ସୁରତର ପାଣ୍ଡେସରାର ମୃତ ପିଡିତା ନାବାଳିକା ଓଡିଶାର – ସନ୍ଦେହରେ ଗୁଜୁରାତ ଗୃହମନ୍ତ୍ରୀ

ସୁରତ ୧୬-୪ (ଓଡ଼ିଆ ପୁଅ/ରାଜେଶ୍ କୁମାର ପାଢୀ) ଦେଶରେ ଉତ୍ତର ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ପରେ ବଳତ୍କାର ପିଡିତାକୁ ନ୍ୟାୟ ଦାବି ପାଇଁ ଅପିଲ୍ କରୁଥିବା ସମୟରେ ଗୁଜୁରାତ ସୁରତ ସହରରେ ପୁଣି ଏକ ୧୧ ବର୍ଷିୟ ନାବାଳିକାକୁ ଧର୍ଷଣ ପରେ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ସୁରତର ବଡୋଦ ଗାଁ ଠାରେ ଗତ ୬ ଏପ୍ରିଲ ୨୦୧୮ ରେ ପାଣ୍ଡେସରା ପୋଲିସ ବିଲ୍ଡିଙ୍ଗ ପଛପଟ ଝାଡି ପାଖରେ ଏକ ଅଚିହ୍ନା ନାବାଳିକାର ଶବ ଜବତ କରି ଅପରାଧ ରେଜିଷ୍ଟ୍ରି ସଂ ୮୬/୨୦୧୮ ଭାରତୀୟ ଦଣ୍ଡବିଧାନ ସଂହିତା ଧାରା ୩୦୨, ୩୨୬ ୩୭୨(୨) (I)(J)(M) ଏବଂ ପ୍ରୋଟକଲ୍ ଅଫ୍ ଚିଲ୍ଡ୍ରେନ ଫୋମ୍…

"ସୁରତର ପାଣ୍ଡେସରାର ମୃତ ପିଡିତା ନାବାଳିକା ଓଡିଶାର – ସନ୍ଦେହରେ ଗୁଜୁରାତ ଗୃହମନ୍ତ୍ରୀ"

ସୁରତ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ସୁରତ ୧୬-୪ (ଓଡ଼ିଆ ପୁଅ/ରାଜେଶ୍ କୁମାର ପାଢୀ) ପାଣ୍ଡେସରା ବମରୋଲି ରାମ ନଗର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ରବିବାର ସଂନ୍ଧ୍ୟା ୫.୦୦ ରେ ଆୟୋଜିତ ହେଇଥିଲା, ଓଡିଆ ଖାଦ୍ୟ ମେଳା ସାଙ୍ଗକୁ ଶିଶୁ ମନ୍ଦିରର ପିଲାଙ୍କ ଦ୍ବାରା ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଥିଲା। ଓଡିଶା ବିଜେପି ସେଲ୍ ର ପ୍ରବକ୍ତା ତଥା ବରିଷ୍ଟ ସମାଜ ସେବୀ ପ୍ରତାପ ଷଡଙ୍ଗୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସୁରତରେ ବହୁ ସଂଖ୍ୟାରେ ଓଡିଆ ଲୋକଙ୍କୁ ପାଇ ଆନନ୍ଦିତ ହେବାସହ ସେଠାରେ ନିଜସ୍ବ ପ୍ରଚେଷ୍ଟାରେ ଶିଶୁ ମନ୍ଦିର ମାଧ୍ୟମରେ ପିଲାଙ୍କ ଶିକ୍ଷା ବ୍ୟବସ୍ତାକୁ ଦେଖି ବହୁ ପ୍ରଶଂସା କରିଥିଲେ। ପିଲାଙ୍କୁ…

"ସୁରତ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ"

ପ୍ରଫେସର ଡ. ସୁଶୀଲ କୁମାର ଦାଶ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ମୌସୁମୀ ବିଜ୍ଞାନ ସମିତିର ସଭାପତି ନିର୍ବାଚିତ

ଭୁବନେଶ୍ୱର ୧୦-୪ (ଓଡ଼ିଆ ପୁଅ) ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି. ଦିଲ୍ଲୀ ର ଅବସରପ୍ରାପ୍ତ ପ୍ରଫେସର ଡ. ସୁଶୀଲ କୁମାର ଦାଶ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ମୌସୁମୀ ବିଜ୍ଞାନ ସମିତିର ସଭାପତି ଭାବରେ ୨୦୧୮ରୁ ୨୦୨୦ ମସିହା ପାଇଁ ନିର୍ବାଚିତ ହେଇଛନ୍ତି। ଭାରତୀୟ ମୌସୁମୀ ବିଜ୍ଞାନ ସମିତି ଏକ ସମ୍ମାନଷ୍ପଦ ଷାଠିଏ ବର୍ଷ ପୂରୁଣା ସମିତି ଅଟେ ଏବଂ ସମଗ୍ର ଭାରତରେ ଏହାର ତିରିଶଟି ଚେପ୍ଟର ଅଛି। ଏହା ପୂର୍ବରୁ ପ୍ରଫେସର ଡ. ସୁଶୀଲ କୁମାର ଦାଶ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଦିଲ୍ଲୀ ରେ ଜଳବାୟୁ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ ତୁଳାଇଛନ୍ତି। ପ୍ରଫେସର ଡ. ଦାଶ ଜଣେ…

"ପ୍ରଫେସର ଡ. ସୁଶୀଲ କୁମାର ଦାଶ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ମୌସୁମୀ ବିଜ୍ଞାନ ସମିତିର ସଭାପତି ନିର୍ବାଚିତ"

ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା

ସମ୍ବଲପୁର, ୨୪/୩ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ୟୁଏଇ ଗସ୍ତରେ ଥିବା ଖ୍ୟାତିସମ୍ପନ୍ନ ବଂଶୀବାଦକ ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଦୁବାଇ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ଆଜି ଦୁବାଇ ଠାରେ ପଣ୍ଡିତ ଚୌରାସିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନୁଷ୍ଠାନର ପ୍ରମୁଖ ସଦସ୍ୟ ତଥା ଟାଟା ସିପିଙ୍ଗର ସିଇଓ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅନୁଷ୍ଠାନର ସଭାପତି ଅମୀୟ କୁମାର ମିଶ୍ର, ଉପସଭାପତି ପ୍ରିୟଦର୍ଶୀ ପାଣିଗ୍ରାହୀ, ଯୁଗ୍ମ ସାଧାରଣ ସମ୍ପାଦକ ପ୍ରୀତିଶ ରଞ୍ଜନ ଦାଶ, ଯୁଗ୍ମ କୋଷାଧ୍ୟକ୍ଷ ରଜତ ରଥ, ଜନସମ୍ପର୍କ ସମ୍ପାଦକ(ଡିଜିଟାଲ) ଅବନୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସମ୍ଭ୍ରମ ପଟ୍ଟନାୟକ, ଯୁଗ୍ମ ଜନସମ୍ପର୍କ ସମ୍ପାଦିକା ନିର୍ଲିପ୍ତା ମହାନ୍ତି…

"ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା"

ଦ୍ୱିତୀୟ ଦିନରେ ଇଣ୍ଡିଆଗେଟରେ ଓଡିଶା ପର୍ବ ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଓଡିଆ ସଂସ୍କୃତି ଓ ପରମ୍ପରାରେ ରହିଛି – ଧର୍ମେନ୍ଦ୍ର ପ୍ରଧାନ

– ଓଡିଆ ଖାଦ୍ୟ, ଓଡିଆ ହସ୍ତକଳା ଷ୍ଟଲରେ ପ୍ରବଳ ଭୀଡ – ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କଲେ ଜନତା ନୂଆଦିଲ୍ଲୀ ଭୁବନେଶ୍ୱର, ୧୦ ମାର୍ଚ୍ଚ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ଓଡିଆ ପର୍ବର ଦ୍ୱିତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଓଡିଆ ସଂସ୍କୃତି ଓ ପରମ୍ପରାର ମହକ କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ନୁହେଁ ସମଗ୍ର ବିଶ୍ୱରେ ଯେଉଁଠି ଓଡିଆ ସମାଜ ଅଛି ଏହାକୁ ପ୍ରଦର୍ଶିତ କରିବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ସମବେତ ହଜାର ହଜାର ଜନସାଧାରଣଙ୍କୁ ଓଡିଶାର କୋଣ ଅନୁକୋଣରୁ ଆସିଥିବା ଅନନ୍ୟ ଓଡିଆ ଖାଦ୍ୟ…

"ଦ୍ୱିତୀୟ ଦିନରେ ଇଣ୍ଡିଆଗେଟରେ ଓଡିଶା ପର୍ବ ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଓଡିଆ ସଂସ୍କୃତି ଓ ପରମ୍ପରାରେ ରହିଛି – ଧର୍ମେନ୍ଦ୍ର ପ୍ରଧାନ"

