ନୂଆ ଟେଲିଭିଜନ ସେଟ ଟପ ବକ୍ସରେ ଲାଗିବ ଚିପ୍: ଏବେ ସରକାର ଆପଣଙ୍କ ଟେଲିଭିଜନ ଉପରେ ରଖିବେ ନଜର

ନୂଆଦିଲ୍ଲୀ ୧୬-୪ (ଓଡ଼ିଆ ପୁଅ): ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନୂଆ ଟେଲିଭିଜନ୍ ସେଟ ଟପ ବକ୍ସରେ ଏକ ଚିପ ଲଗାଇବାର ପ୍ରସ୍ତାବ ଦେଇଛନ୍ତି। ଏହି ଚିପ କହିବ କିଏ କେଉଁ ଚ୍ୟାନେଲ୍ କେତେ ସମୟ ଦେଖୁଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ପ୍ରତ୍ୟେକ ଚ୍ୟାନେଲ୍ ପାଇଁ ଦର୍ଶକ ‘ଏବଂ ବିଶ୍ଵସନୀୟ ’ ଅଙ୍କ (Viewership Data) ଜାଣିବା। ମନ୍ତ୍ରଣାଣୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ‘ଏହା ବିଜ୍ଞାପନଦାତା ଏବଂ ଡିଏଭିପି ନିଜର ବିଜ୍ଞାପନ ଉପରେ ଭାବିଚିନ୍ତି ଖର୍ଚ୍ଚ କରି ପାରିବେ। କେବଳ ସେହି ଚ୍ୟାନେଲକୁ ହିଁ ପ୍ରଚାର ମିଳିବ ଯାହାଙ୍କୁ ବ୍ୟାପକ ସ୍ତରରେ ଦେଖା ଯାଉଛି।’ ବିଜ୍ଞାପନ ଏବଂ ଦୃଶ୍ୟ ପ୍ରଚାର ନିଦେଶାଳୟ (DAVP) ବିଭିନ୍ନ ମନ୍ତ୍ରଣାଳୟ…

"ନୂଆ ଟେଲିଭିଜନ ସେଟ ଟପ ବକ୍ସରେ ଲାଗିବ ଚିପ୍: ଏବେ ସରକାର ଆପଣଙ୍କ ଟେଲିଭିଜନ ଉପରେ ରଖିବେ ନଜର"

ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୧୮ରେ ଭାଗ ନେଇଥିବା ଭାରତୀୟ କଂଟିନଜେଂଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆ ଦିଲ୍ଲୀ ୧୫-୪ (ଓଡ଼ିଆ ପୁଅ) “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିବା ସଫଳ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କଂଟିନଜେଂଟ ଉତମ କ୍ରୀଡା ପ୍ରଦର୍ଶନ କରି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି। ଆମର ସମସ୍ତ ଖେଳାଳୀ ଭଲ ଖେଳ ଖେଳିବା ସହ ଉଚ୍ଚକୋଟୀର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଛନ୍ତି। ପଦକ ନେଇ ଆସୁଥିବା ସବୁ ଖେଳାଳୀଙ୍କୁ ମୋର ଅଭିନନ୍ଦନ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳୀ ଆମକୁ ପ୍ରେରଣା ଦେଉଛନ୍ତି। ସେମାନଙ୍କର ଜୀବନାଦର୍ଶ ଏକ ସମର୍ପିତ ସାମର୍ଥ୍ୟର ପରାକାଷ୍ଠା ପ୍ରଦର୍ଶନ କରୁଛି ଏବଂ…

"ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୧୮ରେ ଭାଗ ନେଇଥିବା ଭାରତୀୟ କଂଟିନଜେଂଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ"

କ୍ୟାମେରା ସାମନାରେ ନାଗସାପ ଦେଲା ୭ଟି କୁକୁଡ଼ା ଅଣ୍ଡା: ଭିଡ଼ଓ ଭାଇରାଲ୍

ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବହୁତ ଭାଇରାଲ୍ ହେଉଛି ଯାହାକୁ ଦେଖ ଆପଣବି ବିଚଳିତ ହୋଇପାରନ୍ତି। ଗୋଟିଏ ନାଗ କ୍ୟାମେରା ସାମନାରେ ୭ଟି ଅଣ୍ଡା ଦେଇଛି ସୋସିଆଲ୍ ୧୫-୪ (ଓଡ଼ିଆ ପୁଅ) ମିଡ଼ିଆରେ ଏକ ଭିଡ଼ିଓ ଅଧିକ ଭାଇରାଲ୍ ହେଉଛି। ଯାହାକୁ ଦେଖି ଆପଣ ବିଚଳିତ ହୋଇପାରନ୍ତି। ଗୋଟିଏ ନାଗସାପ କ୍ୟାମେରା ସାମନାରେ ୭ଟି ଅଣ୍ଡା ଦେଇଛି। କେରଳର ଏକ ସ୍ନେକ କ୍ୟାଚର ଏହି ଭିଡ଼ିଓକୁ ଫେସବୁକରେ ଅପଲୋଡ କରିଛନ୍ତି। ସୂଚନା ମତେ କୁକୁଡ଼ା ଘରେ ଆକ୍ରମଣ କରି ନାଗସାପ ବସିରହିଥିଲା। ଯାହାକୁ ବାହର କରିବାପାଇଁ ସ୍ନେକ କ୍ୟାଚର ସୁଜୀତ ବିପିଙ୍କୁ ଡକାଗଲା ଏବଂ ନାଗକୁ ବାହରକୁ ବାହାର କରିବା ପରେ ହିଁ ନାଗସାପ ୭ଟି…

"କ୍ୟାମେରା ସାମନାରେ ନାଗସାପ ଦେଲା ୭ଟି କୁକୁଡ଼ା ଅଣ୍ଡା: ଭିଡ଼ଓ ଭାଇରାଲ୍"

ଉନ୍ନାଓ ଓ ରାସ୍‌ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ବିଜୁ ମହିଳା ଜନତା ଦଳର କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଭୁବନେଶ୍ୱର, ୧୩/୪/୨୦୧୮ (ଓଡ଼ିଆ ପୁଅ) ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମ ସୀମା ଟପିଛି। ଦୋଷୀ ଓ ଅଭିଯୁକ୍ତଙ୍କୁ ବିଜେପି ସରକାର ସୁରକ୍ଷା ପ୍ରଦାନ କରୁଛନ୍ତି। ଯେପରି ଭାବରେ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଜନୈକ ଉତ୍ତରପ୍ରଦେଶ ବିଧାୟକଙ୍କ ଭାଇ ଓ ତାଙ୍କ ସହଯୋଗୀମାନେ ଏକ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ, ତାହା ଅବର୍ଣ୍ଣନୀୟ। ଏଥିନେଇ ପୀଡ଼ିତା ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ପୋଲିସ କାହାକୁ ଗିରଫ କରିବାକୁ ସାହସ ଜୁଟାଇପାରିନଥିଲା। ଓଲଟା ବିଧାୟକଙ୍କ ସୁପାରିସରେ ପୀଡ଼ିତାର ବାପାଙ୍କୁ ଜେଲ୍‌ହାଜତକୁ ପଠାଇ ପିଟି ପିଟି ମାରି ଦିଆଯାଇଥିଲା। ଅଭିଯୁକ୍ତମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଆହ୍ଲାବାଦ୍‌ହାଇକୋର୍ଟ…

"ଉନ୍ନାଓ ଓ ରାସ୍‌ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ବିଜୁ ମହିଳା ଜନତା ଦଳର କ୍ୟାଣ୍ଡେଲ୍‌ ଶୋଭାଯାତ୍ରା"

ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା! ଆସନ୍ତା କାଲି ଭିଏଚପି ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର୧୪- ୦୪- ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ରେ ସବୁ କିଛି ଠିକ୍ ନଥିବା ପରି ଜଣାପଡ଼ୁଛି।ବିଶେଷ କରି ତାହା ଭିଏଚପି କାର୍ଯ୍ୟକାରୀ ଅଧକ୍ଷ ଡଃ: ପ୍ରବୀଣ ତୋଗାଡ଼ିଆଙ୍କ କ୍ଷେତ୍ରରେ। ଆଜି ଗୁରୁଗ୍ରାମଠାରେ ଭିଏଚପିର ସଭାପତି ନିର୍ବାଚନ ଅଛି। କିନ୍ତୁ ଶୁକ୍ରବାରଦିନ ସକାଳେ ଭିଏଚପିର ଆର କେ ପୁରମ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ କିଛି ଲୋକ ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା କରିଥିବା ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ମହାମନ୍ତ୍ରୀ ଚମ୍ପତ ରାୟ। କିଛି ଲୋକ ହତାଶା ଭାବନା ନେଇ ନିର୍ବାଚନରେ ବାଧା ଉପୁଜାଇବା ପାଇଁ ଯୋଜନା କରୁଥିବା ସେ କହିଛନ୍ତି।ତେବେ ଏପରି ବାଧା ସତ୍ତ୍ୱେ ନିର୍ବାଚନ ନିରପେକ୍ଷ…

"ପ୍ରବୀଣ ତୋଗାଡ଼ିଆଙ୍କ ସହ ଧକ୍କା ପେଲା! ଆସନ୍ତା କାଲି ଭିଏଚପି ଅଧ୍ୟକ୍ଷ ନିର୍ବାଚନ"

କଂଗ୍ରେସ ମୁକ୍ତ ଭିତରେ ଚାଲିଛି ବିଜେଡି ଯୁକ୍ତ! ବିଜେପିର ଉପବାସ ଓଡ଼ିଶାରେ ଏକ ଉପହାସ…

ଭୁବନେଶ୍ୱର;୧୨,୦୪,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆଜି ବିଜେପି କରୁଛି ଉପବାସ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ ବିଜେପିର ସମସ୍ତ ମନ୍ତ୍ରୀ ସାଂସଦ ଦେଶର ବିଭିର୍ଣ୍ଣ ସ୍ଥାନରେ ଉପବାସ ଧାରଣା ଦେଉଛନ୍ତି।ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଦଳିତ ଆନ୍ଦୋଳନ ଘଟଣାରେ କରାଯାଇଥିବା ଉପବାସ କାଉଣ୍ଟରରେ ଏହି ଉପବାସ ରାଜନୀତି କୁହାଯାଉଥିବା ବେଳେ ବିରୋଧୀ ସଂସଦ ଚଲାଇ ନେଦେବା ପ୍ରତିବାଦରେ ବିଜେପି ଏହି ଉପବାସ ପ୍ରତିବାଦ କରୁଛି।   ସାରା ଦେଶ ପରି ଓଡ଼ିଶାରେ ମଧ୍ୟ ବିଜେପି ପାଳନ କରୁଛି ଉପବାସ।ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ସାମ୍ମନାରେ ବିଜେପି ଉପବାସ ଧାରଣାରେ ବସିଛି।ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁର ଏବଂ ଓଡିଶା ପ୍ରଭାରୀ…

"କଂଗ୍ରେସ ମୁକ୍ତ ଭିତରେ ଚାଲିଛି ବିଜେଡି ଯୁକ୍ତ! ବିଜେପିର ଉପବାସ ଓଡ଼ିଶାରେ ଏକ ଉପହାସ…"

ଏପ୍ରିଲ ୧୫, ୨୦୧୮ରୁ ଆନ୍ଧ୍ରପ୍ରଦେଶ, ଗୁଜରାଟ, କେରଳ, ତେଲଙ୍ଗାନା ଏବଂ ଉତର ପ୍ରଦେଶରେ ଲାଗୁ ହେବ ଇ-ୱେ ବିଲ ବ୍ୟବସ୍ଥା

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଜିଏସଟି ପରିଷଦ ନିଷ୍ପତିକ୍ରମେ ଏପ୍ରିଲ ୦୧, ୨୦୧୮ ଠାରୁ ଆନ୍ତଃରାଜ୍ୟ ମାଲ ପରିବହନ ଲାଗି ଇ-ୱେ ବିଲ ବ୍ୟବସ୍ଥା ଲାଗୁ ହୋଇସାରିଛି। ଆନ୍ତଃରାଜ୍ୟ ମାଲ ପରିବହନ ଲାଗି ଇ-ୱେ ବିଲ ବ୍ୟବସ୍ଥା କର୍ଣ୍ଣାଟକରେ ମଧ୍ୟ ଉପରୋକ୍ତ ତାରିଖ ଠାରୁ କାର୍ଯ୍ୟକାରୀ ହୋଇସାରିଛି। ଇ-ୱେ ବିଲ ସଫଳତାପୂର୍ବକ ବାହାର କରାଯାଉଛି ଏବଂ ୦୯ ଏପ୍ରିଲ, ୨୦୧୮ ସୁଦ୍ଧା ୬୩ ଲକ୍ଷରୁ ଊର୍ଦ୍ଧ୍ୱ ଇ-ୱେ ବିଲ ବାହାର କରାଯାଇସାରିଲାଣି। ଆନ୍ତଃରାଜ୍ୟ ମାଲ ପରିବହନ ଲାଗି ଇ-ୱେ ବିଲ ବ୍ୟବସ୍ଥା ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ୧୫ ଏପ୍ରିଲ, ୨୦୧୮ ଠାରୁ ଲାଗୁ ହେବ : ୧. ଆନ୍ଧ୍ରପ୍ରଦେଶ ୨. ଗୁଜରାଟ ୩. କେରଳ ୪.…

"ଏପ୍ରିଲ ୧୫, ୨୦୧୮ରୁ ଆନ୍ଧ୍ରପ୍ରଦେଶ, ଗୁଜରାଟ, କେରଳ, ତେଲଙ୍ଗାନା ଏବଂ ଉତର ପ୍ରଦେଶରେ ଲାଗୁ ହେବ ଇ-ୱେ ବିଲ ବ୍ୟବସ୍ଥା"

ଜାତୀୟ ସ୍ୱଚ୍ଛାଗ୍ରହୀ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ମୋତିହାରୀରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କଲେ ଶୁଭାରମ୍ଭ

ମୋତିହାରୀ ୧୧-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ଅନୁଷ୍ଠିତ ସ୍ୱଚ୍ଛାଗ୍ରହୀମାନଙ୍କ ଜାତୀୟ ସମ୍ମେଳନରେ ଉଦବୋଧନ ଦେଇଛନ୍ତି। ଚମ୍ପାରଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହର ଅଂଶବିଶେଷ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ। ଜଳଯୋଗାଣ ଏବଂ ପରିମଳ କ୍ଷେତ୍ରରେ ସେ ମୋତିଝିଲ ପ୍ରକଳ୍ପ, ବେଟିଆ ନଗର ପରିଷଦ ଜଳଯୋଗାଣ ଯୋଜନା ଏବଂ ଚାରିଟି ଗଙ୍ଗା ପ୍ରକଳ୍ପ ଯଥା : ସୟିଦପୁର ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ, ପାଟନା, ପାହାଡ଼ି ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ, ଜୋନ ୪, ପାହାଡ଼ି ନର୍ଦ୍ଦମା ଜଳ ନିଷ୍କାସନ ନେଟୱାର୍କ,…

"ଜାତୀୟ ସ୍ୱଚ୍ଛାଗ୍ରହୀ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ମୋତିହାରୀରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କଲେ ଶୁଭାରମ୍ଭ"

କେନ୍ଦ୍ରଶାସିତ ଅଂଚଳର ଉପରାଜ୍ୟପାଳମାନଙ୍କ ଦରମା ଓ ଭତାରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକର ଉପରାଜ୍ୟପାଳମାନଙ୍କ ଦରମା ଏବଂ ଭତାରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାଫଳରେ ଉପରାଜ୍ୟପାଳମାନଙ୍କ ଦରମା ଓ ଭତା ଭାରତ ସରକାରଙ୍କ ସଚିବମାନଙ୍କ ସହିତ ସମାନ ହୋଇପାରିବ। ବିବରଣୀ : କ୍ୟାବିନେଟ ନିଷ୍ପତି ଅନୁଯାୟୀ କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳମାନଙ୍କ ଦରମା ଓ ଭତା ବୃଦ୍ଧି ପାଇ ମାସିକ ୨, ୨୫, ୦୦୦ ଟଙ୍କା ହୋଇଛି। ଏହାଛଡ଼ା ସେମାନେ ମାସିକ ୪ ହଜାର ଟଙ୍କା ମହଙ୍ଗା ଭତା, ବ୍ୟୟ ଭତା ଏବଂ ଭାରତ ସରକାରଙ୍କ ସଚିବସ୍ତରର ଅଧିକାରୀମାନେ ପାଉଥିବା ଭତା ହାରରେ ସ୍ଥାନୀୟ ଭତା…

"କେନ୍ଦ୍ରଶାସିତ ଅଂଚଳର ଉପରାଜ୍ୟପାଳମାନଙ୍କ ଦରମା ଓ ଭତାରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି"

ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ଏବଂ ଯୁକ୍ତରାଜ୍ୟ ବ୍ରିଟେନ ଓ ଉତର ଆୟାର୍ଲାଣ୍ଡ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ଏବଂ ଯୁକ୍ତ ରାଜ୍ୟ ବ୍ରିଟେନ ଓ ଉତର ଆୟାର୍ଲାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଲାଭ : କୂଟନୈତିକ ପାସପୋର୍ଟ ଧାରୀମାନଙ୍କ ପାଇଁ ଭିସାମୁକ୍ତ ଚୁକ୍ତି ସୁବିଧା ଏହି ଏମଓୟୁରେ ରହିଛି। ଏହାଛଡ଼ା ଏମଓୟୁ ସମାପନ ପରେ ଆଇନତଃ ଯୁକ୍ତ ରାଜ୍ୟ (ୟୁକେ) ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଭିସା ବ୍ୟବସ୍ଥାର ଉଦାରୀକରଣ ମଧ୍ୟ ହୋଇପାରିବ। ଜାତୀୟତା ସମୀକ୍ଷା ସନ୍ତୋଷଜନକ ନହେଲେ ଅନ୍ୟପକ୍ଷର କ୍ଷେତ୍ରରେ ବେଆଇନ ଭାବେ ରହୁଥିବା ଲୋକମାନଙ୍କ ପ୍ରତ୍ୟାବର୍ତ୍ତନକୁ ଏହା ସୁନିଶ୍ଚିତ କରିବ। ଅନ୍ୟପକ୍ଷର…

"ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ଏବଂ ଯୁକ୍ତରାଜ୍ୟ ବ୍ରିଟେନ ଓ ଉତର ଆୟାର୍ଲାଣ୍ଡ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ"