ପାଇକ ବିଦ୍ରୋହ ୨ ଶହ ବର୍ଷ ପାଳନର ବର୍ଷ ବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

– ବରୁଣେଇ ପାହାଡକୁ ପାଇକ ବିଦ୍ରୋହର ସ୍ଥାୟୀ ସ୍ମାରକୀରେ ପରିଣତ କରି ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ଓଡିଆ ଜାତିର ପ୍ରେରଣାର ସ୍ରୋତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ – ଷ୍ଟାଚ୍ୟୁ ଅଫ ଲିବର୍ଟି, ସର୍ଦାର ପଟେଲ ଷ୍ଟାଚ୍ୟୁ ଅଫ ୟୁନିଟି. ମହାରାଷ୍ଟ୍ରରେ ଛତ୍ର ତି ଶିବାଜୀଙ୍କର ବିଶାଳ ମୂର୍ତ୍ତି ପରି ବକ୍ସି ଓ ଅନ୍ୟ ଯୋଦ୍ଧାଙ୍କ ସ୍ମୃତି ଚିହ୍ନ ପାଇଁ ପ୍ରସ୍ତାବ – ସ୍ୱାଧୀନତା ସଂଗ୍ରାମକୁ କିଛି ସମୟ, କିଛି ପରିବାର ଓ କିଛି ଘଟଣାରେ ବାନ୍ଧି ରଖିବା ପାଇଁ ଅପଚେଷ୍ଟା କରାଯାଇଛି – ବିଭିନ୍ନ ଅଂଚଳରେ ସ୍ୱାଧୀନତା ସଂଗ୍ରାମକୁ ଲୋକଲୋଚନକୁ ଆଣିବାକୁ ମୋଦିଙ୍କ ଯୋଜନାରେ ପାଇକ ବିଦ୍ରୋହ ପାଇଛି ମହତ୍ୱ – ପାଇକ…

"ପାଇକ ବିଦ୍ରୋହ ୨ ଶହ ବର୍ଷ ପାଳନର ବର୍ଷ ବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ"

ସରସ୍ୱତୀ ଶିଶୁ ମନ୍ଦିର ବିଜ୍ଞାନ ପ୍ରାକ୍ଟିକାଲ କ୍ଲାସରେ ଅଘଟଣ – କେମିକାଲ ନିଆଁରେ ଅସୁସ୍ଥ ୧୭ ଛାତ୍ରଛାତ୍ରୀ – ଉଚ୍ଚସ୍ତରୀୟ ତଦନ୍ତ ଦାବି

ବାଲେଶ୍ୱର,୨୦/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବିଜ୍ଞାନରେ ପ୍ରାକ୍ଟିକାଲ କ୍ଲାସ ଚାଲିଥିବା ବେଳେ ରାସାୟନିକ ପଦାର୍ଥର ନିଆଁ ଓ ଧୂଆଁରେ ଅସୁସ୍ଥ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ବେଳେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ବିଜ୍ଞାନ କ୍ଲାସ ଥିଲା। ରୁଟିନ୍ ଅନୁସାରେ ଲାବ କ୍ଲାସରେ ପ୍ରାକ୍ଟିକାଲ ହେଉଥିଲା। ସୋଡିୟମ ହାଇଡ୍ରୋକ୍ସାଇଡ୍ କୁ ନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା କରୁଥିଲେ। ତେବେ ଏହି କେମିକାଲ ପାଣିରେ ପଡ଼ିବା କ୍ଷଣି ନିଆଁ ଲାଗିବା ସହ ଶ୍ରେଣୀ ମଧ୍ୟରେ ପ୍ରଚୁର ପରିମାଣର ଧୂଆଁ ବ୍ୟାପି ଯାଇଥିଲା ବୋଲି ଆହତ ଛାତ୍ରଛାତ୍ରୀମାନେ କହିଛନ୍ତି। ୨୨ ଜଣ ଛାତ୍ରଛାତ୍ରୀ…

"ସରସ୍ୱତୀ ଶିଶୁ ମନ୍ଦିର ବିଜ୍ଞାନ ପ୍ରାକ୍ଟିକାଲ କ୍ଲାସରେ ଅଘଟଣ – କେମିକାଲ ନିଆଁରେ ଅସୁସ୍ଥ ୧୭ ଛାତ୍ରଛାତ୍ରୀ – ଉଚ୍ଚସ୍ତରୀୟ ତଦନ୍ତ ଦାବି"

ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରିବେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର ୨୦/୭ (ଓଡ଼ିଆ ପୁଅ) : ଆଜି ବିଜ୍ଞାନ ଭବନଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ବର୍ଷବ୍ୟାପୀ ପାଳନକୁ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍ଘାଟନ କରିବେ। ନୂଆଦିଲ୍ଲୀର ବିଜ୍ଞାନଭବନରେ ଏହି ଉଦ୍ଘାଟନ ଉତ୍ସବ କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ଆୟୋଜନ ନେଇ ସବୁ ପ୍ରକାର ବନ୍ଦୋବସ୍ତ ହୋଇଛି। ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୧୭ ମସିହାରେ ବ୍ରିଟିଶ୍ ବିରୋଧରେ ଓଡ଼ିଆମାନେ ସଂଗଠିତ ସଶସ୍ତ୍ର ବିପ୍ଲବ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସମୟରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ ମହାସମାରୋହରେ ପାଳନ ପାଇଁ କେନ୍ଦ୍ରୀୟ ବଜେଟରେ ଅର୍ଥ ବ୍ୟୟବରାଦ ନେଇ…

"ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରିବେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ"

ଓଡ଼ିଶାରେ ୫ଟି ସଡ଼କ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଶୁକ୍ରବାର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ନୂଆଦିଲ୍ଲୀ, ୧୯/୭ (ଓଡ଼ିଆ ପୁଅ) – କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଆସନ୍ତା ଶୁକ୍ରବାର (୨୧.୦୭.୨୦୧୭) ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତକାଳରେ ଶ୍ରୀ ଗଡକରୀ ସେହିଦିନ ପୂର୍ବାହ୍ନ ୧୧ଟାରେ ରାଉରକେଲା ନିକଟରେ ବହୁ ପ୍ରତିକ୍ଷୀତ ବ୍ରାହ୍ମଣୀ ନଦୀ ଉପରେ ୬ ଲେନ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର ଭୂମିପୂଜନ କରିବେ। ଏହାଛଡା ସେ ଜାତୀୟ ରାଜପଥ – ୨୩ (ନୂତନ ଏନଏଚ-୧୪୩) ର ବୀରମିତ୍ରପୁର – ବ୍ରାହ୍ମଣୀ ବାଇପାସ ଅନ୍ତିମ ସେକ୍ସନର ଶିଳାନ୍ୟାସ କରିବେ। ସେହିଦିନ ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଅନୁଗୁଳ ଯାଇ ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି…

"ଓଡ଼ିଶାରେ ୫ଟି ସଡ଼କ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଶୁକ୍ରବାର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ"

ଭାରତୀୟ ଆଣବିକ ଶକ୍ତି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ ୧୯/୭ (ଓଡ଼ିଆ ପୁଅ) ଥୋରିୟମକୁ ଆଣବିକ ଶକ୍ତିକେନ୍ଦ୍ରରେ ଇନ୍ଧନ ରୂପେ ବ୍ୟବହାର କରିବା ସକାଶେ ଗବେଷଣା କାର୍ଯ୍ୟ ଜାରି ରହିଛି ଏବଂ ଅତ୍ୟାଧୁନିକ ଭାରି ଜଳ ରିଆକ୍ଟରର ବିକାଶ ନିମନ୍ତେ ହେଉଥିବା ଗବେଷଣାରେ ଯଥେଷ୍ଟ ପ୍ରଗତି ହାସଲ କରାଯାଇଛି ବୋଲି ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତର ଦେଇ କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି। ଡ଼କ୍ଟର ସିଂହ କହିଛନ୍ତି ଯେ ଏହି ଗବେଷଣାଲବ୍ଧ ସୁଫଳକୁ କାର୍ଯ୍ୟକାରୀ କରାଗଲେ ବ୍ୟାପକ ମାତ୍ରାରେ ଥୋରିଅମଭିତିକ ଇନ୍ଧନ ବ୍ୟବହାର କରାଯାଇପାରିବ। ଆଣବିକ ଶକ୍ତି ବିଭାଗର ଏକ ଶାଖା ଭାବେ ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)…

"ଭାରତୀୟ ଆଣବିକ ଶକ୍ତି କାର୍ଯ୍ୟକ୍ରମ"

ଦଶଟି ନୂତନ ପ୍ରେସରାଇଜଡ଼ ହେଭି ୱାଟର ରିଆକ୍ଟର ସ୍ଥାପନ ପାଇଁ ସରକାରଙ୍କ ମଂଜୁରି

ନୂଆଦିଲ୍ଲୀ ୧୯/୭ (ଓଡ଼ିଆ ପୁଅ) ଦେଶର ବିଭିନ୍ନ ରାଜ୍ୟରେ ଦଶଟି ନୂତନ ପ୍ରେସରାଇଜଡ଼ ହେଭି ୱାଟର ରିଆକ୍ଟର(ପିଏଚଡ଼ବ୍ଲୁଆର) ସ୍ଥାପନ ପାଇଁ ସରକାର ପ୍ରଶାସନିକ ତଥା ଅର୍ଥ ମଂଜୁର କରିଛନ୍ତି। ଏହିସବୁ ରିଆକ୍ଟର କାଇଗା ( କର୍ଣ୍ଣାଟକ), ଗୋରଖପୁର (ହରିଆଣା), ଚୁଟକା(ମଧ୍ୟପ୍ରଦେଶ) ଏବଂ ମାହୀ ବଂଶୱାର (ରାଜସ୍ଥାନ) ରେ ପ୍ରତିଷ୍ଠା କରାଯାଉଛି। ଏହି ଦଶଟି ପିଏଚଡ଼ବ୍ଲୁଆର ନିର୍ମାଣ ସକାଶେ ମୋଟ ୧,୦୫,୦୦୦ କୋଟି ଟଙ୍କା (ସ୍ଥିର ମୂଲ୍ୟ ହାରରେ) ବ୍ୟୟ କରାଯିବାର ଆକଳନ କରାଯାଇଛି। ତେବେ ଏଥିରେ ନିର୍ମାଣ ବେଳେ ବିଳମ୍ବ ଯୋଗୁ ବ୍ୟୟବୃଦ୍ଧି ଓ ସୁଧକୁ ହିସାବକୁ ନିଆଯାଇନାହିଁ। ଏହିସବୁ ପ୍ଲାଂଟମାନଙ୍କରୁ ନିମ୍ନମତେ ବିଜୁଳିଶକ୍ତି ଉତ୍ପାଦନ କରାଯିବ। କର୍ଣ୍ଣାଟକର କାଇଗା ୫ ଓ ୬ ରିଆକ୍ଟରରୁ…

"ଦଶଟି ନୂତନ ପ୍ରେସରାଇଜଡ଼ ହେଭି ୱାଟର ରିଆକ୍ଟର ସ୍ଥାପନ ପାଇଁ ସରକାରଙ୍କ ମଂଜୁରି"

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ରାଷ୍ଟ୍ରପତି ପ୍ରଦାନ କଲେ ‘ପ୍ରଣବ ମୁଖାର୍ଜୀ ଶିକ୍ଷା ଉତ୍କର୍ଷ ପୁରସ୍କାର’

ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଆଜି ସିବିଏସଇ ୨୦୧୭ର ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଶ୍ରୀ ଅମନ ଅଗ୍ରୱାଲଙ୍କୁ ‘ପ୍ରଣବ ମୁଖାର୍ଜୀ ଶିକ୍ଷା ଉତ୍କର୍ଷ ପୁରସ୍କାର’ ପ୍ରଦାନ କରିଛନ୍ତି। ଶ୍ରୀ ଅଗ୍ରୱାଲ ରାଷ୍ଟ୍ରପତି ଭବନ ଇଷ୍ଟେସସ୍ଥିତ ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ସର୍ବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିଲେ। ଏହି ଅବସରରେ ବାଳିକାମାନଙ୍କ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ତଥା ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବା କୁମାରୀ ମୁସକାନ ଶର୍ମାଙ୍କୁ “ଓମିତା ପାଲ ଶିକ୍ଷା ଉତ୍କର୍ଷ ପୁରସ୍କାର” ଏବଂ “କୁଞ୍ଜାନ୍ନାମ୍ମା ମାଥ୍ୟୁ ପୁରସ୍କାର” ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଓମିତା ପାଲ ଏବେ ରାଷ୍ଟ୍ରପତିଙ୍କ ସଚିବ ଭାବେ କାର୍ଯ୍ୟରତ ଏବଂ ଡ଼କ୍ଟର ଥୋମାସ ମାଥ୍ୟୁ…

"ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ରାଷ୍ଟ୍ରପତି ପ୍ରଦାନ କଲେ ‘ପ୍ରଣବ ମୁଖାର୍ଜୀ ଶିକ୍ଷା ଉତ୍କର୍ଷ ପୁରସ୍କାର’"

ଏବେ ଏଚ୍ଡ଼ିସିସି କ୍ୟାମେରା ନଜରରେ ରହିବ ସମ୍ବଲପୁର ଜିଲ୍ଳା ସଦର ଡାକ୍ତରଖାନା

ସମ୍ବଲପୁର, ୧୯/୭ (ଓଡ଼ିଆ ପୁଅ/ବ୍ୟମୋକେଶ ପଣ୍ଡା) – ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇ ଡେଫିନେସନ (ଏଚଡ଼ି) ସିସି କ୍ୟାମେରା ଲଗାଯିବ। ଗତ ମାର୍ଚ୍ଚ ମାସ ୨୪ ତାରିଖ ରାତି ଡାକ୍ତରଖାନାର ପ୍ରସୂତୀ ୱାର୍ଡ଼ରୁ ଜଣେ ପ୍ରସୂତୀଙ୍କ କୋଳରୁ ନବଜାତ ଶିଶୁପୁତ୍ର ଚୋରି ହେବା ଏବଂ ବ୍ୟବହାର କରାଯାଉଥିବା ସାଧାରଣ ସିସିଟିଭି ଫୁଟେଜରେ ଚୋରୀରେ ସଂପୃକ୍ତ ମହିଳାଙ୍କ ଚିତ୍ର ସ୍ପଷ୍ଟ ନ ହେବାରୁ ଏବେ ପ୍ରଶାସନ ଏଚଡ଼ି କ୍ୟାମେରା ଖଞ୍ଜିବା ସକାଶେ ସ୍ଥିର କରିଥିବା ଜଣାପଡ଼ିଛି। ପ୍ରାୟ ଛଅ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଖରିଦ କରାଯିବାକୁ ଥିବା ଏହି ନୂଆ ଏଚଡ଼ି…

"ଏବେ ଏଚ୍ଡ଼ିସିସି କ୍ୟାମେରା ନଜରରେ ରହିବ ସମ୍ବଲପୁର ଜିଲ୍ଳା ସଦର ଡାକ୍ତରଖାନା"

କଲ୍ୟାଣୀ ନଦୀ କନ୍ଦେଇଲା କଲ୍ୟାଣସିଂହପୁର ବ୍ଲକ ବାସୀଙ୍କୁ ବନ୍ୟାର ଆଶଙ୍କା କମିଛି, କିନ୍ତୁ ବର୍ଷା ଦାଉ ସାଧୁଛି ରିଲିଫ ସାମଗ୍ରୀ ନେଇ ନେତା ଓ ସାଧାରଣ ଜନତାଙ୍କ ସୁଅ ଛୁଟୁଛି

ରାୟଗଡା ୧୯/୦୭ (ଓଡ଼ିଆ ପୁଅ/ସଂଗ୍ରାମ ପଟ୍ଟନାୟକ) – ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକରେ ଗତ ଶନିବାର ଦିନ ଠାରୁ ହେଉଥିବା ଲଗାଣ ବର୍ଷା କିଛିଟା ମାତ୍ରାରେ କମିବାରେ ଲାଗିଛି। ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ଓ ରାୟଗଡା ବ୍ଲକରେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଲକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା। କଲ୍ୟାଣସିଂହପୁର ବ୍ଲକର କୁମ୍ଭାରଗୁଡା ଗ୍ରାମ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। କଲ୍ୟାଣସିଂହପୁର ବ୍ଲକ ଅଂଚଳରେ ଶତକଡା ୮୦ ଭାଗ ପ୍ରଭାବିତ ହୋଇଛି। ରାୟଗଡ ଜିଲ୍ଲାପାଳ କଲ୍ୟାଣସିଂହପରୁ ବ୍ଲକରେ ଥିବା ଅସ୍ଥାୟୀ ରିଲିଫ କ୍ୟାମ୍ପ ଗୁଡିକୁ ଗ୍ରସ୍ତ କରି ରିଲିଫ ସାମଗ୍ର ଠିକ ରୂପେ ବଂଟନ ହେଉଛି କି ନାହିଁ…

"କଲ୍ୟାଣୀ ନଦୀ କନ୍ଦେଇଲା କଲ୍ୟାଣସିଂହପୁର ବ୍ଲକ ବାସୀଙ୍କୁ ବନ୍ୟାର ଆଶଙ୍କା କମିଛି, କିନ୍ତୁ ବର୍ଷା ଦାଉ ସାଧୁଛି ରିଲିଫ ସାମଗ୍ରୀ ନେଇ ନେତା ଓ ସାଧାରଣ ଜନତାଙ୍କ ସୁଅ ଛୁଟୁଛି"

ଜିଲ୍ଲାରେ ସମୁଦାୟ ୪୫୬ ଜଣ ଶିକ୍ଷକଙ୍କ ବଦଳି ତାଲିକା ପ୍ରକାଶ

କୋରାପୁଟ ୧୯/୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାରେ ଶିକ୍ଷକ ବଦଳି ତାଲିକା ଆଜି ପ୍ରକାଶ ପାଇଥିବା ଜଣାପଡିଛି। ଜିଲ୍ଲାର ୪୫୬ ଜଣ ଶିକ୍ଷକଙ୍କ ବଦଳି ତାଲିକା ପ୍ରକାଶ କରାଯାଇ ସଂପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇ ୨୨ ତାରିଖ ସୁଦ୍ଧା ରିଲିଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ ସୂଚନା ଦେଇଛନ୍ତି। ଜଣିକିଆ ଶିକ୍ଷକ ଥିବା ସ୍କୁଲକୁ ଓ ବିଜ୍ଞାନ ଶିକ୍ଷକ ଗୁରୁତ୍ୱ ଦିଆଯିବା ସହ ଅଭିଯୋଗକୁ ଭିତିକରି ବଦଳି କରାଯାଇଥିବା ସେ ପ୍ରକାଶ କରିଥିଲେ।ବନ୍ଧୁଗାଁ ବ୍ଲକରେ ସମୁଦାୟ ୨୬ ଜଣ ଶିକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ବୈପାରିଗୁଡାରେ ୪୧, ବୋରିଗୁମ୍ମାରେ ୪୯, ଦଶମନ୍ତପୁରରେ୩୩, ଜୟପୁରରେ…

"ଜିଲ୍ଲାରେ ସମୁଦାୟ ୪୫୬ ଜଣ ଶିକ୍ଷକଙ୍କ ବଦଳି ତାଲିକା ପ୍ରକାଶ"