ଓଡ଼ିଆ ଭାଷାର ବିଶ୍ୱପ୍ରସିଦ୍ଧି ରହିଛି : “ରାଗ ତାଣ୍ଡବ’ ଓ “ଅନଂତିମ ଆରଦୃଶ୍ୟ’ କବିତା ଗ୍ରନ୍ଥ ଲୋକାର୍ପିତ

ଭୁବନେଶ୍ୱର, ୧୮/୦୬ (ଓଡ଼ିଆ ପୁଅ) ଓଡ଼ିଆ କବିତାର ବିଶ୍ୱପ୍ରସିଦ୍ଧି ରହିଛିା ସାଂସ୍କୃତିକ ପ୍ରାଣପ୍ରାଚୁର୍ଯ୍ୟ, ଭାଷାବିନ୍ୟାସ, ବିଷୟବଳୟ ଏବଂ ପାଠକୀୟ ଆବେଦନରେ ସମୃଦ୍ଧ ଓଡ଼ିଆ କବିତାର କଳେବରକୁ ଆମ ଭାଷା-ସାହିତ୍ୟର ଦିଗ୍ଗଜମାନେ ଯେଉଁ ଅବଦାନ ଦେଇଛନ୍ତି, ତାହାକୁ ନୂତନ ପିଢ଼ିର କବିମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରସିଦ୍ଧ କବି ଡ. ସୌଭାଗ୍ୟ କୁମାର ମିଶ୍ର ଓ ଡ. ରାଜେନ୍ଦ୍ର କିଶୋର ପଣ୍ଡା ମତ ଦେଇଛନ୍ତିା ବିଶିଷ୍ଟ କବି ରାମକୃଷ୍ଣ ସାହୁଙ୍କ “ରାଗ ତାଣ୍ଡବ’ ଓ ପ୍ରଦୀପ କୁମାର ପଣ୍ଡାଙ୍କ “ଅନଂତିମ ଆରଦୃଶ୍ୟ’ କବିତା ଗ୍ରନ୍ଥର ଶୁଭ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ମିଶ୍ର ଓ ଡ. ପଣ୍ଡା ଉଲ୍ଲେଖ କହିଛନ୍ତି କି କବିତାର ଉପାଦାନକୁ ବଳିଷ୍ଠ…

"ଓଡ଼ିଆ ଭାଷାର ବିଶ୍ୱପ୍ରସିଦ୍ଧି ରହିଛି : “ରାଗ ତାଣ୍ଡବ’ ଓ “ଅନଂତିମ ଆରଦୃଶ୍ୟ’ କବିତା ଗ୍ରନ୍ଥ ଲୋକାର୍ପିତ"

ଲୁହର ଗଜରା

– ଯୋଗାନନ୍ଦ ସାହୁ ଲିଖିତଂ ରସିଦ ଏହି କି ଯେ ଆମ୍ଭେ ତୁମ୍ଭଙ୍କୁ ଆମ୍ଭ ହୃଦୟ ବିକିଛୁ, ବିକ୍ରି ବାବଦକୁ ଉଚିତ ମୂଲ୍ୟ ପାଇଛୁ ବୋଲି ଏହି ରସିଦ ଦେଉଛୁ ।।୦।। କୋହ ବି ପାଇଛୁ, ଓହୋ ବି ପାଇଛୁ ଦ୍ରୋହ ବି ପାଇଛୁ କେତେ ଗୋଟି ଗୋଟି କରି ଗଣି କି ନେଇଛୁ ଛଳନା ପାଇଛୁ ଯେତେ ଲିଖିତଂ ରସିଦ ଏହି କି ଯେ ସ୍ଥିର ଚିତ୍ତରେ ଆମ୍ଭେ ହୃଦୟ ବିକିଛୁ କାଳେ କିଏ କେବେ ପ୍ରମାଣ ମାଗିବ, ତେଣୁ ଏ ରସିଦ ଲେଖି କି ଦେଉଛୁ ।।୧।। ନିନ୍ଦାର ସୁନ୍ଦର କଣ୍ଟାର ଚାଦର, ଲୁହର ଗଜ଼ରା ହାର କପଟ ସ୍ନେହର ମଧୁର ଜହର,…

"ଲୁହର ଗଜରା"

ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା

(କବିସୂର୍ଯ୍ୟ ବଳଦେବ ରଥଙ୍କୁ ସର୍ମପିତ) – ବିନୟ ଭୂଷଣ ମହାପାତ୍ର ବରଜି ବିହଙ୍ଗ ମୀନ ଭକ୍ଷଣ, ସରସୀ ମଧ୍ୟରେ କଲେ ଭ୍ରମଣ, ବାରିଜ ନାଡକୁ କରିଲେ ପାକ, ହଂସରେ ଗଣାକି ହୋଇବ ବକ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୧॥ ଚୂତ ତରୁଡାଳେ କଲେ କୁଜନ, ମଢ ଖାଇବାରେ ନ ଦେଲେ ମନ, ଶାବକ ଜନ୍ମାଇ ବସାରେ ଆନ, କାକ କି କରିବ କୋକିଳ ଗାନ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୨॥ ହଳାହଳ ବିଷ ସେବନ କରି, ସର୍ପର ସାଙ୍ଗରେ କଲେ ବଇରୀ, ଛାଡିଲେ ଘଡିଏ ମୁଣ୍ଡ ଟୁଙ୍ଗାରି, ସରଟ ନକୁଳେ ହେବ କି ସରି…

"ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା"

“ଷଣ୍ଢର ସଂସାର ଚିନ୍ତା ” ଏବେ ବହିବଜାରରେ

ରାୟଗଡା ତା-୧୭/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ଦିବଙ୍ଗତ ସ୍ରଷ୍ଟା ତଥା ରାୟଗଡ ମାଟିର ସୁଯୋଗ୍ୟ ସନ୍ତାନ ଗନ୍ତାୟତ ଶିବପ୍ରସାଦଙ୍କ ନୂଆ ହାସ୍ୟବ୍ୟଙ୍ଗ ବହି “ଷଣ୍ଢର ସଂସାର ଚିନ୍ତା” ପଶ୍ଚିମା ପ୍ରକାଶନୀ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି। ବିଶାଖାପାଟଣା ନିବାସୀ ସ୍ୱନାମଧନ୍ୟା ମାତୃସମା ସାହିତ୍ୟିକା ପୁଣ୍ୟପ୍ରଭା ଦେବୀ ଏହି ବହିଟିକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ପାଠକାର୍ପିତ କରି ଶିବପ୍ରସାଦ ମୋର ପୁତ୍ରୋପମ ଓ ଜଣେ ଯୋଗଜନ୍ମା ଭାବେ ଆସିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ବରିଷ୍ଠ ସାହିତ୍ୟିକ ପ୍ରହ୍ଲାଦ ଚରଣ ମହାନ୍ତି ଏହି ଅବସରରେ ଶିବଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିବା ବେଳେ ଆୟୋଜକ ତଥା ବହୁବର୍ଷ ବିଶାଖାପାଟଣାରେ ସେବାରତ ସମକାଳର କୃତବିଦ୍ୟ କଥାକାର ଅରବିନ୍ଦ ଦାସ ଶିବ ଅତ୍ୟନ୍ତ…

"“ଷଣ୍ଢର ସଂସାର ଚିନ୍ତା ” ଏବେ ବହିବଜାରରେ"

ଅବଶ୍ୟମ୍ଭାବୀ

– ରାଧାକାନ୍ତ ଦାଶ ନୂଆ ଘରକୁ ଆସି ଜିନିଷ ସଜାଡିବାରେ ବ୍ୟସ୍ତ ପରିଧି। କିଛି ସମୟ ପରେ ତାର ଆଖି ପଡିଲା ଗୋଟେ କାଗଜ କାର୍ଟୁନ ଉପରେ, ଯାହାକି ଘରର ଗୋଟେ କୋଣରେ ରହିଥିଲା। ପରିଧି ସେ କାଗଜ କାର୍ଟୁନ ପାଖକୁ ଯାଇ ଖୋଲିବାରୁ ସେଥିରୁ ବାହାରିଲା ତା ସହ ଅଫିସରେ ବିତିଥିବା କିଛି ମୁହୂର୍ତ୍ତର ଫଟୋ। କିଛି ଅଫିସ ଷ୍ଟାଫଙ୍କ ସହ ପିକନିକ ଏବଂ ଚା ପିଇବାର ଫଟୋ। ଦୀପାବଳୀ ଓ ହୋଲି ଉତ୍ସବର କିଛି ସ୍ମରଣୀୟ ମୁହୂର୍ତ୍ତ ବାନ୍ଧି ହୋଇ ରହିଥିଲା ସେ ଫଟୋ ଭିତରେ। ଫଟୋ ଗୁଡ଼ିକୁ ଦେଖି ସ୍ମିତ ହାସ୍ୟ ଖେଳି ଯାଇଥିଲା ପରିଧି ମୁହଁରେ, ହେଲେ ମନରେ ଆଉ…

"ଅବଶ୍ୟମ୍ଭାବୀ"

ସାହିତ୍ୟାୟନର ୧୧ଦଶତମ ବାର୍ଷିକ ଉତ୍ସବ ଉଦ୍ ଘାଟିତ

ଭୁବନେଶ୍ୱର – ୧୭/୬/୧୮(ଓଡ଼ିଆ ପୁଅ); କଳା, ସାହିତ୍ୟ ଓ ସଂସ୍କୃତିର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ସାହିତ୍ୟାୟନର ୧୧ତମ ବାର୍ଷିକ ଉତ୍ସବ, ୧୭.୦୬.୨୦୧୮ ସନ୍ଧ୍ୟା ୬.୩୦ରେ, ଭୁବନେଶ୍ୱର ସ୍ଥିତ ‘ରାଜ୍ୟ ