ବାଇକ୍ ରେ ବୁହା ହେଲାଶବ : ବଜ୍ରାଘାତରେ ଜଣେ ମୃତ ୨ଗୁରୁତର

ପୁରୁଷୋତ୍ତମପୁର୧୭/୬: (ଓଡିଆ ପୁଅ-ସୁଦାମ ମହାରଣା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ଗ୍ରାମରେ ଆଜି ବଜ୍ରାଘାତରେ ତନୁଗୌଡ (୪୩) ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତନୁଙ୍କ ପୁଅ ରାଜୁ ଗୌଡ ଓ ସେହି ଗ୍ରାମର ବିରୁପାକ୍ଷ ମହାନ୍ତି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତନୁର ଶବ ରାସ୍ତା ଉପରେ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ପଡିରହିଥିବା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ସେଠାରେ ପହଞ୍ଚି ନଥିଲା। ଯାହା ଫଳରେ ନିରୁପାୟ ହୋଇ ତନୁର ପୁତୁରା ବୁଡୁ ଓ ରୋହିତ ବାଇକରେ ଶବକୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସୂଚନା ଅନୁସାରେ, ତନୁ ଓ ତାଙ୍କର…

"ବାଇକ୍ ରେ ବୁହା ହେଲାଶବ : ବଜ୍ରାଘାତରେ ଜଣେ ମୃତ ୨ଗୁରୁତର"

କାଳ ବୈଶାଖି ସହ କୁଆପଥର ମାଡ଼: ଚାଷୀକୁଳ ଧ୍ୱଂସ, ଜଣେ ଚାଷୀ ଆତ୍ମହତ୍ୟା

ବରଗଡ଼ ୧୮.୦୬.୨୦୧୮ (ଓଡ଼ିଆ ପୁଅ/ଜଗଦୀଶ ସୁନା) ଓଡ଼ିଶାର ଏକମାତ୍ର ବରଗଡ଼ ଜିଲ୍ଲାକୁ ରାଜ୍ୟରେ ଧାନଫସଲକାରୀ ଜିଲ୍ଲାଭାବେ ମାନ୍ୟତା ହାସଲ କରିଛି। ଅନେକ ଲୋକେ ଏହି ଜିଲ୍ଲାକୁ ଧାନଲକ୍ଷ୍ମୀ ଜିଲ୍ଲାବୋଲି ଲୋକେ କହିବସନ୍ତି। ସେହି ଜିଲ୍ଲାରେ ଧାନ ବ୍ୟାପକ ମାତ୍ରାରେ ଉତ୍ପାଦନ ହୋଇଥାଏ। ଏହି ଜିଲ୍ଲାଠାରୁ ଉତ୍ପାଦନ ହେଉଥିବା ଚାଉଳ ଦେଶ ବିଦେଶକୁ ପଠାଯାଇଥାଏ ଏବଂ ସେଠାକାର ଚାଷୀମାନେ ମନ ଲଗାଇ କୃଷି ପ୍ରଧାନ୍ୟ ଦେଇଥାନ୍ତି। ନିଦରୁ ଉଠିଲେ ପ୍ରଥମେ ଚାଷୀଙ୍କ ଆଖିରେ ଫସଲ ଚାଷହିଁ ଦେଖାଯାଇଥାଏ। ତେବେ ଓଡ଼ିଶାର ଏହି ଜିଲ୍ଲାର ମାନଚିତ୍ରକୁ ଦେଖିଲେ ଚାଷୀ ଆତ୍ମହତ୍ୟା ବେଶୀ ମାତ୍ରାରେ ହେଉଥିବାରୁ ପରିଲକ୍ଷିତ ହୁଏ। ତେବେ ଏହା କାହିଁକି ? ଯେଉଁ ଜିଲ୍ଲା ଲୋକେ ବ୍ୟାପକ…

"କାଳ ବୈଶାଖି ସହ କୁଆପଥର ମାଡ଼: ଚାଷୀକୁଳ ଧ୍ୱଂସ, ଜଣେ ଚାଷୀ ଆତ୍ମହତ୍ୟା"

