ମୁହୂର୍ତ୍ତର ସ୍ୱପ୍ନ

ସିପ୍ରା ନାମତା (ନମ୍ରତା) ଚାଲ, ଅସହାୟ ମୁହୂର୍ତ୍ତକୁ ସାଉଁଟି ଆଣିବା ବାର ହାତ ଶାଢ଼ୀ ପଣତ ଓ ଦଶ ହାତ ଧୋତିର ଧଡିରେ ବାସ୍ତବିକତାର ମଧୁର ବନ୍ଧନରେ କେବେ ନ ଫିଟିବାର ଗଣ୍ଠି ଟିଏ ଦେବା , ହୃଦୟର ଅଳିନ୍ଦ ନୀଳୟର ସୁକ୍ଷ୍ମ ଧମନୀ ଓ ଅସଂଖ୍ୟସ୍ନାୟୁ କୋଷିକାର ଶିରା ପ୍ରଶିରାରେ , ଲାଲ ସମ୍ପର୍କର ଅଣୁ ପରମାଣୁ ତିଆରି କରିବା ॥ ଚାଲ, ଆକାଶର ଅଗଣାରେ ଗଢ଼ିଦେବା ବଉଦର ଭସା ବାଲିରେ, ବେଦନାର ସିମେଣ୍ଟ ଦେଇ ବିଶ୍ୱାସର ମାଟିରେ ଦୁଇହାତ ଆଙ୍ଗୁଳି ମିଶାଇ କାନ୍ଥ ପରେ କାନ୍ଥ ଯୋଡି ଅଭଙ୍ଗା ଘର ଟିଏ ତୋଳି ହଜିଯାଇଥିବା ଦିନ ସବୁ ଖୋଜି ଆଣିବା , ପ୍ରେମ…

"ମୁହୂର୍ତ୍ତର ସ୍ୱପ୍ନ"

ନଦୀ ଓ ନାରୀ !

ପୂର୍ଣ୍ଣଚନ୍ଦ୍ର ମହାକୁଡ ଝର ଝର ଝରିପଡେ ଶୈଶବରେ ଗିରିକନ୍ଦରରୁ ଶୁଭ୍ର ସ୍ପଟିକର ରଙ୍ଗ ଆହ୍ଲାଦିତ ମନ ମା ଗର୍ଭୁ ଜନ୍ମ ନିଏ ଅଭିଷ୍ଟ ସନ୍ତାନ। ସମତଳ ମାଟି ଛୁଇଁ ଖସିଯାଏ ଖସଡା ପଥରେ ଯୌବନରେ ପାଦ ଦେଲେ ବେଗବତି ଖରସ୍ରୋତା ହୁଏ। ମାନେ ନାହିଁ ବନ୍ଧ ବାଡ ତିବ୍ର ହୁଏ ପ୍ରଖର ପ୍ରବାହ ଫୁଲି ଉଠେ ସ୍ରୋତସିନୀ ଛାତି ଉଗ୍ର ରୂପ ଧରେ କେବେ ପୁଣି କେବେ ହୁଏ ସ୍ଥିର ଚିତ୍ତ। ନାରୀ ବି ତ ନଦୀ ପରି ଗତିଶିଳ ଉନ୍ମୁକ୍ତ ଅବାଧ ସ୍ନେହ, ପ୍ରେମ, ମମତାର ଉତ୍ସ ନଦୀସମ ଜୀବନଦାୟିନୀ ନାରୀ ଅଛି ବୋଲି ତ କବି ଲେଖେ ପ୍ରଣୟ ସଙ୍ଗୀତ। ସା/ପୋ :…

"ନଦୀ ଓ ନାରୀ !"

