ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା

– ଦେଶର ୪୫ ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ୪୮୨ କୋଟି ଟଙ୍କାର ସହାୟତା ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଦେଶରେ ଥିବା ୪୫ ଟି ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୪୮୨ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ ରାଜ୍ୟମାନେ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଖାଦ୍ୟ ସୁରକ୍ଷା ଓ ପୋøଷ୍ଟିକତା ଉପରେ ଏଫଏସଏସଏଆଇ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କର ପ୍ରଥମ ଗୋଲଟେବୁଲ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର…

"ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା"

କେନ୍ଦ୍ର କ୍ୟାବିନେଟ ନିଷ୍ପତି

– ପ୍ରମୁଖ କ୍ଷେତ୍ରରେ ଆହୁରି କୋହଳ ହେଲା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି – ଏଫଡିଆଇ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ – ଏକକ ବ୍ରାଣ୍ଡ ଖୁଚୁରା କାରବାର ପାଇଁ ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇ – ନିର୍ମାଣ ବିକାଶ କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇ – ଏୟାର ଇଣ୍ଡିଆର ଅନୁମତିପ୍ରାପ୍ତ ମାର୍ଗରେ ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ୪୯% ପର୍ଯ୍ୟନ୍ତ ନିବେଶ ଅନୁମତି – ପ୍ରାଥମିକ ବଜାର ଜରିଆରେ ପାୱାର ଏକ୍ସଚେଞ୍ଜ କ୍ଷେତ୍ରରେ ନିବେଶ ପାଇଁ ଏଫଆଇଆଇ/ଏଫପିଆଇଗୁଡ଼ିକୁ ଅନୁମତି – ଏଫଡିଆଇ ନୀତିରେ ‘ମେଡିକାଲ ସରଞ୍ଜାମ’ର ସଂଜ୍ଞାରେ ସଂଶୋଧନ ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିରେ…

"କେନ୍ଦ୍ର କ୍ୟାବିନେଟ ନିଷ୍ପତି"

ସାମ୍ପ୍ରତିକ ଆର୍ଥିକ ବ୍ୟବସ୍ଥା ଓ ଭବିଷ୍ୟତ ପନ୍ଥା ସମ୍ପର୍କରେ ୪୦ଜଣ ଅର୍ଥଶାସ୍ତ୍ରୀ, ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୁଆଦିଲ୍ଲୀଠାରେ ୪୦ଜଣ ବରିଷ୍ଠ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାର ବିଷୟବସ୍ତୁ ଥିଲା “ଆର୍ଥିକ ନୀତି ଏବଂ ଭବିଷ୍ୟତ ପନ୍ଥା”। ନୀତି ଆୟୋଗଙ୍କ ପକ୍ଷରୁ ଏହି ମତ ବିନିମୟ ଓ ବିଚାର ବିମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଲୋଚନା କାଳରେ ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞମାନେ ମାକ୍ରୋ ଇକୋନୋମି, କୃଷି ଗ୍ରାମ୍ୟ ବିକାଶ, କର୍ମ ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ବିନିର୍ମାଣ, ରପ୍ତାନୀ, ସହରାଂଚଳ ବିକାଶ, ଭିତିଭୂମି ଏବଂ ସଂଯୋଗୀକରଣ ଉପରେ ନିଜ ନିଜର ବିସ୍ତୃତ ମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଏହି ଅବସରରେ ଉପସ୍ଥିତ…

"ସାମ୍ପ୍ରତିକ ଆର୍ଥିକ ବ୍ୟବସ୍ଥା ଓ ଭବିଷ୍ୟତ ପନ୍ଥା ସମ୍ପର୍କରେ ୪୦ଜଣ ଅର୍ଥଶାସ୍ତ୍ରୀ, ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ"

ଏମପିଲାଡ୍ ସ୍କିମ୍ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟଙ୍କ ନିଷ୍ପତି

– ବାର୍ଷିକ ୩୯୫୦ କୋଟି ଟଙ୍କାର ବ୍ୟୟବରାଦ – ଜିଲ୍ଲା, ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସାମର୍ଥ୍ୟ ବୃଦ୍ଧି ଓ ପ୍ରଶିକ୍ଷଣ ପାଇଁ ବାର୍ଷିକ ଅତିରିକ୍ତ ୫ କୋଟି ଟଙ୍କାର ବ୍ୟବସ୍ଥା ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ସାଂସଦ ଆଂଚଳିକ ବିକାଶ କାର୍ଯ୍ୟକ୍ରମ – ଏମପିଲାଡ୍ ସ୍କିମ୍ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ଜାରି ରହିବ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। କ୍ୟାବିନେଟ ନିଷ୍ପତି ଅନୁସାରେ ଆଗାମୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ସ୍କିମ ସାଂସଦମାନଙ୍କ ପାଇଁ ଜାରି ରହିବ। ଏମପିଲାଡ୍ ସ୍କିମ୍ ପାଇଁ ବାର୍ଷିକ…

"ଏମପିଲାଡ୍ ସ୍କିମ୍ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟଙ୍କ ନିଷ୍ପତି"

ଆର୍ଥିକ ନୀତି ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ ବିଭିନ୍ନ ପ୍ରସଙ୍ଗ ବିଶେଷଜ୍ଞମାନଙ୍କ ସହ ଆସନ୍ତା କାଲି ଆଲୋଚନା କରିବେ। ନୀତି ଆୟୋଗଙ୍କ ପକ୍ଷରୁ ଏହି ବିଚାର-ଆଲୋଚନା ତଥା ମାନସ ମନ୍ଥନ ଆୟୋଜନ କରାଯାଇଛି। ‘ଆର୍ଥିକ ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା’ ଶୀର୍ଷକ ଏହି ଆଲୋଚନାକୁ ବଛା ବଛା ବିଶେଷଜ୍ଞ ଗୋଷ୍ଠୀ ଓ ଅର୍ଥଶାସ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା କାଲିର ମାନସ ମନ୍ଥନରେ ୬ଟି ବିଶେଷ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ସେଗୁଡିକ ହେଲା ବୃହତ୍ ଆର୍ଥିକ ଭାରସାମ୍ୟ, କୃଷି ଓ ଗ୍ରାମ୍ୟ ବିକାଶ, ସହରାଂଚଳ ଉନ୍ନୟନ, ଭିତିଭୂମି ଓ ସଂଯୋଗୀକରଣ, କର୍ମନିଯୁକ୍ତି, ବିନିର୍ମାଣ ଓ ରତ୍ପାନୀ କ୍ଷେତ୍ର…

"ଆର୍ଥିକ ନୀତି ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ"

ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

– ଭାରତୀୟଙ୍କ ଆଶା ଓ ଆକାଂକ୍ଷା ଏବେ ସର୍ବୋଚ୍ଚ ସ୍ତରରେ – ପିଆଇଓମାନେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ – ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରବାସୀ ସାଂସଦ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ଲୋକ ଶହ ଶହ ବର୍ଷ ଧରି ଭାରତ ଛାଡ଼ିସାରିଛନ୍ତି, ତଥାପି ସେମାନେ ନିଜ ମନ ଏବଂ ହୃଦୟରେ ଭାରତକୁ ସ୍ଥାନ ଦେଇଛନ୍ତି। ସେ କହିଥିଲେ, ଏଥିରେ ଆଦୌ ଆଶ୍ଚର୍ଯ୍ୟର ହେବାର ନାହିଁ ଯେ ଭାରତୀୟ ବଂଶୋଦ୍ଭବ ଲୋକମାନେ ସେମାନେ…

"ପ୍ରବାସୀ ସାଂସଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ"

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତର ହଜ୍ କୋଟା ବୃଦ୍ଧି ଚଳିତବର୍ଷ ଯିବେ ରେକର୍ଡ ସଂଖ୍ୟକ ହଜ୍-ଯାତ୍ରୀ

– ବିନା ମେହରମ୍ ରେ ମହିଳାମାନେ ଯାଇପାରିବେ ହଜ୍ ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତ ହଜ୍ କୋଟା ବୃଦ୍ଧି କରିଛନ୍ତି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅର୍ଥାତ୍ ୧ ଲକ୍ଷ ୭୫ ହଜାର ୨୫ ଜଣ ହଜ୍ ଯାତ୍ରାରେ ଯିବେ। ନିକଟରେ ଭାରତ ଓ ସାଉଦି ଆରବ ମଧ୍ୟରେ ଦ୍ୱିପାକ୍ଷିକ ବାର୍ଷିକ ହଜ୍-୨୦୧୮ ଚୁକ୍ତି ସ୍ୱାକ୍ଷର ହେବା ପରେ ଭାରତର ହଜ୍ କୋଟା ବୃଦ୍ଧି ହୋଇଛି। ସାଉଦି ଆରବର ହଜ୍ ଏବଂ ଉମରାହ ମନ୍ତ୍ରୀ ଓ ଶ୍ରୀ ନକ୍ଭୀ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। କେନ୍ଦ୍ର ସଂଖ୍ୟାଲଘୁ…

"କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତର ହଜ୍ କୋଟା ବୃଦ୍ଧି ଚଳିତବର୍ଷ ଯିବେ ରେକର୍ଡ ସଂଖ୍ୟକ ହଜ୍-ଯାତ୍ରୀ"

ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି

– ୨୦୧୭-୧୮ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି – ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନର ଏହା ୬୭% – ଅଗ୍ରୀମ ଟିକସ ଆଦାୟରେ ୧୨.୭% ବୃଦ୍ଧି ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷର ଡିସେମ୍ବର, ୨୦୧୭ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୬.୫୬ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଆଦାୟ ହୋଇଥିବା ପ୍ରତ୍ୟକ୍ଷ ଟିକସ ତୁଳନାରେ ୧୮.୨% ଅଧିକ। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ୨୦୧୭-୧୮ ଆର୍ଥିକ ବର୍ଷର ବଜେଟରେ କରାଯାଇଥିବା ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନ(୯.୮ ଲକ୍ଷ କୋଟି…

"ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି"

ପ୍ରେସର ମାଇନ ବିସ୍ପୋରଣରେ ଦୁଇ ଆହତ ଆଦିବାସୀ ମହିଳାଙ୍କୁ ମାଓ ଗଡରେ ଭାରରେ ମେଡିକାଲକୁ ବୋହିନେଲେ ଯବାନ

ମାଲକାନଗିରି, ୯ା୧( ଓଡିଆ ପୁଅ ) ମାଓବାଦୀ ମାନଙ୍କ ପାଇଁ ସେମାନେ ନୃଶଂସ ହୋଇପାରନ୍ତି, ହେଲେ ସାଧାରଣ ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି, ଏହି ଜବାନମାନେ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାରେ, ମାଓବାଦୀମାନେ ପୋତିଥିବା ପ୍ରେସର ବମ ବିସ୍ପୋରଣ ହୋଇ ଦୁଇଜଣ ଆଦିବାସୀ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ନିକଟରେ କୌଣସି ଗାଡି ନଥିବାରୁ ସେଠାରେ ପୋଟ୍ରୋଲିଂ କରୁଥିବା ସିଆରପିଏଫ ଜବାନ ମାନେ ସାହସର ସହିତ ସେ ଦୁଇଜଣ ମହିଳାଙ୍କୁ ଭାରରେ ବୋହି ନେଇ ମେଡିକାଲକୁ ଯାଇଥିଲେ। ମାଓଗଡ ହୋଇଥିବାରୁ ଜବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ପ୍ରେସର ମାଇନ ପୋତି…

"ପ୍ରେସର ମାଇନ ବିସ୍ପୋରଣରେ ଦୁଇ ଆହତ ଆଦିବାସୀ ମହିଳାଙ୍କୁ ମାଓ ଗଡରେ ଭାରରେ ମେଡିକାଲକୁ ବୋହିନେଲେ ଯବାନ"

୭୯ ବର୍ଷ ପରେ ଅଷ୍ଟ୍ରେଲିଆରେ ପ୍ରବଳ ଗରମ ତାପମାତ୍ରା ୪୭ ଡିଗ୍ରୀ ପାର : ଅନ୍ୟପଟେ ଆମେରିକାରେ ପ୍ରବଳ ଥଣ୍ଡା ପାରଦ ମାଇନସ୍ ୭୩ ଡିଗ୍ରୀ

– ଗ୍ଲୋବଲ ୱାର୍ମିଙ୍ଗର ଅସର: ଅଷ୍ଟ୍ରେଲିଆରେ ପ୍ରବଳ ଗରମ: ଆମେରିକାରେ ପ୍ରବଳ ଥଣ୍ଡା ସିଡନୀ ୮-୧ (ଓଡ଼ିଆ ପୁଅ) ଦୁନିଆରେ କ୍ଲାଇମେଟ ଚେଞ୍ଜର ଅସର ଦେଖିବାକୁ ମିଳିଲାଣି। ଆମେରିକାରେ ବରଫର ଝଡ଼ ତୋଫାନ ହେଉଥିବା ବେଳେ ଅନ୍ୟ ପଟେ ଅଷ୍ଟ୍ରେଲିଆରେ ୭୯ ବର୍ଷ ପରେ ସବୁଠାରୁ ଅଧିକ ଗରମର ସାମନା କରିବାକୁ ପଡ଼ୁଛି। ମାଇନସ ୭୩.୩ ଡିଗ୍ରୀ ସେଲ୍ସିୟସ ତାପମାନ ସହିତ ଆମେରିକାର ନ୍ୟୁ ହୈମ୍ପଶାୟର ସବୁଠାରୁ ଥଣ୍ଡା ଜାଗା ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ଗରମ ସ୍ଥାନ ସିଡନୀରେ ୪୭.୫ ଡିଗ୍ରୀ ସେଲ୍ସିୟସ ତାପମାନ ରେକେର୍ଡ କରାଯାଇଛି। ୧୯୩୯ରେ ୪୭.୭ ଡିଗ୍ରୀ ତାପମାନ ରେକର୍ଡ଼ କରାଯାଇଥଇଲା। ଅଷ୍ଟ୍ରେଲିଆରେ ହାରାହାରି ତାପମାତ୍ରା ୫୦ ଡିଗ୍ରୀ…

"୭୯ ବର୍ଷ ପରେ ଅଷ୍ଟ୍ରେଲିଆରେ ପ୍ରବଳ ଗରମ ତାପମାତ୍ରା ୪୭ ଡିଗ୍ରୀ ପାର : ଅନ୍ୟପଟେ ଆମେରିକାରେ ପ୍ରବଳ ଥଣ୍ଡା ପାରଦ ମାଇନସ୍ ୭୩ ଡିଗ୍ରୀ"