”ଜୀବନରେ ସମୟର ଖେଳ”

ଜୀବନର ଦୋ” ଛକି ରେ କେବେ ଖରା ପୁଣି କେବେ ଛାଇ, ତଥାପି ଚାଲିବାକୁ ହୁଏ ….କିଛି ମୋହକୁ ସାଥିରେ ନେଇ,, କେତେ ସବୁ ନୂଆ ମୁହଁ ଦିଶି ଯାଆନ୍ତି ବାଟରେ … କେହି ପୁଣି ସାଥେ ଚାଲେ,, କେହି କଣ୍ଟା ଥୁଏ ବାଟରେ .. କିଏ ପୁଣି ପର,,ଆଉ କିଏ ଅତି ଆପଣାର… ସବୁ ତ ସମୟର ଖେଳ,, ବୁଝିବା କେମିତି,, ଖେଳ ବୁଝ ନ ବୁଝ, ଜୀବନଟା ଚାଲିବ ଏମିତି …..   (ରଶ୍ମିମୟୀ ପଟ୍ଟନାୟକ, ଜଟଣୀ)

"”ଜୀବନରେ ସମୟର ଖେଳ”"

।।ଆରକ୍ଷଣ।।

-ଏଲି ମହାନ୍ତି,ବାରିପଦା କହିଲୁ, ସତରେ କ’ଣ ତୋ ଡେଣା କାଟିବା ପରି ଅସ୍ତ୍ର ଥିଲା କେବେ ମୋ ପାଖରେ ? ତୋ ଡେଣାରେ ମାଖିହେଇ ପାହାଡ ତଳକୁ ଓହ୍ଲେଇ ଆସୁଥିଲା ଆଲୁଅ ତୁ ଗୁଣୁ ଗୁଣେଇଲେ ଧାନ କେଣ୍ଡାରେ ତେଣ୍ଡି ଯାଉଥିଲା କ୍ଷୀର ତୁ ହିଁ କେବେ ରୁଅ ହେଇ ଠିଆ ହେଲୁ ମୋ ଘର ପାଇଁ ତୋତେ ଭରାଦେଇ ମୁଁ ବାନ୍ଧିଲି ଚଉଷଠି ବନ୍ଧନ ମୋ ଉଆସ ବାହାରେ ତୁ ଘାସରେ ପଡିଥିବା ବୁନ୍ଦେ କାକର !! ପାଂଚ ହଜାର ବର୍ଷର ଲଢେଇ ପରେ ବି ଚିହ୍ନିନୁ ତୋ ଉଡାଣ କି ମୋ ଉଦାରପଣ….. ଛାଇର ରଂଗ ଅଲଗା ନୁହେଁ ତଥାପି ଛିଂଚୁଥାଏ ଗୋବର…

"।।ଆରକ୍ଷଣ।।"

ରାଜା କିଏ ?

– ଶ୍ରୀ ଅଖଣ୍ଡ ମୁଣ୍ଡରେ ଠେକା ହାତରେ ହଳ ଘରେ ଲୁଣ ଲଂଙ୍କା ପଖାଳ ଦୁନିଆକୁ ଦାନା ଦେଉଥିବା ଲୋକ। ନା . . . କେବେ ପିନ୍ଧିନଥିବା ମୁଣ୍ଡରେ ମୁକୁଟ ଚଲାଇ ଜାଣିନଥିବା ହାତରେ ତଲୱାର ଆଉ ବରାଦିଆ ପୂଜକ ଦେଖାଣିଆ ଅଭିଷେକ କରୁଥିବା ଲୋକ ? -କମଳାସାଗର ପାଟଣା, ପିପିଲି, ପୁରୀ

"ରାଜା କିଏ ?"

ଭଦ୍ରକ ସାହିତ୍ୟ ପରିଷଦର ବଂନ୍ଧୁ ମିଳନ ଓ କବିତା ପାଠୋତ୍ସବ

ଭଦ୍ରକ, ୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାବାଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଭଦ୍ରକ ସାହିତ୍ୟ ପରିଷଦର ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ଡଃ ରାଧାରାଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ସଦାଶିବ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଜୀବନର ପ୍ରତିଫଳନ ହିଁ ବାସ୍ତବ କବିତା ବୋଲି ମତବ୍ୟକ୍ତ କରିଥିବା ବେଳେ ମୁଖ ବକ୍ତାଭାବେ ଡ. ଗୋଲକ ବିହାରୀ ସାହୁ ସମାଜ ସମସ୍ୟାର ସମାଧାନକୁ ସାହିତ୍ୟ ହିଁ ଏକମାତ୍ର ସମ୍ବଳ ବୋଲି ସୂଚନା ପ୍ରଦାନ କରିଥିଲେ। ଉକ୍ତ କବିତା ଆସରରେ କବୟତ୍ରୀ ପ୍ରୀତିଲତା ପଣ୍ଡା କବିତା ଗୁଡିକୁ ସଂଯୋଜନା କରିଥିବା ବେଳେ ଡଃ.…

"ଭଦ୍ରକ ସାହିତ୍ୟ ପରିଷଦର ବଂନ୍ଧୁ ମିଳନ ଓ କବିତା ପାଠୋତ୍ସବ"