ବଜ୍ରାଘାତରେ ମା’ ପୁଅ ମୃତ

ଖଡିଆଳ/ନୂଆପଡା ୫/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ (ବେଡେନ ଥାନା) ବରଗାଁ ଗ୍ରାମର ମାଁ ଓ ପୁଅ ଦୁଇଜଣ ବ୍ରଜଘାତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ପରି ଦୁଃଖଦ ଘଟଣା ଦେଖିବାକୁ ମିଲିଛି। ଘଟଣାରୁ ପ୍ରକାଶ ଯେ ସିନାପାଲି ବ୍ଲକ ବରଗାଁ ଗ୍ରାମର ମାର୍କଣ୍ଡ ସତନାମୀ (୫୦), ସ୍ତ୍ରୀ ହେମ ସତନାମୀ (୪୫),ପୁଅ ପଦୁ ସତନାମୀ (୨୩),ବୋହୁ ଶିବାନୀ ସତନାମୀ (୨୧),ଝୀଅ ଅଯୋଧ୍ୟା ସତନାମୀ ଇଟା ଗଢିବା ପାଇଁ ସିନାପାଲି ବ୍ଲକ କୋପିଆ ଗ୍ରାମର ଚତୁର ମେହୋର ଙ୍କ ଘରକୁ ଗତ କିଛିଦିନ ହେଲା କାମ କରିବା ପାଇଁ ଯାଉଥିଲେ। ଶୁକ୍ରବାର ମଧ୍ୟ ଗୋଟିଏ ପରିବାରର ପାଞ୍ଚ ଜଣ…

"ବଜ୍ରାଘାତରେ ମା’ ପୁଅ ମୃତ"

ଚାହାଁର ମଞ୍ଜିର ଅଭାବି ବିକ୍ରି, ଦଲାଲ ବେପାରି ହେଉଛନ୍ତି ମାଲେ ମାଲ

ଖଡିଆଳ/ନୂଆପଡା, ୫/୫ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ଜଙ୍ଗଲ ଓ ପାହଡିଆ ଅଞ୍ଚଳରେ ମୁଖ୍ୟତଃ ସାଧାରଣ ଲୋକେ ଜଙ୍ଗଲ ଜାତ ଫଳ ମୂଳ ସହିତ ମହୁଲ, ଚାହାଁର, କେନ୍ଦୁ, ବେଲ, ଡୁମେର ଇତ୍ୟାଦି ସଂଗ୍ରହ କରି ନିଜର ଜିବନ ଜିବିକା ସହିତ ରେଲ ଲୁଣ ସଂସାରକୁ ଚଳାଇ ଥାନ୍ତି। ବର୍ତ୍ତମାନ ଗ୍ରୀଷ୍ମରୁତୁରେ ଏହି ଜଙ୍ଗଲ ପାହାଡିଆ ଅଞ୍ଚଳରେ ମୁଖ୍ୟତଃ ମହୁଲ ସହିତ ଚାହାଁର ମଞ୍ଜି ସଂଗ୍ରହ କରିଥାନ୍ତି। କିନ୍ତୁ ଏହି ଏହି ମହୁଲ ଓ ଚାହାଁର ମଞ୍ଜିକୁ ବିକ୍ରୀ କରିବାକୁ ଠିକ ଭାବରେ ସରକାରି ସୁବିଧା ନଥିବା ରୁ ଉଚିତ ମୁଲ୍ୟାରେ ବିକ୍ରୀ କରିପାରୁ ନାହାନ୍ତି। ସରକାରଙ୍କ ଲଗାମ ନଥିବାରୁ ଦଲାଲ ବେପାରିମାନେ ଆସି ଶାଗମାଛ…

"ଚାହାଁର ମଞ୍ଜିର ଅଭାବି ବିକ୍ରି, ଦଲାଲ ବେପାରି ହେଉଛନ୍ତି ମାଲେ ମାଲ"

ଭଦ୍ରକ : ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଅଭିଯୋଗ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ତିହିଡି ଥାନା ଅଧୀନ ବୋଡକ ପଞ୍ଚାୟତର ନନ୍ଦୋରରେ ସନାତନ ଓଝା (୩୩) ନାମକ ଜନୈକ ବ୍ୟକ୍ତିଙ୍କର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସ।ଳୟରେ ମୃତ୍ୟୁ ହୋଇଯାଇଛି। ତେବେ ମଦ୍ୟପାନ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବାରୁ ବିଷାକ୍ତ ମଦ କିମ୍ବା କେହି ମଦରେ ବିଷ ମିଶାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ପରିବାର ପକ୍ଷରୁ ସନେ୍ଦହ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ; ପୁରୀରେ ରହୁଥିବା ସନାତନ ନିଜର ପରିବାର ସହ ୨୯ ତାରିଖରେ ଗାଁକୁ ବଡ ବାପାଙ୍କ ଝିଅ ବାହାଘରରେ ଯୋଗଦେବାକୁ ଆସିଥିଲେ। ୩୦ ତାରିଖରେ ବିଭାଘର ସରିଥିଲା। ତେବେ ୧ ତାରିଖରେ…

"ଭଦ୍ରକ : ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଅଭିଯୋଗ"

ଭଦ୍ରକ : ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ସାଂସଦ ଅର୍ଜୁନଚରଣ ସେଠୀ ଏକାଧିକ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଜିଲାର ବାସୁଦେବପୁର ବ୍ଲକ୍ ବିରଷ ପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତାଠାରୁ ଗଦଳା ରାସ୍ତା, ରାଜଘରପୋଖରୀ ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ସାନମଛୁଆଘାଇ ରାସ୍ତା, ଜଗନ୍ନାଥ ପ୍ରସାଦ ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ କୁରୁବାଟିଆ ଶାସନ, ସେହି ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ଜଗନ୍ନାଥ ପ୍ରସାଦ ଓ ଜୟକୃଷ୍ଣପୁର ରାସ୍ତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମଧ୍ୟାହ୍ନରେ ଲଷ୍ମୀଦାସପୁର ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ…

"ଭଦ୍ରକ : ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର ସ୍ଥାପନ"

ଭଦ୍ରକ : ମଦମୃତ୍ୟୁ ଅଭିଯୋଗ ଆସିଥିବା ଗ୍ରାମରେ ପହଞ୍ଚିଲା ବିଜେପି ଟିମ୍ ‘ଅବକାରୀ ବିଭାଗ ଚୋରା ମଦ ବିକ୍ରିକୁ ପ୍ରୋତ୍ସାହିତ କରୁଛି’

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ତିହିଡି ବ୍ଲକ ଅଧୀନ ବାରସର ପଞ୍ଚାୟତର କାଞ୍ଜିଆପାଟ ଗ୍ରାମରେ ମଦ ପିଇବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପରେ ବିଜେପିର ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସଂପୃକ୍ତ ଅଞ୍ଚଳ ଗସ୍ତ କରିଛନ୍ତି। ଗସ୍ତ ପରେ ପରେ ତିହିଡି ଡାକବଙ୍ଗଳା ପରିସରରେ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉପସଭାପତି ବିଷ୍ଣୁ ସେଠୀ, ଓବିସି ମୋର୍ଚ୍ଚାର ରାଜ୍ୟ ଉପସଭାପତି ରଘୁନାଥ ପାତ୍ର, ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଶରତ ଦାସ, ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ଓବିସି ମୋର୍ଚ୍ଚାର ଜିଲା ସଭାପତି ବୁଦ୍ଧଦେବ ଜେନା, ଐଶାନ୍ୟଚଣ୍ଡୀ ମଣ୍ଡଳର ସଭାପତି…

"ଭଦ୍ରକ : ମଦମୃତ୍ୟୁ ଅଭିଯୋଗ ଆସିଥିବା ଗ୍ରାମରେ ପହଞ୍ଚିଲା ବିଜେପି ଟିମ୍ ‘ଅବକାରୀ ବିଭାଗ ଚୋରା ମଦ ବିକ୍ରିକୁ ପ୍ରୋତ୍ସାହିତ କରୁଛି’"

ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେରଡାରେ ଉତ୍ତେଜନା, ବାଲି ଲିଜଧାରୀଙ୍କୁ ଆକ୍ରମଣ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡା ଗ୍ରାମ ବାଲି ଉଠାଣକୁ କେନ୍ଦ୍ର କରି ପୁଣି ଅଶାନ୍ତ ହୋଇଉଠିଛି। ଗ୍ରାମର ନେରଡା- ୨ ସୈରାତ ବାଲିଲିଜ୍ଧାରୀ ଉମାକାନ୍ତ ବୋଇତାଇଙ୍କ ଉପରେ ବାଲିଉଠାଣ ବିରୋଧୀମାନେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିପକାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ଯୋଜନାବଦ୍ଧଭାବେ ଗ୍ରାମର ଦୀପକ ରାଉତଙ୍କୁ ମାରଧର କରୁଥିବା ବେଳେ ଉମାକାନ୍ତ ବୋଇତାଇ ଓ ତାଙ୍କ ପତ୍ନୀ ପ୍ରତିବାଦ କରିଥିଲେ। ସୁଯୋଗ ମିଳିଛି ବୋଲି କହି ଆକ୍ରମଣକାରୀ ଦୀପକଙ୍କୁ ଛାଡି ଉମାକାନ୍ତଙ୍କ ଉପରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ପତ୍ନୀ ସ୍ୱଣ୍ଣ ର୍ଲତା ବୋଇତାଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି।…

"ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେରଡାରେ ଉତ୍ତେଜନା, ବାଲି ଲିଜଧାରୀଙ୍କୁ ଆକ୍ରମଣ"

ଭାଷ୍କର ସୁଧାକର ଫକିର ମୋହନ ମାଗଣା ମଧୁମେହ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ ଡାଇବେଟିସ୍ ଫାଉଣ୍ଡେସନ ଓ ଡା. ରଞ୍ଜିତ ଖଟୁଆଙ୍କ ତତ୍ତ୍ୱାଧାନରେ ‘ଭାଷ୍କର ସୁଧାକର ଫକିର ମୋହନ ମାଗଣା ଚିକିତ୍ସା କେନ୍ଦ୍ର ଡା. ଖଟୁଆଙ୍କ ଚିକିତ୍ସା କେନ୍ଦ୍ରରେ ଉଦ୍ଘାଟିତ ହୋଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାରୁ ଅଭାବୀ ୨୦ଜଣ ମଧୁମେହ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଛି। ଏହି ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା, ରକ୍ତ ପରୀକ୍ଷା ଓ ଔଷଧ ଯୋଗାଇ ଦିଆ ଯାଇଛି। ଚିକତ୍ସା କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ. ଆର୍. କେ. ନାୟକ, ଡ. ଏଚ୍. କେ. ନାୟକ, ଅନିରୁଦ୍ଧ ଦାସ, ବିଷ୍ଣୁମୋହନ ନାୟକ, ଭଦ୍ରକ ସତ୍ୟସାଇ ସମିତିର…

"ଭାଷ୍କର ସୁଧାକର ଫକିର ମୋହନ ମାଗଣା ମଧୁମେହ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ"

ଭଦ୍ରକ ସାଂପ୍ରଦାୟୀକ ବିଦ୍ୱେଷର ସମାଧାନ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକରେ ଘଟିଥିବା ସାଂପ୍ରଦାୟୀକ ବିଦ୍ୱେଷର ଏକ ବିଚାର ବିଭାଗୀୟ ତଦନ୍ତ କରାଯାଇ,ଏହାର ମୂଳକାରଣକୁ ଅନୁସନ୍ଧାନ କରାଯିବା ସହିତ ସ୍ଥାୟୀ ସମାଧାନ ନିମନ୍ତେ ପ୍ରୟାସ କରାଯାଉ ଓ ଘଟଣା ସମୟରେ ଯେଉଁ ସବୁ ଅଧିକାରୀମାନେ ନିୟୋଜିତ ହୋଇ କାର୍ଯ୍ୟରେ ଅବହେଳା ପ୍ରର୍ଦଶନ କରିଥିଲେ ,ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏକ ସ୍ମାରକପତ୍ର ମାଧ୍ୟମରେ ଜିଲାପାଳଙ୍କ ନିକଟରେ ଦାବି କରିଛି ଭଦ୍ରକ ଶାନ୍ତି ସଦଭାବନା ସମିତି। ଏହା ସହିତ ଏହି ହିଂସାର ପରବର୍ତ୍ତୀକାଳରେ ଗିରଫ ହୋଇଥିବା ବା ନିରପରାଧ ବ୍ୟକ୍ତିମାନଙ୍କୁ ତୁରନ୍ତ ସମ୍ମାନରସହ ଖଲାସ କରାଯାଉ। ଏକ ଫାଷ୍ଟଟ୍ରାକ କୋର୍ଟରେ ସମସ୍ତ ଅଭିଯୁକ୍ତମାନଙ୍କର ବିଚାର…

"ଭଦ୍ରକ ସାଂପ୍ରଦାୟୀକ ବିଦ୍ୱେଷର ସମାଧାନ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର"

ସଡକ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ, ସ୍ୱାମୀ ଓ ଶିଶୁପୁତ୍ର ଗୁରୁତର

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ବାଇକ୍ ଯୋଗେ ସପରିବାର ସହ ଭଦ୍ରକ ଡାକ୍ତରଖାନା ଆସୁଥିବା ଜଣେ ବ୍ୟକ୍ତିଙ୍କର ପତ୍ନୀ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ସେ ଓ ତାଙ୍କର ୫ ବର୍ଷର ଶିଶୁପୁତ୍ର ଗୁରୁତର ଭାବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପଡୋଶୀ ବାଲେଶ୍ୱର ଜିଲାର ସିମୁଳିଆ ଥାନା ଅଧୀନସ୍ଥ ସହଜପଦା ଗ୍ରାମନିବାସୀ ଭାଗବତ ଓଝା ନିଜ ବାଇକ୍ରେ ପତ୍ନୀ ଦମୟନ୍ତୀ (୨୮) ଓ ପୁତ୍ର ଦୁଷ୍ମନ୍ତ (୫) ସହ ଭଦ୍ରକ ଡାକ୍ତରଖାନା ଆସୁଥିଲେ। ଅପରାହ୍ନ ପ୍ରାୟ ୧ଟା ସମୟରେ ୫ନଂ ଜାତୀୟ ରାଜପଥର ରାଣୀତାଲ କୃଷି ବିଜ୍ଞାନ…

"ସଡକ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ, ସ୍ୱାମୀ ଓ ଶିଶୁପୁତ୍ର ଗୁରୁତର"

ଭଦ୍ରକ ପ୍ରିମିୟର ଲିଗ : ଚରମ୍ପା ୱାରିୟର୍ସ ଓ ବାଲେଶ୍ୱର ଏକାଦଶ ବିଜୟୀ

ଭଦ୍ରକ, ୪/୫ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ) : ଭଦ୍ରକ କଲେଜ ପଡିଆରେ ଚାଲିଥିବା ତୃତୀୟ ଭଦ୍ରକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ୨ ଟି ମ୍ୟାଚ ଖେଳା ଯାଇଥିଲା। ଏଥିରେ ପ୍ରଥମ ମ୍ୟାଚରେ ଚରମ୍ପା ୱାରିୟର୍ସ ଓ ଦ୍ୱିତୀୟ ମ୍ୟାଚରେ ବାଲେଶ୍ୱର ଏକାଦଶ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚଟି ଚରମ୍ପା ୱାରିୟର୍ସ ଓ ୟୁନିକ ଇଲେଭେନ ଉଦଳା ସହିତ ଖେଳା ଯାଇଥିଲା। ଏଥିରେ ଉଦଳା ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୩୦ ରନ କରିଥିଲା। ଦଳ ପକ୍ଷରୁ ସାଇବା ସିଂ ୪୭ ଏବଂ ଗିରିଜା ବାରିକ ୨୮ ରନ କରିଥିଲେ। ଚରମ୍ପା ଦଳ…

"ଭଦ୍ରକ ପ୍ରିମିୟର ଲିଗ : ଚରମ୍ପା ୱାରିୟର୍ସ ଓ ବାଲେଶ୍ୱର ଏକାଦଶ ବିଜୟୀ"