ରାଜା ଝିଅ ସାଥେ ରଜ

ଶୈବାଳିନୀ ସାହୁ ରାଜା ଝିଅ ତମେ ରାଜି ହେବ ଯଦି ରଜ ଦିନ ଚାଲ ବସିବା ମିତ ତୁମ ପାଇଁ ଦୋଳି ବାନ୍ଧୁଥିବି ମୁହିଁ ତୁମେ ମୋତେ ନେଇ ବାନ୍ଧିବ ଗୀତ । ବଢ଼ିଲା ନଈର ସୁଅ ପରି ଥରେ ଏସନ ରଜରେ ଆସିବ ଧାଇଁ ମୋ ଛୋଟ ପଲ୍ଲୀର ପାଣି ଓ ପବନ ତୁମ ଆସିବାକୁ ଅଛି ଅନେଇ । ପାଣିକାଚ ଚୁଡ଼ି ରୂପାର ପାଉଁଜି ନାଲି ବିନ୍ଦି ରଖିଥିବି ସାଇତି ସାତ ସପନ ମୋ ଏ ଛୋଟ ପଲ୍ଲୀରେ ହୀରା ନୀଳା ଅବା ମାଣିକ ମୋତି । ଆଦ୍ୟ ଆଷାଢର ଟୋପି ଟୋପି ବର୍ଷା ମିତ ବସିବାରେ ଦେବ କି ବାଧା ରାଜା…

"ରାଜା ଝିଅ ସାଥେ ରଜ"

ତଥାପି ମୋ ଗାଁ ହସୁଛି

ପ୍ରଶାନ୍ତ କୁମାର ନାଥ ବଳଦ ପାଇଁକି ଗୁହାଳ ନାହିଁ ଲଙ୍ଗଳ ପାଇଁକି ଓଲିଟେ ନାହିଁ ଅମଳ ପାଇଁକି ଖଳାଟେ ନାହିଁ ରଖିବା ପାଇଁକି ଅମ୍ଭାର ନାହିଁ ସବୁତ ବଦଳି ଯାଇଛି ତଥାପି ମୋ ଗାଁ ହସୁଛି। ସକାଳ ହୋଇଲେ ରାବୁନି କାଉ ପିଢ଼ା ନାହିଁ ଆଉ ମାଡିବ ଲାଉ ଚାଷ ହେଉନାହିଁ ଭଲରେ ଆଉ ଖାଆନ୍ତି ନି କେହି ମାଣ୍ଡିଆ ଯାଉ ସେସବୁ ପୁରୁଣା ହେଇଛି ତଥାପି ମୋ ଗାଁ ହସୁଛି। ଓଷା ପରବରେ ଚିତା ପଡୁନି ନୂଆବୋହୂ ଆଉ ଲାଜ କରୁନି ପଖାଳ ଖାଇଲେ ଦେହେ ଯାଉନି ବାଡ଼ିରେ ବି ଛତୁ ଆଉ ଫୁଟୁନି ସନ୍ଧ୍ୟାରେ ବିଲୁଆ ଜମା ଭୁକୁନି ସବୁତ ବଦଳି ଯାଇଛି…

"ତଥାପି ମୋ ଗାଁ ହସୁଛି"

ପାରୁଛ ଯଦି ଫେରିଆସ…..

-ପ୍ରଶାନ୍ତ କୁମାର ବେହେରା ତୁମର ସବୁ ଛଳନାରେ ହରାଇଛି ମୋର ନୀତି ଓ ଆଦର୍ଶ॥ ସବୁ ବାହାନା ଆଗରେ ତୁମର ଜଳାଞ୍ଜଳି ଦେଇଛି ସବୁ ମହତ୍ତ୍ୱକୁ ମୋର॥ ଆଉ ତୁମ ପ୍ରତାରଣା ଆଗରେ ସମର୍ପି ଦେଇଛି ମୋର ସବୁ ମର୍ଯ୍ୟାଦାକୁ॥ ତୁମର ସବୁ ଛଳନା, ବାହାନା ଓ ପ୍ରତାରଣାରେ ହୋଇଛି ମୁଁ ପଥଭ୍ରଷ୍ଟ, ଉଦଭ୍ରାନ୍ତ ଓ ବିଶୃଙ୍ଖଳ॥ ହରାଇ ଦେଇଛି ତୁମ ମିଛ ସାନ୍ନିଧ୍ୟରେ ମୋ ନିଜର ସମସ୍ତ ମାନବୀୟ ଗୁଣବତ୍ତା॥ ତୁମର ମୋହାବିଷ୍ଚ ଚେନାଏ ହସରେ ପାଇଥିଲି ଶାନ୍ତି, ତୃପ୍ତି ଆଉ ସବୁକିଛି॥ ଏମିତି କ’ଣ ଦିଆଯାଏ ବିଷ ମୋ ପରି ଅସହାୟ, ନିରୁପାୟ ଆଉ ସରଳ ଲୋକଟିକୁ ? କୁହାଯାଏ ପରା ପ୍ରେମରେ…

"ପାରୁଛ ଯଦି ଫେରିଆସ….."

ଲାଜ ରହିବା କଥା

କୃତିବାସ ନାୟକ ଟଂକାରେ କେଜିଏ ଚାଉଳ ମିଳୁଛି ପାଞ୍ଚଟି ଟଂକାରେ ଆହାର କାହାପାଇଁ ଏହି ଯୋଜନା ହେଇଛି ମନେ ପଡୁନାହିଁ ମୋହର। ଜମିବାଡି ଅଛି ଫସଲ ଫଳୁଛି ପୁଅ ବି କରୁଛି ଚାକିରି ମହିଳା ଗୋଷ୍ଠୀରେ କାମକରେ ବୋହୁ ତଥାପି ମନଟା ଭିକାରି। ପେନସନ ମିଳେ ପ୍ରାସାଦ ତୋଳିଛି ସେକଥାକୁ କିଏ ଜାଣୁଛି ? ଗରିବ ଯୋଜନା ସୁବିଧା ନେବାକୁ ବାବୁଙ୍କର ମନ କିଣୁଛି. ଇନ୍ଦିରା ଆବାସ ବୁଢ଼ୀକୁ ମିଳିଛି ତାକୁ ମୁଁ ଭଡ଼ାରେ ଦେଇଛି ବିପି ଏଲ କାର୍ଡ଼ ଯୋଗାଡ଼ କରିଛି ଦୋକାନୀ ପାଖରେ ଥୋଇଛି।

"ଲାଜ ରହିବା କଥା"

“ଆସିଲାଣି ରଜ”

-ମିନତୀ ମିଶ୍ର ସରିଆସେ ଖରା ଛୁଟି, ପାଖେଇଲା ରଜ। ଆମ୍ବ ପଣସ ଜାମୁ ର ଚହଟେ ରାଇଜ॥ ଗାଁ ତୋଟା ମାଳ ଦେଖ ଦୋଳି ଭଳି ଭଳି, କୁନା କୁନି ଖେଳ ପାଇଁ ହୋଇଲେଣି ମେଳି॥ ଦୋଳିରେ ଝୁଲି ଗାଇବେ ଗୀତ ନାନା ଢଙ୍ଗ, ବରଷ କୁ ଥରେ ପରା ରଜ ସଜବାଜ॥ ହରଷ ସଭିଙ୍କ ମନ ପିଠା ମିଠା ଖାଇ, ପିଲାଦିନ ଏ ମଉଜ ଆଉ ନ ମିଳଇ॥ ପୁରୁବୁ ରହିଛି ଯେତେ ଯାତ ମୋଉଛବ, ଭୁଲିବାନି ଆମ ମାଟି ମା ର ଗରବ॥ ପ୍ରଧାନଶିକ୍ଷୟତ୍ରୀ ଖିରେଇଟାଙ୍ଗିରି ଉଚ୍ଚ ବିଦ୍ୟାଳୟ ପାଟଣା, କେନ୍ଦୁଝର

"“ଆସିଲାଣି ରଜ”"

ବର୍ଷା: କେତୋଟି ସ୍କେଚ୍

॥ ମୃଣାଳ॥ ୧. ଖରା ଥିଲା ଧୁଳି ଉଡ଼ି ମୁହଁରେ ମାଖି ହୋଇଯାଉଥିଲାା ବର୍ଷା ଦିଟୋପା ବର୍ଷି ଗଲା ଯେ ସେଇ ଧୁଳି ଦେଖ କାଦୁଅ ହୋଇ ପାଦରେ ଲୋଟିଯାଉଛିା ୨. ବର୍ଷା ବିନ୍ଦୁ କେତେ ପାପୀ ଦେଖ ମାଟିରେ ପଡ଼ିଲା ତ ଧୁଳିକୁ ପଙ୍କ କରିଦେଲାା ବର୍ଷା ବିନ୍ଦୁ କେତେ ପବିତ୍ର ଦେଖ ମାଟିରେ ପଡ଼ିଲା ତ ବିହନକୁ ଅଙ୍କୁରିତ କରିଦେଲାା ୩. ସହରରେ ବର୍ଷା କଂକ୍ରୀଟ୍ ରାସ୍ତାରେ ପଡ଼ି ଖଣ୍ଡ ଖଣ୍ଡ ହୋଇଯାଏ ବର୍ଷା ବିନ୍ଦୁା ବୋହିଯାଏ ନର୍ଦ୍ଦମା ଭିତରକୁା ଅବରୁଦ୍ଧ ନର୍ଦ୍ଦମାରେ ଜମି ରହି ପଚୋ ଦୁର୍ଗନ୍ଧ ହୁଏା ପଚା ପାଣିରେ ପୋକଜୋକମଶାମାଛି ଜନ୍ମ ନିଅନ୍ତି। ନର୍ଦ୍ଦମା ପାଣି ଉଛୁଳି ଆସେ…

"ବର୍ଷା: କେତୋଟି ସ୍କେଚ୍"

ରଙ୍ଗ

ମୁଁ ଖାତିର କରେନି ତୋ ଧଳା ରଙ୍ଗର ବିସ୍ତାର ମୋ ଆଖିରେ ଅଧ ଇଞ୍ଚର ନାଲିରଙ୍ଗ କେବେ ଚୁଲି ଭିତରେ ମୁଣ୍ଡ କେବେ ମୁଣ୍ଡ ଭିତରେ ଚୁଲି ଦେଖ୍ , ମୋ ପାଦ ବିଲକୁଲ ଲକ୍ଷ୍ମୀ ପାଦ ନୁହେଁ ବିଭତ୍ସ, କଦାକାର, ଫଟା ଫଟା.. ମୋ ଚାଲିରେ ପଦ୍ମ ଫୁଟେନି…. ଶ୍ୱାନ ଶ୍ୱାପଦଙ୍କ ବିକଟାଳ ଚିତ୍କାର ପରି ପଦପାତରେ ଯେବେ ବି ଯାହାକୁ ସାମ୍ନା କରେ ସେ ପାଲଟିଯାଏ ଗଦାଏ ବତୁରା ମାଟି ତାକୁ ମୁଁ ଗଢେ ମୋ ଇଚ୍ଛାରେ !! ସେ, ସ୍ୱର ହେଲେ ମୁଁ ହିଁ ଶବ୍ଦ ହୁଏ ସେ ବୀଜ ହେଲେ ମୁଁ ତା ଅଙ୍କୁରୋଦ୍ଗମ ସେ ଜଡ ହେଲେ ମୁଁ…

"ରଙ୍ଗ"

ମହାନ ପଣାସଂକରାନ୍ତି

ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି ଏପ୍ରିଲ ଚଉଦ ଦିନ, ପ୍ରତିବର୍ଷ ପଡ଼େ ପଣାସଂକରାନ୍ତି ଏକଥା ନୁହଁଇ ଆନ ।।୧।। ମେଷ ସଂକରାନ୍ତି ଓଡ଼ିଆ ପୁଅର ସବୁଠୁ ବଡ଼ ପରବ, ଉତ୍କଳୀୟଙ୍କର ନବବର୍ଷ ଅଟେ ଏ ତ ଆମ ଗଉରବ ।।୨।। ହିନ୍ଦୁ ଭକ୍ତଙ୍କର ଉପବାସ ଦିନ ଶିବ ଚତୁଃର୍ଦଶୀ ତିଥି ଶନି ତ୍ରୟୋଦଶୀ ହନୁମାନ ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି ।।୩।। ମେଷ ପଣା ହୁଏ ନବାତ, କଦଳୀ ଗଂଜାଇ, ଗୋଲିକି ନେଇ ସାହି ସାହି ବାଣ୍ଟ ପ୍ରୀତିର ଡୋରରେ ପ୍ରତିଟି ଘରକୁ ଯାଇ।।୪।। ଆମ୍ଭ ସମ୍ବିଧାନ ପ୍ରଣେତା ଅଟନ୍ତି ଡକ୍ଟର ଆମ୍ବେଦକର, ପଣା ସଂକରାନ୍ତି ସମସ୍ତେ ପାଳନ୍ତି ମହାନ୍ ଜନ୍ମଦିନର ।।୫।। ଜନ୍ମୋତ୍ସବ ପରା ସାଦରେ…

"ମହାନ ପଣାସଂକରାନ୍ତି"