ସିବିଆଇ ଜାଲରେ କାମଦେବ ବିଶ୍ୱାଳ – ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ

ମୁଖ୍ୟ କଥା: – ଦିଲ୍ଲୀ ଓଡ଼ିଆଙ୍କ ମଧ୍ୟରେ ବେଶ୍ ପରିଚିତ କାମଦେବ ବିଶ୍ୱାଳ – ନୂଆଦିଲ୍ଲୀ AIIMS ରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି କାମଦେବ ବିଶ୍ୱାଳ – ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରର ସଂପାଦକ ହେଉଛନ୍ତି କାମଦେବ ବିଶ୍ୱାଳ – ବିଲ୍ ପାଶ୍ କରାଇବା ପାଇଁ ନେଉଥିଲେ ଲାଞ୍ଚ – ସିବିଆଇ ହାତରେ ଧରାପଡ଼ିଲେ ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ଦିଲ୍ଲୀ AIIMS ରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ କାମଦେବ ବିଶ୍ୱାଳ ପଡ଼ିଛନ୍ତି ସିବିଆଇ ଜାଲରେ। ସୂଚନାନୁଯାୟୀ ଅନୁଯାୟୀ ଶ୍ରୀ ବିଶ୍ୱାଳ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ବିଲ୍ ପାଶ କରାଇବା ପାଇଁ ୧୯,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଲେ। ଆରୋପି…

"ସିବିଆଇ ଜାଲରେ କାମଦେବ ବିଶ୍ୱାଳ – ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ"

ମାଲକାନଗିରି ରୁ ହାଇଦ୍ରାବାଦ ସହରକୁ ନୂତନ ଶୀତତାପ ନିୟନ୍ତ୍ରୀତ ବସ ଚଳାଚଳ ଆରମ୍ଭ

  ମାଲାକନଗିରି, ୫ା୩ (ଓଡିଆ ପୁଅ ) ଦୀର୍ଘବର୍ଷପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସିଧାସଳଖ ଭାବେ ସୁଦୁର ହାଇଦ୍ରାବାଦ ସହରକୁ ଶୀତତାପ ନିୟନ୍ତ୍ରୀତ ଭିଡିଓ ଡିଲକ୍ସ ବସ ଆଜି ଠାରୁ ଚଳାଚଳ ଆରମ୍ଭକରିଛି। ଆଜି ସନ୍ଦ୍ୟାରେ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ଘରୋଇବସ ମାଲିକ ସଂଘପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ମାଲକାନଗିରି ବିଧାୟକ ମାନସମାଡକାମି ଯୋଗଦେଇ ସବୁଜପତକା ଦେଖାଇ ଉକ୍ତ ନୁତନବସଟିକୁ ଉଦଘାଟନ କରିଛନ୍ତି। ୪୦ ସିଟ୍ ବିଶିଷ୍ଟ ଅମିସ ନାମକ ଭିଡିଓ ଡିଲକ୍ସ କୋଚ ଏସି ଘରୋଇ ବସଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ପ୍ରତିଦିନ ସନ୍ଧ୍ୟା ୫ଟାରେ ହାଇଦ୍ରାବାଦ ଅଭିମୁଖେ ଛାଡିବ, ଏହି ବସଟି କାଲିମେଳା, ପଡିଆ ବ୍ଲକହୋଇ ଛତିଶଗଡ…

"ମାଲକାନଗିରି ରୁ ହାଇଦ୍ରାବାଦ ସହରକୁ ନୂତନ ଶୀତତାପ ନିୟନ୍ତ୍ରୀତ ବସ ଚଳାଚଳ ଆରମ୍ଭ"

ଥମିବାର ନାଁ ଧରୁନି ଦାଦନର ଦୁଃଖ – ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ – ଉଦ୍ଧାର ପାଇଁ ପରିବାର ଥାନାର ଦ୍ୱାରସ୍ଥ

