“ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ” ସ୍ଥାପନା ପାଇଁ ପୁଣି ନବୀନ ଚିଠି ଲେଖିଲେ ମୋଦୀଙ୍କୁ

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ) ଓଡିଶାରେ “ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ”ର ସ୍ଥାପନା  ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। ଏହା ପୂର୍ବରୁ ନବୀନ ତିନିଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ବିଷୟରେ ପତ୍ର ଲେଖି ଅନୁରୋଧ କରିସାରିଛନ୍ତି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆର ଏଣ୍ଡ ଡି ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟରେ ଏହି ପ୍ରତିଷ୍ଠିତ ପରିଯୋଜନା ପାଇଁ ଆବଶ୍ୟକ ଭିତ୍ତିଭୂମିର ସହାୟତା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ। ରାଜ୍ୟ ସରକାର ପୂର୍ବରୁ ସଂସ୍ଥାନ ପାଇଁ ଆଇଆଇଟି ଭୁବନେଶ୍ୱର ନିକଟରେ ୭୩.୬୮ ଏକର ଜମି ଆବଣ୍ଟିତ କରିଛନ୍ତି। ଏହା…

"“ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ” ସ୍ଥାପନା ପାଇଁ ପୁଣି ନବୀନ ଚିଠି ଲେଖିଲେ ମୋଦୀଙ୍କୁ"

ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏଟ ପର୍ଯ୍ୟନ୍ତ ପାଠପଢା ହୋଇପାରେ ମାଗଣା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) କ୍ୟାବ (ସେଣ୍ଟ୍ରାଲ ଏଡଭାଇଜରୀ ବୋର୍ଡ ଅଫ ଏଜୁକେସନ) ର ଉପ-ସମିତିର  ପ୍ରସ୍ତାବଗୁଡ଼ିକ ଉପରେ ଯଦି ଦୃଷ୍ଟି ଦିଆଯାଏ ତେବେ ଦେଶରେ ଶିଘ୍ର ହିଁ ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏସନ୍ ପର୍ଯ୍ୟନ୍ତ ପାଠପଢା ମାଗଣା ହୋଇଯିବ। ତା’ ସହିତ ହିଁ ଶିକ୍ଷାର ଅଧିକାର (RTE)ର ପରିସର ମଧ୍ୟ ବଢିକରି ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ RTE ର ପରିସର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରଖାଯାଇଛି। କ୍ୟାବର ୧୫ ଏବଂ ୧୬ ଜାନୁଆରୀରେ ହେବାକୁ ଥିବା ବୈଠକରେ ଅନ୍ତିମ ନିର୍ଣୟ ହେବ। କ୍ୟାବର ଦିଲ୍ଲୀରେ ହେବାକୁଥିବା ଏହି ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସହିତ ଦେଶର…

"ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏଟ ପର୍ଯ୍ୟନ୍ତ ପାଠପଢା ହୋଇପାରେ ମାଗଣା"

ଶିଖ ଦଙ୍ଗା: ୧୮୬ ମାମଲା ଗୁଡ଼ିକର ଜାଞ୍ଚ ପାଇଁ SIT ର ଗଠନ ୧୯ ମାର୍ଚ୍ଚରେ ଆସନ୍ତା ଶୁଣାଣି

– ଜାଞ୍ଚ ପାଇଁ ସୁପ୍ରିମ କୋର୍ଟ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ.ଏନ. ଧୀଙ୍ଗରା ଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କଲେ ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ୧୯୮୪ ର ଶିଖ ବିରୋଧୀ ଦଙ୍ଗା ସମ୍ପର୍କୀତ ୧୮୬ଟି ମାମଲା ଗୁଡ଼ିକର ଜାଞ୍ଚ ପୁନଃ ଆରମ୍ଭ ହେବ। ଜାଞ୍ଚ ପାଇଁ ସୁପ୍ରିମ କୋର୍ଟ ହାଇକୋର୍ଟର ରିଟାୟାର୍ଡ ଜଜ ଏସ.ଏନ. ଢିଙ୍ଗରାଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଚ ଏସଆଇଟିର ଗଠନ କଲେ। ଏସଆଇଟିର ଅନ୍ୟ ଦୁଇ ଜଣ ସଦସ୍ୟ ଅବସରପ୍ରାପ୍ତ ଆଇପିଏସ ରାଜଦୀପ ସିଂହ ଏବଂ ବର୍ତ୍ତମାନ ଆଇପିଏସ ଅଭିଷେକ ଦୁଲାର ଅଟନ୍ତି। ଏସଆଇଟି ଦୁଇଟି ମାସରେ ନିଜର ରିପୋର୍ଟ ଦେବେ। ଆସନ୍ତା ଶୁଣାଣି ୧୯…

"ଶିଖ ଦଙ୍ଗା: ୧୮୬ ମାମଲା ଗୁଡ଼ିକର ଜାଞ୍ଚ ପାଇଁ SIT ର ଗଠନ ୧୯ ମାର୍ଚ୍ଚରେ ଆସନ୍ତା ଶୁଣାଣି"

ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମୁମ୍ବାଇ ଡିଭିଜନର ମାତୁଙ୍ଗା ରେଳଷ୍ଟେସନ: ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ) ମହିଳା କର୍ମଚାରୀଙ୍କୁ ସଶକ୍ତୀକରଣ କରିବା ଦିଗରେ ଭାରତୀୟ ରେଳବାଇର ଉଦ୍ୟମ ଯୋଗୁ ସେଂଟ୍ରାଲ ରେଲୱେ ମୁମ୍ବାଇ ଡିଭିଜନର ମାତୁଙ୍ଗା ଷ୍ଟେସନ ଲିମକାବୁକ୍ ଅଫ୍ ରେକର୍ଡସ-୨୦୧୮ରେ ସ୍ଥାନିତ ହୋଇପାରିଛି। ମାତୁଙ୍ଗା ଷ୍ଟେସନ ଦେଶର ପ୍ରଥମ ରେଳଷ୍ଟେସନ ଯେଉଁଠାରେ କି ସମସ୍ତ କର୍ମଚାରୀ ମହିଳା। ଏଠାରେ ୪୧ ଜଣ ମହିଳା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୭ ଜଣ ବୁକିଂ କ୍ଲର୍କ, ୬ ଜଣ ଆରପିଏଫ୍ ଯବାନ୍, ୮ ଜଣ ଟିକେଟ ଚେକର୍, ୫ ଜଣ ପଏଂଟ ପର୍ସନ, ୨ ଜଣ ଘୋଷକ ଏବଂ ୨ ଜଣ ସଫେଇ କର୍ମଚାରୀ। ଏମାନେ ଷ୍ଟେସନ ମ୍ୟାନେଜର ଶ୍ରୀମତୀ ମମତା କୁଲକର୍ଣ୍ଣିଙ୍କ ତତ୍ୱ୍ୱାବଧାନରେ…

"ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମୁମ୍ବାଇ ଡିଭିଜନର ମାତୁଙ୍ଗା ରେଳଷ୍ଟେସନ: ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା"

ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ ଇଚ୍ଛାମୃତ୍ୟୁ – ପଢ଼ନ୍ତୁ ପୂରା ମାମଲା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ): ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ମାଗିଛନ୍ତି ଇଚ୍ଛାମୃତ୍ୟୁ। ମୁମ୍ବାଇର ଚରନୀ ରୋଡ ନିବାସୀ ଏକ ବୃଦ୍ଧ ଦମ୍ପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିକରି ଇଚ୍ଛାମୃତ୍ୟୁର ଗୁହାରୀ ଲଗାଇଛନ୍ତି। ୮୬ ବର୍ଷୀୟ ନାରାୟଣ ଲବାତେ ଯିଏ କି ୧୯୮୯ରେ ରାଜ୍ୟ ପରିବହନ ନିଗମରୁ ସେବାରୁ ଅବସର ନେଇସାରିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ଲେଖିଥିବା ନିଜର ପତ୍ରରେ କହିଛନ୍ତିଯେ, ଆମେ ସ୍ୱାମୀ-ସ୍ତ୍ରୀ ନିଃସନ୍ତାନ। କୌଣସି ଗମ୍ଭୀର ବେମାରୀରେ ଗ୍ରାସିତ ମଧ୍ୟ ନୁହେଁ। ତଥାପି ମଧ୍ୟ ଏବେ ଆମର ଜିଇଁବାର କୌଣସି ଅର୍ଥନାହିଁ। ନାରାୟଣ ଲବାତେ କହିଲେକି ଏହି କଥାର କୌଣସି ଗାରେଣ୍ଟି ନାହିଁ କି ଏବେ ଆମକୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା…

"ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ ଇଚ୍ଛାମୃତ୍ୟୁ – ପଢ଼ନ୍ତୁ ପୂରା ମାମଲା"

ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ଗୁରୁବାର ସକାଳେ ଆୟକର ବିଭାଗ ଏକ ଗୁଟଖା ବ୍ୟାପାରୀ ଠାବରେ ଛାପା ମାରିଛନ୍ତି। ଛାପାମାରିବା ବେଳେ ପ୍ରାୟତଃ ୬୧ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏହା ବ୍ୟତୀତ ଛାପାମାରିରେ ପ୍ରାୟତଃ ସାଢେ ଦସ କୋଟି ଟଙ୍କାର ନଗଦ ଟଙ୍କା ଏବଂ ଗହଣା ଧରାପଡ଼ିଛି। ଏହି ସମସ୍ତ ଟଙ୍କାର ସମ୍ବନ୍ଧ ଏକ ଗୁଟଖା ବ୍ୟାପାରୀ ଏବଂ ବିଲ୍ଡର ବୋଲି ଦଣା ପଡ଼ିଛି। ନୂଆଦିଲ୍ଲୀର ସାଉଥ ଏକ୍ସଟେନ୍ସନ ପ୍ରାଇବେଟ ଲକରରେ ୧୦.୫ କୋଟି ନଗଦ ଏବଂ ୯.୫ କୋଟିର ଗହଣା ମିଳିଛି। ଇନକମ ଟ୍ୟାକ୍ସ ବିଭାଗର ଛାପାମାରି ରେ ଏହି ନଗଦ ଏବଂ ଗହଣା ଧରାପଡ଼ିଛି। ପୂର୍ବରୁ ମଧ୍ୟ ଏହି…

"ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା"

ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ

– ପ୍ରଧାନମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି ଭୁବନେଶ୍ୱର, ତା.୧୦/୦୧ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ପୁରୀ ସହରରେ ଥିବା ଦୁଇଟି ପୁରୁଣା ଏବଂ ବିଖ୍ୟାତ ବଡ ଓଡିଆ ମଠ ଓ ଗଙ୍ଗା ମାତା ମଠର ପୁନରୁଦ୍ଧାର ପାଇଁ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଦେଶର ପ୍ରମୁଖ ପର୍ଯ୍ୟଟନ ଓ ସଂସ୍କୃତି ଭିତିକ ସହରର ସୈାନ୍ଦର୍ଯ୍ୟ ଏବଂ ବିକାଶ ପାଇଁ କେନ୍ଦ୍ର ସରକାର ଗତ ୨୦୧୫ ମସିହାରେ ହ୍ରିଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପୁରୀ ସମେତ ଦେଶର ପ୍ରମୁଖ ୧୨ଟି ପର୍ଯ୍ୟଟନୀ ସହରକୁ…

"ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ"

ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା

– ଦେଶର ୪୫ ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ୪୮୨ କୋଟି ଟଙ୍କାର ସହାୟତା ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଦେଶରେ ଥିବା ୪୫ ଟି ଖାଦ୍ୟ ପରୀକ୍ଷାଗାରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୪୮୨ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ ରାଜ୍ୟମାନେ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଖାଦ୍ୟ ସୁରକ୍ଷା ଓ ପୋøଷ୍ଟିକତା ଉପରେ ଏଫଏସଏସଏଆଇ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କର ପ୍ରଥମ ଗୋଲଟେବୁଲ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର…

"ଖାଦ୍ୟ ସୁରକ୍ଷା ସମ୍ପର୍କୀତ ପ୍ରଥମ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ଜେ.ପି.ନଡ୍ଡା"

କେନ୍ଦ୍ର କ୍ୟାବିନେଟ ନିଷ୍ପତି

– ପ୍ରମୁଖ କ୍ଷେତ୍ରରେ ଆହୁରି କୋହଳ ହେଲା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି – ଏଫଡିଆଇ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ – ଏକକ ବ୍ରାଣ୍ଡ ଖୁଚୁରା କାରବାର ପାଇଁ ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇ – ନିର୍ମାଣ ବିକାଶ କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇ – ଏୟାର ଇଣ୍ଡିଆର ଅନୁମତିପ୍ରାପ୍ତ ମାର୍ଗରେ ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ୪୯% ପର୍ଯ୍ୟନ୍ତ ନିବେଶ ଅନୁମତି – ପ୍ରାଥମିକ ବଜାର ଜରିଆରେ ପାୱାର ଏକ୍ସଚେଞ୍ଜ କ୍ଷେତ୍ରରେ ନିବେଶ ପାଇଁ ଏଫଆଇଆଇ/ଏଫପିଆଇଗୁଡ଼ିକୁ ଅନୁମତି – ଏଫଡିଆଇ ନୀତିରେ ‘ମେଡିକାଲ ସରଞ୍ଜାମ’ର ସଂଜ୍ଞାରେ ସଂଶୋଧନ ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିରେ…

"କେନ୍ଦ୍ର କ୍ୟାବିନେଟ ନିଷ୍ପତି"

ସାମ୍ପ୍ରତିକ ଆର୍ଥିକ ବ୍ୟବସ୍ଥା ଓ ଭବିଷ୍ୟତ ପନ୍ଥା ସମ୍ପର୍କରେ ୪୦ଜଣ ଅର୍ଥଶାସ୍ତ୍ରୀ, ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୁଆଦିଲ୍ଲୀଠାରେ ୪୦ଜଣ ବରିଷ୍ଠ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାର ବିଷୟବସ୍ତୁ ଥିଲା “ଆର୍ଥିକ ନୀତି ଏବଂ ଭବିଷ୍ୟତ ପନ୍ଥା”। ନୀତି ଆୟୋଗଙ୍କ ପକ୍ଷରୁ ଏହି ମତ ବିନିମୟ ଓ ବିଚାର ବିମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଲୋଚନା କାଳରେ ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞମାନେ ମାକ୍ରୋ ଇକୋନୋମି, କୃଷି ଗ୍ରାମ୍ୟ ବିକାଶ, କର୍ମ ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ବିନିର୍ମାଣ, ରପ୍ତାନୀ, ସହରାଂଚଳ ବିକାଶ, ଭିତିଭୂମି ଏବଂ ସଂଯୋଗୀକରଣ ଉପରେ ନିଜ ନିଜର ବିସ୍ତୃତ ମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଏହି ଅବସରରେ ଉପସ୍ଥିତ…

"ସାମ୍ପ୍ରତିକ ଆର୍ଥିକ ବ୍ୟବସ୍ଥା ଓ ଭବିଷ୍ୟତ ପନ୍ଥା ସମ୍ପର୍କରେ ୪୦ଜଣ ଅର୍ଥଶାସ୍ତ୍ରୀ, ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ"