ବୋଲେରୋ ଚଢିଗଲା:୯ ଛାତ୍ର ମୃତ

ଭୁବନେଶ୍ୱର/ପାଟନା;୨୪,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିହାରର ମୁଜାଫରପୁର ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣ ସ୍କୁଲ ଛାତ୍ର ପ୍ରାଣ ହରାଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ମୁଜାଫରପୁର ଜିଲ୍ଲା ମିନାପୁର ନିକଟରେ ଥିବା ଏକ ସ୍କୁଲରୁ ଛୁଟି ହୋଇ ଛାତ୍ରମାନେ ଘରକୁ ଫେରିବାକୁ ରାସ୍ତାପାରି ହେଉଥିବାବେଳେ ଏକ ବୋଲେରୋ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସେ ମଦ୍ୟପାନ କରିଥିବା ଅଭିଯୋଗ ହେଉଛି। ଉତ୍ତ୍ୟକ୍ତ ଲୋକେ ସ୍କୁଲରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।ଅଞ୍ଚଳରେ ଏକ…

"ବୋଲେରୋ ଚଢିଗଲା:୯ ଛାତ୍ର ମୃତ"

ରାଷ୍ଟ୍ରପତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ

– ବିଜୁ ପଟ୍ଟନାୟକଙ୍କର ପୈତୃକ ଘର, ଆନନ୍ଦ ଭବନକୁ ଓଡିଶାର ଲୋକମାନଙ୍କୁ ‘ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ଶିକ୍ଷା କେନ୍ଦ୍ର’ ସମର୍ପିତ କରିବା ପାଇଁ ଆମନ୍ତ୍ରିତ କଲେ ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ଓଡିଶାର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ସୌଜନ୍ୟ ବୈଠକ ସମୟରେ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତରେ ଆସି ଓଡିଶାର ଲୋକମାନଙ୍କୁ ‘ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ଶିକ୍ଷା କେନ୍ଦ୍ର’ ସମର୍ପିତ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି ରାଷ୍ଟ୍ରୀୟ ଏବଂ ଅନ୍ତର୍ରାଷ୍ଟ୍ରୀୟ ପର୍ଯଟକମାନଙ୍କୁ ଏହି ଐତିହାସିକ ଭବନ ଗସ୍ତ କରିବାର ଅବସର ମିଳିବ ଯାହାକି ସ୍ଵତନ୍ତ୍ରତା…

"ରାଷ୍ଟ୍ରପତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ"

ଉଡାନ ଯୋଜନାରେ ଏୟାର ଓଡ଼ିଶାର ଅହମ୍ମଦାବାଦ-ଦିଉ ବିମାନ ସେବାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ଦାମନ ଏବଂ ଦିଉରେ ୧ ହଜାର କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାମନ ଏବଂ ଦିଉରେ ୧ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଂଟନ କରିବା ସହିତ ଦାମନ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। କେବଳ ତାଙ୍କ ସହ ଯୋଗଦେଇଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ସେଠାରେ ଶୁଭାରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦୃଷ୍ଟିରୁ ଏହି ସାଧାରଣ ସଭାକୁ ଦାମନ ର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା…

"ଉଡାନ ଯୋଜନାରେ ଏୟାର ଓଡ଼ିଶାର ଅହମ୍ମଦାବାଦ-ଦିଉ ବିମାନ ସେବାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ"

ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ସମ୍ବନ୍ଧରେ ଲେଖି ବୋମକାଇ ଶାଢ଼ୀର ପ୍ରଶଂସା କରିଛନ୍ତି। I love Orissa's Bomkai sari. pic.twitter.com/EvA2x972GK — taslima nasreen (@taslimanasreen) February 24, 2018 ଉଲ୍ଲେଖନୀୟଯେ, ବୋମକାଇ ଶାଢ଼ୀ ହେଉଛି ଓଡ଼ିଶାର ପାଂରମ୍ପରିକ ଶାଢ଼ୀ। ଗଞ୍ଜାମ ଜିଲ୍ଲାର ଗ୍ରାମ ବୋମକାଇ ନାମରେ ଏହା ନାମିତ। ଗଞ୍ଜାମ ଜିଲ୍ଲାରେ ଏହାର ଉତ୍ପତି ସ୍ଥଳ। ଏହାକୁ ମଧ୍ୟ ସୋନପୁରୀ ଶାଢ଼ୀ କହିଥାନ୍ତି। ସୋନପୁର ଜିଲ୍ଲାରେ ଏହିଶାଢ଼ୀକୁ ହସ୍ତତନ୍ତ କୁଶଳୀ କାରିଗରଙ୍କ ଦ୍ୱାରା ବୁଣାଯାଇଥାଏ। ବାନ୍ଧ ଡିଜାଇନ୍ ରେ ଏହି ଶାଢ଼ୀକୁ ବୁଣିଥାନ୍ତି…

"ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ"

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର ୨୪-୨ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନା ମୁତାବକ ଓଡ଼ିଶା ଆସିବା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ବୋଲି ଜଣାପଡ଼ିଛି। (ଫାଇଲ୍ ଫଟୋ)

"ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ"

ସ୍କୁଟି କିଣିଲେ ସରକାର ଦେବେ ୨୫ ହଜାର ଟଙ୍କା! ମୋଦୀ କରିବେ ଶୁଭାରମ୍ଭ!

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ଆପଣ ସ୍କୁଟି କିଣିବାକୁ ଚାହୁଁଛନ୍ତିକି? ଟିକେ ରହିଯାଆନ୍ତୁ ସରକାର ସ୍କିମ୍ ଆଣୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ଏହାର ଶୁଭାରମ୍ଭ। ଖବରଟି ଏହିପରି, ତାମିଲନାଡୁର ଏଆଇଏଡିଏମକେ ସରକାରରଙ୍କଦ୍ୱାରା ଜନତାଙ୍କୁ ମାଗଣା କିମ୍ବା ସବସିଡ଼ରେ ଦିଆଯାଉଥିବା ଦ୍ରବ୍ୟ ମଧ୍ୟରେ ଏବେ ‘ଆମ୍ମା ସ୍କୁଟର’ ମଧ୍ୟ ଜୋଡ଼ି ହୋଇଗଲା। ରିପୋର୍ଟ ମୁତାବକ, ତାମିଲନାଡୁର ଯେଉଁ ମହିଳାଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ କମ ତାଙ୍କୁ ୧୨୫ ସିସି ପର୍ଯ୍ୟନ୍ତ ଟୁ ହ୍ଵୀଲର କିଣିବା ଉପରେ ୫୦ ପ୍ରତିଶତ କିମ୍ବା ୨୫ ହଜାର ଟଙ୍କାର ସବସିଡି ଦିଆଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପାର୍ଟି ପ୍ରମୁଖ ଥିବା ଜୟଲଲିତାଙ୍କର ୭୦ତମ ଜନ୍ମ ଦିବସ ଉପଲକ୍ଷେ ୨୪…

"ସ୍କୁଟି କିଣିଲେ ସରକାର ଦେବେ ୨୫ ହଜାର ଟଙ୍କା! ମୋଦୀ କରିବେ ଶୁଭାରମ୍ଭ!"

୩୧ ମାର୍ଚ୍ଚ ସୁଧା ଆଧାର ଲିଙ୍କ ଜରୁରୀ ନଚେତ ପଡିବେ ଅସୁବିଧାରେ

ଭୁବନେଶ୍ୱର;୨୪,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ୩୧ ମାର୍ଚ୍ଚ ସୁଧା ବ୍ୟାଙ୍କ ଖାତା ଏବଂ ମୋବାଇଲ ନମ୍ବର ସହ ଆଧାର କାର୍ଡ ଲିଙ୍କ ଜରୁରୀ। ନଚେତ ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଖାତା ହୋଇପାରେ ଅବୈଧ। ଏନେଇ ଏକ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କ ରାୟରେ ଏହା ଶୁଣାଇଛନ୍ତି। ଚିଫ୍ ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ଏକ ୫ ଜଣିଆ ଖଣ୍ଡପୀଠ ଶ୍ୟାମ ଦିବାନଙ୍କ ଯାଚିକାକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି। କିନ୍ତୁ ଏହା ସହ ଆଧାର ଅଧିନିୟମ ୨୦୧୬ର ବୈଧତାକୁ ନେଇ କରା ଯାଇଥିବା ଯାଚିକା ଉପରେ ସବୁ ପକ୍ଷ ତଥା ସବୁ ବିନ୍ଦୁ ଉପରେ ଧ୍ୟାନ ଦିଆଯିବ ବୋଲି ଖଣ୍ଡପୀଠ…

"୩୧ ମାର୍ଚ୍ଚ ସୁଧା ଆଧାର ଲିଙ୍କ ଜରୁରୀ ନଚେତ ପଡିବେ ଅସୁବିଧାରେ"

ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ): ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ କରିଛି ସିବିଆଇ। ସରକାରୀ କ୍ଷେତ୍ର ବ୍ୟାଙ୍କର ଅଭିଯୋଗର ଛ’ ମାସ ପରେ ଏଜେନ୍ସୀ, କମ୍ପାନୀର ନିର୍ଦ୍ଦେଶକ ସଭ୍ୟ ସେଠ, ରୀତା ସେଠ, କୃଷ୍ଣ କୁମାର ସିଂହ, ରବି ସିଂହ ଏବଂ ଏକ ଅନ୍ୟ କମ୍ପାନୀ ଦ୍ଵାରକା ଦାସ ସେଠ ଏସଇଜେଡ ଇନକର୍ପୋରେଶନ ବିରୁଦ୍ଧରେ ମାମଲା ରୁଜୁ କରିଛି। ନୀରବ ମୋଦୀ ଏବଂ ମେହୁଲ ଚୋକସୀଙ୍କ ପରେ ସିବିଆଇ ଦିଲ୍ଲୀର ଏକ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ଲିମିଟେଡ ଉପରେ ଓରିଏଂଟଲ ବ୍ୟାଙ୍କ ଅଫ କମର୍ସରେ…

"ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ"

ଲେଡିଜ୍ ଓନଲି ରେଳଷ୍ଟେସନ

ଭୁବନେଶ୍ୱର ୨୩-୨ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ନାରୀ ସଶକ୍ତିକରଣକୁ ନେଇ ଭାରତୀୟ ରେଳ ବିଭାଗ ଭିର୍ଣ୍ଣ ଏକ ପଦକ୍ଷେପ ନେଇଛି।ରାଜସ୍ଥାନର ଗାନ୍ଧୀ ନଗର ରେଳ ଷ୍ଟେସନ ହୋଇଛି କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ରେଳ ଷ୍ଟେସନ।ଏନେଇ ରେଳ ବିଭାଗ ସୂଚନା ଦେଇଛି। ଷ୍ଟେସନରେ କେବଳ ମହିଳା କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଗାନ୍ଧୀ ନଗର ରେଳ ଷ୍ଟେସନ ଦେଇ ଗୋଲାପୀ ସହର ରାଜସ୍ଥାନ-ଦିଲ୍ଲୀର ପ୍ରାୟ ସମସ୍ତ ମୁଖ୍ୟ ଟ୍ରେନ ଗୁଡ଼ିକ ଚଳାଚଳ କରିଥାଏ। ଏହି ଷ୍ଟେସନରେ ୪୦ ଜଣ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ବ୍ୟତିତ ଟିକେଟ ସଂଗ୍ରହକାରୀଙ୍କ ସମେତ ଆରପିଏଫ ଅଧିକାରୀ ଏବଂ ଆରକ୍ଷଣ ଏବଂ ବୁକିଂ ଅଧିକାରୀ ସମସ୍ତେ ମହିଳା ବୋଲି ଜଣାପଡ଼ିଛି।…

"ଲେଡିଜ୍ ଓନଲି ରେଳଷ୍ଟେସନ"

ଦେଶରେ ଅସମାନତା ବୃଦ୍ଧି ପାଉଛି : ଅକ୍ସଫାମ ରିପୋର୍ଟ

ନୂଆଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ)   ବିଗତ ତିନି ଦଶନ୍ଧି ଧରି ଦେଶରେ ବିଭିନ୍ନ କ୍ଷେତ୍ରରେ ଅସମାନତା ବୃଦ୍ଧି ପାଉଛି। ଦେଶର ଶାସନ ବ୍ୟବସ୍ତାରେ ତୃଟିତ୍ପୂର୍ଣ ସରକାରୀ ନୀତି ଗୁଡିକ କେତେକାଂଶରେ ଏଥିପାଇଁ ଦାୟୀ। ‘The widening Gaps: India Inequality Report 2018’ ନାମକ ଏକ ରିପୋର୍ଟ ଅକ୍ସଫାମ ଦ୍ଵାରା ପ୍ରକାଶିତ କରାଯାଇଛି ଯେଉଁଥିରେ ଦେଶରେ ଅସମାନତାର ସାଂପ୍ରତିକ ସ୍ଥିତି, ଏହାର କାରଣ ଏବଂ ନୀତି ଭିତ୍ତିକ ସୁପାରିଶ ମଧ୍ୟ ରଖାଯାଇଛି। ତୀବ୍ର ଅସମାନତା ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏକ ଅନ୍ୟତମ ରାଷ୍ଟ୍ର। ଏହି ରିପୋର୍ଟ ଭାରତ ନିଜକୁ ଏକ କମ ଆସମାନତା ଥିବା ରାଷ୍ଟ୍ର ଦାବିକରୁଥିବା ଭ୍ରାନ୍ତ ଧାରଣ କୁ ଦୂର କରିଛି।…

"ଦେଶରେ ଅସମାନତା ବୃଦ୍ଧି ପାଉଛି : ଅକ୍ସଫାମ ରିପୋର୍ଟ"