ତୁରୁମୁଙ୍ଗା ୫-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକରେ ଥମୁନି ଦାଦନର ଦୁଃଖ। ପାଟଣା ବ୍ଲକରେ ଦାଦନର କରୁଣ ଚିତ୍ର ବାରମ୍ବାର ପଦାକୁ ଆସୁଥିଲେ ମଧ୍ୟ ଉଭୟ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମର ଧନେଶ୍ୱର ନାଏକ ୨୫ ଙ୍କର ମୃତଦେହ ବେଙ୍ଗାଲୁର ରେଲୱେ ପୋଲିସ ଜାନୁଆରୀ ୨୩ ରେ କରେନାଲାମ ଓ ଇଲାଲେଗି ଷ୍ଟେସନ ମଧ୍ୟରେ ଥିବା ରେଲୱେ ଧାରଣା ପାର୍ଶ୍ଵରୁ ଉଦ୍ଧାର ହୋଇଥିଲା। ଉଦ୍ଧାର ହେବାର ଏକ ମାସ ପରେ ପୁଣି ଚାଖୁଣ୍ଡାପାଳ ପଞ୍ଚାୟତର ଶରଧାପୁର ଗ୍ରାମର ଜଣେ ଶ୍ରମିକ ଭରତ ଚନ୍ଦ୍ର ନାଏକ ୪୨ କାମ…

"ଥମିବାର ନାଁ ଧରୁନି ଦାଦନର ଦୁଃଖ – ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ – ଉଦ୍ଧାର ପାଇଁ ପରିବାର ଥାନାର ଦ୍ୱାରସ୍ଥ"

ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ

ଯାଜପୁର, ୨୪-୨ (ଓଡିଆ ପୁଅ/ମାନସ ରାଉତ)-କୌଣସି କାରଣରୁ ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ୍ୟୁ ହେବାର ୪ ଦିନପରେ ମୃତଦେହ ନିଜ ଘରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ପାଲଟିଥିବା ଯାଜପୁର ଜିଲା ବଡଚଣା ବ୍ଳକ ବନ୍ତଳା ପଞ୍ଚାୟତ ଠେଙ୍ଗଡ ଗ୍ରାମର କ୍ଷୀରୋଦ ମହାରଣାଙ୍କ ପୁଅ ମାନସ(୨୫) ୪/୫ ବର୍ଷ ହେବ ବାଙ୍ଗାଲୋରର, କ ଘରୋଇ କମ୍ପାନୀରେ କାମ କରୁଥିଲା। ହଠାତ ମଙ୍ଗଳବାର ସକାଳେ ମାନସଙ୍କ ପରିବାରଙ୍କୁ କବର ମିଳିଲା କି ତୁମ ପୁଅ ଏକ ଦୁର୍ଘଟଣାରେ ଗୁରୁତର ହୋଇପଡିଛି, ପରେ ପରିବାର ଲୋକେ ଖବରପାଇ ତରବରିଆ ଭାବେ ବିମାନ ଯୋଗେ ବାଙ୍ଗାଲୋର ପହଞ୍ଚିଥିଲେ। ବାଙ୍ଗାଲୋର ଏକ ହୋଟେଲରେ ମାନସର ମୃତଦେହ ପୁଲିସ ଜବତ…

"ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ"

ବେଙ୍ଗାଲୁରରେ ଓଡ଼ିଆ ଶ୍ରମିକର ମୃତଦେହ ଉଦ୍ଧାର

ତୁରୁମୁଙ୍ଗା ୨୮-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମର ଧନେଶ୍ୱର ନଏକ ୨୫ ଙ୍କର ମୃତଦେହ ବେଙ୍ଗାଲୁର ରେଲୱେ ପୋଲିସ ଜାନୁଆରୀ ୨୫ ରେ କରେନାଲାମ ଓ ଇଲାଲେଗି ଷ୍ଟେସନ ମଧ୍ୟରେ ଥିବା ରେଲୱେ ଧାରଣା ପାର୍ଶ୍ଵରୁ ଜବତ କରିଛି। ଧନେଶ୍ୱର ଦୀର୍ଘ ୮ ବର୍ଷ ଧରି ବେଙ୍ଗାଲୁରର ୟୁଟିଲେଟ କନଷ୍ଟ୍ରକସନ କମ୍ପାନୀରେ ସେଣ୍ଟ୍ରିଙ୍ଗ ମିସ୍ତ୍ରୀ ଭାବରେ କାମ କରୁଥିଲେ। ରେଳ ଧାରଣା ସଫା କରୁଥିବା ବେଳେ ମୃତ ଦେହ ଦେଖି ରେଲୱେ ପୋଲିସ ଶବକୁ ଜବତ କରିଥିଲା ଜବତ ପରେ ଧନେଶ୍ୱରଙ୍କ ପକେଟ ରୁ ମୋବାଇଲ ପାଇ ବ୍ୟବହାର କରୁଥିବା ସିମରୁ ରେଲୱେ ପୋଲିସ ଘରକୁ ଖବର…

"ବେଙ୍ଗାଲୁରରେ ଓଡ଼ିଆ ଶ୍ରମିକର ମୃତଦେହ ଉଦ୍ଧାର"

ଶ୍ରୀ ରାମ ଚରିତ ମାନସ ନବାନ୍ନ ପାରାୟଣ

ସୁରତ ୨୫-୧ (ଓଡ଼ିଆ ପୁଅ/ରାଜେଶ ପାଢି) ରାମାୟଣ ପ୍ରଚାର ସମିତି (ଓଡିଆ ସମାଜ) ତରଫରୁ ସୁରତ ପାଣ୍ଡେସରା କାଶି ବିଶ୍ବନାଥ ମନ୍ଦିର ଠାରେ ୯ ଦିନ ବ୍ୟାପି ରାମଚରିତ ମାନସ କଥା ସହ ନବାନ୍ନ ପାରାୟଣର ଆୟୋଜନ ହେଉଅଛି।୨୪/୦୧/୨୦୧୮ ମାଘ ସପତମି ବୁଧବାର ଠାରୁ ୧/୨/୨୦୧୮ ରିଖ ମାଘ ପୁର୍ଣ୍ଣିମା ଗୁରୁବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି କଥାର ପ୍ରାରମ୍ଭରେ ବମରୋଲି ସ୍ଥିତ କାଳି ମନ୍ଦିର ଠାରୁ କଥା ସ୍ଥଳ ଯାଏଁ ୪ କିମି ଏକ ବିଶାଳ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ଏଥିରେ ୫୦୦ରୁ ଅଧିକ ମହିଳା ଯୋଗଦେଇଥିଲେ। ପଂଣ୍ଡିତ ଶ୍ରୀ ଗୌରିହରି ଦାସ ମହାରାଜଙ୍କ ଦ୍ବାରା ପ୍ରତ୍ୟହ ସଂଦ୍ଧ୍ୟା ୮.୦୦ ରୁ ୧୧.୦୦ ପଯ୍ୟନ୍ତ…

"ଶ୍ରୀ ରାମ ଚରିତ ମାନସ ନବାନ୍ନ ପାରାୟଣ"

ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ବିଶାଖାପାଟଣା ଫେରିଲା

ବାମରା, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସ (୧୬) ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଶ୍ରୀଚୈତନ୍ୟ କଲେଜରେ ପଢ଼ୁଥିବା ବେଳେ ସହପାଠୀମାନଙ୍କ ର୍ୟାଗିଂରେ ମୃତ୍ୟୁ ଘଟିଛି। ଶନିବାର ଏହି ଘଟଣାରେ ବିଶାଖାପାଟଣା ପୋଲିସ ଗଡ଼ପୋଷ ପହଞ୍ଚି ତଦନ୍ତ କରି ଫେରିଯାଇଛି। ଆନ୍ଧ୍ର ପୋଲିସର ଏହି ଟିମ୍ ଶନିବାର ରାଉରକେଲାରୁ ଅପରାହ୍ନ ୧ଟାରେ ଗୋବିନ୍ଦପୁର ଥାନାରେ ପହଞ୍ଚି ଥିଲା। ସେଠାରୁ ସ୍ଥାନୀୟ ପୋଲିସ ସହ ଯାଇ ସାଢ଼େ ୩ଟାରେ ଶ୍ରେୟସଙ୍କ ଘର ଗଡ଼ପୋଷରେ ପହଞ୍ଚିଥିଲା। ପ୍ରାୟ ୩ ଘଣ୍ଟା ଧରି ପିଏମ ପାଲାମ ଥାନା ଆଇଆଇସି କେ. ଲକ୍ଷ୍ମଣ ମୂର୍ତ୍ତିଙ୍କ ସମେତ ୫ ଜଣିଆ ତଦନ୍ତକାରୀ ଟିମ୍…

"ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ବିଶାଖାପାଟଣା ଫେରିଲା"

ନୂଆଦିଲ୍ଲୀରେ ପୁଷପୁନି ପାଳିତ

ନୂଆଦିଲ୍ଲୀ, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – – ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ପୁଷପୁନି’ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନୂଆଦିଲ୍ଲୀର ଏମ୍ସର ଫାକଲଟି କ୍ଲବରେ ରବିବାର ୭ ଜାନୁଆରୀ ୨୦୧୮ରେ ଧୂମ୍ଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପଶ୍ଚିମ ଓଡ଼ିଶାର ସୁବିଖ୍ୟାତ ସମ୍ବଲପୁରୀ ନୃତ୍ୟ ତଥା ଓଡ଼ିଶୀ ନୃତ୍ୟ ଇତ୍ୟାଦି ପରିବେଷିତ ହୋଇଥିଲା। ଉତ୍ସବରେ ଦିଲ୍ଲୀ ତଥା ଆଖପାଖ ଅଞ୍ଚଳରୁ ପ୍ରାୟ ୨୫୦ ଜଣ ସଦସ୍ୟ ଯୋଗଦାନ କରିଥିଲେ। ପଶ୍ଚିମ ଓଡ଼ିଶାର ପ୍ରଥାନୁଯାୟୀ ପାରମ୍ପରିକ ଖାଦ୍ୟ ସିଝା ମଣ୍ଡା, ଚାଉଳ ବରା, କାକରା, ସୁଜି ମଣ୍ଡା, ରସବରା, ସମ୍ବଲପୁରୀ ଚାଟ୍ ଇତ୍ୟାଦି ଖାଦ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ଉତ୍ସବରେ…

"ନୂଆଦିଲ୍ଲୀରେ ପୁଷପୁନି ପାଳିତ"

ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ଆସନ୍ତା କାଲି ୯ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ : ବିଜେପି

ଭୁବନେଶ୍ୱର, ତା ୦୮/୦୧ (ଓଡ଼ିଆ ପୁଅ) : ସେହିପରି ଗତକାଲି ବିଜେପୁରରେ ଉପନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି। ଶାସକ ବିଜେଡି ରକ୍ତମୁଖା ସାଜି ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ କରିଛି। ଶାସକ ବିଜେଡିର ଏଭଳି ଅମାନବୀୟ ଘଟଣାକୁ ବିଜେପି ନିନ୍ଦା କରିଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ପାରାଦୀପ ଠାରୁ ଆରମ୍ଭ କରି ବରଗଡ,  ମନମୁଣ୍ଡ,  ପିପିଲି,  ଭୁବନେଶ୍ୱର,  କେନ୍ଦ୍ରାପଡା,  ଗଂଜାମ,  ରାୟଗଡା ଓ ଗତକାଲି ବିଜେପୁରରେ ନିର୍ବାଚନ ଘୋଷଣା ପୂର୍ବରୁ ଆତଙ୍କିତ ହୋଇ ଶାସକ ବିଜେଡି ତାଙ୍କର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁଳି ଦ୍ୱାରା ବିଜେପି ନେତାଙ୍କ ଘରକୁ ଆକ୍ରମଣ କରିବା ଘଟଣାକୁ ବିଜେପି ନିିନ୍ଦା କରିଛି। ଗତ ସାଢେ ୩ ବର୍ଷ ଭିତରେ…

"ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ଆସନ୍ତା କାଲି ୯ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ : ବିଜେପି"

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ତାଳମହୁରୀ ଗ୍ରାମର ଶଙ୍କର୍ଷଣ ଦାସଙ୍କ ପୁଅ ରଞ୍ଜନ କୁମାର ଦାସ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟକରୁଥିଲେ। ଗତକାଲି ନୂତନ ବର୍ଷ ପାଳନକରି ଘରେ ଶୋଇଥିଲେ। ଆଜି ସକାଳେ ରଞ୍ଜନର ଉଠିବା ବିଳମ୍ବ ହେବାରୁ ସାଙ୍ଗମାନେ ତା’କୁ ଡାକିଥିଲେ। ସେ ନ ଉଠିବାରୁ ସଙ୍ଗେସଙ୍ଗେ ମେଡିକାଲ ନେଇଯାଇଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ରଞ୍ଜନ ବାପାମା’ଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ତା’ର ମୃତ୍ୟୁର କାରଣ ଜଣାପଡିନାହିଁ।

"ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ"