିଛି ତାତି ଯାଉଛି। ସହର ଖାଁ ଖାଁ ହୋଇପଡୁଛି। ସକାଳୁ ଦିନ ୧୧ଟା ପର୍ଯ୍ୟନ୍ତ ଯାହାର ଯେମିତି କାମ ଶେଷ କରି ଘରକୁ ପଳାଇବାକୁ ଉଦ୍ୟମ ଚଳାଉଥିବା ଦେଖାଯାଇଛି। ଗ୍ରୀଷ୍ମ ପ୍ରବାହରେ ପଶୁସମୁଦାୟ ବାହାରେ ରହି ନପାରି ଗଛମୂଳକୁ ଆଶ୍ରା କରୁଛନ୍ତି। ସମସ୍ତ ସ୍କୁଲ, କଲେଜ ଛୁଟି ହୋଇଥିଲେ ମଧ୍ୟ କେତେକ ବେସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ…

"ଡହଡହ ଖରା : ଜନଜୀବନ ଅସ୍ତବ୍ୟସ୍ତ"

ଭଦ୍ରକ ହିଂସା ଘଟଣା, ରାତିଅଧିଆ ଗିରଫଦାରିକୁ ମହିଳାଙ୍କ ବିରୋଧ

ଭଦ୍ରକ, ୨୮/୪(ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ): ଭଦ୍ରକ ହିଂସା ଘଟଣାରେ ପୁଲିସର ରାତିଅଧିଆ ଗିରଫଦାରି ବିରୋଧରେ ଏବେ ପ୍ରତିବାଦର ସ୍ୱର ତୀବ୍ର ହେଉଛି। ଏହି କ୍ରମରେ ଆଜି ଶତାଧିକ ମହିଳା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ରାତିରେ ଗ୍ରାମାଞ୍ଚଳ ଥାନା ପୁଲିସ ବରାହଡିହ ଓ ଜୁଣିଆପାଳ ଗ୍ରାମରୁ ୬ଜଣ ବ୍ୟକ୍ତିଙ୍କୁ ହିଂସାରେ ଜଡିତ ଅଭିଯୋଗରେ ଉଠାଇ ଆଣିଥିଲା। ଏହାର ପ୍ରତିବାଦରେ ସେମାନଙ୍କ ପରିବାର ଲୋକେ ଓ ଗାଁର ମହିଳାମାନେ ଏକତ୍ରିତ ହୋଇ ଥାନାରେ ପହଞ୍ଚି ଥାନାଧିକାରୀଙ୍କୁ ଘେରିଥିଲେ। ପୁଲିସ ଯେଉଁମାନଙ୍କୁ ଉଠାଇଆଣିଛି ସେମାନେ ହିଂସାରେ ସଂପୃକ୍ତ ଥିବାର କ’ଣ ପ୍ରମାଣ ରହିଛି ବୋଲି ପ୍ରଶ୍ନ କରିଥିଲେ। ନିର୍ଦୋଷଙ୍କ ବିରୋଧରେ…

"ଭଦ୍ରକ ହିଂସା ଘଟଣା, ରାତିଅଧିଆ ଗିରଫଦାରିକୁ ମହିଳାଙ୍କ ବିରୋଧ"