ନାଲିବତି ଉଚ୍ଛେଦ: ଭିଆଇପି ସଂସ୍କୃତିକୁ ଶକ୍ତ ଧକ୍କା

ନିବେଦିତା  ଖାଣ୍ଡେକର “ଶୁଭାରମ୍ଭ, ଅଧା କାର୍ଯ୍ୟ ସହ ସମାନ” ଏହା ହେଉଛି ଜଣେ ଗ୍ରୀକ ଦାର୍ଶନିକଙ୍କ ଉକ୍ତି। “ଲାଲବତି ସଂସ୍କୃତି”ର ବିଲୋପ ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ନେଇଥିବା ନିଷ୍ପତି ଏକ ସଂଗ୍ରାମର ଶୁଭାରମ୍ଭ। ୨୦୧୭ ଏପ୍ରିଲ ୧୯ ତାରିଖ ବୁଧବାର ଦିନ କେନ୍ଦ୍ର  କ୍ୟାବିନେଟ ମୋଟର ଯାନ ନିୟମରେ ସଂଶୋଧନ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ଗାଡିରୁ ଲାଲ ଓ ଅନ୍ୟ ରଙ୍ଗର ବତିର ବ୍ୟବହାରକୁ ଉଚ୍ଛେଦ କରିଛନ୍ତି। ଏହି ନିଷ୍ପତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଉଲ୍ଲେଖ କରିଛନ୍ତି ଯେ, “ସବୁ ଭାରତୀୟ ହେଉଛନ୍ତି ସ୍ୱତନ୍ତ୍ର ଏବଂ ସବୁ ଭାରତୀୟ ଜଣେ ଜଣେ ଭିଆଇପି।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

"ନାଲିବତି ଉଚ୍ଛେଦ: ଭିଆଇପି ସଂସ୍କୃତିକୁ ଶକ୍ତ ଧକ୍କା"

ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ ଯାପନୀ ଅଭିଭାଷଣ

ନୂଆଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବାରୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତ ଗଠନ ଲାଗି ରାଜ୍ୟ ସରକାରଗୁଡ଼ିକ କେନ୍ଦ୍ର ସରକାରଙ୍କ ସହ ‘ଟିମ୍ ଇଣ୍ଡିଆ’ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି। ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ଉଦ୍ ଯାପନୀ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ସମସ୍ତ ବେସରକାରୀ ସଂସ୍ଥାଗୁଡ଼ିକୁ ମିଳିତ ଭାବେ ୨୦୨୨ ପାଇଁ ସ୍ୱତନ୍ତ୍ର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ତାହାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଜଣାଇଥିଲେ। ଏହି ବୈଠକରେ…

"ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ ଯାପନୀ ଅଭିଭାଷଣ"

ଆସାମ ରାଜ୍ୟପାଳଙ୍କ ଶ୍ରୀମନ୍ଦିର ପରିଦର୍ଶନ

ପୁରୀ ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସାମର ରାଜ୍ୟପାଳ ବନୱର ଲାଲ ପୁରୋହିତ ଶନିବାର ପୁରୀ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଙ୍କୁ ଦର୍ଶନ କରିଛନ୍ତି। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀ ପୁରୋହିତ ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ସେ ଶ୍ରୀମନ୍ଦିର ମଧ୍ୟରେ ବିଭିନ୍ନ ଦେବା ଦେବୀଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ପରେ ଶ୍ରୀପୁରୋହିତ ବାହାର କାଠ ନିକଟରୁ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିବା ସହ ଆର୍ଶିବାଦ କାମନା କରିଥିଲେ। ମନ୍ଦିର ମଧ୍ୟରେ ଅଧଘଣ୍ଟା ବିତାଇବା ପରେ ଶ୍ରୀ ପୁରୋହିତ…

"ଆସାମ ରାଜ୍ୟପାଳଙ୍କ ଶ୍ରୀମନ୍ଦିର ପରିଦର୍ଶନ"

ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାର ପୁରୀ ଗସ୍ତରେ ଆସି ରତ୍ନସିଂହାସନ ବିଜେ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ପୁର୍ବାହ୍ନରୁ ନୀତି ତ୍ୱରାନୀତ କରାଯାଇଥିଲା। ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା। ପୁର୍ବାହ୍ନ ୧୦ଟା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀମତୀ ଭଣ୍ଡାରି ସ୍ୱତନ୍ତ୍ର କ୍ୟାର୍ ଗେଟ୍ ଯୋଗେ ସୂଚନା କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମତୀ ଭଣ୍ଡାରିଙ୍କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ନୀତି ପ୍ରଶାସକ…

"ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି"

ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ପୁରୀ ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବୁଧବାର ସଂଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ରାତ୍ରୀ ପ୍ରାୟ ୧୦ଟା ସମୟରେ ମମତା ପୁରୀ ଆସି ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଅବସ୍ଥାନ କରିଥିଲେ। ଏଥିପାଇଁ ସର୍କିଟ୍ ହାଉସ ସଂପୂର୍ଣ୍ଣ ସୁରକ୍ଷା ଛାଉଣୀରେ ପରିଣତ ହୋଇଥିଲା। ବୁଧବାର ସଂଧ୍ୟା ପ୍ରାୟ ୫ଟା ୫୦ ମିନିଟ୍ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ସିଂହଦ୍ୱାରରେ ପହଞ୍ଚିଥିଲେ। ସିଂହଦ୍ୱାରର ପ୍ରାୟ ଦେଢ଼ଶହ ମିଟର ପୁର୍ବରୁ ସେ ଗାଡ଼ିରୁ ଓହ୍ଲାଇ ଚାଲିଚାଲି ଆସିଥିଲେ। ସିଂହଦ୍ୱାର ଅରୁଣସ୍ତମ୍ଭ ନିକଟରେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ତଥା ମମତାଙ୍କ କୂଳପଣ୍ଡା ଜଗନ୍ନାଥ ସ୍ୱାଇଁ ମହାପାତ୍ର,…

"ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା"

ମମତା ଓଡିଶାକୁ ତୀର୍ଥ ନୁହେଁ ଦଳର କଳା ଟଙ୍କାର ସୁରକ୍ଷା ପାଇଁ କଏଦୀ ସାଂସଦଙ୍କୁ ସାକ୍ଷାତ କରିବାକୁ ଆସିଥିଲେ: ବିଜେପି

–    ମହାମେଂଟ ପାଇଁ ମମତାଙ୍କ ପ୍ରସ୍ତାବରେ ବିଜେଡିର ସକାରାତ୍ମକ ପ୍ରତିକ୍ରିୟା ଓଡିଶାରେ ଗଡ ରକ୍ଷା ପାଇଁ ବିଜେଡିର କଂଗ୍ରେସ ସହ ବୁଝାମଣାର ପୂର୍ବ ସୂଚନା –    କଏଦୀ ସାଂସଦଙ୍କୁ ମମତା ସାକ୍ଷାତ ପାଇଁ ଗଲା ବେଳେ ନବୀନ ବା ବିଜେଡି ପ୍ରତିନିଧି ଉପସ୍ଥିତ ରହିଥିଲେ ଆହୁରି ଭଲ ହୋଇଥାନ୍ତା –    ଉଭୟ ଦଳର ସାଂସଦ ବିଧାୟକ ଚିଟଫଣ୍ଡ ମାମଲାରେ ଜେଲ ବା ବେଲରେ ଥିବାରୁ ଉଭୟ ନବୀନ ଓ ମମତା ଓଡିଆ ଢଗ ତୁ ତ ମୁତୁରୀ ମୁଁ ତ ମୁତୁରୀ ଯୁଗ ଯୁଗରୁ ପ୍ରଚଳିତ ଓଡିଆ ଢଗର ଭାବର ସାର୍ଥକ ରୂପାୟନ ଭୁବନେଶ୍ୱର ୨୪/୪ (ଓଡ଼ିଆ ପୁଅ) : ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା…

"ମମତା ଓଡିଶାକୁ ତୀର୍ଥ ନୁହେଁ ଦଳର କଳା ଟଙ୍କାର ସୁରକ୍ଷା ପାଇଁ କଏଦୀ ସାଂସଦଙ୍କୁ ସାକ୍ଷାତ କରିବାକୁ ଆସିଥିଲେ: ବିଜେପି"

ସପ୍ତମ ବେତନ ସମୀକ୍ଷା କମିଶନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କଲା ବିବରଣୀ

ବେତନ କ୍ଷେତ୍ରରେ ନ୍ୟାୟ ପାଇବା ନେଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକମାନଙ୍କୁ ଆଶ୍ୱାସନା ପ୍ରଦାନ କଲେ ପ୍ରକାଶ ଜାଭେଦକର ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ବେତନ କ୍ଷେତ୍ରରେ ନ୍ୟାୟ ପାଇବା ନେଇ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ବର୍ଗଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଦକର ଆଶ୍ୱାସନା ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଶିକ୍ଷା ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସୁପାରିଶକୁ ଲାଗୁ କରିବା ପାଇଁ ସପ୍ତମ ବେତନ ସମୀକ୍ଷା କମିଶନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ତାଙ୍କର ରିପୋର୍ଟ ପ୍ରଦାନ କରି ସାରିଲେଣି। ଏଥିନିମନ୍ତେ ଉଚ୍ଚଶିକ୍ଷା ସଚିବଙ୍କ…

"ସପ୍ତମ ବେତନ ସମୀକ୍ଷା କମିଶନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କଲା ବିବରଣୀ"

ଆମେରିକା ବାଣିଜ୍ୟ ସଚିବଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କଲେ ଅର୍ଥମନ୍ତ୍ରୀ ଜେଟଲୀ

–    ଏଚ୍ -୧ବି ଭିସା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ –    ଆମେରିକୀୟ ଅର୍ଥବ୍ୟବସ୍ଥାରେ କୁଶଳୀ ଭାରତୀୟ ପେସାଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ ଲୀ ୨୦ ଏପ୍ରିଲ, ୨୦୧୭ରେ ୱାଶିଂଟନ୍ ଡିସି ଠାରେ ଆମେରିକୀୟ ବାଣିଜ୍ୟ ସଚିବ ବିଲବର୍ ରସ୍ ଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବୈଠକ କାଳରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ ଲୀଙ୍କ ସହିତ ଭାରତୀୟ ରାଷ୍ଟ୍ରଦୂତ ନଭତେଜ୍ ସରନା ଏବଂ ଆର୍ଥିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ। ଦୁଇ ନେତା ଭାରତ-ଆମେରିକା ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବର୍ଷ ବର୍ଷ ଧରି ଚାଲିଆସିଥିବା ଦ୍ୱିଦଳୀୟ ସହଯୋଗ ଉପରେ…

"ଆମେରିକା ବାଣିଜ୍ୟ ସଚିବଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କଲେ ଅର୍ଥମନ୍ତ୍ରୀ ଜେଟଲୀ"

ଜାତୀୟ ପଛୁଆ ବର୍ଗ କମିଶନ୍ ଗଠନ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ଅନୁମୋଦନ ମିଳିଛି। ଏଥିମଧ୍ୟରେ ରହିଛି ସମ୍ବିଧାନ (୧୨୩ତମ ସଂଶୋଧନ) ବିଲ୍ ୨୦୧୭ ଏବଂ ସଂସଦରେ ଗୃହିତ ଜାତୀୟ ପଛୁଆବର୍ଗ କମିଶନ୍ ବିଲ, ୨୦୧୭। ଏଥିସହିତ ପୂର୍ବତନ ଜାତୀୟ ପଛୁଆ ବର୍ଗ କମିଶନଙ୍କ ଦ୍ୱାରା ଧାରଣ କରାଯାଇଥିବା ପଦପଦବୀ ଏବଂ କାର୍ଯ୍ୟାଳୟ ପରିସରକୁ ନୂଆକରି ଗଠନ କରାଯାଇଥିବା ପଛୁଆବର୍ଗ କମିଶନଙ୍କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ସାମାଜିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୩୮(ଖ) ଅନୁଯାୟୀ ଜାତୀୟ ପଛୁଆ ବର୍ଗ କମିଶନ ଗଠନ…

"ଜାତୀୟ ପଛୁଆ ବର୍ଗ କମିଶନ୍ ଗଠନ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ"

ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ଭାରତ- ପର୍ତୁଗାଲ ମଧ୍ୟରେ ପ୍ରୋଟୋକଲ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଭାରତ ଏବଂ ପର୍ତୁଗାଲ ମଧ୍ୟରେ ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ବର୍ତମାନର ଦ୍ୱିପାକ୍ଷିକ ସନନ୍ଦରେ କେତେକ ସଂଶୋଧନ ଅଣାଯିବ। ଏଥିଲାଗି ଏକ ପ୍ରୋଟୋକଲ ବୁଝାମଣା ହସ୍ତାକ୍ଷର କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ପ୍ରୋଟୋକଲ ଲାଗୁ ହେବାପରେ ଭାରତ ଓ ପର୍ତୁଗାଲ ମଧ୍ୟରେ ଟିକସ ସଂକ୍ରାନ୍ତ ତଥ୍ୟ ଓ ସୂଚନା ଆଦାନ-ପ୍ରଦାନ କରିବା ସହଜ ହେବ ଯାହାଫଳରେ ଦୁଇ ଦେଶ ମଧ୍ୟରେ ଟିକସ ଫାଙ୍କିକୁ ରୋକା ଯାଇପାରିବ।

"ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ଭାରତ- ପର୍ତୁଗାଲ ମଧ୍ୟରେ ପ୍ରୋଟୋକଲ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି"