ଦୈତାରୀ ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବାବା ଆମ୍ବେଦକର ଶ୍ରମିକ ସଙ୍ଗଠନର ଗଣଧାରଣା

ହରିଚନ୍ଦନ ପୁର ୨୮/୫ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଦିନକୁ ଦିନ ଦୈତାରୀ ଖଣି ଅଞ୍ଚଳରେ ଅସନ୍ତୋଷର ବାତା ବରଣ ଦେଖା ଦେଉଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ରହିଥିବା ଓଡିଶା ଖଣିନଗମ ଅଞ୍ଚଳର ବିକାଶ ଓ ସ୍ଥାନୀୟ ବେକାର ଯୁବକଯୁବତୀମାନଙ୍କୁ କମ୍ପାନୀରେ ସ୍ଥାୟୀନିଯୁକ୍ତି ଦେବା ଦାବିରେ ବାବା ଆମ୍ବେଦକର ଶ୍ରମିକ ସଂଘର ଶହଶହ ମହିଳା ଓ ପୁରୁଷ ଲୋକମାନେ ଶନିବାର ଦିନ ଦୈତାରୀ ଖଣିନିଗମ କାର୍ଯ୍ୟାଳୟ ଠାରେ ଗଣଧାରଣା ଓ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ଖବରୁ ପ୍ରକାଶଯେ, ବରେଇଗୋଡା ପଞ୍ଚାୟତ ତାଳପଦା ଗ୍ରାମର ୧୫୦୦ ଏକର ଅଣ ଜଙ୍ଗଲ ଜମିକୁ ଖଣି କାର୍ଯ୍ୟପାଇଁ ୨୦୧୪ ମସିହାରେ ଖଣି ଖନନ କରିବା ନିମନ୍ତେ ନେଇଥିବାବେଳେ ଏହାକୁ…

"ଦୈତାରୀ ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବାବା ଆମ୍ବେଦକର ଶ୍ରମିକ ସଙ୍ଗଠନର ଗଣଧାରଣା"

ଶୁଖିଲା ପଡ଼ିଛି ଗ୍ରାମ ପୋଖରୀ : ସକଂଟରେ ଜୀବଜନ୍ତୁ

ଯାଜପୁର୨୭/୦୫ (ଓଡ଼ିଆ ପୁଅ/ମାନସ ରାଉତ)-ବଡ଼ଚଣାର ସବୁ ଅଂଚଳରେ ଏବେ ପାଣି ପାଇଁ ହାହା କାର ପଡ଼ିଛି। ବିଶେଷ କରି ପଶ୍ଚିମ ବଡ଼ଚଣା ଏକ ପାର୍ବତ୍ୟାଂଚଳ ହୋଇଥିବାରୁ ପାଣି ପାଇଁ ଏବେ ଏ ସବୁ ଅଂଚଳରେ ମଣିଷ ଓ ଜୀବଜନ୍ତୁ ମାନେ ନାନାଦି ହଇରାଣ ହରକତ ହେଉଛନ୍ତି। ଭୂତଳ ଜଳସ୍ତର ହ୍ରାସ ପାଇବାରୁ ଏବେ ଗ୍ରାମରେ ଥିା ପୋଖରୀ ସବୁ ଶୁଖି ଖାଁ ହୋଇଛି। ମଣିଷ ତା’ର ଦୈନଦିନ କାର୍ଯ୍ୟ ପାଇଁ ଏଠୁ ସେଠୁ ପାଣି ସଂଗ୍ରହ କରୁଥିଲା ବେଳେ ଜୀବଜନ୍ତୁମାନେ ହଇରାଣ ହରକତ ହେଉଥିବାର ଦେଖାଯାଉଛି। ଭୁଷଣ୍ଡପୁର, ସିହା, ଶାଳପଡ଼ା, ବଡ଼ଚଣା, ଖଏରା, ସମିଆଁ, କାଇମାଟିଆ ଓ ପାରିଆ ଆଦି ପଂଚାୟତର ୪୦ରୁ ଉଦ୍ଧ୍ୱର୍ ପୋଖେରୀ…

"ଶୁଖିଲା ପଡ଼ିଛି ଗ୍ରାମ ପୋଖରୀ : ସକଂଟରେ ଜୀବଜନ୍ତୁ"

ସୀମାନ୍ତରେ ନକ୍ସଲ ପୁଲିସ ଗୁଳି ବିନିମୟ, ୭ ନକ୍ସଲ ଗିରଫ

ମାଲକାନଗିରି, ୨୮/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ସୀମାନ୍ତ ଛତିଶଗଡ ନରାୟଣପୁର ଜିଲ୍ଲା ଧନୋରା ଥାନାସ୍ଥ ଟେକାନାର ଜଙ୍ଗଲରେ ପୁଲିସ କମ୍ବିଂ ଅପରେସନ କରୁଥିବା ସମୟରେ ନକ୍ସଲମାନେ ହଠାତ ଗୁଳି ଚଳାଇ ଥିଲେ, ତାର ପାଲଟା ଜବାବରେ ପୁଲିସମାନେ ମଧ୍ୟ ଗୁଳିଚାଳନା କରିଥିଲେ, ଉଭୟଙ୍କ ମଧ୍ୟରେ ପ୍ରାୟ ୨ ଘଟାଂ ଧରି ଗୁଳି ବିନିମୟ ହୋଇଥିଲା। ଅଧିକ ସଂଖ୍ୟକ ପୁଲିସ ଥିବାରୁ ନକ୍ସଲ ମାନେ ସେମାନଙ୍କୁ ସାମନା କରିନପାରି ଜଙ୍ଗଲରେ ଛତ୍ର ଭଙ୍ଗଦେଇ ଲୁଚିପଳାଇଥିଲେ। ପରେ ପୁଲିସ ସେହି ଜଙ୍ଗଲରେ ସର୍ଚଅପରେସନ କରିବାରୁ ଜଙ୍ଗଲ ମଧ୍ୟରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ୩ ମହିଳା ନକ୍ସଲ ସହିତ ୭ ଜଣଙ୍କୁ ଗୋଡାଇ ପୁଲିସ ଧରି ଥିଲେ। ସେମାନଙ୍କୁ…

"ସୀମାନ୍ତରେ ନକ୍ସଲ ପୁଲିସ ଗୁଳି ବିନିମୟ, ୭ ନକ୍ସଲ ଗିରଫ"

ନକ୍ସଲଙ୍କ ବିରୋଧରେ ପ୍ରବନ୍ଧ ଲେଖି ପୁରସ୍କୃତ ହେଲେ ନକ୍ସଲ କମାଣ୍ଡରଙ୍କ ଝିଅ

ମାଲକାନଗିରି,୨୮/୫(ଓଡ଼ିଆ ପୁଅ) ନକ୍ସଲଙ୍କ ନାମ ଶୁଣିଲେ ପୁଲିସ ଠାରୁ ଆରମ୍ଭ କରି ଜନସାଧରଣ ପର୍ଯ୍ୟନ୍ତ ଭୟରେ ପାଟି ନଫିଟାଇ ଚୁପ ରହିଥାନ୍ତି। ହେଲେ ଜଣେ ସପ୍ତମ ଶ୍ରେଣୀରେ ପାଠପଢୁଥିବା କୁନି ଝିଅଟିଏ ଆଉ ଚୁପ ରହିପାରିଲା ନାହିଁ, ତାଙ୍କ ବାପା ଜଣେ ନକ୍ସଲ କମାଣ୍ଡର ଥିଲେ ବି ସେ ନକ୍ସଲଙ୍କ ଉପରେ ପ୍ରବନ୍ଧ ଲେଖି ପୁରସ୍କୃତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସମଗ୍ର ଦେଶରେ ନକ୍ସଲ ପନ୍ଥିଙ୍କ ଦୌରାତ୍ମ୍ୟ ଚାଲିଥିବାରୁ ଦେଶର ଆନ୍ତରିକ ସୁରକ୍ଷା ଦିଗରେ ବାଧାସୃଷ୍ଟି ହେଉଛି, ନକ୍ସଲଙ୍କ ହିସାଂକାଣ୍ଡ ଓ ଭୟରେ ନକ୍ସଲ ପ୍ରବଣ ଅଚଂଳରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ହୋଇ ପାରୁନାହିଁ, ବିଶେଷ କରି ଅଧିକ…

"ନକ୍ସଲଙ୍କ ବିରୋଧରେ ପ୍ରବନ୍ଧ ଲେଖି ପୁରସ୍କୃତ ହେଲେ ନକ୍ସଲ କମାଣ୍ଡରଙ୍କ ଝିଅ"

ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚିଲା ବିଧାୟକଙ୍କ ସହ ସରକାରି ଦଳ

ଯାଜପୁର, ୨୮/୫ (ଓଡ଼ିଆ ପୁଅ/ମାନସ ରାଉତ) ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ପଞ୍ଚାୟତ ଦେବତା ସାହିରେ ଗତ ୨୬ ତାରିଖରେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ବିଡିଓ ଗୋପବନ୍ଧୁ ଭୋସାଗର, ତହସିଲଦାର ଅଶୋକ କୁମାର ଦାସ ପ୍ରମୁଖ ପହଞ୍ଚି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ମୁର୍ଶିଦ ବିବି ଏବଂ ତସ୍ଲିମା ବିବିଙ୍କର ଛଅ ବଖରା ଘର ପୋଡିଯିବା ସହ ସେଠାରେ ଭଡାରେ ରହୁଥିବା ୧୭ ଜଣ ବୁଲା ବେପାରିମାନେ ଅତ୍ୟନ୍ତ ବେସାହାରା ହୋଇଯାଇଛନ୍ତି। ଅଗ୍ନିବିପନ୍ନ ପରିବାରଙ୍କୁ ଶାଢି-୫ଟି, ଲୁଙ୍ଗି-୧୫ଟି ,ଗାମୁଛା-୧୫ଟି.ବିସ୍କୁଟ ଏବଂ ଚୁଡା ବିଧାୟକଙ୍କ ତରଫରୁ ପ୍ରଦାନ କରାଯାଇଥିବା ବେଳେ ତହସିଲଦାରଙ୍କ ବିପର୍ଯ୍ୟୟ…

"ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚିଲା ବିଧାୟକଙ୍କ ସହ ସରକାରି ଦଳ"

୩୦ଟି ଚିଟଫଣ୍ଡ ସଂସ୍ଥାକୁ କମିଶନଙ୍କ ନୋଟିସ୍

କଟକ,୨୮/୦୫ (ଓଡ଼ିଆ ପୁଅ/ତପନ କୁମାର ସାହୁ): ଜଷ୍ଟିସ୍ ମଦନ ମୋହନ ଦାସ କମିଶନ ଚିଟଫଣ୍ଡ ମାମଲାରେ ଆଉ ୩୦ଟି ଚିଟଫଣ୍ଡ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି। କମିଶନ ସଂପୃକ୍ତ ସଂସ୍ଥା ଗୁଡିକୁ ସେମାନଙ୍କ ସଂସ୍ଥାରେ ଅର୍ଥ ପୈଠ କରିଥିବା ଜମାକାରୀ ଓ ଜମା ରାଶି ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ତଥ୍ୟ ଦେବାକୁ କହିଛନ୍ତି। କମିଶନ ଫ୍ୟୁଚର୍ ଫାର୍ମିଙ୍ଗ୍ ରିଅଲକନ୍ ଲିମିଟେଡ୍ ର ନିର୍ଦ୍ଦେଶକ ସୀତାଂଶୁ ଶେଖର ରାଉଳ ଓ ତପନ କୁମାର ସ୍ୱାଇଁଙ୍କୁ ନୋଟିସ୍ ଜାରି କରି ଜମାକାରୀ ଓ ସେମାନଙ୍କର ଜମାରାଶି ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ କହିଛନ୍ତି। କମିଶନ ଏଭରଗ୍ରୀନ୍ ଆଗ୍ରୋ ଏଣ୍ଡ୍ ଫୁଡ୍ସ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଅବୁବ୍ୟାକର୍ କାଇପ୍ରଥ ପୁଥିଆପୁଆଇ…

"୩୦ଟି ଚିଟଫଣ୍ଡ ସଂସ୍ଥାକୁ କମିଶନଙ୍କ ନୋଟିସ୍"

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି

ନୟାଗଡ଼,୨୮/୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସ୍କୁଲ ଓ କଲେଜମାନଙ୍କରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା କରିଥିଲେ। ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ଟେଣ୍ଡର ମାଧ୍ୟମରେ ସ୍କୁଲ କଲେଜରୁ କମ୍ପ୍ୟୁଟର ଯୋଗାଇ ଦେବାପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ତେଣେ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ବରାଦ ସତ୍ତ୍ୱେ ଏହି ଯୋଜନାଟି କେତେଦୂର ଫଳପ୍ରଦ ହୋଇପାରିଛି, ନୟାଗଡ଼ ଜିଲ୍ଲାରେ ଅବ୍ୟବହୃତ ଭାବେ ଅଳିଆ ଗଦାରେ ପଡ଼ି ରହିଥିବା କମ୍ପ୍ୟୁଟର ଗୁଡ଼ିକୁ ଦେଖିଲେ ଏହା ସହଜରେ ବୁଝାପଡ଼େ। ସାଂସଦ ପାଣ୍ଠିରେ ସ୍କୁଲ, କଲେଜ ଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଯୋଗାଇ ଦିଆଯାଇଥିବା…

"ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି"

ବିଭିନ୍ନ ଯୋଜନାର ସମୀକ୍ଷା ନେଇ ତିନି ବିଭାଗୀୟ ନିର୍ଦ୍ଦେଶକଙ୍କ ନୟାଗଡ଼ ପରିଦର୍ଶନ

ନୟାଗଡ଼,୨୮/୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଭିନ୍ନ ଯୋଜନାର ରୂପରେଖ, କାର୍ଯ୍ୟକାରିତା ଓ ସମୀକ୍ଷା ନେଇ ରାଜ୍ୟ ସରକାରଙ୍କ ତିନୋଟି ବିଭାଗର ନିର୍ଦ୍ଦେଶକ ଆସନ୍ତାକାଲି ସୋମବାର ନୟାଗଡ଼ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାରଙ୍କ ଓଏଲ୍ଏମ୍, ପଂଚାୟତରାଜ ବିଭାଗର ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ପଂଚାୟତରାଜ ବିଭାଗର ନିର୍ଦ୍ଦେଶକ ହେମନ୍ତ କୁମାର ପାଢୀ ଓ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଏମ୍ ମୁଥୁକୁମାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି, ସଫଳତା ଓ ସମୀକ୍ଷା କରିବେ ବୋଲି ନୟାଗଡ଼ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସୂତ୍ରରୁ ଜଣାପଡ଼ିଛି।

"ବିଭିନ୍ନ ଯୋଜନାର ସମୀକ୍ଷା ନେଇ ତିନି ବିଭାଗୀୟ ନିର୍ଦ୍ଦେଶକଙ୍କ ନୟାଗଡ଼ ପରିଦର୍ଶନ"

ଜୁନ ୬ ରେ ନୟାଗଡ଼କୁ ୧୨୦ କିମି ବେଗରେ ପରୀକ୍ଷା ମୂଳକ ଟ୍ରେନ ଆସିବ

ନୟାଗଡ଼,୨୮/୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଆସନ୍ତା ଜୁନ ମାସ ୬ ତାରିଖରେ ନୟାଗଡ଼କୁ ପୁଣି ପରୀକ୍ଷାମୂଳକ ଟ୍ରେନ ଆସିବ। ଏଥିପାଇଁ କଲିକତାରୁ ଏକ ସ୍ୱତନ୍ତ୍ର ଟିମ୍ ଆସି ରେଳ ଚଳାଚଳର ଅନୁଧ୍ୟାନ କରିବେ। ଏହି ଟିମ୍ ୧୨୦ କି.ମି ବେଗରେ ପରୀକ୍ଷା ମୂଳକ ଭାବେ ଟ୍ରେନର ବେଗ ବଢାଇ ଟ୍ରାକ୍ ତନଖି କରିବେ। ଏହାପରେ ନୟାଗଡ଼କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଗତ ୧୧ ତାରିଖରେ ନୟାଗଡ଼କୁ ପ୍ରଥମେ ପରୀକ୍ଷାମୂଳକ ଟ୍ରେନ ଗଡ଼ିଥିଲା।

"ଜୁନ ୬ ରେ ନୟାଗଡ଼କୁ ୧୨୦ କିମି ବେଗରେ ପରୀକ୍ଷା ମୂଳକ ଟ୍ରେନ ଆସିବ"

ଭୁବନେଶ୍ୱର/ପୁରୀ – ମୁମ୍ୱାଇ ମଧ୍ୟରେ ନୂଆ ଦୈନିକ ଏସି ଟ୍ରେନ ସହିତ ବର୍ତ୍ତମାନର ଟ୍ରେନକୁ ଦୈନିକ କରିବାକୁ ପ୍ରଭୁଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର ୨୮/୫ (ଓଡ଼ିଆ ପୁଅ) ଭୁବନେଶ୍ୱର/ପୁରୀ – ମୁମ୍ୱାଇ ମଧ୍ୟରେ ଦୈନିକ  ନୂଆ ଏସି ଟ୍ରେନ ସହିତ ବର୍ତ୍ତମାନର ଟ୍ରେନକୁ ଦୈନିକ କରିବାକୁ ପ୍ରଭୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଅନୁରୋଧ କରିଛନ୍ତି। ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତିଯେ, ମୁମ୍ୱାଇ ଏବଂ ଓଡିଶା ମଧ୍ୟରେ ରେଳ ସଂଯୋଗ ବିଶେଷ ଭାବରେ ନାହିଁ। ଖୋର୍ଦ୍ଧାରୋଡ଼ ରୁ ମୁମ୍ୱାଇ ପାଇଁ ଏକ ନୂଆ ଏସି ଏକ୍ସପ୍ରେସ ଟ୍ରେନ ଆରମ୍ଭ କରିବା ପାଇଁ ପୂର୍ବରୁ ପତ୍ର ଲେଖି ଅନୁରୋଧ କରିଥିଲେ। ଏହି ଟ୍ରେନକୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ନାମରେ ନାମିତ କରାଯିବା ପାଇଁ ସେ…

"ଭୁବନେଶ୍ୱର/ପୁରୀ – ମୁମ୍ୱାଇ ମଧ୍ୟରେ ନୂଆ ଦୈନିକ ଏସି ଟ୍ରେନ ସହିତ ବର୍ତ୍ତମାନର ଟ୍ରେନକୁ ଦୈନିକ କରିବାକୁ ପ୍ରଭୁଙ୍କୁ ନବୀନଙ୍କ ଚିଠି"