ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା ; ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ପାଇବା ପରେ ଶବକୁ ଗ୍ରାମକୁ ନେଲେ ପରିବାର ଲୋକ

କୋରାପୁଟ ; ତା୨୫-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଥିଲା।ଉପଯୁକ୍ତ ନ୍ୟାୟ ଦାବିରେ ପରିବାର ଲୋକେ ଶବକୁ ମେଡିକାଲ ବାହାରେ ରଖି ଡାକ୍ତରଙ୍କୁ ଗିରଫ ଦାବିରେ ଧରଣାରେ ବସିଥିଲେ।ଆଜି ଅପାରହ୍ନ ୪ଘ.୩୦ ମିନିଟ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ପାଇବା ପରେ ଗ୍ରାମ ବାସିନ୍ଦା ଓ ପରିବାର ଲୋକେ ଶବକୁ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମ ମସିପୁଟକୁ ନେଇଥିଲେ। ସୂଚନାଯୋଗ୍ୟ ଯେ କୋରାପୁଟ ବ୍ଲକ ଅନ୍ତର୍ଗତ ମସିପୁଟ ଗ୍ରାମର ସନିଆ ଭୋଇଙ୍କ ସ୍ତ୍ରୀ ସାବି ଭୋଇ…

"ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା ; ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ପାଇବା ପରେ ଶବକୁ ଗ୍ରାମକୁ ନେଲେ ପରିବାର ଲୋକ"

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

ଢେଙ୍କିକୋଟ,  ତା୨୫/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଝାରବେଡା ଗ୍ରାମରେ ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନ ରେ ଘନଘନ ବଜ୍ରପାତ ହେବା ସମୟରେ ଝାରବେଡା ଗ୍ରାମର ମଧୁ ସେନାପତି ଙ୍କ ପୁଅ ଗୁରୁଚରଣ ସେନାପତି (୧୮) ବଜ୍ରପାତରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ରାଜୁ ସେନାପତି ନାମରେ ଯୁବକ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି ହୋଇଛନ୍ତି। ତେବେ ଖବରପାଇ ପଣ୍ଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛନ୍ତି।

"ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର"

୩ରେ ଓଡ଼ିଶା ଆସିବେ ତୋଗାଡ଼ିଆ

ଭୁବନେଶ୍ୱର;୨୫,ସେପ୍ଟେମ୍ବର:ଆସନ୍ତା ଅକ୍ଟୋବର ୩ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ(ଏଏଚପି)ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ:ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଆସୁଛନ୍ତି।ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚିୟୁଟ ଅଫ ଇଞ୍ଜିନିୟରସଠାରେ ତୋଗାଡ଼ିଆ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେବେ ବୋଲି ଓଡ଼ିଶା ଶାଖା ସଭାପତି ସଂଗ୍ରାମ ଆଚାର୍ଯ୍ୟ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଡଃ: ପ୍ରବୀଣ ତୋଗାଡ଼ିଆ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ରେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ।ବଜରଙ୍ଗ ଦଳ ସଙ୍ଗଠନ ବିସ୍ତାରରେ ତୋଗାଡ଼ିଆଙ୍କର ପ୍ରମୁଖ ଭୂମିକା ରହିଛି।ତେବେ ତୋଗାଡ଼ିଆଙ୍କ ଗାଡ଼ି ଦୁର୍ଘଟଣା,ହଠାତ ନିଖୋଜ ହୋଇ ଅଚେତ ଅବସ୍ଥାରେ ଉଦ୍ଧାର ହେବା, ପୁଲିସ ତାଙ୍କୁ ଏନକାଉଣ୍ଟର କରିବା ସନ୍ଦେହ ଅଭିଯୋଗ ଆଦି ଘଟଣା ପରେ ଭିଏଚପି ସଭାପତି ନିର୍ବାଚନରେ ତୋଗାଡ଼ିଆଙ୍କ…

"୩ରେ ଓଡ଼ିଶା ଆସିବେ ତୋଗାଡ଼ିଆ"

ଧର୍ମଶାଳା ବିଜେଡି ପକ୍ଷରୁ ଛାତ୍ର ସମାବେଶ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନା : ବିଧାୟକ ପ୍ରଣବ ବଳବନ୍ତରାୟ

ଧର୍ମଶାଳା, ୨୫/୯ (ଓଡିଆପୁଅ/ମାନସ ରାଉତ): ଧର୍ମଶାଳା ବିଜେଡି ପକ୍ଷରୁ ଏକ ଛାତ୍ର ସମାବେଶ ଗଡ଼ମଧୁପୁର ଇନ୍ଦ୍ର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଛାତ୍ର ବିଜେଡି ସଭାପତି ସୈାମ୍ୟପ୍ରକାଶ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କରୁଛନ୍ତି। ଗରୀବ ଛାତ୍ରଛାତ୍ରୀମାନେ ମେଧାବୃତ୍ତି ପାଇ ନିଜର ପାଠ୍ୟକ୍ରମରେ ସଫଳ ହୋଇ ଉଚ୍ଚ ଶିକ୍ଷିତ ହେଉଛନ୍ତି। ଯାଜପୁର ସାଂସଦ ରୀତା ତରାଇ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର…

"ଧର୍ମଶାଳା ବିଜେଡି ପକ୍ଷରୁ ଛାତ୍ର ସମାବେଶ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନା : ବିଧାୟକ ପ୍ରଣବ ବଳବନ୍ତରାୟ"

ଛଅ ଦଫା ଦାବି ନେଇ ପାଟଣା ଅଗ୍ନିଶମ ବିଭାଗର କାର୍ଯ୍ୟବନ୍ଦ ଆନ୍ଦୋଳନ

ପାଟଣା, ତା୨୫/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ କର୍ମଚାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ଛଅ ଦଫା ଦାବି ପୂରଣ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀ। ସୋମବାର ଠାରୁ ଆରମ୍ଭ ହୋଇଛି ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ। ଯେଉଁ ଆନ୍ଦୋଳନ ସାଧାରଣ ଲୋକଙ୍କ ପାଇଁ ବିପଦ ଆଣିଛି। ଏହି ଆନ୍ଦୋଳନ ରେ ପାଟଣା ଅଗ୍ନିଶମ ବିଭାଗ ମଧ୍ୟ ସାମିଲ ହୋଇଛି ଫଳରେ ପାଟଣା ଅଞ୍ଚଳରେ ବିଭିନ୍ନ ଜରୁରୀକାଳୀନ ସେବା ଠପ୍ ହୋଇଯାଇଛି। ବିଶେଷ କରି ଦୂର୍ଘଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ମିଳୁଥିବା ସେବା କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି। ଅଗ୍ନିଶମ ସେବାକେନ୍ଦ୍ରରେ କାର୍ଯ୍ୟରତ ଡ୍ରାଇଭର ହାବିଲଦାର,…

"ଛଅ ଦଫା ଦାବି ନେଇ ପାଟଣା ଅଗ୍ନିଶମ ବିଭାଗର କାର୍ଯ୍ୟବନ୍ଦ ଆନ୍ଦୋଳନ"

ଇ-ବିଧାନ ଦ୍ୱାରା ପ୍ରତ୍ୟେକ ବିଧାନସଭାରେ କାଗଜବିହୀନ କାର୍ଯ୍ୟ ହେବ: ଦେଶର ୪୦ଟି ବିଧାନ ଗୃହ ‘ୱାନ ନେସନ ୱାନ ଆପ୍ଲିକେସନ’ରେ ଯୋଡ଼ି ହେବେ

ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ କର୍ମଶାଳାକୁ ଉଦଘାଟନ କଲେ ଅର୍ଜୁନ ରାମ ମେଘୱାଲ – ଇ-ବିଧାନ ଦ୍ୱାରା ପ୍ରତ୍ୟେକ ବିଧାନସଭାରେ କାଗଜବିହୀନ କାର୍ଯ୍ୟ ହେବ – ଦେଶର ୪୦ଟି ବିଧାନ ଗୃହ ‘ୱାନ ନେସନ ୱାନ ଆପ୍ଲିକେସନ’ରେ ଯୋଡ଼ି ହେବେ ନୂଆଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ (ନେଭା) କର୍ମଶାଳା। ଏହାର ଉଦଘାଟନୀ ଉତ୍ସବରେ ସଭାପତିତ୍ୱ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର, ଜଳସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଏହି ଅବସରରେ ଶ୍ରୀ ମେଘୱାଲ ନେଭାର ନୂତନ ୱେବସାଇଟ ଉନ୍ମୋଚନ କରିବା…

"ଇ-ବିଧାନ ଦ୍ୱାରା ପ୍ରତ୍ୟେକ ବିଧାନସଭାରେ କାଗଜବିହୀନ କାର୍ଯ୍ୟ ହେବ: ଦେଶର ୪୦ଟି ବିଧାନ ଗୃହ ‘ୱାନ ନେସନ ୱାନ ଆପ୍ଲିକେସନ’ରେ ଯୋଡ଼ି ହେବେ"

ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ୨୫-୯ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ବେତନଟୀ ବ୍ଲକ ବଗୁଲି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଭିଜିଲାନ୍ସ ଚଢ଼ାଉ। ପ୍ରଧାନ ଶିକ୍ଷକ ଜଣକ ହେଉଛନ୍ତି ବିଶ୍ଵନାଥ ସାହୁ। ସାରସକଣା ବ୍ଲକର ଖେରଣା ସ୍ଥିତ ପୈତୃକ ସମ୍ପତ୍ତି ତଥା ସାରସକଣାର ଶଶୁର ଘର ଏବଂ ବାରିପଦା ସ୍ଥିତ ରଘୁନାଥପୁରର ଦୁଇଟି ବାସଭବନରେ ଏକା ସହିତ ଚଢ଼ାଉ କରାଯାଇଛି ସମସ୍ତ ସମ୍ପତ୍ତିର ଆକଳନ କରାଯିବ। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ଟିମକୁ ୭ଟି ପ୍ଲଟ ,୩ଟି ଘର, ବ୍ୟାଙ୍କ ଆକାଉଣ୍ଟ, ସୁନା ଗହଣା, କାର,୨ ମୋଟର ସାଇକେଲ ଜବତ କରିଛି।

"ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ"

ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନା: ୪ ବର୍ଷରେ ପ୍ରତିଷ୍ଠା ହେବ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର

– ୧୪୫୫୫ ନିଶୁଳ୍କ ନମ୍ବରକୁ କଲ କରି ଜାଣିହେବ ଯୋଜନାର ସବିଶେଷ ତଥ୍ୟ – ବର୍ତମାନସୁଦ୍ଧା ଯୋଜନା ସହ ଯୋଡି ହୋଇଛନ୍ତି ଦେଶର ୧୩, ୦୦୦ ଡାକ୍ତରଖାନା ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚି ଠାରେ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଶାଳ ଜନସମାଗମ ମଧ୍ୟରେ ପିଏମଜେୱାଇର ଶୁଭାରମ୍ଭ କରିବା ଲାଗି ମଂଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଯୋଜନା ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ଚାଇବାସା ଏବଂ କୋଦେର୍ମାଠାରେ ମେଡ଼ିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ…

"ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନା: ୪ ବର୍ଷରେ ପ୍ରତିଷ୍ଠା ହେବ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର"

ସୁପ୍ରୀମ କୋର୍ଟଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ରାୟ: ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହେବେ ନାହିଁ ସାଂସଦ ଏବଂ ବିଧାୟକ

ସୁପ୍ରୀମ କୋର୍ଟ କହିଲେ କି ରାଜନୀତିରେ ଅପରାଧିକରଣକୁ ସମାପ୍ତ କରିବା ଜରୁରୀ। କିନ୍ତୁ ତା’ ସମ୍ବନ୍ଧରେ ଆଇନ୍ ବନାଯିବା ଆବଶ୍ୟକ ଯେପରି ଅପରାଧି ରାଜନୀତିକୁ ଆସି ପାରିବେ ନାହିଁ। ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ସାଂସଦ ଏବଂ ବିଧାୟକମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପୂର୍ବରୁ ଅଯୋଗ୍ୟ ଘୋଷିତ କରାଯିବା ମାମଲାରେ ସୁପ୍ରୀମ କୋର୍ଟ ଗୁରୁତ୍ତୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି କି ସାଂସଦ ଏବଂ ବିଧାୟକମାନଙ୍କ ଉପରେ ଆରୋପ ସିଦ୍ଧ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇନପାରେ। ସୁପ୍ରୀମ କୋର୍ଟ କହିଲେ କି ଏପରି ମାମଲାରେ ସଂସଦ ସ୍ଥିର କରୁ କି ସଂସଦକୁ କ’ଣ କରିବାକୁ ପଡ଼ିବ। ଏହା ସହିତ ସୁପ୍ରୀମ କୋର୍ଟ…

"ସୁପ୍ରୀମ କୋର୍ଟଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ରାୟ: ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହେବେ ନାହିଁ ସାଂସଦ ଏବଂ ବିଧାୟକ"

ବିଜେପିର ନେତା ଓ କର୍ମୀଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର, ୨୫/୯ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସୋମବାରଦିନ ବଡମ୍ବା-ନରସିଂହପୁର ବିଧାୟକ ତଥା ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ୨୦୦ରୁ ଊର୍ଦ୍ଧ୍ୱ କର୍ମୀ, ନେତା, ଯୁବ ଓ ଛାତ୍ର ନେତା ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିର ବଡମ୍ବା-ନରସିଂହପୁର ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିନିଧି ସରୋଜ କୁମାର ପଟ୍ଟନାୟକ, ଆୟୁଷ୍ମାନ ପଟ୍ଟନାୟକ ଓ ଅବିନାଶ ପଟ୍ଟନାୟକ ପ୍ରମୁଖ ଅନ୍ତର୍ଭୁକ୍ତ। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ…

"ବିଜେପିର ନେତା ଓ କର୍ମୀଙ୍କ ବିଜେଡିରେ ଯୋଗଦାନ"