ନୂଆଦିଲ୍ଲୀର ଓଡିଶା ପର୍ବର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ ସଂଘର୍ଷ କରିବା ହିଁ ଓଡିଆର ଚରିତ୍ର – ଜଷ୍ଟିସ ଦୀପକ ମିଶ୍ର

ଓଡିଆ ଜାତିର ଶୌର୍ଯ୍ୟ, ବୀରତ୍ୱ, କଳା, ଭାସ୍କର୍ଯ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଓଡିଶା ପର୍ବରେ ନିଖୁଣ ଭାବେ ପ୍ରତିଫଳିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଓଡିଶୀ ସମେତ ଓଡିଆ କଳାକାରଙ୍କ ଦ୍ୱାରା ଓଡିଆ କଳା ସଂସ୍କୃତିର ପ୍ରଦର୍ଶନ, ଓଡିଆ ଖାଦ୍ୟର ଅନନ୍ୟ ସମ୍ଭାର ନୂଆଦିଲ୍ଲୀ, ଭୁବନେଶ୍ୱର, ୦୯ ମାର୍ଚ୍ଚ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଇଣ୍ଡିଆ ଗେଟ ଲନରେ ଓଡିଶା ପର୍ବର ଉଦଘାଟନ କରିଛନ୍ତି ସୁପ୍ରୀମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଏହି ଅବସରରେ ଜଷ୍ଟିସ ମିଶ୍ର କହିଛନ୍ତି ଯେ ଓଡିଆ ଜାତିର ସମସ୍ତ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ, ସଂଘର୍ଷ କରିବା ହିଁ ଓଡିଆର…

"ନୂଆଦିଲ୍ଲୀର ଓଡିଶା ପର୍ବର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ ସଂଘର୍ଷ କରିବା ହିଁ ଓଡିଆର ଚରିତ୍ର – ଜଷ୍ଟିସ ଦୀପକ ମିଶ୍ର"

ସିବିଆଇ ଜାଲରେ କାମଦେବ ବିଶ୍ୱାଳ – ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ

ମୁଖ୍ୟ କଥା: – ଦିଲ୍ଲୀ ଓଡ଼ିଆଙ୍କ ମଧ୍ୟରେ ବେଶ୍ ପରିଚିତ କାମଦେବ ବିଶ୍ୱାଳ – ନୂଆଦିଲ୍ଲୀ AIIMS ରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି କାମଦେବ ବିଶ୍ୱାଳ – ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରର ସଂପାଦକ ହେଉଛନ୍ତି କାମଦେବ ବିଶ୍ୱାଳ – ବିଲ୍ ପାଶ୍ କରାଇବା ପାଇଁ ନେଉଥିଲେ ଲାଞ୍ଚ – ସିବିଆଇ ହାତରେ ଧରାପଡ଼ିଲେ ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ଦିଲ୍ଲୀ AIIMS ରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ କାମଦେବ ବିଶ୍ୱାଳ ପଡ଼ିଛନ୍ତି ସିବିଆଇ ଜାଲରେ। ସୂଚନାନୁଯାୟୀ ଅନୁଯାୟୀ ଶ୍ରୀ ବିଶ୍ୱାଳ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ବିଲ୍ ପାଶ କରାଇବା ପାଇଁ ୧୯,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଲେ। ଆରୋପି…

"ସିବିଆଇ ଜାଲରେ କାମଦେବ ବିଶ୍ୱାଳ – ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ"

ମାଲକାନଗିରି ରୁ ହାଇଦ୍ରାବାଦ ସହରକୁ ନୂତନ ଶୀତତାପ ନିୟନ୍ତ୍ରୀତ ବସ ଚଳାଚଳ ଆରମ୍ଭ

  ମାଲାକନଗିରି, ୫ା୩ (ଓଡିଆ ପୁଅ ) ଦୀର୍ଘବର୍ଷପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସିଧାସଳଖ ଭାବେ ସୁଦୁର ହାଇଦ୍ରାବାଦ ସହରକୁ ଶୀତତାପ ନିୟନ୍ତ୍ରୀତ ଭିଡିଓ ଡିଲକ୍ସ ବସ ଆଜି ଠାରୁ ଚଳାଚଳ ଆରମ୍ଭକରିଛି। ଆଜି ସନ୍ଦ୍ୟାରେ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ଘରୋଇବସ ମାଲିକ ସଂଘପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ମାଲକାନଗିରି ବିଧାୟକ ମାନସମାଡକାମି ଯୋଗଦେଇ ସବୁଜପତକା ଦେଖାଇ ଉକ୍ତ ନୁତନବସଟିକୁ ଉଦଘାଟନ କରିଛନ୍ତି। ୪୦ ସିଟ୍ ବିଶିଷ୍ଟ ଅମିସ ନାମକ ଭିଡିଓ ଡିଲକ୍ସ କୋଚ ଏସି ଘରୋଇ ବସଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ପ୍ରତିଦିନ ସନ୍ଧ୍ୟା ୫ଟାରେ ହାଇଦ୍ରାବାଦ ଅଭିମୁଖେ ଛାଡିବ, ଏହି ବସଟି କାଲିମେଳା, ପଡିଆ ବ୍ଲକହୋଇ ଛତିଶଗଡ…

"ମାଲକାନଗିରି ରୁ ହାଇଦ୍ରାବାଦ ସହରକୁ ନୂତନ ଶୀତତାପ ନିୟନ୍ତ୍ରୀତ ବସ ଚଳାଚଳ ଆରମ୍ଭ"

ଥମିବାର ନାଁ ଧରୁନି ଦାଦନର ଦୁଃଖ – ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ – ଉଦ୍ଧାର ପାଇଁ ପରିବାର ଥାନାର ଦ୍ୱାରସ୍ଥ

ତୁରୁମୁଙ୍ଗା ୫-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକରେ ଥମୁନି ଦାଦନର ଦୁଃଖ। ପାଟଣା ବ୍ଲକରେ ଦାଦନର କରୁଣ ଚିତ୍ର ବାରମ୍ବାର ପଦାକୁ ଆସୁଥିଲେ ମଧ୍ୟ ଉଭୟ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମର ଧନେଶ୍ୱର ନାଏକ ୨୫ ଙ୍କର ମୃତଦେହ ବେଙ୍ଗାଲୁର ରେଲୱେ ପୋଲିସ ଜାନୁଆରୀ ୨୩ ରେ କରେନାଲାମ ଓ ଇଲାଲେଗି ଷ୍ଟେସନ ମଧ୍ୟରେ ଥିବା ରେଲୱେ ଧାରଣା ପାର୍ଶ୍ଵରୁ ଉଦ୍ଧାର ହୋଇଥିଲା। ଉଦ୍ଧାର ହେବାର ଏକ ମାସ ପରେ ପୁଣି ଚାଖୁଣ୍ଡାପାଳ ପଞ୍ଚାୟତର ଶରଧାପୁର ଗ୍ରାମର ଜଣେ ଶ୍ରମିକ ଭରତ ଚନ୍ଦ୍ର ନାଏକ ୪୨ କାମ…

"ଥମିବାର ନାଁ ଧରୁନି ଦାଦନର ଦୁଃଖ – ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ – ଉଦ୍ଧାର ପାଇଁ ପରିବାର ଥାନାର ଦ୍ୱାରସ୍ଥ"

ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ

ଯାଜପୁର, ୨୪-୨ (ଓଡିଆ ପୁଅ/ମାନସ ରାଉତ)-କୌଣସି କାରଣରୁ ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ୍ୟୁ ହେବାର ୪ ଦିନପରେ ମୃତଦେହ ନିଜ ଘରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ପାଲଟିଥିବା ଯାଜପୁର ଜିଲା ବଡଚଣା ବ୍ଳକ ବନ୍ତଳା ପଞ୍ଚାୟତ ଠେଙ୍ଗଡ ଗ୍ରାମର କ୍ଷୀରୋଦ ମହାରଣାଙ୍କ ପୁଅ ମାନସ(୨୫) ୪/୫ ବର୍ଷ ହେବ ବାଙ୍ଗାଲୋରର, କ ଘରୋଇ କମ୍ପାନୀରେ କାମ କରୁଥିଲା। ହଠାତ ମଙ୍ଗଳବାର ସକାଳେ ମାନସଙ୍କ ପରିବାରଙ୍କୁ କବର ମିଳିଲା କି ତୁମ ପୁଅ ଏକ ଦୁର୍ଘଟଣାରେ ଗୁରୁତର ହୋଇପଡିଛି, ପରେ ପରିବାର ଲୋକେ ଖବରପାଇ ତରବରିଆ ଭାବେ ବିମାନ ଯୋଗେ ବାଙ୍ଗାଲୋର ପହଞ୍ଚିଥିଲେ। ବାଙ୍ଗାଲୋର ଏକ ହୋଟେଲରେ ମାନସର ମୃତଦେହ ପୁଲିସ ଜବତ…

"ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ"