ସ୍ୱର୍ଗଦ୍ୱାରେ ବିଦାୟର ବେଳେ…

– ପ୍ରଶାନ୍ତ କୁମାର ବେହେରା ମୁଁ ତ ଏବେ ପ୍ରେମରେ, ମୋହରେ ଆଉ ମିଛ ମାୟାରେ ମସଗୁଲ୍ ଅଛି। କିଏ ଜାଣେ ମୁକ୍ତିର ପଥ ସ୍ୱର୍ଗଦ୍ୱାର ମୋ’ ପାଇଁ କେତେ ଦୂର? ଭାବନାରେ ଛନ୍ଦିହୋଇ ସମୟକୁ ଜାଳିଛି। ସ୍ୱପ୍ନରେ ମୋହାଛନ୍ନ ହୋଇ ଅତୀତକୁ ଝୁରିଛି। ପାପ ପୂଣ୍ୟର ଲଢେଇ ଭିତରେ ବିବେକର ଦଂଶନରେ ତୁହାକୁ ତୁହା ଯନ୍ତ୍ରଣାକୁ ସହିଛି। ପ୍ରେମିକାର ରୂପରେ ବିଭୋର ହୋଇ ପୂର୍ଣ୍ଣ ଜହ୍ନକୁ ଅମାବସ୍ୟାର ରାତ୍ରିରେ ଦେଖିଛି। ତା’ ପ୍ରେମରେ ହତାଶ ହୋଇ ଅନ୍ଧାର ରାତ୍ରିକୁ ପୂର୍ଣ୍ଣିମାରେ ଭେଟିଛି। ଏବେ ସ୍ୱର୍ଗଦ୍ୱାରେ ବିଦାୟର ବେଳେ ସମୁଦ୍ର ଲହଡ଼ିର ଘୁ’ ଘୁ’ ଗୁରୁଗମ୍ଭୀର ଗର୍ଜନ ଶୁଭୁ କି ନ ଶୁଭୁ, କିନ୍ତୁ ଠିକ୍…

"ସ୍ୱର୍ଗଦ୍ୱାରେ ବିଦାୟର ବେଳେ…"

ମୁଁ ଓଡ଼ିଆଣି

ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ) ଓଡ଼ିଆଣି ମୁହିଁ ଓଡ଼ିଆଣି ଓଡ଼ିଆ ପୁଅର ମନ ଜାଣି ଟାଣିଦିଏ ମୁହିଁ ଲମ୍ବା ଓଢଣୀ,, କରେ ମୁଁ ତା ପାଇଁ ବ୍ରତ ଓଷା ଲଷ୍ମୀ ମା’ଙ୍କର ମାଣ ବସା, ଏଣ୍ଡୁରି ଆରିସା କାକରା ପିଠା ଲବଙ୍ଗ ପାନେ କରେ ପାଟି ମିଠା,,, କହେ ନାହିଁ କେବେ କଟୁ କଥା ଓଡ଼ିଆଣି ମୁହିଁ ଓଡ଼ିଆଣି ଓଡ଼ିଆ ପୁଅର ମନ ନିଏ କିଣି, ହସିଦେଲେ ମୁହିଁ ମହୁ ଝରେ ରାଗ ଉଡିଯାଏ ମୋ ହସରେ କଣେଇ କଣେଇ ଚାହିଁ ଦେଲେ ଛାତି କରଟି ହୋଇ ଯାଏ ତାରେ,,, ପାଗଳ ସେ ପୁଣି ହୋଇଯାଏ ନୁପୁରର ରୁଣୁ ଝୁଣୁ ତାଳେ ଓଡ଼ିଆଣି ମୁହିଁ ଓଡ଼ିଆଣି ଓଡ଼ିଆ…

"ମୁଁ ଓଡ଼ିଆଣି"

