କାଲିମେଳାରେ ପ୍ରବଳ ଝଡବର୍ଷା, ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ୫ ଆହତ ଓ ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି, ୧୯ା୯(ଓଡିଆ ପୁଅ ) ଆଜି ସଂନ୍ଧ୍ୟାରେ କାଲିମେଳା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ତୋଫାନ ହୋଇ ୫ଜଣ ଆହତ ହେବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଜଣାପଡିଛି। ଆଜି ସଂନ୍ଧ୍ୟାରେ ଘଡଘଡି ମାରି ପ୍ରବଳ ବେଗରେ ପବନ ହେବାରୁ କାଲିମେଳା ବ୍ଲକସ୍ଥ ବୁଡିଗୁଡା ଗ୍ରାମର ଜଣଙ୍କ ଘରେ ଗଛ ଉପୁଡି ପଡିବାରୁ ଘରେ ଥିବା ୪ଜଣ ଆହତ ହେବା ସହିତ ଘରଟି ଭାଙ୍ଗି ଯାଇଛି। ଠିକ ସେହିପରି କାଲିମେଳା ବଜାର ନିକଟରେ ଥିବା ତାରିଣୀ ସାହିର ରମେଶ ଖରାଙ୍କ ଘରେ ଗଛପଡି ତାଙ୍କର ୩ବର୍ଷର ଝିଅ ଆହତ ହୋଇଛନ୍ତି। ଆହତମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା…

"କାଲିମେଳାରେ ପ୍ରବଳ ଝଡବର୍ଷା, ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ୫ ଆହତ ଓ ବ୍ୟାପକ କ୍ଷୟକ୍ଷତି"

ବନ୍ୟା ଦେଇଗଲା ଦୁଃଖ : ଚାଷବାସ ଗଲା, ବିପନ୍ନଙ୍କୁ ମିଳିଲାନି ସହାୟତା

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବୈତରଣୀ ନଦୀର ପ୍ରଳୟଙ୍କାରୀ ବନ୍ୟା ସଂପ୍ରତି ଦୁଃଖ ଦେଇଯାଇଛି। ବନ୍ୟାର କରାଳ ରୂରେ ଚାଷୀର ବର୍ଷକର ଅମଳ ନଷ୍ଟ ହେଲା। କିଛି ସ୍ଥାନରେ ବନ୍ୟା ବିପନ୍ନଙ୍କ ଘର ମଧ୍ୟ ଉଜୁଡିଗଲା। ବନ୍ୟା ସମୟରେ ସରକାର ବନ୍ୟା ବିପନ୍ନଙ୍କୁ ୭ ଦିନର ରିଲିଫ ସହାୟତା ମିଳିବ ବୋଲି ଘୋଷଣା କରିଥିଲେ। ହେଲେ ବିପନ୍ନଙ୍କ ସମେତ ଗୋ’ ସଂପଦ ପାଇଁ ୭ ଦିନର ରିଲିଫ ବଦଳରେ ପ୍ରଶାସନ ପକ୍ଷରୁ କେବଳ ଗୋଟିଏ ଓଳି ରନ୍ଧାଖାଦ୍ୟ ଓ ଗୃହପାଳିତ ପଶୁଙ୍କ ପାଇଁ ଘର ପିଛା ୨ କେଜିର ଗୋ’ଖାଦ୍ୟ ମିଳିଛି ବୋଲି ବିପନ୍ନ…

"ବନ୍ୟା ଦେଇଗଲା ଦୁଃଖ : ଚାଷବାସ ଗଲା, ବିପନ୍ନଙ୍କୁ ମିଳିଲାନି ସହାୟତା"

୫ ଦଫା ଦାବି ନେଇ ସମୁହ ଛୁଟି ଆନ୍ଦୋଳନକୁ ଓହ୍ଲାଇଲେ ଡିପ୍ଲୋମା ଇଞ୍ଜିନିୟର

ତାଳଚେର, ୧୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା ସଂଘ ଆହ୍ୱାନରେ ୫ ଦଫା ଦାବି ନେଇ ସଂଘର ତାଳଚେର ଶାଖାର କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟରମାନେ ୪୪ ଦିନିଆ ସମୁହ ଛୁଟି ଆନ୍ଦୋଳନ ଆରମ୍ଭ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ କ୍ୟାଡ଼ର ପୁନର୍ଗଠନରେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ସମାନ ନ୍ୟାୟ ନମିଳିବା, ଗତ ମାର୍ଚ୍ଚ ମାସରେ କ୍ୟାବିନେଟ୍ ନିଷ୍ପତି ପଂଚାୟତରାଜ ବିଭାଗରେ ଗ୍ରାମ ପଂଚାୟତ ଟେକ୍ନିକାଲ ଆସିଷ୍ଟାଂଟମାନଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀରେ ଅବସ୍ଥାପିତ କରାଯିବାକୁ କାର୍ଯ୍ୟକାରୀ କରାଯିବାରେ ଅହେତୁକ ବିଳମ୍ବ, କୃଷି ବିଭାଗରେ ଅବସ୍ଥାପିତ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବା, ଡିପ୍ଲୋମା ଇଞ୍ଜିନିୟରମାନଙ୍କର ଦରମା ଓ ପଦୋନ୍ନତି ହାରକୁ…

"୫ ଦଫା ଦାବି ନେଇ ସମୁହ ଛୁଟି ଆନ୍ଦୋଳନକୁ ଓହ୍ଲାଇଲେ ଡିପ୍ଲୋମା ଇଞ୍ଜିନିୟର"

ମୋମୋ ଖେଳଖେଳି ଛାତ୍ର ହାତ କାଟିଲେ

ହାଟଡ଼ିହି, ୧୯। ୯ (ଓଡ଼ିଆ ପୁଅ) : ହାଟଡିହି ବ୍ଳକ ଅଞ୍ଚଳର ଜଣେ ଯୁକ୍ତ ତିନି କଲେଜ ଛାତ୍ର ମୋବାଇଲରେ ମୋମୋ ଗେମ୍ ଖେଳି ବ୍ଲେଡରେ ନିଜ ହାତକୁ କାଟି ପକାଇଥିବା ଶୁଣିବାକୁ ମିଳିଛି। ପରିବାର ଲୋକେ ଏହା ଜାଣିବାପରେ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଉଛନ୍ତି। ଏହା ବୋବୋ ଗେମ୍ କି ଅନ୍ୟ କିଛି କାରଣ ସେନେଇ ପରିବାର ଲୋକେ ମୁହଁ ଖୋଲୁ ନାହାନ୍ତି। ତେଣୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

"ମୋମୋ ଖେଳଖେଳି ଛାତ୍ର ହାତ କାଟିଲେ"

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ ତାଳଚେର ଓ ଝାରସୁଗୁଡାରେ ପ୍ରସ୍ତୁତିର ପୁଣି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର /ତାଳଚେର /ଝାରସୁଗୁଡା (ଓଡ଼ିଆ ପୁଅ) -ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆଜି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ଝାରସୁଗୁଡା ଓ ତାଳଚେରକୁ ଯାଉ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାରସୁଗୁଡା ଓ ଏହାପରେ ତାଳଚେର ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ବହୁ ଜନକଲ୍ୟାଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିସହିତ ଦୁଇଟି ସ୍ଥାନରେ ହେବାକୁ ଥିବା ଜନସଭାକୁ ଉଦବୋଧନ କରିବେ। ଏହି ଅବସରରେ ଆଜି ମନ୍ତ୍ରୀ ଶ୍ରୀ ପ୍ରଧାନ ଜିଲା ପ୍ରଶାସନ ଓ ସ୍ଥାନୀୟ ଅଂଚଳର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ…

"ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ ତାଳଚେର ଓ ଝାରସୁଗୁଡାରେ ପ୍ରସ୍ତୁତିର ପୁଣି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଆଲୁମିନା ନାବାଳିକା ଉଚ୍ଚବିଦ୍ୟାଳୟରେ ପାଠ ପଡ଼ା ବନ୍ଦ ଯୋଗୁଁ ଆଦିବାସୀ ଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାକାର ମୟ

କୋରପୁଟ:୨୦/୯/୧୮(ଓଡ଼ିଆପୁଅ/ଅଭିନାଶ ଜାନାମ)ଜିଲାରକୋରପୁଟ ବ୍ଲକଅଧିନସ୍ଥ ମା ଥାଲପୁଟଲିଟିଗୁଡା ଆଲୁମିନା ନାବାଳିକା ଉଚ୍ଚ ବିଦ୍ୟାଳୟ ବିଗତ କାଲି ଠାରୁ ପାଠ ପଢା ବନ୍ଦ ହୋଇଯାଇଛି।ଓଡ଼ିଶା ସ୍କୁଲ, କଲେଜ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା କରାଯାଇଥିବା ଖବର ମିଳିଛି।ଖବର ଅନୁଯାୟୀ ଲିଟିଗୁଡା ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟ୧୯୯୮ମସିହାରେ ମାଥାଲପୁଟଠାରେ ସ୍ଥାପିତ ହୋଇଥିଲା।ସ୍ଥାନୀୟ ତଥା ନାଳକ ପାରିପାର୍ଶ୍ବିକ ଅଞ୍ଚଳର ଗରିବ ଆଦିବାସୀ ବାଳିକା ମାନେ ଏହି ବିଦ୍ୟାଳୟ ରେ ପଡ଼ି ଆସୁଛନ୍ତି।ଏହା କୋରପୁଟ ବ୍ଲକ ର ଏକମାତ୍ର ଅଣଅନୁଦାନପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ୨୦୦୦ମସିହାରେ ରାଜ୍ୟସରକାର ଙ୍କ ପକ୍ଷରୁ ପ୍ରମିସନ ଦିଆଯାଇଥିଲା।ବର୍ତ୍ତମାନ ଏହିବିଦ୍ୟାଳୟ ରେ ଅଷ୍ଟମ ନବମ ଦଶମ ମିଶି୧୫୭ଜଣ ଆଦିବାସୀ ଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି।ତନ୍ମଧ୍ୟରୁ୧୧୦ଜଣ ଛାତ୍ରୀ…

"ଆଲୁମିନା ନାବାଳିକା ଉଚ୍ଚବିଦ୍ୟାଳୟରେ ପାଠ ପଡ଼ା ବନ୍ଦ ଯୋଗୁଁ ଆଦିବାସୀ ଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାକାର ମୟ"

ସମୁହ ଛୁଟିରେ ଗଲେ ବୌଦ୍ଧର ୭୦ ଜଣ ଡିପ୍ଳୋମା ଇଂଜିନିୟର

ବୌଦ୍ଧ, ୧୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସାରା ରାଜ୍ୟରେ କାର୍ଯ୍ୟରତ ୮୫୦୦ ଡିପ୍ଲୋମା ଇଂଜିନିୟର ଦୀର୍ଘ ପାଞ୍ଚ ବର୍ଷ ଧରି ବିଭିନ୍ନ ସମସ୍ୟା ନେଇ ଦାବି ଜଣାଇ ଆସୁଥିଲେ ସୁଧା ସରକାର କୌଣସି କର୍ଣ୍ଣପାତ କରୁନଥିବାରୁ ସେପ୍ଟେମ୍ବର ୧୮ ତାରିଖରୁ ସମୁହ ଛୁଟିରେ ଯାଇଛନ୍ତି। ଏନେଇ ବୌଦ୍ଧ ଡିପ୍ଳୋମା ଇଂଜିନିୟର ସେବାସଂଘ ବୌଦ୍ଧ ଶାଖା ପକ୍ଷରୁ କର୍ମଚାରୀ ଭବନ ଠାରେ ବୈଠକରେ ୧୮ ତାରିଖ ଠାରୁ ବୌଦ୍ଧ ଜିଲାରେ କାର୍ଯ୍ୟରତ ୭୦ଜଣ ଡିପ୍ଳୋମା ଇଂଜିନିୟର ଛୁଟିରେ ଯିବା ପାଇଁ ନିଷ୍ପିତି ନିଆଯାଇଥିଲା। ବୌଦ୍ଧ ଶାଖା ସଭାପତି ଇଂ ସ୍ମୃତି ରଂଜନ ସେଠୀଙ୍କ କହିବା ଅନୁଯାୟୀ ଆଠଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଥିବା…

"ସମୁହ ଛୁଟିରେ ଗଲେ ବୌଦ୍ଧର ୭୦ ଜଣ ଡିପ୍ଳୋମା ଇଂଜିନିୟର"

ଚିକିତ୍ସା ନପାଇ ଚାଲିଗଲା ୮ ବର୍ଷ ଝିଅ ର ଜୀବନ, ସ୍ୱାସ୍ଥ୍ୟକେନ୍ଦ୍ର ରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ବୌଦ୍ଧ, ୧୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ର ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ମଙ୍ଗଳବାର ଭୋର ପ୍ରାୟ ୪ ଟା ସମୟରେ ଚିକିତ୍ସା ଦାଇତ୍ୱରେ ଥିବା ଡାକ୍ତର କିମ୍ବା କୌଣସି ଷ୍ଟାପ ଉପସ୍ଥିତ ନଥିବା ଯୋଗୁଁ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନା କୁ ଆସିଥିବା ଜଣେ ୮ ବର୍ଷ ଝିଅ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡିବା ଘଟଣା ଜଣାପଡିବା ପରେ ଏହାକୁ ନେଇ ପୁରୁଣାକଟକ ରେ ଚାପା ଉତେଜନା ଦେଖାଦେଇଥିଲା। ଉତ୍ୟକ୍ତ ଲୋକେ ଦାଇତ୍ୱ ରେ ଅବହେଳା କରିଥିବା ଡାକ୍ତର ଓ ଷ୍ଟାପ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତରଖାନା ରେ ତାଲା ପକାଇ ଦେଇଥିଲେ। ଏ ଖବର…

"ଚିକିତ୍ସା ନପାଇ ଚାଲିଗଲା ୮ ବର୍ଷ ଝିଅ ର ଜୀବନ, ସ୍ୱାସ୍ଥ୍ୟକେନ୍ଦ୍ର ରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ"

ସଚିବାଳୟ, ବ୍ଲକ, ବାଇକ ରାଲି, ପରେ ପଞ୍ଚାୟତ ସ୍ତରରେ ମିଳିତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମଞ୍ଚ ତରଫରୁ ପଦଯାତ୍ରା ଓ ପଥପ୍ରାନ୍ତ ସଭା

ବାହାନଗା/ବାଲେଶ୍ୱର, ୧୯/୦୯(ଓଡ଼ିଆ ପୁଅ/ଭାରତୀ ଦାସ)- ନିଜ ଦାବି ପୁରଣ ନିମନ୍ତେ ମିଳିତ ଶିକ୍ଷକ ଶିକ୍ଷା କର୍ମଚାରୀ ମଞ୍ଚ ତରଫରୁ ଆନ୍ଦୋଳନ ଜାରୀ ରହିଛି। ରାଜଧାନୀରେ ମାସାଧିକ କାଳ ମିଳିତ ମଞ୍ଚ ତରଫରୁ ଅହୋରାତ୍ର ଧାରଣା ଦିଆଯିବା ପରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ଯାଇଥିଲାା ପରେ ଏକ ବାଇକ ରାଲିରେ ବାହାନଗା, ପଥରପେଣ୍ଠ ପଞ୍ଚାୟତ ପରିକ୍ରମା କରି ପଥପ୍ରାନ୍ତ ସଭା ହୋଇଥିଲା। ତେବେ ଦାବି ପୁରଣ ନିମନ୍ତେ ସଙ୍ଘ ତରଫରୁ ଅଭିନବ ଉପାୟରେ ଆନ୍ଦୋଳନ ଜାରୀ ରହିଛି। ଏହି ଅବସରରେ ଆଜି ଦିବା ୧୧ଘଟିକା ସମୟରେ ଶକୁନ୍ତାଳା ଭବନ ନିକଟରୁ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଏକ ପଦ ଶୋଭାଯାତ୍ରାରେ ବାହାରି ଗୋପାଳପୁର ବଜାର ପରିକ୍ରମା…

"ସଚିବାଳୟ, ବ୍ଲକ, ବାଇକ ରାଲି, ପରେ ପଞ୍ଚାୟତ ସ୍ତରରେ ମିଳିତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମଞ୍ଚ ତରଫରୁ ପଦଯାତ୍ରା ଓ ପଥପ୍ରାନ୍ତ ସଭା"

କୋରାପୁଟଠାରେ ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର

କୋରାପୁଟ ; ତା୧୯-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହା କୋରାପୁଟରେ ପ୍ରଥମ ଥର ପାଇଁ କରାଯାଇଥିବା ଜଣାପଡିଛି।୪୨ ଜଣ ଶିଶୁଙ୍କୁ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି। ସ୍ୱାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ଓ ପ୍ରଶିକ୍ଷଣ ଅନୁସନ୍ଧାନ ସଂସ୍ଥା ଓଲଟପୁରର ଡା. କିଶୋର ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୟରେ ଡା.ସଂଚୟ କୁମାର ଦାସ, ଡା. ପବିତ୍ର କୁମାର ସାହୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡା.ବିଜୟ କୁମାର ଷଡଙ୍ଗୀ,…

"କୋରାପୁଟଠାରେ ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର"