କଳାହାଣ୍ଡିର ପଂଚାୟତ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

କଳାହାଣ୍ଡି-୭/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)-ଗତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପରେ ଶାସକ ବିଜେଡି ପକ୍ଷରୁ କ୍ରମାନ୍ୱୟରେ ଜିଲ୍ଲାୱାରୀ ପଂଚାୟତ ପ୍ରତିନିଧି ମାନଙ୍କୁ ରାଜଧାନୀକୁ ଡକାଇ ସ୍ଥିତି ନେଇ ସମୀକ୍ଷା କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାର ନବନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ଇତିମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସାଂପ୍ରତିକ ପରିସ୍ଥିତି ସଂପର୍କରେ ସାମନା ସାମନି ଆଲୋଚନା କରିଥିବା ପ୍ରକାଶ। କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ଅଂଚଳର ଅଧିକାଂଶ ସରପଂଚ, ସମିତି ସଭ୍ୟ, ତଥା ଏକମାତ୍ର ଜିଲ୍ଲା ପରିଷଦ ସଭ୍ୟ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ କଳାହାଣ୍ଡିରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସଂପର୍କରେ…

"କଳାହାଣ୍ଡିର ପଂଚାୟତ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ"

ବିବାଦରେ କଳାହାଣ୍ଡିର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝୀ, ନକଲି ଦାୟାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଅଭିଯୋଗ

କଳାହାଣ୍ଡି ୭/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ କଳାହାଣ୍ଡି ଭଲି ଏକ ପଛୁଆ ଜିଲ୍ଲାର ସର୍ବ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ରେଣ୍ଡୋ ମାଝୀଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ପଦକ୍ଷେପ ନିଆ ଯାଇଥିଲା। ହେଲେ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରକୃତ ଦାୟାଦଙ୍କ ବଦଳରେ ଅନ୍ୟମାନଙ୍କୁ ସେଥିରେ ସମ୍ମାନୀତ କରାଯାଇଥିବା ନେଇ କଳାହାଣ୍ଡିରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବାରେ ଲାଗିଛି। ସୂଚନା ଯୋଗ୍ୟଯେ, ଦେଶ ପାଇଁ ଗୋରା ସରକାର ସହ ଲଢେଇ କରି କଳାହାଣ୍ଡିର ଆଦିବାସୀ ନେତା ୧୮୫୫ ମସିହାରେ ପ୍ରାଣ ହରାଇଥିବା ଐତିହାସିକ ମତ ରହିଛି। ଜଣେ ଆଦିବାସୀ କୁଟିଆ…

"ବିବାଦରେ କଳାହାଣ୍ଡିର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝୀ, ନକଲି ଦାୟାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଅଭିଯୋଗ"

ଜଜେଶପଙ୍ଗା ଜଙ୍ଗଲରେ ନକ୍ସଲ-ପୁଲିସ ଗୁଳି ବିନମୟ

ଫୁଲବାଣୀ୨୮/୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଂଚାୟତର ଜଜେଶପଙ୍ଗା ନିକଟରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି।ଆରକ୍ଷୀ ଅଧିକ୍ଷକଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୨ରୁ ୧୫ ଜଣ ମାଓବାଦୀ ଆଜି ସଂପୃକ୍ତ ସ୍ଥାନରେ ପୁଲିସ ବାହିନୀ ଉପରେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ପୁଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା।ସୂଚନା ମୁତାବକ ଆଜି ପୁଲିସ ପକ୍ଷରୁ ଏକ ଜନସଂପର୍କ ଶିବିର ଆୟୋଜନ କରାଯାଇଥିଲା। ଏଥିପାଇଁ ଡାକ୍ତର ଓ େଔଷଧ ପତ୍ର ନେଇ ସାଡିଙ୍ଗିଆ ପୁଲିସ ବାହିନୀ ସାଡିଙ୍ଗିଆ ଅଭିମୂଖେ ଯାଉଥିଲା ବେଳେ ମାଓବାଦୀମାନେ ଏହି ଆକ୍ରମଣ କରଥିିଲେ। ତେବେ ଆକ୍ରମଣରେ କେହି ମୃତାହତ…

"ଜଜେଶପଙ୍ଗା ଜଙ୍ଗଲରେ ନକ୍ସଲ-ପୁଲିସ ଗୁଳି ବିନମୟ"

ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ କାରଖାନାରରେ ତାଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ମାଲିକ : ଅର୍ଥାଭାବରୁ ଭୋକ ଉପାସରେ ଓ ରୋଗରେ ପଡି ୪୦ ରୁ ଉର୍ଦ୍ଧ ଶ୍ରମିକଙ୍କର ଅକାଳ ମୃତ୍ୟୁ ଅଭିଯୋଗ:୭୩୧ ଦିନରେ ପହଞ୍ଚିଲା ଧାରଣା

କେନ୍ଦୁଝର ୨୯/୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରର ପଳାସପଙ୍ଗାସ୍ଥିତ ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ କାରଖାନା ଓଡିଶା ସ୍ପଞ୍ଜ ଆଇରନ କାରଖାନା (ଓ.ଏସ୍ .ଆଇ.ଏଲ)ର କର୍ମଚାରୀଙ୍କୁ ବକେୟା ଦରମା ପ୍ରଦାନ ଓ ବେଆଇନ ତାଲାବନ୍ଦ ପ୍ରତ୍ୟାହାର ଦାବିରେ କର୍ମଚାରୀଙ୍କ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାକୁ ଆଜି(ତା୨୯.୪.୧୭ରେ) ୭୩୧ ଦିନ ବା ଦୁଇ ବର୍ଷ ପୁରି ଧାରଣା ଇସିହାସରେ ରେକର୍ଡ ସୃଷ୍ଟି କରିବାକୁ ବସିଲାଣି। ହେଲେ ଇତି ମଧ୍ୟରେ କମ୍ପାନୀର ମାଲିକ ମାନ୍ୟବର କୋର୍ଟଙ୍କ ରାୟ ଓ ସରକାରଙ୍କ କଥାକୁ ମଧ୍ୟ ମାନିଲେ ନାହିଁ। କାରଖାନା ଚାଲୁକଲେ ନାହିଁ କି କର୍ମଚାରଙ୍କ ବକେୟା ପାଉଣା ଦେଲେ ନାହିଁ। ଫଳରେ କାରଖାନାରେ…

"ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ କାରଖାନାରରେ ତାଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ମାଲିକ : ଅର୍ଥାଭାବରୁ ଭୋକ ଉପାସରେ ଓ ରୋଗରେ ପଡି ୪୦ ରୁ ଉର୍ଦ୍ଧ ଶ୍ରମିକଙ୍କର ଅକାଳ ମୃତ୍ୟୁ ଅଭିଯୋଗ:୭୩୧ ଦିନରେ ପହଞ୍ଚିଲା ଧାରଣା"

ଚଳନ୍ତା ଅବସ୍ଥାରେ ୧୦ ଚକିଆ ଟ୍ରକରେ ନିଆଁ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର

ହରିଚନ୍ଦନପୁର,୨୬/୪ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ବଡପଳାଶପାଳ ଗ୍ରାମ ନିକଟ ପଂଚାୟତ ଘର ସାମ୍ମାନାରେ ବୁଧବାର ଅପରାହ୍ନ ୨ ଟା ସମୟରେ ଏକ ୧୦ ଚକିଆ ଟ୍ରକରେ ଅଚାନକ ଭାବେ ଗାଡିର ଆଗପଟୁ ନିଆଁ ଲାଗି ଯାଇଥିଲା। ଏଥିରେ କାହାର କିଛି କ୍ଷେତି ହୋଇନଥିବା ଜଣା ପଡିଛି। କବରରୁ ପ୍ରକାଶଯେ, ହରିଚନ୍ଦନପୁର ଠାରୁ ବଡପାଳାଶପାଳ ଗ୍ରାମକୁ ନରଶରି ଗଛ ଲଗାଇବା ପାଇଁ ଫଟୁମାଟି ଆଣିବାକୁ ଯାଉଥିବା ସମୟରେ ପଂଚାୟତ ଗୃହ ସାମ୍ନାରେ ଅଚାନକ ଭାବରେ ଗାଡିର ଆଗଆଡୁ ନିଆଁ ଲାଗିଯାଇଥିଲା। ନିଆଁକୁ ଦେଖି କୌଣସି ଘଟଣା ଘଟିବା ପୁର୍ବରୁ ଗାଡିର ହେଲପର ଓ ଚାଳକ ତଳକୁ ଡେଇଁପଡି ଥିଲେ। ଏହାକୁ…

"ଚଳନ୍ତା ଅବସ୍ଥାରେ ୧୦ ଚକିଆ ଟ୍ରକରେ ନିଆଁ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର"

ଅନ୍ଧବିଶ୍ୱାସର କରୁଣ ପରିଣତ: ଗଡିଲା ଦୁଇଟି ମୁଣ୍ଡ

କେନ୍ଦୁଝର ୨୮/୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ସଚେତନତାର ଅଭାବରୁ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଗୁଣିଗାରେଡି ସନ୍ଦେହରେ ବିଭିନ୍ନ ସମୟରେ ଲୋମହର୍ଷଣ ହତ୍ୟାକାଣ୍ଡମାନ ଘଟୁଛି। ଏଭଲି ହତ୍ୟାକାଣ୍ଡମାନ ବିଶେଷଭାବେ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ଘଟୁଥିବା ବେଳେ ଲୋକଙ୍କୁ ଅନ୍ଧବିଶ୍ୱାସରୁ ଦୂରେଇ ରଖିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସେଛାସେବୀ ସଂଗଠନମାନ ଏକପ୍ରକାର ବିଫଳ ହୋଇଛନ୍ତି।  କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଶିରିଗିଡା ଗାଁର ରୁଗୁଡି ସାହିରେ ଘଟିଛି ଏଭଳି ଏକ ଲୋମହର୍ଷଣ କାରୀ ହତ୍ୟାକାଣ୍ଡ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଜଣେ ଯୁବକ ଗୁରୁବାର ବିଳମ୍ବିତ ରାତ୍ରିରେ ଶୋଇଥିବା ଅବସ୍ଥାରେ ଗୋଟିଏପରିବାରର ଚାରୀଜଣଙ୍କୁ ଆକ୍ରମଣ କରିଥିବା…

"ଅନ୍ଧବିଶ୍ୱାସର କରୁଣ ପରିଣତ: ଗଡିଲା ଦୁଇଟି ମୁଣ୍ଡ"

ଏଣିକି ଇପିଏଫଓ ସଦସ୍ୟଙ୍କୁ ଚିକିତ୍ସା ଲାଗି ଅଗ୍ରୀମ ଉଠାଇବା ନିମନ୍ତେ କେବଳ ନିଜସ୍ୱ ଘୋଷଣାନାମା ଦାଖଲ କରିବାକୁ ହେବ

ନୂଆଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ସଦସ୍ୟ କିମ୍ବା ଆଶ୍ରୀତଙ୍କ ଚିକିତ୍ସା ଲାଗି ଅଗ୍ରୀମ ଜମା ଉଠାଇବା ନିମନ୍ତେ ଇପିଏଫଓ ସଦସ୍ୟଙ୍କୁ ଏଣିକି କେବଳ ନିଜସ୍ୱ ଘୋଷଣାନାମା ଦାଖଲ କରିବାକୁ ହେବ। ଦିବ୍ୟାଙ୍ଗ ସଦସ୍ୟମାନେ ମଧ୍ୟ ନିଜସ୍ୱ ଘୋଷଣାନାମା ଜରିଆରେ ଅଗ୍ରୀମ ହାସଲ କରିପାରିବେ। ଇପିଏଫ ଯୋଜନା ୧୯୫୨ର ପାରାଗ୍ରାଫ ୬୮-ଏନ୍ ଏବଂ ୬୮-ଜେ ଅନୁଯାୟୀ ସଦସ୍ୟମାନଙ୍କୁ ଆଉ ପୂର୍ବଭଳି କୌଣସି ମେଡିକାଲ ପ୍ରମାଣପତ୍ର କିମ୍ବା ଅନ୍ୟ କୌଣସି ପ୍ରମାଣପତ୍ର କିମ୍ବା କାଗଜପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଇପିଏଫ ଯୋଜନା ୧୯୫୨ର ପାରାଗ୍ରାଫ ୬୮-ଏନ୍ ଏବଂ ୬୮-ଜେ ରେ ସଂଶୋଧନ ଆଣିଛନ୍ତି ଏବଂ ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ ଠାରୁ…

"ଏଣିକି ଇପିଏଫଓ ସଦସ୍ୟଙ୍କୁ ଚିକିତ୍ସା ଲାଗି ଅଗ୍ରୀମ ଉଠାଇବା ନିମନ୍ତେ କେବଳ ନିଜସ୍ୱ ଘୋଷଣାନାମା ଦାଖଲ କରିବାକୁ ହେବ"

“ମହାତ୍ମାଗାନ୍ଧୀଙ୍କ ପାଇଁ ମଧୁବାବୁ ଥିଲେ ଦ୍ୱିତୀୟ ଟଲ୍ ଷ୍ଟୟ’

ଭୁବନେଶ୍ୱର, ୨୭/୪(ଓଡ଼ିଆ ପୁଅ): ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପାଇଁ ଉତ୍କଳ ଗୌରବ ମଧୁସୂଦନ ଥିଲେ ଦ୍ୱିତୀୟ ଟଲ୍ ଷ୍ଟୟ। ଏକଥା ନିଜେ ଗାନ୍ଧିଜୀ ଲେଖିଛନ୍ତି। କେବଳ ସେତିକି ନୁହେଁ ଗାନ୍ଧିଜୀ ଖଦି, ସ୍ୱଦେଶୀ, ଗ୍ରାମ୍ୟ ଓ କୂଟୀର ଶିଳ୍ପ, ଅସ୍ଫୃଶ୍ୟତା ନିବାରଣ, ଲବଣ ସତ୍ୟାଗ୍ରହ ଆଦି ସମ୍ପର୍କରେ କାମ ଆରମ୍ଭ କରିବାର ବହୁ ପୂର୍ବରୁ ମଧୁବାବୁ ଏହି ଆନ୍ଦୋଳନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୟଙ୍ଗ ଇଣ୍ଡିଆ, ହରିଜନ, ନବଜୀବନ ଆଦି ପତ୍ରିକାରେ ମହାତ୍ମାଗାନ୍ଧୀ ଏହା ଉଲ୍ଲେଖ କରିଛନ୍ତି। କଲେକ୍ଟେଡ୍ ୱାର୍କସ୍ ଅଫ୍ ମହାତ୍ମାଗାନ୍ଧୀ ପୁସ୍ତକାବଳୀର ବିଭିନ୍ନ ଭାଗରେ ଏ ସଂକ୍ରାନ୍ତରେ ଥିବା ବହୁ ଐତିହାସିକ ତଥ୍ୟ ଉପରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି…

"“ମହାତ୍ମାଗାନ୍ଧୀଙ୍କ ପାଇଁ ମଧୁବାବୁ ଥିଲେ ଦ୍ୱିତୀୟ ଟଲ୍ ଷ୍ଟୟ’"

ପଟୁଣିଆ ପଂଚାୟତରେ ପାଣି ପାଇଁ ହାହାକାର-କାର୍ଯ୍ୟରେ ଆସୁନି ପାନୀୟ ଜଳ ପ୍ରକଳ୍ପ

ଧର୍ମଶାଳା, ୨୭/୪(ଓଡିଆପୁଅ/ମାନସ ରାଉତ) ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ସହିତ ରୋøଦ୍ରତାପ ବଢ଼ିବାରେ ଲାଗିଛି। ଏପରି ସ୍ଥଳରେ ମନ୍ୟୁଷ୍ୟର ଅତିଆବଶ୍ୟକ ପାନୀୟ ଜଳ ପାଇଁ ଏବେଠାରୁ ହାହାକାର ଦେଖାଦେଇଛି। ବିଶେଷତଃ ପଟୁଣିଆ ପଂଚାୟତରେ ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେବାରେ ଲାଗିଛନ୍ତି। ଏହି ପଂଚାୟତରେ ଜନସାଧରଣଙ୍କ ପାଇଁ ଉଦ୍ଧିଷ୍ଟ ପାନୀୟ ଜଳ ପକଳ୍ପଟି କାର୍ଯ୍ୟରେ ଲାଗୁନଥିବା ବେଳେ ଅନେକ ନଳକୂପରୁ ପାଣି ଟୋପାଏ ବାହୁରିନାହିଁ। ଫଳରେ ପାଣି ପାଇଁ ଏକପ୍ରକାର ଲୋକମାନଙ୍କ ମଧ୍ୟରେ ସର୍ଘଷ ଲାଗିବା ଭଳି ପ୍ରତୀୟମାନ ହେଉଛି। ଏହି ପଂଚାୟତଟି ୮ଟି ଗ୍ରାମ ଏବଂ ୧୨ଟିୱାଡକୁ ନେଇ ଗଠିତ ହୋଇଥିବା ବେଳେ ଏହାର ଜନସଂଖ୍ୟା ୩୪ଶହରୁ ଅଧିକ। ଏହି ପଂଚାୟତର ମୁଖ୍ୟ…

"ପଟୁଣିଆ ପଂଚାୟତରେ ପାଣି ପାଇଁ ହାହାକାର-କାର୍ଯ୍ୟରେ ଆସୁନି ପାନୀୟ ଜଳ ପ୍ରକଳ୍ପ"

‘ଅଗ୍ନି-୩’ର ସଫଳ ପରୀକ୍ଷଣ

ବାଲେଶ୍ୱର,୨୭/୪(ଓଡିଆପୁଅ/ଅଜିତ ମହାନ୍ତି)ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ଓ ଭାରତୀୟ ସେନାବାହିନୀର ଷ୍ଟ୍ରାଟେିକ୍ ଫୋର୍ସର ମିଳିତ ସହଯୋଗରେ ଆଜି ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗି୍ନ-୩’ର ସଫଳ ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ବାଲେଶ୍ୱରଠାରୁ ୭୦ କିମି ଦୂର ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ‘ଏପିଜେ ଅବଦୁଲ କାଲାମ ଦୀପ’ର ପ୍ରତିରକ୍ଷା ବିଭାଗ ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ଲଞ୍ଚ୍ କମ୍ପେ୍ଲକ୍ସ-୪ରୁ ସକାଳ ୯.୧୨ ମିନିଟ୍ ରେ ଏହାକୁ ଉତ୍ କ୍ଷେପଣ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନର୍ମିତ ଏହି କ୍ଷେପଣାସ୍ତ୍ରର ଲମ୍ବ-୧୭ ମିଟର, ମୋଟେଇ-୨ ମିଟର ଓ ନିଜସ୍ୱ ଓଜନ ୨୨ ଟନ୍ ଅଟେ। ଭୂ-ପୃଷ୍ଟରୁ ଭୂ-ପୃଷ୍ଟକୁ ନିକ୍ଷେପ ହେଉଥିବା ଦୁଇଗୋଟି…

"‘ଅଗ୍ନି-୩’ର ସଫଳ ପରୀକ୍ଷଣ"