ଘଟଗାଁ ଅଂଚଳରେ କାଳବୈଶାଖୀ ତାଣ୍ଡବ ପ୍ରବଳ ଘଡଘଡି ସହ ବର୍ଷା

ଘଟଗାଁ, ୧୮.୦୬(ଓଡିଆ ପୁଅ/ଭବାନୀ ପ୍ରସାଦ)- ଆଜି ଅପରାହ୍ନରେ ଘଟଗାଁ ଅଂଳରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁ ଖୁଣ୍ଟ ଓ ତାର ଉପରେ ଗଛ ପଡି ଛିଣ୍ଡିଥିବା କାରଣରୁ ବିଦ୍ୟୁତ ସରବାହ ମଧ୍ୟ ବନ୍ଦ ରହିଛି। ଉପରଡିହା ଗ୍ରାମରେ ଜଣଙ୍କ ଘର ଉପରେ ବିଶାଳ ଗଛ ପଡିଯିବାରୁ ଘର ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଘରେ ଥିବା ସଦସ୍ୟ। ସେହିପରି ଘଟଗାଁ ବଜାରରେ ଗଛତଳେ ଚାପି ହୋଇଯାଇଛି ଦୁଇଟି ଦୋକନ ଦୋକାନିଙ୍କ ସହ କିଛି ଗ୍ରାହକ ଆହାତ ହୋଇଛନ୍ତି। ଅନେକ ସ୍ଥାନରେ ଆଜବେଷ୍ଟ ଉଡିଯିବା ସହ…

"ଘଟଗାଁ ଅଂଚଳରେ କାଳବୈଶାଖୀ ତାଣ୍ଡବ ପ୍ରବଳ ଘଡଘଡି ସହ ବର୍ଷା"

ରାଜ୍ୟ ଓ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା ; ସମ୍ବର୍ଦ୍ଧନା ନାଁ ରେ ତାରା ବିରୋଧୀଙ୍କ କୋରାପୁଟଠାରେ ଶକ୍ତି ପ୍ରଦର୍ଶନ; ବିରୋଧି ଦଳ ମୁଖ୍ୟ ସଚେତକ ତାରାଙ୍କୁ ସଭାକୁ ଡକାଯାଇନାହିଁ

କୋରାପୁଟ;ତା୧୮-୦୬-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସମ୍ବର୍ଦ୍ଧନା ନାଁ ରେ ତାରା ବିରୋଧୀଙ୍କ କୋରାପୁଟଠାରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ତାରା ଏବଂ କୃଷ୍ଣ ଓ କୈଳାସ ଗୋଷ୍ଠୀ ସେମାନଙ୍କର ଦଳୀୟ କର୍ମିମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରୁଛନ୍ତି ଏଥିରୁ ଜିଲ୍ଲାରେ କଂଗ୍ରେସ ଦୁଇଫାଳ ହୋଇଯାଉଥିବା ସ୍ପଷ୍ଠ ଅନୁମେୟ ହେଉଥିବା ସାଧାରଣରେ ମତ ପ୍ରକାଶ ପାଇଛି।ଏଥିପୂର୍ବରୁ ଜୟପୁରଠାରେ ପିସିସି ସଭାପତି ନିରଞନ ପଟନାୟକଙ୍କୁ ସମ୍ବର୍ଦ୍ଧନା ଦେଇ ତାରା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।କୋରାପୁଟଠାରେ କୃଷ୍ଣ ଓ କୈଳାସ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବା ପରେ ଆସନ୍ତାଦିନରେ କୋରାପୁଟଠାରେ ପିସିସି ମୁଖ୍ୟ ନିରଞନ ପଟନାୟକଙ୍କୁ ନେଇ କୋରାପୁଟଠାରେ ତାରା ଗୋଷ୍ଠୀ ବିରାଟ ଶକ୍ତି ପ୍ରଦର୍ଶନ କରିବେ ବୋଲି…

"ରାଜ୍ୟ ଓ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା ; ସମ୍ବର୍ଦ୍ଧନା ନାଁ ରେ ତାରା ବିରୋଧୀଙ୍କ କୋରାପୁଟଠାରେ ଶକ୍ତି ପ୍ରଦର୍ଶନ; ବିରୋଧି ଦଳ ମୁଖ୍ୟ ସଚେତକ ତାରାଙ୍କୁ ସଭାକୁ ଡକାଯାଇନାହିଁ"

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ – ବିଜେଡ଼ି

ଭୁବନେଶ୍ୱର, ୧୭/୬/୨୦୧୮(ଓଡ଼ିଆ ପୁଅ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ଏହି ଯୋଜନାର କୌଣସି ସଂପର୍କ କେନ୍ଦ୍ର ଦ୍ୱାରା ଘୋଷଣା କରାଯାଇଥିବା ଆୟୁଷ୍ମାନ ଯୋଜନା ସହିତ ନାହିଁ। ଯେଉଁ ଯୋଜନା କେବଳ ଶିରୋନାମାରେ ଘୋଷଣା ହୋଇଛି, କିନ୍ତୁ ତା’ର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହାନ୍ତି। ଅପରପକ୍ଷେ ରାଜ୍ୟ ସରକାରଙ୍କ ତରଫରୁ ଏହି ଯୋଜନାକୁ କାର୍ଯ୍ୟକାରିତା ପାଇଁ ଅଗଷ୍ଟ ୧୫ ତାରିଖକୁ ଘୋଷଣା କରାଯାଇଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦଳ ତରଫରୁ ଘୋଷଣା କରାଯାଇଥିଲା ଯେ ବିଜୁ ଜନତା ଦଳ ସରକାରକୁ ଆସିଲେ ଏକ ସାର୍ବଜନୀନ ସ୍ୱାସ୍ଥ୍ୟସେବା…

"ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ – ବିଜେଡ଼ି"

ବିଜେଡି ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା

ଭୁବନେଶ୍ୱର ୧୮-୬ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରି ଦେଲେଣି। ଓଡିଶାରେ ଶାସକ ବିଜେଡି ପୁନର୍ବାର କ୍ଷମତା ଦଖଲ ପାଇଁ ଆପଣାଉଛି ବିଭିନ୍ନ ରଣନୀତି। ଯେହେତୁ ଏହି ଦଳ ସରକାରରେ ଅଛି ତେଣୁ ବିଭିନ୍ନ ଯୋଜନାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା କରୁଛି। ଅପରପକ୍ଷରେ ଏଥର ବିଜେପି ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛି। କେନ୍ଦ୍ରରେ ବିଜେପି ସରକାର ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ କେନ୍ଦ୍ରର ବିଭିନ୍ନ ଲୋକପ୍ରିୟ ଯୋଜନାକୁ ପାଥେୟ କରି ଆଗେଇ ଚାଲିଛି ବିଜେପି। ରାଜ୍ୟ କଂଗ୍ରେସ ବି ପଛରେ…

"ବିଜେଡି ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା"

ଅଡ଼ିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୁପର୍ଟ ଷ୍ଟେଡଲର ଠକେଇ ଆରୋପରେ ଗିରଫ

ନୂଆ ଦିଲ୍ଲୀ ୧୮ – ୬ (ଓଡ଼ିଆ ପୁଅ) ଅଡ଼ି ଏଜିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ (CEO)) ରୁପର୍ଟ ଷ୍ଟେଡଲରଙ୍କୁ ଠକେଇ ଆରୋପରେ ସୋମବାରଦିନ ଗିରଫ କରାଯାଇଛି। କମ୍ପାନୀର ପ୍ରବକ୍ତା ଏହାର ସୂଚନା ଦେଇଛନ୍ତି। ସମାଚାର ଏଜେନ୍ସୀ ଏଫେ ନ୍ୟୁଜର ରିପୋର୍ଟ ମୁତାବକ, ଜର୍ମାନୀର ଅଭିଯୋଗକାରୀ ଷ୍ଟେଡଲର ଏବଂ ଅଡ଼ିର ଏକ ଅନ୍ୟ କାର୍ଯ୍ୟକାରୀଙ୍କୁ କମ୍ପାନୀର ଠକେଇ ଏବଂ ମିଥ୍ୟା ବିଜ୍ଞାପନ ଦେବାର ଅଭିଯୋଗ କରିଥିଲେ। କାର ନିର୍ମାତା ଏହି ବିଷୟରେ ଜାଞ୍ଚର ଚାଲୁଛି ବୋଲି କହି କୌଣସି ଟିପ୍ପଣୀ ଦେବାକୁ ମନାକରିଥିଲେ।

"ଅଡ଼ିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୁପର୍ଟ ଷ୍ଟେଡଲର ଠକେଇ ଆରୋପରେ ଗିରଫ"

ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା।

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଯେକୌଣସି ଛୁଟିଦିନ ହେଉ ବା ଯାନିଯାତ୍ରା ପର୍ବପର୍ବାଣି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତୀର୍ଥଯାତ୍ରୀ ପର୍ଯ୍ୟଟକମାନଙ୍କର ଶ୍ରୀକ୍ଷେତ୍ରକୁ ସୁଅ ଛୁଟିଥାଏ। ଗତକାଲି ରଜ ଅବସରରେ ଶ୍ରୀକ୍ଷେତ୍ରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଯାତ୍ରୀମାନେ କାର୍, ବସ୍ ଓ ବାଇକ୍ ଯୋଗେ ପୁରୀ ସହରକୁ ଆସିଥାନ୍ତି। ପାର୍କିଂର ବ୍ୟବସ୍ଥା ନଥିବା ଯୋଗୁ ଗାଡିଗୁଡିକ ରଖିବା ପାଇଁ ପର୍ଯ୍ୟଟକମାନେ ନାନା ହଇରାଣ ହରକତ ହେଉଥିବା ଦେଖାଯାଇଥିଲା। ପୁରୁଣା ସଦର ଥାନା ଠାରୁ ନୂଆ ସଦର ଥାନା, ଜିଲ୍ଲାସ୍କୁଲ ଓ ଷ୍ଟେସନ ଅଞ୍ଚଳରେ ଗତକାଲି ଅପରାହ୍ନ ୪ଟାରୁ ଟ୍ରାଫିକ ଜାମ୍ ହୋଇଯିବାରୁ ସାଧାରଣ ଲୋକମାନେ ଯାତାୟତ କରିବାରେ ବିଭିନ୍ନ…

"ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା।"

ନାବାଳିକାକୁ ଦୁର୍ଷ୍କମ ଉଦ୍ୟମ, ଜଣେ ଗିରଫ

ରାୟଗଡା ୧୮-୬ (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ, ଏଥର କିନ୍ତୁ ପ୍ରସବ ଜନିତ ଘଟଣା ନୁହେଁ ଚର୍ଚ୍ଚାକୁ ଆସିଛି ଦୁର୍ଷ୍କମ ପାଇଁ। ଘଟଣାରୁ ଜଣାପଡିଛି ଯେ କଲ୍ୟାଣସିଂହପୁର ସଦର ମହକୁମାର କଦମ୍ବଦ୍ୱାରା ସାହିର ଜଣେ ନାବାଳିକୁ ଜଣେ ବୃଦ୍ଧା ଦୁର୍ଷ୍କମ ଉଦ୍ୟମ କରିଥିଲେ। ରାତି ୨ ଟା ସମୟରେ ଜଳ ବେନିଆ ନାମ ଜଣେ (୫୫) ବର୍ଷିୟା ବୃଦ୍ଧି ରେବତି କରକରିଆକୁ ( ଛଦ୍ମନାମ -୧୮) ଏକୁଟିଆ ଶୋଇଥିବା ସମୟରେ ଦୁର୍ଷ୍କମ କରିବା ପାଇଁ ଉଦ୍ୟମ କରିଥିଲା। ରେବତି ପାଟି କରିବାକୁ ବେନିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସକାଳେ…

"ନାବାଳିକାକୁ ଦୁର୍ଷ୍କମ ଉଦ୍ୟମ, ଜଣେ ଗିରଫ"

ରଥଟଣାର ହାଲଚାଲ ଦଣ୍ଡାରେ ପଡିଲା ଖଦିଓରା

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥମାନଙ୍କରେ ୧୪ ନାହାକା ଉଠିବା ପାଇଁ ପ୍ରସ୍ତୁତି ଚାଲିଛି। ସେଥିପାଇଁ ଶନିବାର ୩ ରଥରେ ଖଦିଓରା କାଠ ଖଞ୍ଜାଯାଇଛି। ତିନି ରଥର ଦଣ୍ଡାମାନଙ୍କ ଉପରେ ଖଦିଓରା ସବୁ ରଖାଯାଇଛି। ଭୋଇ ସେବକମାନେ ଖଦିଓରା କାଠ ଯୋଗାଇବା ପରେ ବିଶ୍ୱକର୍ମାମାନେ ବିନ୍ଦ କରିଛନ୍ତି। ଖଦିଓରାରେ ହୋଇଥିବା ବିନ୍ଦରେ ୧୪ନାହାକା ରଖାଯାଇଛି। ପ୍ରତି ରଥକୁ ୯ଟି ଲେଖାଏଁ ଖଦିଓରା କାଠ ଯୋଗାଇଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି ଗୋଟିଏ ଖଦିଓରାରେ ଦୁଇଟି ବିନ୍ଦ ରହିଛି। ୧୪ନାହାକାରୁ ୧୦ଗୋଟି ଖଦିଓରା ଉପରେ ରହିବ। ବାକି ୪ଗୋଟି ହେଉଛି ଚଢ଼େଇ। ଦଣ୍ଡାରେ ବିନ୍ଦ ହୋଇ ଚଢ଼ି ରହିବ ବୋଲି ନିର୍ମାଣକାରୀଙ୍କ ସୂଚନା ରହିଛି। ୧୪ନାହାକା…

"ରଥଟଣାର ହାଲଚାଲ ଦଣ୍ଡାରେ ପଡିଲା ଖଦିଓରା"