ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର ୧୦-୩ (ଓଡ଼ିଆ ପୁଅ) ଭୁବନେଶ୍ଵର ସପ୍ତମ ବେତନ କମିଶନଙ୍କ ସୁପାରିଶ ତା ୧-୧-୨୦୧୬ରୁ ରାଜ୍ୟରେ କାର୍ଯ୍ୟକାରୀ ହେବାପରେ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ସମାନଙ୍କ ସଂଶୋଧିତ ଦରମା ଏବଂ ପେନସନ ସେପ୍ଟେମ୍ବର ୨୦୧୭ରୁ ପାଇ ଆସୁଛନ୍ତି। ତା ୧-୧-୨୦୧୬ରୁ କର୍ମଚାରୀଙ୍କ ବକେୟା ଅର୍ଥ ଓ ପେନସନ ଖୁବ ଶୀଘ୍ର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସରକାରୀ କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ସେମାନଙ୍କ ଦରମା ବାବଦ ବକେୟା ପ୍ରାପ୍ୟର ୪୦ ପ୍ରତିଶତ ୨୦୧୭-୧୮ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ପାଇବେ। ଅବଶିଷ୍ଟ ବକେୟା ପ୍ରାପ୍ୟ ବାବଦରେ ସରକାର ଖୁବ ଶୀଘ୍ର ନିଷ୍ପତି ନେବେ।…

"ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା"

ତିନି ଦିନିଆ ଓଡ଼ିଶା ଗସ୍ତରେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ

ଭୁବନେଶ୍ଵର ୧୦-୩ (ଓଡ଼ିଆ ପୁଅ): ଗୁଜରାତର ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ, ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ରବିବାରଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ କୁଡ଼ୁମି ସମୁଦାୟର ଏକ ସଭାକୁ ସମ୍ବୋଧିତ କରିବେ। ବେତନଟିରୁ ବାରିପଦା ଛଉ ପଡ଼ିବା ଯାଏ ଏକ ରାଲି ଯିବ ବୋଲି ଜଣା ପଡ଼ିଛି। ଏହି ସମୁଦାୟ ଆଦିବାସିମାନଙ୍କ ରୂପରେ ତାଙ୍କ ମାନ୍ୟତା ପାଇଁ ଲଢ଼େଇ ଜାରିରଖିଛି। ଏହା ପୂର୍ବରୁ, ବାଲେଶ୍ୱରରେ ସାମୁଦାୟିକ ନେତାମାନଙ୍କୁ ସାକ୍ଷାତକରିବେ ବୋଲି ଯୋଜନା ଅଛି। ସୂତ୍ରରୁ ଜଣାପଡ଼ିଛିଯେ, ସୋମବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର ସମ୍ଭାବନା ଅଛି। Today I reach Odisha, Obeying the people…

"ତିନି ଦିନିଆ ଓଡ଼ିଶା ଗସ୍ତରେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ"

ଜନଜାତି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଏକ ରାଜନୀତିକ ଚକ୍ରାନ୍ତ- ଜୁଏଲ ଓରାମ

ଭୁବନେଶ୍ୱର, ୧୦-୩ (ଓଡ଼ିଆ ପୁଅ) ଜନଜାତିମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ଆଦିବାସୀ ବହୁଳ ୯ଟି ଜିଲ୍ଲାରେ ଯେଉଁ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଅଭିଯୋଗ କରିଛନ୍ତି। ଶ୍ରୀ ଓରାମ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ ଜନଜାତିମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଗତ ୪ଟି ଆର୍ଥୀକ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ସମ୍ବିଧାନର ୨୭୫(୧) ଧାରା ଅନୁସାରେ ୫୭ ୨୩୧.୯୮ ଲକ୍ଷ ଟଙ୍କା ଏବଂ ଟ୍ରାଇବାଲ ସବପ୍ଲାନରେ ୫୩୧ ୨୫.୭୯ ଲକ୍ଷ ଟଙ୍କା ଅନୁମୋଦିତ କରିଛନ୍ତି। କିନ୍ତୁ ଦୁଃଖର କଥା,…

"ଜନଜାତି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଏକ ରାଜନୀତିକ ଚକ୍ରାନ୍ତ- ଜୁଏଲ ଓରାମ"

ଦ୍ୱିତୀୟ ଦିନରେ ଇଣ୍ଡିଆଗେଟରେ ଓଡିଶା ପର୍ବ ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଓଡିଆ ସଂସ୍କୃତି ଓ ପରମ୍ପରାରେ ରହିଛି – ଧର୍ମେନ୍ଦ୍ର ପ୍ରଧାନ

– ଓଡିଆ ଖାଦ୍ୟ, ଓଡିଆ ହସ୍ତକଳା ଷ୍ଟଲରେ ପ୍ରବଳ ଭୀଡ – ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କଲେ ଜନତା ନୂଆଦିଲ୍ଲୀ ଭୁବନେଶ୍ୱର, ୧୦ ମାର୍ଚ୍ଚ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ଓଡିଆ ପର୍ବର ଦ୍ୱିତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଓଡିଆ ସଂସ୍କୃତି ଓ ପରମ୍ପରାର ମହକ କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ନୁହେଁ ସମଗ୍ର ବିଶ୍ୱରେ ଯେଉଁଠି ଓଡିଆ ସମାଜ ଅଛି ଏହାକୁ ପ୍ରଦର୍ଶିତ କରିବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ସମବେତ ହଜାର ହଜାର ଜନସାଧାରଣଙ୍କୁ ଓଡିଶାର କୋଣ ଅନୁକୋଣରୁ ଆସିଥିବା ଅନନ୍ୟ ଓଡିଆ ଖାଦ୍ୟ…

"ଦ୍ୱିତୀୟ ଦିନରେ ଇଣ୍ଡିଆଗେଟରେ ଓଡିଶା ପର୍ବ ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଓଡିଆ ସଂସ୍କୃତି ଓ ପରମ୍ପରାରେ ରହିଛି – ଧର୍ମେନ୍ଦ୍ର ପ୍ରଧାନ"

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର : ହସ୍ତାନ୍ତର କରିପାରିବେ ଆପଣଙ୍କ ପାଖରେ ଟ୍ରେନ କନଫରମେଶନ୍‌ ରିଜର୍ଭ ଟିକେଟ

ନୂଆଦିଲ୍ଲୀ,୧୦।୩ (ଓଡ଼ିଆ ପୁଅ): ଯଦି ଆପଣଙ୍କ ପାଖରେ ଟ୍ରେନ କନଫରମେଶନ୍‌ ରିଜର୍ଭ ଟିକେଟ ରହିଛି ଓ ଆପଣ କୌଣସି କାରଣବଶତଃ ଯାତ୍ରା କରିପାରୁ ନାହାନ୍ତି, ତେବେ ଉକ୍ତ ଟିକେଟକୁ ଆପଣ ଅନ୍ୟକୁ ହସ୍ତାନ୍ତର କରିପାରିବେ ବୋଲି ପ୍ରକାଶ କରିଛି ଭାରତୀୟ ରେଲଓ୍ବେ। ଭାରତୀୟ ରେଳ ଏହାର ବର୍ତ୍ତମାନର ନିୟମରେ କିଛିଟା ପରିବର୍ତ୍ତନ ଆଣିଛି। ଭାରତୀୟ ରେଲଓ୍ବେ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ, ଏଣିକି ଜଣଙ୍କ ନାଁରେ କନ୍‌ଫର୍ମ ହୋଇଥିବା ଟିକେଟକୁ ଅନ୍ୟ ଜଣଙ୍କ ନାଁକୁ ଟ୍ରାନ୍ସଫର କରିହେବ। କ’ଣ କରିବାକୁ ପଡ଼ିବ? ଏଥିପାଇଁ ସ୍ୱୀକୃତିପ୍ରାପ୍ତ ଷ୍ଟେସନ ଗୁଡିକରେ ଥିବା ଚିଫ୍ ରିଜର୍ଭେସନ୍ ସୁପରଭାଇଜରଙ୍କ ଅନୁମତି ନେବାକୁ ପଡ଼ିବ। ଟ୍ରେନ୍ ଛାଡ଼ିବାର ୨୪…

"ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର : ହସ୍ତାନ୍ତର କରିପାରିବେ ଆପଣଙ୍କ ପାଖରେ ଟ୍ରେନ କନଫରମେଶନ୍‌ ରିଜର୍ଭ ଟିକେଟ"

ସୁରେଶ ପଭୁଙ୍କୁ ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟର ଅତିରିକ୍ତ ଦାୟୀତ୍ୱ

ନୂଆଦିଲ୍ଲୀ ୧୦-୩ (ଓଡ଼ିଆ ପୁଅ) ବାଣିଜ୍ୟ ମନ୍ତ୍ରୀ ସୁରେଶ ପଭୁଙ୍କୁ ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି। TDP ସାଂସଦ ଅଶୋକ ଗଜପତି ରାଜୁ ଇସ୍ତଫା ଦେବା ପରେ ଏହି ଦାୟୀତ୍ୱ ଦିଆଯାଇଛି।

"ସୁରେଶ ପଭୁଙ୍କୁ ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟର ଅତିରିକ୍ତ ଦାୟୀତ୍ୱ"

ନୂଆଦିଲ୍ଲୀର ଓଡିଶା ପର୍ବର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ ସଂଘର୍ଷ କରିବା ହିଁ ଓଡିଆର ଚରିତ୍ର – ଜଷ୍ଟିସ ଦୀପକ ମିଶ୍ର

ଓଡିଆ ଜାତିର ଶୌର୍ଯ୍ୟ, ବୀରତ୍ୱ, କଳା, ଭାସ୍କର୍ଯ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଓଡିଶା ପର୍ବରେ ନିଖୁଣ ଭାବେ ପ୍ରତିଫଳିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଓଡିଶୀ ସମେତ ଓଡିଆ କଳାକାରଙ୍କ ଦ୍ୱାରା ଓଡିଆ କଳା ସଂସ୍କୃତିର ପ୍ରଦର୍ଶନ, ଓଡିଆ ଖାଦ୍ୟର ଅନନ୍ୟ ସମ୍ଭାର ନୂଆଦିଲ୍ଲୀ, ଭୁବନେଶ୍ୱର, ୦୯ ମାର୍ଚ୍ଚ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଇଣ୍ଡିଆ ଗେଟ ଲନରେ ଓଡିଶା ପର୍ବର ଉଦଘାଟନ କରିଛନ୍ତି ସୁପ୍ରୀମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଏହି ଅବସରରେ ଜଷ୍ଟିସ ମିଶ୍ର କହିଛନ୍ତି ଯେ ଓଡିଆ ଜାତିର ସମସ୍ତ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ, ସଂଘର୍ଷ କରିବା ହିଁ ଓଡିଆର…

"ନୂଆଦିଲ୍ଲୀର ଓଡିଶା ପର୍ବର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ଓଡିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ ସଂଘର୍ଷ କରିବା ହିଁ ଓଡିଆର ଚରିତ୍ର – ଜଷ୍ଟିସ ଦୀପକ ମିଶ୍ର"

ବନ୍ଧୁକ ସହ ସେଲ୍ଫି ନେଲା ଭାଇର ଜୀବନ

ନୂଆଦିଲ୍ଲୀ ୧୦-୩ (ଓଡ଼ିଆ ପୁଅ): ଦକ୍ଷିଣ-ପୂର୍ବ ଦିଲ୍ଲୀର ସରିତା ବିହାରରେ ନିଜଘରେ ଘଟିଛି ଏକ ଦୁଃଖଦ ଘଟଣା। ଖବର ଅନୁଯାୟୀ ଶୁକ୍ରବାର ଦିନ ସେଲ୍ଫି ନେବା ସମୟରେ ବନ୍ଧୁକରୁ ଦୁର୍ଘଟଣା ବଶତଃ ଗୁଳି ବାଜି ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ପ୍ରଶାନ୍ତ ଚୌହାନ ନାମକ ଜଣେ ଯୁବକ ନୂଆ ଦିଲ୍ଲୀର ସରିତା ବିହାରରେ ଥିବା ନିଜର କକାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କ କକାଙ୍କର ପୁଅ (ପ୍ରଶାନ୍ତ ଚୌହାନଙ୍କ କକାପୁଅ ଭାଇ) ନାବାଳକ ଯିଏକି ଏକାଦଶ ଶ୍ରେଣୀରେ ପଢ଼ୁଛି, ନିଜର ପିତାଙ୍କର ବନ୍ଧୁକ ନେଇ ସେଲ୍ଫି ଉଠାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ବଶତଃ ବନ୍ଧୁକରୁ ଗୋଟିଏ ଗୁଳି ଯାଇ ପ୍ରଶାନ୍ତଙ୍କ…

"ବନ୍ଧୁକ ସହ ସେଲ୍ଫି ନେଲା ଭାଇର ଜୀବନ"

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ

ଭୁବନେଶ୍ୱର ୯ (ଓଡ଼ିଆ ପୁଅ) ମାର୍ଚ୍ଚ ଓଡିଶା ଜନଜାତିମାନଙ୍କର ଆଦିଭୂମି ହିସାବରେ ବିଦିତ। ଓଡ଼ିଶାରେ ୬୨ ପ୍ରକାର ଜନଜାତି ସଂପ୍ରଦାୟ ବସବାସ କରନ୍ତି। ତନ୍ମଧ୍ୟରୁ ୧୩ଟି ଗୋଷ୍ଠୀ ପ୍ରାଚୀନ ଜନଜାତି ରହିଛନ୍ତି। ଏଠାକାର ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ ହେଉଛନ୍ତି ଜନଜାତି। ସରକାର ଜନଜାତିଙ୍କ କଲ୍ୟାଣ ପାଇଁ ବହୁବିଧ ଉନ୍ନୟନ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି, ଯାହା ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ବିକାଶଧାରାକୁ ତ୍ବରାନିତ କରିଛି। କେବଳ ସକରାତ୍ମକ ବିକାଶ ଫଳାଫଳ ଉପରେ ନୁହେଁ; ବିକାଶ ବ୍ୟବସ୍ଥାର ପ୍ରତିଟି କ୍ଷେତ୍ରକୁ ଚିହ୍ନଟ ସହ ଆବଶ୍ୟକତା ଅନୁରୂପ ଯୋଜନା ପ୍ରଣୟନ, ପ୍ରବର୍ତ୍ତନ ଓ ପର୍ଯ୍ୟାଲୋଚନା କରାଯିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଅଛନ୍ତି। ବିକାଶ ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ଜନଜାତିମାନେ…

"ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ"

ରାଶିଫଳ ୧୦ ମାର୍ଚ୍ଚ: ଆଜି ଆପଣଙ୍କର ଦିନ କିପରି କଟିବ

ମେଷ (Aries): ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିବେ। କଥା-କଥାରେ ଆପଣଙ୍କୁ କ୍ରୋଧ ଆସିବ। ଏହି କରଣରୁ ଆପଣଙ୍କ କାର୍ଯ୍ୟ ପ୍ରଭାବିତ ହୋଇପାରେ। ଚାକିରି, ବ୍ୟାପାରର ସ୍ଥାନ ଉପରେ କିମ୍ବା ଘରେ କାହାକୁ ଆପଣଙ୍କ ପାଖରେ ବ୍ୟବହାରରେ ଅସୁବିଧା ହୋଇପାରେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯିବାକୁ ପଡଡ଼ିପାରେ। ବୃଷ (Taurus): ଆଜି ଆପଣ ଶାରୀରିକ ତଥା ମାନସିକରୂପରେ ଅସୁସ୍ଥତା ଅନୁଭବ କରିବେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାର ଉପଦେଶ। ଖାନ-ପାନରେ ବିଶେଷ ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସଂଭାବନା ଅଛି। ସଂଭବ ହେଲେ ଯାତ୍ରା ଘୁଞ୍ଚାଇବେ। ଆପଣ ନିଶ୍ଚିତ ସମୟରେ ନିଜର କାର୍ଯ୍ୟ ପୂର୍ଣ୍ଣ…

"ରାଶିଫଳ ୧୦ ମାର୍ଚ୍ଚ: ଆଜି ଆପଣଙ୍କର ଦିନ କିପରି କଟିବ"