ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ

ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଅପ୍ରେଲ ୨୦୧୯ ସୁଦ୍ଧା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ନଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ଼୍ କୋଟ୍ ଠାରୁ ଆରମ୍ଭ କରି ୱାଇ ଫାଇ, ପାର୍କିଂ, ସୌର ଶକ୍ତି, ଏଲିଭେଟର ଓ ଏସ୍‌କାଲେଟର୍ ଆଦି ସମସ୍ତ…

"ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ"

ସଂକୀର୍ଣ୍ଣତା ମଧ୍ୟରେ ଜୁନାଗଡ ଠାରେ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ। ରାଜନୀତି ଛାଡି ବିକାଶ ପାଇଁ ରାଜନେତା ଏକାଠି ହେବାକୁ ଅତିଥିଙ୍କ ଆହ୍ୱାନ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଜୁନାଗଡ ଠାରେ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ତିନି ଦିନ ବ୍ୟାପି ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତ୍ୟନ୍ତ ସଂକୀର୍ଣ୍ଣତା ମଧ୍ୟରେ ପ୍ରତି ବର୍ଷ ହୋଇଥାଏ ବୋଲି ଏଠାରେ କେବଳ ନାମକୁ ମାତ୍ର ସେହି ଚିରାଚରିତ ଆୟୋଜକ ମାନଙ୍କ ଦ୍ୱାରା ହିଁ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା, ସବୁ ସ୍ତରର ସବୁ ଦଳର ବୂକ୍ତିତ୍ୱ ସାଙ୍ଗକୁ ସହରାଂଚଳ ଓ ଗ୍ରାମାଂଚଳର ଅନେକ ଗୁଣି ଜ୍ଞାନୀ ତଥା ପ୍ରତିଭା ଧାରୀ ବ୍ୟକ୍ତିତ୍ୱ ମାନଙ୍କୁ ଅଣଦେଖା କରାଯିବା ସର୍ବୋପରି ଜୁନାଗଡର ଅନେକ ବୁଦ୍ଧୀଜୀବି ମାନଙ୍କୁ ଜାଣିଶୁଣି ବାଦ ଦେବା ଭଲି ଅନେକ…

"ସଂକୀର୍ଣ୍ଣତା ମଧ୍ୟରେ ଜୁନାଗଡ ଠାରେ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ। ରାଜନୀତି ଛାଡି ବିକାଶ ପାଇଁ ରାଜନେତା ଏକାଠି ହେବାକୁ ଅତିଥିଙ୍କ ଆହ୍ୱାନ।"

ବୌଦ୍ଧ ଜିଲାର ଉଚ୍ଚଶିକ୍ଷା ସମ୍ବଲପୁରରୁ ବ୍ରହ୍ମପୁର ଅଧିନକୁ ଯିବା ନେଇ ଏବିଭିପିର ବିକ୍ଷୋଭ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବୌଦ୍ଧ, ୧୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲାରେ ଆଜି ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ଉନ୍ନତ୍ତ ମାନର ହୋଇନଥିବା ବେଳେ ଜିଲାର ଉଚ୍ଚ ଶିକ୍ଷା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁର ଅଧିନରେ କାର୍ଯ୍ୟ କରିଆସୁଥିବା ବେଳେ ଜିଲାର ଯୁକ୍ତ ୩ ବିଭାଗର ସମସ୍ତ ପାଠ୍ୟ ଓ ପରିକ୍ଷା ଗୁଡିକ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ହେଉଅଛି। ଜିଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ସ୍ଥାପନ ହୋଇପାରିନାହିଁ। ଜିଲାଟି ପଶ୍ଚିମ ଓଡିଶା ସହ ଅଙ୍ଗାଅଙ୍ଗି ଭାବେ ଜଡିତ ଥିବା ସହ ଲୋକ ମାନେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହ ସମସ୍ତ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା…

"ବୌଦ୍ଧ ଜିଲାର ଉଚ୍ଚଶିକ୍ଷା ସମ୍ବଲପୁରରୁ ବ୍ରହ୍ମପୁର ଅଧିନକୁ ଯିବା ନେଇ ଏବିଭିପିର ବିକ୍ଷୋଭ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ"

ବିଜେପୁର ଗୁଳିକାଣ୍ଡ ଘଟଣା ପ୍ରସଙ୍ଗରେ: ଶାସକ ବିଜେଡି ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବରଗଡ଼ ଏସ୍ପି : ବିଜେପି

– ତଥ୍ୟ ଓ ତଦନ୍ତ ଆଧାରରେ ନା ବିଜେଡ଼ି ତରଫରୁ ତୃତୀୟ ମହଲାରୁ ଦିଆଯାଇଥିବା ଷ୍କି୍ରପ୍ଟକୁ ପଢିଛନ୍ତି ଏସ୍ପି ? – ଜିଲ୍ଲା ଏସ୍ପି ଷଡ଼ଯନ୍ତ୍ର ଦିଗକୁ ଆଦୌ ତଦନ୍ତ ନକରିବା ପାଇଁ ଏହି ବୟାନ ମାଧ୍ୟମରେ ପ୍ରୟାସ କରୁଛନ୍ତି – ଜିଲ୍ଲାରେ ପୂର୍ବରୁ ଖୋଦ୍ ଏସ୍ପିଙ୍କ ଉପସ୍ଥିତିରେ ଜଣେ ବିଜେଡ଼ି ବିଧାୟକଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବିଜେଡ଼ି ତରପରୁ ମରଣାତ୍ମକ ଆକ୍ରମଣ ହୋଇଥିଲା ଭୁବନେଶ୍ୱର, ୧୦/୦୧(ଓଡ଼ିଆ ପୁଅ): ବରଗଡ଼ ଜିଲ୍ଲାର ପଡ଼ା ଗାଁରେ ବିଜେପି ଯୁବକର୍ମୀ ଶ୍ରୀ ମନୋରଞ୍ଜନ ମେହେରଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଓ ଜୀବନରେ ମାରି ଦେବାକୁ ଧମକ ପଛରେ ରାଜନୈତିକ ଉଦ୍ଦେଶ୍ୟ ନଥିବା ବରଗଡ଼ ଏସ୍ପିଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ…

"ବିଜେପୁର ଗୁଳିକାଣ୍ଡ ଘଟଣା ପ୍ରସଙ୍ଗରେ: ଶାସକ ବିଜେଡି ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବରଗଡ଼ ଏସ୍ପି : ବିଜେପି"

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ଅଗଣତାନ୍ତ୍ରିକ, ଆଇନ ବିରୋଧୀ ତଥା ସମ୍ବେଦନହୀନ: ବିଜେପି

– ଦେଶର ଶ୍ରମ ଆଇନ ଅନୁସାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦରମା ଆଇନ ସମ୍ମତ – ଅଧିକ କାମ ପାଇଁ ଅଧିକ ଅର୍ଥ ଦେବାକୁ ଠିକା ନେଇଥିବା ସଂସ୍ଥା ପ୍ରଦାନ କରିବା ପାଇଁ ଦାବି – ଠିକା କମ୍ପାନୀ ଉଚିତ ଅର୍ଥ ଦେଉ ନଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ପରିବର୍ତେ ରାଜ୍ୟ ସରକାର ଠିକା କମ୍ପାନୀର ସ୍ୱାର୍ଥରେ କାମ କରୁଛନ୍ତି – ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଠିକା କମ୍ପାନୀ ପ୍ରତି କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି? – ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ…

"୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ଅଗଣତାନ୍ତ୍ରିକ, ଆଇନ ବିରୋଧୀ ତଥା ସମ୍ବେଦନହୀନ: ବିଜେପି"

ଆଜିଠୁ ଆରମ୍ଭ ହେଲା କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ: ବିଭିନ୍ନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କଲା ବିଜେପି କୃଷକମୋର୍ଚ୍ଚା

ଭୁବନେଶ୍ୱର, ତା ୧୦/୦୧ (ଓଡ଼ିଆ ପୁଅ): ରାଜ୍ୟ ସରକାର ଚାଷୀଙ୍କ ପ୍ରତି କୈାଣସି ଦରଦ କିମ୍ବା ଆନ୍ତରିକତା ନାହିଁ। କେବଳ ମିଛ ପ୍ରତିଶୃତି ଦେଇ ସମଗ୍ର ଚାଷୀକୁଳକୁ ବିଭ୍ରାନ୍ତ କରିବାରେ ଶାସକ ବିଜେଡି ସିଦ୍ଧହସ୍ତ। ପ୍ରାଥମିକ ସ୍ତରରେ ଚାଷୀକୁଳକୁ ଚାଷ ପାଇଁ ମୈାଳିକ ସୁବିଧା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ସରକାର ବର୍ତମାନ ଫସଲ ଅମଳ ପରେ ମଧ୍ୟ ଚାଷୀକୁ ସେମାନଙ୍କ ଉତ୍ପାଦିତ ଚାଷର ଉଚିତ୍ ମୂଲ୍ୟ ପ୍ରଦାନ, ଉତ୍ପାଦିତ ଅମଳ ବିକ୍ରି ପାଇଁ ଚାଷୀକୁ ଆବଶ୍ୟକୀୟ ଭିତିଭୁମି ଯୋଗାଇବା, ସଠିକ ସମୟରେ ଧାନମଣ୍ଡି ଖୋଲାନଯିବା, ଧାନମଣ୍ଡିମାନଙ୍କରେ ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି, ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଲରମାନଙ୍କ ଦୈାରାତ୍ମ ଏବଂ ସର୍ବଶେଷରେ ନିରୀହ ଚାଷୀମାନେ…

"ଆଜିଠୁ ଆରମ୍ଭ ହେଲା କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ: ବିଭିନ୍ନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କଲା ବିଜେପି କୃଷକମୋର୍ଚ୍ଚା"

ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ

– ପ୍ରଧାନମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି ଭୁବନେଶ୍ୱର, ତା.୧୦/୦୧ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ପୁରୀ ସହରରେ ଥିବା ଦୁଇଟି ପୁରୁଣା ଏବଂ ବିଖ୍ୟାତ ବଡ ଓଡିଆ ମଠ ଓ ଗଙ୍ଗା ମାତା ମଠର ପୁନରୁଦ୍ଧାର ପାଇଁ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଦେଶର ପ୍ରମୁଖ ପର୍ଯ୍ୟଟନ ଓ ସଂସ୍କୃତି ଭିତିକ ସହରର ସୈାନ୍ଦର୍ଯ୍ୟ ଏବଂ ବିକାଶ ପାଇଁ କେନ୍ଦ୍ର ସରକାର ଗତ ୨୦୧୫ ମସିହାରେ ହ୍ରିଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପୁରୀ ସମେତ ଦେଶର ପ୍ରମୁଖ ୧୨ଟି ପର୍ଯ୍ୟଟନୀ ସହରକୁ…

"ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ"

ବିଜେପି ପରିତ୍ୟାଗ କରି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ

ଭୁବନେଶ୍ୱର ତା ୧୦.୧ (ଓଡ଼ିଆ ପୁଅ) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଚେୟାରମ୍ୟାନ ଶ୍ରୀଧର କରଡାଙ୍କ ନେତୃତ୍ୱରେ ୭ ଜଣ ସମିତିସଭ୍ୟ ଏବଂ ୮ ଜଣ ସରପଞ୍ଚ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରି ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ କରଡା କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ…

"ବିଜେପି ପରିତ୍ୟାଗ କରି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ"

ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ବିରୁଦ୍ଧରେ ସମ୍ବଲପୁରରେ ବିରାଟ ଛାତ୍ର ସମାବେଶ

ସମ୍ବଲପୁର, ୧୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ରାଜ୍ୟରେ ଉଚ୍ଚଶିକ୍ଷା ବିପର୍ଯ୍ୟସ୍ତ ହୋଇଥିବା ବେଳେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ମରୁଡ଼ି, ପ୍ରବେଶ-ପରୀକ୍ଷା-ପରିଣାମ ପ୍ରକାଶନରେ ବ୍ୟାପକ ଅନିୟମିତତା, ସର୍ବନିମ୍ନ ଭିତ୍ତିଭୂମିର ଅଭାବ, କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମାଇଗ୍ରେସନ ସାର୍ଟିଫିକେଟକୁ ଅନଲାଇନ ମୋଡ଼ରେ ପ୍ରଦାନ ଦାବି ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅନୁଭବ କରୁଥିବା ସମସ୍ୟା ସମୂହର ସମାଧାନ ପାଇଁ ଆଜି ଶତାଧିକ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ଅଧିକାର ର୍ୟାଲି ନାମରେ ଆରଡ଼ିସିଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ପୂର୍ବରୁ ଏବିଭିପି ତରଫରୁ ବାରମ୍ବାର ସରକାରଙ୍କୁ ଚେତାବନୀ ଓ ଦାବି ଦେବା ସତ୍ତ୍ୱେ ଶିକ୍ଷାକୁ…

"ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ବିରୁଦ୍ଧରେ ସମ୍ବଲପୁରରେ ବିରାଟ ଛାତ୍ର ସମାବେଶ"

ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା

– ଦେଶର ୪୫ ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ୪୮୨ କୋଟି ଟଙ୍କାର ସହାୟତା ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଦେଶରେ ଥିବା ୪୫ ଟି ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୪୮୨ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ ରାଜ୍ୟମାନେ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଖାଦ୍ୟ ସୁରକ୍ଷା ଓ ପୋøଷ୍ଟିକତା ଉପରେ ଏଫଏସଏସଏଆଇ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କର ପ୍ରଥମ ଗୋଲଟେବୁଲ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର…

"ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା"