ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଉଦଘାଟିତ

ବୌଦ୍ଧ,୦୬ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲାର ଲାଣ୍ଡିବନ୍ଧ ଠାରେ ନୂତନ ଭାବେ ନିର୍ମୀତ ହୋଇଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଗୃହକୁ ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉସôବରେ ମୁଖ୍ୟଅତିଥି ଶ୍ରୀଅମାତ ଏହି ଅନୁଷ୍ଠାନ ଦ୍ୱାରା ଜିଲାର ଦରିଦ୍ର ସୀମାରେଖା ତଳେଥିବା ଓ ବେକାର ଯୁବକ ଯୁବତୀ ମାନେ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଗ୍ରହଣ କରିବାପରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗତ ୨୦୧୧ ମସିହା ଡିସେମ୍ବର ମାସ ଠାରୁ…

"ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଉଦଘାଟିତ"

ନୂଆପଡା- ଓଡ୍ରାପ୍ଟ ଟିମର ସହାୟତାରେ ଉଦ୍ଧାର ହେଲା ଶବ

ନୂଆପଡା- ୫/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ଟିକ୍ରାପଡା ଗାଁରେ ଥିବା ଗୋଟିଏ ପୋଖରୀରେ କୂଣିଆ ହୋଇ ଆସିଥିବା ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ଶବକୁ ଓଡ୍ରାଫ୍ଟ ଟିମ ବାହାର କରିବାରେ ସଫଳ ହୋଇଛି । ପ୍ରକାଶ ଥାଉକି, ଗତ ୨ ତାରିଖରୁ ନୂଆପଡା ବ୍ଲକ ସେମରିଆ ଗାଁର ଦୁର୍ମୁତ ଲୋହାର ଗାଧୋଉଥିବା ବେଳେ ବୁଡିଯାଇଥିଲେ ।ଖବର ମିଲିବା ପରେ କୋମନା ଅଗ୍ନିଶମ ବିଭାଗ ୨ ତାରିଖ ଅପରାହ୍ନରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଶବ ହାତେଇ ପାରି ନ ଥିଲା । ଗତ କାଲି  ପୂର୍ବତନ ବିଧାୟକ ରାଜେନ୍ଦ୍ର ଧୋଲକିଆଙ୍କ ପ୍ରଚେଷ୍ଟାରେ ମାଛଧରା ଜାଳ ପକାଇ…

"ନୂଆପଡା- ଓଡ୍ରାପ୍ଟ ଟିମର ସହାୟତାରେ ଉଦ୍ଧାର ହେଲା ଶବ"

ନୀଳଗିରିର ସ୍ୱର୍ଣ୍ଣଚୂଡ ପାହାଡ ଓ କୁପାରୀ ଶାରିଶୁଆ ପାହାଡରେ ବେଆଇନ ବ୍ଲାଷ୍ଟିଂ ବନ୍ଦ ହେଉ, ଲୋକଙ୍କୁ ମିଳୁ ସୁରକ୍ଷା

ଖଇରା /ବାଲେଶ୍ୱର, ୫/୧/୨୦୧୮(ଓଡିଆ ପୁଅ /ନରେନନ୍ଦ୍ର ପ୍ରସାଦ ବେହେରା)-ଆଜକୁ କିଛି ବର୍ଷ ପୂର୍ବେ ନୀଳଗିରିରେ ଜମିଦାରି ଓ ରାଜାରାଜୁଡା ଶାସନ ଚାଲୁଥିଲା। ସେତେବେଳେର ରାଜାଙ୍କର ରାଜଦରବାର ଏବେବି ପଡି ରହିଛି ନୀଳଗିରିରେ। ଯେଉଁ କେତେକ ଅଂଚଳକୁ ନେଇ ରାଜା ରାଜତ୍ୱ କରୁଥିଲେ ତା’ରି ମଧ୍ୟରେ ଥିବା ସ୍ୱର୍ଣ୍ଣଚୂଡ ପାହାଡ ଏବେବି ସେହି ନୀଳଗିରିରେ ଅବସ୍ଥିତ। ଜମିଦାରି ଓ ରାଜାରଜୁଡା ଶାସନ ବିଲୋପ ପରେ ସେତେବେଳର ସୌନ୍ଦର୍ଯ୍ୟଭରା ଏହି ପାହାଡ ଆଜି ସରକାର ଅଧିନରେ ଥାଇ ବି ବିକୃତ ହୋଇଯାଇଛି। ଶତ୍ରୃପକ୍ଷର ଗତିବିଧିକୁ ଲକ୍ଷକରିବା ପାଇଁ ସେହି ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ସ୍ୱର୍ଣ୍ଣଚୂଡ ପାହାଡରେ ପ୍ରତୀରକ୍ଷା ବିଭାଗ ପକ୍ଷରୁ ବସିଛି। କିନ୍ତୁ ଏହି ପାହାଡରେ ଥିବା ଗଛକୁ…

"ନୀଳଗିରିର ସ୍ୱର୍ଣ୍ଣଚୂଡ ପାହାଡ ଓ କୁପାରୀ ଶାରିଶୁଆ ପାହାଡରେ ବେଆଇନ ବ୍ଲାଷ୍ଟିଂ ବନ୍ଦ ହେଉ, ଲୋକଙ୍କୁ ମିଳୁ ସୁରକ୍ଷା"

ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାନ୍ତୁ : ବିଜେପି

– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ: ⦁    ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ ⦁    ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭ୍ରାନ୍ତି କର ମନ୍ତବ୍ୟ ଦେଇ କେବଳ ରାଜନୀତି କରୁଛନ୍ତି ଭୁବନେଶ୍ୱର, ତା ୦୫/୦୧ (ଓଡ଼ିଆ ପୁଅ) : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ। ଓଡିଶା ବ୍ୟତୀତ ଅନେକ ରାଜ୍ୟ ମଧ୍ୟ ଧାନ ଉତ୍ପାଦନ କରୁଛନ୍ତି। ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟମାନଙ୍କ ସହ ଆଲୋଚନା କରି ଓଡିଶା ସରକାର କେନ୍ଦ୍ର ସରକାରକୁ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରସ୍ତାବ ଦେବା ଉଚିତ୍। ଏଭଳି ପ୍ରସ୍ତାବ…

"ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାନ୍ତୁ : ବିଜେପି"

ଆଂଚଳିକ ବୈଷମ୍ୟ ଦୂର କରିବା ଲାଗି ୧୧୫ ଅତି ପଛୁଆ ଜିଲ୍ଲାର ବିକାଶ ଅନିବାର୍ଯ୍ୟ : ନରେନ୍ଦ୍ର ମୋଦୀ

– ଅନଗ୍ରସର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ: ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନଗ୍ରସର ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଏବଂ ଜିଲ୍ଲାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ନୂଆଦିଲ୍ଲୀର ଡ. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ନୀତି ଆୟୋଗ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀ ଅବସରରେ ହୋଇଥିଲା। ୨୦୨୨ ସୁଦ୍ଧା ନୁଆ ଭାରତ ନିର୍ମାଣର ସ୍ୱପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିର୍ଦ୍ଦିଷ୍ଟ ବିକାଶ ମାନଦଣ୍ଡରେ ପଛୁଆ ରହିଥିବା ୧୧୫ଟି ଜିଲ୍ଲାର ଦ୍ରୁତ ବିକାଶ ଲାଗି କେନ୍ଦ୍ର ସରକାର ଏକ ବୃହତ…

"ଆଂଚଳିକ ବୈଷମ୍ୟ ଦୂର କରିବା ଲାଗି ୧୧୫ ଅତି ପଛୁଆ ଜିଲ୍ଲାର ବିକାଶ ଅନିବାର୍ଯ୍ୟ : ନରେନ୍ଦ୍ର ମୋଦୀ"

ଭାରସାମ୍ୟ ହରାଇ ସାଇକେଲ ଆରୋହୀ ପଡିଲେ ୩୦ଫୁଟ ପୋଲ ତଳକୁ, ଆରୋହୀ ଗୁରୁତର

ହରିଚନ୍ଦନପୁର ତା ୦୫.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିିଚନ୍ଦନପୁର ଥାନା ଅନ୍ତର୍ଗତ ଧଗୋଠ ଗ୍ରାମର କୃଷ୍ଣ ମୁଣ୍ଡା (୨୮) ଭାରସାମ୍ୟ ହରାଇ ୩୦ଫୁଟ ମୁଷଳ ନଦୀ ପୋଲ ପଡି ଗୁରୁତର ହୋଇଛନ୍ତି। ଶୁକ୍ରବାର ଦିନ ସଂନ୍ଧ୍ଯା ୬ଟା ୩୦ମିନିଟ ସମୟରେ ସାଇକେଲରେ ଭାରସାମ୍ୟ ହରାଇ ପୋଲ ତଳକୁ ପଡି ଗୁରୁତର ହେଇଛନ୍ତି। ସୂଚନା ମୁତାବିକ୍ ଏହି ଘଟଣା ଦେଖି ନିକଟରେ ଥିବା ଲୋକମାନେ ଦମକଳ ବାହିନୀକୁ ଫୋନ କରିଥିଲେ ଫୋନ ଯୋଗେ ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ…

"ଭାରସାମ୍ୟ ହରାଇ ସାଇକେଲ ଆରୋହୀ ପଡିଲେ ୩୦ଫୁଟ ପୋଲ ତଳକୁ, ଆରୋହୀ ଗୁରୁତର"

୨୦୧୮ ଜାନୁଆରୀ ୭ ତାରିଖ, କର୍ମଚାରୀ ଭବନଠାରେ ଓ.ଏସ୍.ଏନ୍.ଜି.ଓ.ସି.ସି. ସହ ସହବନ୍ଧିତ ସଂଗଠନମାନଙ୍କର ଜରୁରୀ ବୈଠକ

ଭୁବନେଶ୍ୱର, ତା ୫ା୧ା୨୦୧୮ (ଓଡ଼ିଆ ପୁଅ) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି (ଓ.ଏସ୍.ଏନ୍.ଜି.ଓ.ସି.ସି.) ସହ ସହବନ୍ଧିତ ସଂଗଠନମାନଙ୍କର ଏକ ଜରୁରୀ ବୈଠକ ଚଳିତ ମାସ ଜାନୁଆରୀ ୭ ତାରିଖ ରବିବାର ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ, ୟୁନିଟ୍-୫ଠାରେ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଅଛି। ୨୦୦୯ ମସିହାଠାରୁ ଆଜି ପର୍ଯ୍ୟନ୍ତ ସଂଗଠନର ବିଭିନ୍ନ ମାମଲା ମାନ୍ୟବର ଅଦାଲତରେ ବିଚାରଧୀନ ଥିବାବେଳେ ରାଜ୍ୟର କାର୍ଯ୍ୟରତ ୩ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସେମାନଙ୍କର ବିଭିନ୍ନ ଦାବିଦୁବା ସମ୍ବନ୍ଧରେ ସରକାରଙ୍କ ନିକଟରେ ଆଲୋଚନା କରିବା ତଥା ପୂରଣ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏଠାରେ ସ୍ମରଣ ଯୋଗ୍ୟ ଯେ, ଚତୁର୍ଦ୍ଦଶ ସମ୍ମିଳନୀରେ…

"୨୦୧୮ ଜାନୁଆରୀ ୭ ତାରିଖ, କର୍ମଚାରୀ ଭବନଠାରେ ଓ.ଏସ୍.ଏନ୍.ଜି.ଓ.ସି.ସି. ସହ ସହବନ୍ଧିତ ସଂଗଠନମାନଙ୍କର ଜରୁରୀ ବୈଠକ"

ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ଖାତା ନଂ ୮୨୪, ପ୍ଲଟ ନଂ ୧୮୬୩ ଶିକ୍ଷା ବିଭାଗ ଅଧିନରେ ରହିଛି। ଏଠାରେ ଗ୍ରାମ୍ୟ କମିଟି ତରଫରୁ ପଙ୍କଜ ବିହାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବା ବଦଳେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେଆଇନ ଦଖଲ କରି ଘରବାଡୀ କରିଛନ୍ତି ଫଳରେ ବିଦ୍ୟାଳୟଟି ଏକ କ୍ଲବ ଘରେ ଦୟନୀୟ ଅବସ୍ଥାରେ ଚାଲୁଅଛି। ଦୀର୍ଘଦିନ ଧରି ଶିକ୍ଷା ବିଭାଗର ସଂପତିକୁ ଏହି ବେଆଇନ ଦଖଲ ଉଚ୍ଛେଦ କରିବା ପାଇଁ ୧୯୯୫ ମସିହା ଠାରୁ କୁଜଙ୍ଗ ତହସିଲଦାର କେବଳ ଏକ ଅବରୋଧ ମାମଲା ରଜୁ କରିଛନ୍ତି। ୨୦୦୩ ମସିହା ଠାରୁ ପଙ୍କଜ…

"ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା"

ବାଘ ଚମଡ଼ା ଉଦ୍ଧାର, ଜଣେ ଅଟକ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କୋଇଡ଼ା ବନବିଭାଗ ତରଫରୁ ଏରିଆନ ଖଣି ନିକଟରୁ ଏକ ଗାଡ଼ିରୁ ଏକ କଲରାପତରିଆ ବାଘର ଚମଡ଼ା ଉଦ୍ଧାର କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋଇଡ଼ା ବନାଚଂଳ ଅଧିକାରୀ ବୈଷ୍ଣବ ପାତ୍ର ଏବଂ ଫରେଷ୍ଟର ତୋଫାନ ତ୍ରିପାଠୀ, ତାପସ କୁମାର ଶତପଥି ଏରିଆନ ଖଣି ନିକଟରୁ ଏକ ଗାଡ଼ିରୁ ଉକ୍ତ କଲରାପତରିଆ ବାଘ ଚମଡ଼ାକୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ପ୍ରକାଶ ଥାଉକି, ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏକ ପ୍ରମୁଖ ବନାଚଂଳ ଅଟୋ ଏଠାରେ ଥିବା ଜଙ୍ଗଲ ଗୁଡିକରେ ବାଘଳ ଭାଲୁ ହାତୀ…

"ବାଘ ଚମଡ଼ା ଉଦ୍ଧାର, ଜଣେ ଅଟକ"

ଡାକ୍ତର ଅଭାବରେ ଚାଲିଛି କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନା!

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କୁଆଁରମୁଣ୍ଡାରେ ଥିବା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୨ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତିତ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ହେଲା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ମାତ୍ର ୨ ଜଣ ଡାକ୍ତର ଏଠାରେ ଅବସ୍ଥାପିତ ଅଛନ୍ତି। ସେଥିମଧ୍ୟରୁ ଜଣେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବରେ ପ୍ରଶାସନିକ କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିବା ଯୋଗୁ ସାଧାରଣ ରୋଗୀ ସେବା ନିମନ୍ତେ ସମ୍ପୃକ୍ତ ଡାକ୍ତରଙ୍କୁ ସମୟ ଓ ଅବସର ମିଳୁନାହିଁ। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ବାଦଦେଲେ ଏହି ଡାକ୍ତରଖାନାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଏବଂ ଶିଶୁ ରୋଗ ଡାକ୍ତର…

"ଡାକ୍ତର ଅଭାବରେ ଚାଲିଛି କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନା!"