ଏକ କେ ଏକ

ଯୋଗାନନ୍ଦ ସାହୁ ଆସିଛି ବଂଧୁ ଏକା ଏକା, ଆଉ ଫେରିଯିବି ଏକା ଏକା ଦୁନିଆ-ହାଟରେ ଭିଡ କାଟି କାଟି ଚାଲୁଛି ମୁଁ ଏକା ଏକା ।।୦।। ଏକା ଏକା ହୋଇ କର୍ମ ଯୋଗର ସାଧନା କରିବା ପାଇଁ ସୂର୍ଯ୍ୟ,ଚନ୍ଦ୍ର, ଆକାଶଠାରୁ ଯେ ଦୀକ୍ଷା ନେଇଛି ମୁହିଁ ଶୈଳ ଶିଖରେ ବିଷାଦ ଯୋଗ ବି ଶିଖିଛି ମୁଁ ଏକା ଏକା ।।୧।। ବିଷାଦ ଯୋଗରେ ବାଟ ଚାଲିବାରେ ମାନୁଛି ଦରଜ ଅଛି ହେଲେ ଏ ଦରଜ କିଣିବା ପାଇଁ ମୁଁ କରଜ କରିନି କିଛି କେ କାହିଁ କହିବ : କରଜ ମୁଣ୍ଡାଇ ଫେରିଗଲା ଏକା ଏକା !।।୨।। ଆପଣା ଇଚ୍ଛାରେ ଫୁଟିନାହିଁ ଯେଣୁ ଦୁନିଆର ବଗିଚାରେ…

"ଏକ କେ ଏକ"

କଳିକା ର ଅଳି

ମିନତୀ ମିଶ୍ର ବୃନ୍ତ ଲଗା କଢ଼ି ମୁଁ ଯେ ପ୍ରସ୍ପୁଟିତ ହେବି। ରଙ୍ଗୀନ ପାଖୁଡ଼ା, ବାସେ ମହକାଇ ଦେବି। କେତେ ପ୍ରତିଶ୍ରୁତି ନେଇ, ନୂଆ ବାର୍ତ୍ତା ଦେଇ। ଚଳିବାରେ ଆଶା ବାଧା ବନ୍ଧନ ଏଡାଇ। ଆସୁ ଝଡ଼, ଖଞ୍ଜା, ଢେଉ ନ ପଡିବି ଟଳି। ଖୁସି ବାଣ୍ଟି ଚାଲିଥିବି ଏଇ ମୋର ଅଳି। କରେ ନିବେଦନ, ଉନ୍ମୁକ୍ତ ହେଉ ନୟନ । ଅମୃତ ସନ୍ତାନ ମୁଁ ଯେ ,ନୁହେଁ କାଠୁ ହୀନ। ପ୍ରଧାନ ଶିକ୍ଷୟତ୍ରୀ ଖିରେଇଟାଙ୍ଗିରି ପାଟଣା କେନ୍ଦୁଝର

"କଳିକା ର ଅଳି"

ସମୟ

– ଯୋଗାନନ୍ଦ ସାହୁ ସୁର ବଦଳେ,ଲିପି ବଦଳେ ବଦଳେ ଗୀତର ତାଳ ଲୟ , ମନ ବଦଳେ,ଜହ୍ନ ବଦଳେ ବଦଳେନାହିଁ ଏ ସମୟ ।।୦।। ଚାହାଳି ବଦଳେ, ଚାଟ ବି ବଦଳେ ନୂଆ ଅବଧାନ ଅହରହ, ଛାଟ ବି ବଦଳେ,ପାଠ ବି ବଦଳେ ବଦଳାଇ ଦିଏ ଏ ସମୟ ।।୧।। ବାଟୋଇ ବଦଳେ,ବାଟ ନ ବଦଳେ ବଦଳେ ବାଟୋଇ ଅଭିପ୍ରାୟ, ବାଟୋଇ ଚଳ ,ବାଟ ଅଚଳ ଦେଖୁଛି ସବୁ ଏ ସମୟ ।।୨।। ଫୁଲ ବି ବଦଳେ, ମାଳୀ ବି ବଦଳେ ପ୍ରେମ ଭଳି ଅଳି ଅସହାୟ , କଣ୍ଟା ବି ବଦଳେ,ଆଘାତ ବଦଳେ ବିଚିତ୍ରକର୍ମା ଏ ସମୟ ।।୩।। ବାଆ ବି ବଦଳେ, ବତାସ…

"ସମୟ"

ଜୀବନ … ଆହା ଜୀବନ

– ଯୋଗାନନ୍ଦ ସାହୁ ଚାରଣା ନାଟକୁ ବାରଣା କୀର୍ତ୍ତନ ଟଙ୍କା ଗୋଟାକର ଜୀବନ, କ୍ଷୀର ଦି’ଅଣାକୁ ପାଣି ଚଉଦଣା ଜୀଇଁବ କେମିତି ଜୀବନ ! ।।୦।। ମୁଁ କଲି ମୁଁ କଲି ବୋଲି କହୁ କହୁ କଳା ହୋଇଯାଏ ହରଣ, କି କଲି କି କଲି ବୋଲି କହୁ କହୁ ଫିମ୍ପି ମାରିଯାଏ ଜୀବନ ! ।।୧।। ସୁସାରେ ବସିଲେ ସୁଖ ଲାଗେନାହିଁ, କଳି ମଞ୍ଜି କରେ ରୋପଣ, ବଢିବାକୁ ଚାରା ବାଆ ପାଣି ଖରା ଖଞ୍ଜି ଦେଉଥାଏ ଜୀବନ ! ।।୨।। ତରଙ୍ଗ ତରଙ୍ଗ ମନ ଚଙ୍ଗ ଚଙ୍ଗ ଛନ ଛନ ସେ କି ଖଞ୍ଜନ, ସେ କେଉଁ ଖଞ୍ଜନ କିବା ପ୍ରଭଞ୍ଜନ ଝଡରେ…

"ଜୀବନ … ଆହା ଜୀବନ"

“ପୃଥିବୀ”

– ବିନୟ ମହାପାତ୍ର ହେ ପୃଥିବୀ, ତୁମେ କୁଆଡେ ସର୍ବଂସହା ଧରିତ୍ରୀ, ତୃମେ ସୃଷ୍ଟି, ତୁମେ ଜନନୀ ତୁମରି କାରଣ ଏଇ ସମଗ୍ର ସୃଜନୀ। ନାରୀ ବି ତ ସବୁକିଛି ସହିଯାଏ, ତୁମଠାରୁ ଶିଖିଛି ପରା ଏଇ ସହିବାର ଗୁଣ। ହେ ମାତା, ତୁମର ଏ କନ୍ୟା ମାନଙ୍କୁ ବତେଇ ଦିଅନ୍ତନି ଥରେ, ତୁମ ପରି ନାରୀରେ ବି ଲୁଚିଛି, ଅଜସ୍ର ଗରମ ଲାଭାର ସ୍ରୋତ, ଖାଲି ଏକ ବିଷ୍ଫୋଟର ଆବଶ୍ୟକ ! ତୁମେବି ତ ଉଦ୍ଗାରୀ ଯାଅ, ଆଗ୍ନେୟ ଗୀରିର ସେହି ଉତପ୍ତ ଲାଭାର ସ୍ରୋତ, ତୁମେବି ତ କମ୍ପିଉଠ କ୍ରୋଦ୍ଧର ଭୂକମ୍ପ। ଅନ୍ୟାୟକୁ ନୀରବରେ ସହିଯିବା, ଲୁହପୋଛି ଚୁପ୍ ରହିଯିବା, ନୁହେଁ କିଛି…

"“ପୃଥିବୀ”"

ଶୂନ

– ଯୋଗାନନ୍ଦ ସାହୁ ଚାହାଣି ଅନେକ ଚମକ ଶୂନ ଉପଧା ଅନେକ ଯମକ ଶୂନ, ବାଟରେ ଘାଟରେ ନାଟ କରିବାକୁ ତଥାପି କାହିଁକି ଉଛନ ମନ ! ।।୦।। ନିଦାଘ ଅନେକ ଫଗୁଣ ଶୂନ ବାଦଲ ଅନେକ ବରଷା ଶୂନ, ନୂଆ ମରୁଭୂମି,ନୂଆ ମରୀଚିକା ହେବାକୁ କାହିଁକି ଉଛନ ମନ ! ।।୧।। ଘଟଣା ଅନେକ କାରଣ ଶୂନ କର୍ମ ଅନେକ କାରକ ଶୂନ, ଦାଣ୍ଡ-ବୋଲଣାକୁ ଡାକି ଆଣି ଘରେ ପୂଜା କରିବାକୁ ଉଛନ ମନ ! ।।୨।। ଅସ୍ତ ଅନେକ ଉଦୟ ଶୂନ ପ୍ରଣୟ ଅନେକ ହୃଦୟ ଶୂନ , ନିତି ନୂଆ ନୂଆ ଆକାଶ କୁସୁମ ତୋଳିବାକୁ କିଆଁ ଉଛନ ମନ !…

"ଶୂନ"

ପକ୍ଷୀ

– ଯୋଗାନନ୍ଦ ସାହୁ ଏଇଠୁ ମୁଁ ଉଡିଯିବି ଯେମିତି କି ତୁମ ବାହୁରେ ମୁଁ ପଡିବି, ତୁମଠୁ ମୁଁ ଉଡି ଆସି ପୁଣି ମୋ’ର ଶେଯରେ ମୁଁ ଶୋଇ ପଡିବି ।।୦।। ଏମିତିକା ରାତି ଆସୁଥିବ ନିତି ଆସି ଯାଉଥିବ ଲେଉଟି, ନିଶୂନ ରାତିରେ ପ୍ରୀତି କରୁଥିବି କା’ ଆଖିରେ କିଆଁ ପଡିବି ! ।।୧।। ଶୁଣିଥିଲି କାଳେ ପ୍ରେମରେ ପଡିଲେ ରଙ୍କୀର ବି ପେଜ ବହଳ, (ତୁମ)ଭାବ-ସାଗରରେ ବୁଡାଇଛ ମୋତେ ଅଭାବରେ କିଆଁ ପଡିବି ! ।।୨।। ମୋ’ ଜାଣିବାରେ ପ୍ରେମରେ ପଡିଲେ ଫୁଲ ଭଳି ଲାଗେ ପଥର , ତୁମେ ମତେ ଫୁଲ-ବାଟରେ ନେଉଛ କଣ୍ଟାରେ କିଆଁ ମୁଁ ପଡିବି ! ।।୩।।…

"ପକ୍ଷୀ"

ଅମଳ

– ଯୋଗାନନ୍ଦ ସାହୁ ହୃଦୟ କରୁଛି ନିତି ଆବେଦନ ଦରଜ ପ୍ରଣୟ କରୁଛି ତା’ର ଆବେଦନ ଖାରଜ ।।୦।। ଜୀବନ-କ୍ଷେତରେ ପ୍ରେମ ଏମିତିକା ଫସଲ ହସ ବୁଣି ଏ କ୍ଷେତରୁ ଲୁହ କର ଅମଳ ଲୁହ କରୁଛି ହସର ଆବେଦନ ଖାରଜ ।।୧ ।। ହୃଦୟ ଯେ କୋଟି କୋଟି ସ୍ନେହ କରି କରଜ ପ୍ରେମକୁ ଦେଉଛି ଭେଟି ଲୁଚାଇ ତା’ ଦରଜ ହେଲେ ସବୁ ସ୍ନେହ ତା’ର ପ୍ରେମ କରେ ଖାରଜ ।।୨।। ଆକାଶବାଣୀ ଗୀତିକାର ଜନିକା, ଡ୍ୟୁପ୍ଲେକ୍ସ ନଂ.୭୩, କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ ଜାଗମରା ଭୁବନେଶ୍ୱର-୭୫୧୦୩୦ ଓଡ଼ିଶା

"ଅମଳ"

ସ୍ୱର୍ଗଦ୍ୱାରେ ବିଦାୟର ବେଳେ…

– ପ୍ରଶାନ୍ତ କୁମାର ବେହେରା ମୁଁ ତ ଏବେ ପ୍ରେମରେ, ମୋହରେ ଆଉ ମିଛ ମାୟାରେ ମସଗୁଲ୍ ଅଛି। କିଏ ଜାଣେ ମୁକ୍ତିର ପଥ ସ୍ୱର୍ଗଦ୍ୱାର ମୋ’ ପାଇଁ କେତେ ଦୂର? ଭାବନାରେ ଛନ୍ଦିହୋଇ ସମୟକୁ ଜାଳିଛି। ସ୍ୱପ୍ନରେ ମୋହାଛନ୍ନ ହୋଇ ଅତୀତକୁ ଝୁରିଛି। ପାପ ପୂଣ୍ୟର ଲଢେଇ ଭିତରେ ବିବେକର ଦଂଶନରେ ତୁହାକୁ ତୁହା ଯନ୍ତ୍ରଣାକୁ ସହିଛି। ପ୍ରେମିକାର ରୂପରେ ବିଭୋର ହୋଇ ପୂର୍ଣ୍ଣ ଜହ୍ନକୁ ଅମାବସ୍ୟାର ରାତ୍ରିରେ ଦେଖିଛି। ତା’ ପ୍ରେମରେ ହତାଶ ହୋଇ ଅନ୍ଧାର ରାତ୍ରିକୁ ପୂର୍ଣ୍ଣିମାରେ ଭେଟିଛି। ଏବେ ସ୍ୱର୍ଗଦ୍ୱାରେ ବିଦାୟର ବେଳେ ସମୁଦ୍ର ଲହଡ଼ିର ଘୁ’ ଘୁ’ ଗୁରୁଗମ୍ଭୀର ଗର୍ଜନ ଶୁଭୁ କି ନ ଶୁଭୁ, କିନ୍ତୁ ଠିକ୍…

"ସ୍ୱର୍ଗଦ୍ୱାରେ ବିଦାୟର ବେଳେ…"

ମୁଁ ଓଡ଼ିଆଣି

ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ) ଓଡ଼ିଆଣି ମୁହିଁ ଓଡ଼ିଆଣି ଓଡ଼ିଆ ପୁଅର ମନ ଜାଣି ଟାଣିଦିଏ ମୁହିଁ ଲମ୍ବା ଓଢଣୀ,, କରେ ମୁଁ ତା ପାଇଁ ବ୍ରତ ଓଷା ଲଷ୍ମୀ ମା’ଙ୍କର ମାଣ ବସା, ଏଣ୍ଡୁରି ଆରିସା କାକରା ପିଠା ଲବଙ୍ଗ ପାନେ କରେ ପାଟି ମିଠା,,, କହେ ନାହିଁ କେବେ କଟୁ କଥା ଓଡ଼ିଆଣି ମୁହିଁ ଓଡ଼ିଆଣି ଓଡ଼ିଆ ପୁଅର ମନ ନିଏ କିଣି, ହସିଦେଲେ ମୁହିଁ ମହୁ ଝରେ ରାଗ ଉଡିଯାଏ ମୋ ହସରେ କଣେଇ କଣେଇ ଚାହିଁ ଦେଲେ ଛାତି କରଟି ହୋଇ ଯାଏ ତାରେ,,, ପାଗଳ ସେ ପୁଣି ହୋଇଯାଏ ନୁପୁରର ରୁଣୁ ଝୁଣୁ ତାଳେ ଓଡ଼ିଆଣି ମୁହିଁ ଓଡ଼ିଆଣି ଓଡ଼ିଆ…

"ମୁଁ ଓଡ଼ିଆଣି"