ଜହ୍ନରାତି

ଯୋଗାନନ୍ଦ ସାହୁ ଶହେ ବରଷ ଆୟୁଷ ସଜନୀ ତୋହର, ତୋ କଥା ଭାବୁଛି, ଆସି ହେଲୁ ତୁ ହାଜର ।।୦।। ଭାବୁଥିଲି ମୋତେ ଛାଡ଼ି କେମିତି ଜିଇଁଛୁ, ବିରହର ଚିରା କାନି କେମିତି ସିଉଁଛୁ ଭାବିଲା ବେଳକୁ ଆସି ହେଲୁ ତୁ ହାଜ଼ର ।।୧।। ଶେଯରେ ମୋ ପଡିଥିଲା କଣ୍ଟାର ଚାଦର, ଉପହାସ କରୁଥିଲା ବହଳ ଅନ୍ଧାର ତୁ ଆସିଲୁ, ଜହ୍ନରାତି ହୋଇଲା ହାଜର ।।୨।। ଘର ସାରା ଝୁଲିଥିଲା ଲୁହର ଓହଳ, ଅଗଣାରେ ଉଡୁଥିଲା କୋହର ଭଅଁର ତୁ ଆସିଲୁ, ସୁଧାଝର ହୋଇଲା ହାଜର ।।୩।। ଛଅ ଋତୁ ଭାଙ୍ଗି ମୋ’ର କଲି ଦୁଇ ଋତୁ, ନିଦାଘର ରାହୁ ଆଉ ବରଷାର କେତୁ (ମୋତେ)ଗିଲିଲା…

"ଜହ୍ନରାତି"

ବନହଂସୀ

ଯୋଗାନନ୍ଦ ସାହୁ ହସରୁ ପଡୁଛି ଜଣା ତୁମ ଅଳସ ଆଖିରେ କେତେ ଶ୍ରାବଣ ହୋଇଛି ଜମା ଆଗୋ ବନହଂସୀ ଲୁହ କି ଦେଲା ଦଂଶି…. ଲୁହରୁ ପଡ଼ୁଛି ଜଣା ତୁମ ହୃଦୟ ଭିତରେ କେତେ ନିଦାଘ ହୋଇଛି ଜମା ।।୦।। ଯେତେ ମନ ସବୁ ନୁହେଁ ପ୍ରେମର ଝର ଯେତେ ପ୍ରେମ ସବୁ ନୁହେଁ ପଥର ଗାର ଯେତେ ମେଘ ସବୁ ନୁହେଁ ପାଣିର ଘର ମେଘର ମାୟାରେ ତୁମେ ହେଲ ଅଧୀର ଆଗୋ ବନହଂସୀ ମେଘ କି ଦେଲା ଦଂଶି…. ଚୋଟରୁ ପଡୁଛି ଜଣା ତୁମ କଅଁଳ ଡେଣାରେ କେତେ ଜଖମ ହୋଇଛି ଜମା ।।୧।। ଚିକିମିକି ଆକାଶର ଚେହେରା ଦେଖି ତା’ ହାତେ…

"ବନହଂସୀ"

ଜ ଲ୍ ସା

– ଯୋଗାନନ୍ଦ ସାହୁ ଋଣ ଶୁଝିବାକୁ ତୋର ସାତ ଜନ୍ମ ନିଅଣ୍ଟ କହୁ କହୁ କରିଗଲୁ ଲୁହକୁ ମୋ ଜୀବନ୍ତ ।।୦।। ଯେଉଁ ମାପକାଠିରେ ତୁ ମାପିଗଲୁ ପୀରତି ସେହି ମାପକାଠିକୁ ମୁଁ ରଖିଥିବି ସାଇତି (ସେ ତ)ମରୁଥିବା କୋହକୁ ମୋ କରୁଥିବ ଜୀବନ୍ତ ।।୧।। ଦୁଃଖ ଚିରନ୍ତନୀ ହୋଇ ରହିଥା ମୋ ଛାତିରେ ଜିଆଇଁ ଦେଏନା ମୋତେ କେବେ ହେଲେ ଶାନ୍ତିରେ ଜ୍ୱାଳାର ଜ ଲ୍ ସାକୁ ମୋର ରଖିଥାଆ ଜୀବନ୍ତ ।।୨।। ଆତତାୟୀ ନିନ୍ଦା ଜାଣି ନଥିଲା ମୋ ଠିକଣା ବଢାଇଦେଲୁ ତାହାର ହାତକୁ ମୋ ଠିକଣା ମଧୁମାସେ ବଧୂ ବେଶେ ଶ୍ରାବଣ ମୋ ଜୀବନ୍ତ ।।୩।। ଆକାଶବାଣୀ ଗୀତିକାର ଜନିକା, ଡ୍ୟୁପ୍ଲେକ୍ସ…

"ଜ ଲ୍ ସା"

“ସାଥୀ ପାଖକୁ ଥରୁଟେ ଆ’ “

– ପ୍ରଶାନ୍ତ – ତୋ’ ପ୍ରେମ ମିଠା ତୋ’ କଥା ମିଠା ପାଖକୁ ଥରୁଟେ ଆ’। ପ୍ରେମରେ ଭିଜିବା ପାଖରେ ଗପିବା ମୋତେ ଟିକେ ଭଲ ପାଆ। ତୋ’ ମିଠା ପ୍ରେମରେ ହଜିବାକୁ ଟିକେ ତୋତେ ମୁଁ ଭଲ ପାଉଛି । ତୋ’ ପ୍ରେମ ରଙ୍ଗରେ ରଙ୍ଗେଇ ହେବାକୁ ପାଗଳ ପ୍ରେମିକ ସାଜିଛି। ପାଖରୁ ଟିକିଏ ଦେଖିବା ପାଇଁକି ଥରୁଟିଏ କଥା ଦିଅ। ତୁ ଥିଲେ ପାଖରେ ମହୁର ଝରଣା ହୃଦୟେ ଝରିବା ପ୍ରାୟ। ସପନରେ ସିନା ପାଗଳ କରିଛୁ ଦୂରରୁ ତୁ ଭଲପାଉ। ମୋ’ ସ୍ୱପ୍ନ ଆକାଶେ ତାରା ଫୁଟିଯିବ ଥରେ ତୋତେ ଛୁଁ ଛୁଁ। ଅନେକ ଦିନରୁ ସ୍ୱପ୍ନ ମୋ’ ମନରେ ତୋ…

"“ସାଥୀ ପାଖକୁ ଥରୁଟେ ଆ’ “"

କରିଥାନ୍ତି ପ୍ରେମନିବେଦନ

– ଲଲାଟେନ୍ଦୁ କବି ସୁଦୂରବାସିନୀ ମୄଦୁଳହାସିନୀ ପ୍ରେମପିପାସିନୀ ଶୁଣ, କି ଲାଗି ଅନ୍ତରେ ଜାଗିଲା ସତ୍ୱରେ ପ୍ରେମରଙ୍ଗ ନବାରୁଣ ?୧॥ ନହୁଲୀ ବୟସେ ମହୁଲୀ ମନସେ ଚହଲିଲା ପ୍ରୀତିସର, କିଏ ପରଦେଶୀ ହୄଦୟେ ପ୍ରବେଶି ସଂବେଶିଲା ବାସଘର ।୨॥ କଜ୍ଜଳ-ଲେପିତ କିଞ୍ଜଳ-ପ୍ରତୀତ ଦୄଗ୍ଜଳ-ପ୍ରସିକ୍ତ-ଦୄଷା କୁଞ୍ଚିତ କୁନ୍ତଳ ଲୁଣ୍ଠିତ ଅଞ୍ଚଳ ତୄଷିତ-ବାଗ୍ଦଳ-ଭୂଷା; ୩॥ କାନନ-ମୁଦିରା ଆନନ-ରୁଚିରା ଗାୟନ-ସୁଗିରା ଧୀରା, ଶୂନ୍ୟ-ଆଲୋକିନୀ ପୁଣ୍ୟ-ପଲ୍ଲବିନୀ ଦୈନ୍ୟ-ବିଲୋପିନୀ ହୀରା !୪॥ କା ମନୋହାରିଣୀ ଏ ବନଚାରିଣୀ ପ୍ରେମପୂଜାରିଣୀ ତୁମେ ? ତୁମ ଆଶେ ସାରା ଆଶାର ଇସାରା ଈପ୍ସିତ ପସରା ଝୁମେ ।୫॥ ତୁମେ କା ପୂଜାର ଅର୍ଘ୍ୟ ଉପଚାର, ଉପହାର ଉପାସନେ, କା ହୄଦୟରାଣୀ, ଇନ୍ଦ୍ରବଜ୍ରା ବାଣୀ ମଣିରତ୍ନ ସିଂହାସନେ…

"କରିଥାନ୍ତି ପ୍ରେମନିବେଦନ"

ସେଦିନ ସଞ୍ଜ

– ମାନସ ରଂଜନ ପଣ୍ଡା ସେଦିନ ସଞ୍ଜ ସରିଗଲା ସିନା ସଜେଇଲା ରାତି ସପନ, ସୁଅହୀନ ମୋର ଜୀବନ ଯମୁନା ପାଇଲା ଜିଇଁବା କାରଣ। ରିକ୍ତ ରାତିର ଶୂନ୍ଯ ଶେଯକୁ ଚଂପକ ବାସ ଛୁଇଁଲା, କାହା ଆଖିପତା କଜଳରେ ପୁଣି ଏ ହାତ କବିତା ଲେଖିଲା । ହେଲା ମତୁଆଲା ମନ ମଧୁଶାଳା ସେ ହେଲା ରାଧା ମୁଁ ମୋହନ । ସୁଅହୀନ ମୋର       ଜୀବନ ଯମୁନା ପାଇଲା ଜିଇଁବା କାରଣ । ପୁଣି ସେଇ ସଞ୍ଜ ଫେରିବନି କେବେ ଏଇ ଜୀବନେ ମୁଁ ଜାଣେ, ହଜାରେ ହେନାର ଓଠ ପାଖୁଡାରେ ଫୁଟିବନି ହସ ଜାଣେ, ତଥାପି ସେଦିନ ସଞ୍ଜକୁ ନେଇ ଭୁଲିଯିବି ଯେତେ ଦହନ । ସେଦିନ ସଞ୍ଜ.          ସରିଗଲା…

"ସେଦିନ ସଞ୍ଜ"

ଲୁହର ଗଜରା

– ଯୋଗାନନ୍ଦ ସାହୁ ଲିଖିତଂ ରସିଦ ଏହି କି ଯେ ଆମ୍ଭେ ତୁମ୍ଭଙ୍କୁ ଆମ୍ଭ ହୃଦୟ ବିକିଛୁ, ବିକ୍ରି ବାବଦକୁ ଉଚିତ ମୂଲ୍ୟ ପାଇଛୁ ବୋଲି ଏହି ରସିଦ ଦେଉଛୁ ।।୦।। କୋହ ବି ପାଇଛୁ, ଓହୋ ବି ପାଇଛୁ ଦ୍ରୋହ ବି ପାଇଛୁ କେତେ ଗୋଟି ଗୋଟି କରି ଗଣି କି ନେଇଛୁ ଛଳନା ପାଇଛୁ ଯେତେ ଲିଖିତଂ ରସିଦ ଏହି କି ଯେ ସ୍ଥିର ଚିତ୍ତରେ ଆମ୍ଭେ ହୃଦୟ ବିକିଛୁ କାଳେ କିଏ କେବେ ପ୍ରମାଣ ମାଗିବ, ତେଣୁ ଏ ରସିଦ ଲେଖି କି ଦେଉଛୁ ।।୧।। ନିନ୍ଦାର ସୁନ୍ଦର କଣ୍ଟାର ଚାଦର, ଲୁହର ଗଜ଼ରା ହାର କପଟ ସ୍ନେହର ମଧୁର ଜହର,…

"ଲୁହର ଗଜରା"

ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା

(କବିସୂର୍ଯ୍ୟ ବଳଦେବ ରଥଙ୍କୁ ସର୍ମପିତ) – ବିନୟ ଭୂଷଣ ମହାପାତ୍ର ବରଜି ବିହଙ୍ଗ ମୀନ ଭକ୍ଷଣ, ସରସୀ ମଧ୍ୟରେ କଲେ ଭ୍ରମଣ, ବାରିଜ ନାଡକୁ କରିଲେ ପାକ, ହଂସରେ ଗଣାକି ହୋଇବ ବକ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୧॥ ଚୂତ ତରୁଡାଳେ କଲେ କୁଜନ, ମଢ ଖାଇବାରେ ନ ଦେଲେ ମନ, ଶାବକ ଜନ୍ମାଇ ବସାରେ ଆନ, କାକ କି କରିବ କୋକିଳ ଗାନ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୨॥ ହଳାହଳ ବିଷ ସେବନ କରି, ସର୍ପର ସାଙ୍ଗରେ କଲେ ବଇରୀ, ଛାଡିଲେ ଘଡିଏ ମୁଣ୍ଡ ଟୁଙ୍ଗାରି, ସରଟ ନକୁଳେ ହେବ କି ସରି…

"ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା"