ରେଳବାଇର ରଥପ୍ରସ୍ତୁତି

ପୁରୀ ୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଗାମୀ ରଥଯାତ୍ରାରେ ୧୮୬ଟି ସ୍ୱତନ୍ତ୍ର ଟ୍ରେନ ପୁରୀକୁ ଚଳାଚଳ କରିବ ବୋଲି ପୂର୍ବତ୍ତଟ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତା ୨୫ ତାରିଖରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତ୍ତଟ ରେଳ ମଣ୍ଡଳର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ନିୟମିତ କାଉଣ୍ଟର ବ୍ୟତୀତ ୩୬ଟି ନୂଆ ଟିକେଟ କାଉଣ୍ଟର ଖୋଲାଯିବ। ସେହିପରି ଅନ୍ୟାନ୍ୟ ୯ଟି ଷ୍ଟେସନରେ ୨୪ଟି ଅତିରିକ୍ତ ଟିକେଟ କାଉଣ୍ଟର ଖୋଲାଯିବ। ଷ୍ଟେସନ ମେଳା ସେଡ଼ରେ ୫ହଜାର ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବା ସହ ଖାଇବା ପାଇଁ ଭୋଜନାଳୟ, ଶୌଚାଳୟ ଓ ମେଡ଼ିକାଲ ସୁବିଧା…

"ରେଳବାଇର ରଥପ୍ରସ୍ତୁତି"

ଆଜିଠାରୁ ନୟାଗଡ଼କୁ ପାସେଞ୍ଜର ଟ୍ରେନ

ନୟାଗଡ଼,୧୮/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଆସନ୍ତାକାଲି ସୋମବାରଠାରୁ ନୟାଗଡ଼କୁ ପାସେଞ୍ଜର ଟ୍ରେନ ଆସିବ। ବୋଲଗଡ଼ ପାସେଞ୍ଜର ହଲ୍ଟରେ ଲୋକାର୍ପଣର ଉତ୍ସବ ପରେ ଟ୍ରେନ ବୋଲଗଡ଼ରୁ ନୟାଗଡ଼ ଅଭିମୁଖେ ବାହାରିବ। କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ ଭିଡିଓ କନ୍ଫେରେନ୍ସି ଜରିଆରେ ବୋଲଗଡ଼-ନୟାଗଡ଼ ପାସେଞ୍ଜରକୁ ଲୋକାର୍ପିତ କରିବେ। ଖୋର୍ଦ୍ଧାରୋଡ଼ରୁ ବୋଲଗଡ଼ ଓ ବୋଲଗଡ଼ରୁ ଖୋର୍ଦ୍ଧାରୋଡରୁ ଏବେ ୨ଟି ପାସେଞ୍ଜର ଟ୍ରେନ ଚାଲୁଛି। ଯାହାକି ଏ ୨ଟି ଟ୍ରେନକୁ ନୟାଡଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ। ଉଲ୍ଲେଖଯୋଗ୍ୟ ଗତ ମେ ମାସ ୧୧ ତାରିଖରେ ନୟାଗଡ଼କୁ ପ୍ରଥମେ ପରୀକ୍ଷାମୂଳକ ଟ୍ରେନ ଇଞ୍ଜିନ ଗଡ଼ିଥିଲାବେଳେ ଗତ ୬ତାରିଖରେ ନୟାଗଡ଼କୁ ପୁଣି ପରୀକ୍ଷା ମୂଳକଭାବେ ୧୨ ବଗି ବିଶିଷ୍ଟ ଟ୍ରେନ ୧୧୧ କି.ମି.ପ୍ରତି…

"ଆଜିଠାରୁ ନୟାଗଡ଼କୁ ପାସେଞ୍ଜର ଟ୍ରେନ"

ବିଜେଡ଼ି ଗୁଣ୍ଡାରାଜ ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ମୌନ ସତ୍ୟାଗ୍ରହ

କଟକ,୧୮/୬ (ଓଡ଼ିଆ ପୁଅ/ତପନ କୁମାର ସାହୁ):ରାଜ୍ୟରେ ବିଜେଡ଼ି ନିଜର ସ୍ଥିତିକୁ ଜାହିର କରିବା ପାଇଁ ସମସ୍ତ ପ୍ରକାର କଳ ବଳ ଓ କୌଶଳ ପ୍ରୟୋଗ କରିଛି। ବିଭିନ୍ନ ଅସାମ୍ବିଧାନିକ ପଦକ୍ଷେପ ମଧ୍ୟ ନେଉଛି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ନରହତ୍ୟା, ଦୁଷ୍କର୍ମ ତଥା ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ନିଜ ଡିଣ୍ଡିମ ନିଜେ ପିଟୁଛନ୍ତି। ଏଭଳି ଅପାରଗ ସରକାର ବହୁବର୍ଷ ଧରି ରାଜ୍ୟର ଶାସନ ଦାୟିତ୍ୱରେ ରହିବାପରେ ନିଜର ସ୍ୱେଚ୍ଛାଚାରୀତା ତଥା ହିଟଲରୀ ଶାସନ ଆରମ୍ଭ କରିଦେଲେଣି। ଏଭଳି ସରକାରଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେବା ସହ ଏହାର ପ୍ରତିବାଦରେ ସ୍ଥାନୀୟ ବକ୍ସିବଜାରସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରରେ…

"ବିଜେଡ଼ି ଗୁଣ୍ଡାରାଜ ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ମୌନ ସତ୍ୟାଗ୍ରହ"

କଟକ ନଗର କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଇଫତାର ଉତ୍ସବ

କଟକ,୧୮/୬ (ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ନଗର ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ପକ୍ଷରୁ ପବିତ୍ର ରମଜାନ ଅବସରରେ ଇଫତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୁରୀଘାଟସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବିଭାଗ ଅଧ୍ୟକ୍ଷ ସେକ, ଜିଆଉଦ୍ଦୀନଙ୍କ ପୌରହିତ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ତଥା ପିସିସି କୋଷାଧ୍ୟକ୍ଷ ଇଂ. ମହମ୍ମଦ ମୋକିମ ଭାବେ ଯୋଗଦେଇ ସହରର ସମସ୍ତ ମୁସଲମାନ ଭାଇ, ମୁରବୀ ଓ ଯୁବକମାନଙ୍କୁ ସ୍ୱାଗତ ଜଣାଇବା ସହ ରୋଜ ପାଳନ ଅବସରରେ ଏକତ୍ରିତ ହୋଇ ସମସ୍ତଙ୍କ ମଙ୍ଗଳ କାମନା କରିବା ଏକ ପବିତ୍ର କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ମୌଲବି ମିର୍ଜା କାଶିମ…

"କଟକ ନଗର କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଇଫତାର ଉତ୍ସବ"

ରଥନିର୍ମାଣରେ ଦରଜୀସେବାୟତଙ୍କ ପ୍ରମୁଖ ଭୂମିକା

ପୁରୀ ୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥଖଳାରେ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ବିଶ୍ୱକର୍ମା, ଭୋଇ, ରୂପକାର, ଚିତ୍ରକାର ଏବଂ କମାର ସେବକ ଆଦି ରଥର ବିଭିନ୍ନ କାର୍ଯ୍ୟ କରିବାରେ ବ୍ୟସ୍ତ କରିଛନ୍ତି। ଏସବୁ ସେବକମାନଙ୍କ ମଧ୍ୟରେ ରଥ ନିର୍ମାଣରେ ଏକପ୍ରମୁଖ ଭୂମିକା ରହିଛି ଦରଜୀ ସେବକମାନଙ୍କର। ଗୁରୁବାର ଠାରୁ ଦରଜୀ ସେବକ ମାନେ ରଥପାଇଁ ବିଭିନ୍ନ କନାକାମ ଆରମ୍ଭ କରିଛନ୍ତି। ଅନୁକୂଳ ପରେ ଦରଜୀ ସେବକମାନେ ପ୍ରଥମେ ମହାପ୍ରଭୁଙ୍କ ଚକ ଅପସର ପ୍ରସ୍ତୁତ କରିଛନ୍ତି। ରଥାରୁଢ଼ ମହାପଭୁ ଏହା ଦେହରେ ଆଉଜି ବସିବେ। ରଥ ଗୁଡ଼ିକୁ ସୁସଜ୍ଜିତ କରି ଆକଷର୍ଶଣୀୟ କରିବାରେ ଦରଜୀ ସେବକ ମାନଙ୍କର ପ୍ରମୁଖ ଭୂମିକା…

"ରଥନିର୍ମାଣରେ ଦରଜୀସେବାୟତଙ୍କ ପ୍ରମୁଖ ଭୂମିକା"

ବନୀକରଣ ଯୋଜନାର ସଫଳତାନେଇ ପ୍ରଶ୍ନବାଚୀ

ପୁରୀ,୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ‘ପଥ ପାର୍ଶ୍ୱ ବନିକରଣ ଯୋଜନା’ର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିବେଶ ପ୍ରଦୂଷଣକୁ ଆଖିଆଗରେ ରଖି ଗତ୨୦୧୦-୧୧ ଆର୍ଥିକ ବର୍ଷଠାରୁ କେନ୍ଦ୍ରସରକାରଙ୍କ ସଂପୂର୍ଣ୍ଣ ଅନୁଦାନରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ପଥପାର୍ଶ୍ୱ ବନିକରଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ଗଛ ଲଗାଇବା ଓ ତାହାକୁ ଆବଦ୍ଧ କରିରଖିବା ଠାରୁ ୪ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ବାବଦରେ ଖର୍ଚ୍ଚ ଲାଗି ଗଛ ପିଚ୍ଛା ୪୧୬ ଟଙ୍କା ୮୦ ପଇସା ଅନୁଦାନ ମିଳୁଛି। ଗତ୨୦୧୦-୧୧ ଆର୍ଥିକ ବର୍ଷରେ ପୁରୀ ଜିଲ୍ଲାରେ ୧୬ କିମି ରାସ୍ତାରେ ପଥପାର୍ଶ୍ୱ ବନିକରଣଲାଗି ୯ ଲକ୍ଷ ୩୨ ହଜାର ଟଙ୍କା…

"ବନୀକରଣ ଯୋଜନାର ସଫଳତାନେଇ ପ୍ରଶ୍ନବାଚୀ"

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ବିଜେଡିର ଆକ୍ରମଣ ଓ ମହିଳା ଗଣ ଧର୍ଷଣ ତଥା ହତ୍ୟା ପ୍ରସଙ୍ଗ- କଂଟାବାଂଜି ଭାଜପାର ୨ଘଂଟିଆ ମୌନ ପ୍ରତିବାଦ

କଂଟାବାଂଜି ୧୮-୬ (ଓଡ଼ିଆ ପୁଅ/ଗୁରୁଦୟାଲ ହଂସ)- କଂଟାବାଂଜି ଭାଜପାଦ୍ୱାରା ସ୍ଥାନୀୟ ଥାନା ପରିସରରେ ୨ ଘଂଟିଆ ମୌନ ପ୍ରତିବାଦ ରବିବାର ଦିନ କରାଯାଇଛି। ଏହା ସକାଳ ୧୦ଘଂଟାରୁ ଆରମ୍ଭ ହୋଇ ଦିନ ୧୨ଟା ଯାଏ ହୋଇଛି। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଭାଜପାର ସମସ୍ତ କର୍ମକର୍ତା ମୁହଁରେ କଳାପଟି ବାନ୍ଧି ମୌନ ପ୍ରତିବାଦ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରରାମଙ୍କୁ ବିଜେଡିର କର୍ମକର୍ତାମାନେ ଆକ୍ରମଣ କରିବା ସହ କଙ୍କଡାହାଡରେ ଦଳିତ ମହିଳାଙ୍କୁ ଗଣ ଧର୍ଷଣ କରି ହତ୍ୟା କରାଯାଇଛି। ଯାହା ରାଜ୍ୟରେ ବିଜେଡି ଶାସନର ଇଂଗିତରେ ହୋଇଥିବା ଶ୍ରୀମହାନ୍ତି କହିଛନ୍ତି। ଏପରିକି ପଂଚାୟତ ନିର୍ବାଚନୀ ପରେ ବିଜେଡି ରକ୍ତମୁଖା…

"କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ବିଜେଡିର ଆକ୍ରମଣ ଓ ମହିଳା ଗଣ ଧର୍ଷଣ ତଥା ହତ୍ୟା ପ୍ରସଙ୍ଗ- କଂଟାବାଂଜି ଭାଜପାର ୨ଘଂଟିଆ ମୌନ ପ୍ରତିବାଦ"

ପରକ୍ରିୟା ପ୍ରୀତି: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ୱାମୀ

କୋରାପୁଟ ୧୮-୬ (ଓଡ଼ିଆ ପୁଅ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ତ ଚମ୍ପି ଗାଁ ଆଦିବାସୀ ସାହିରେ ପରକ୍ରିୟାପ୍ରୀତିରୁ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ତା’ ସ୍ୱାମୀ। ଏହି ଘଟଣା ଘଟିଛି ଗତକାଲି ରାତ୍ର ପ୍ରାୟ ୧୨ଟାରୁ ୨ଟା ମଧ୍ୟରେ। ଖବର ନେବାରୁ ଜଣାପଡ଼ିଛିଯେ, ଦାସାରି କଳାକାର ନାମକ ଜଣେ ବ୍ୟକ୍ତି (୫୦ ବର୍ଷ) ନିଜ ସ୍ତ୍ରୀ ଉତ୍ତମା କଳାକାରକୁ ଗତକାଲି ବିଳମ୍ବିତ ରାତ୍ରରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ମୃତ ଦେହକୁ ଜବତ କରିବା ସହିତ ଦାସାରୀକୁ ଗିରଫ କରିଛି। ଅଭିଯୁକ୍ତ ସ୍ୱାମୀର କହିବା ଅନୁଯାୟୀ, ତା’ ସ୍ତ୍ରୀ ଉତ୍ତମାର ଅନ୍ୟ ଏକ ଯୁବକ ସହ…

"ପରକ୍ରିୟା ପ୍ରୀତି: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ୱାମୀ"

ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥ ନକ୍‌ସାପାଲିଠାରେ ଓଲଟିଲା ବସ୍‌, ଜଣେ ମୃତ, ୨୦ରୁ ଅଧିକ ଆହତ

ସମ୍ବଲପୁର ୧୮-୬ (ଓଡ଼ିଆ ପୁଅ)  ସମ୍ବଲପୁର ନକ୍ସପାଲିରେ ବରଗଡ଼ରୁ ଭୁବନେଶ୍ୱର ଯାଉଥିବା ଏକ ବସ ଦ୍ରୁତଗତିରେ ଆସି ଅନ୍ୟ ଏକ ବସକୁ ଧକ୍କା ଦେବା ଫଳରେ ଓଲଟି ପଡ଼ିଥିଲା।  ଜଣେ ମୃତ, ୨୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଉଛନ୍ତି ବରଗଡ଼ ଷ୍ଟେସନପଡ଼ାର ପ୍ରମୋଦ ବରାଳ ବୋଲି ଜଣା ପଡ଼ିଛି।

"ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥ ନକ୍‌ସାପାଲିଠାରେ ଓଲଟିଲା ବସ୍‌, ଜଣେ ମୃତ, ୨୦ରୁ ଅଧିକ ଆହତ"

ଶ୍ରୀମନ୍ଦିର ପରିସରରେ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ୧୮-୬ (ଓଡ଼ିଆ ପୁଅ/ବିଜୟ ମିଶ୍ର) : ଶ୍ରୀମନ୍ଦିର ପରିସରରେ କୋଲକାତାର ଚୌଧୁରୀ ଲେନର ସୁରଜିତ ମଲ୍ଲିକ ନାମକ ଜଣେ ପର୍ଯ୍ୟଟକ ମନ୍ଦିର ଦର୍ଶନ କରି ଫେରିବା ସମୟରେ ହଠାତ ପଡ଼ିଗଲେ। ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

"ଶ୍ରୀମନ୍ଦିର ପରିସରରେ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ"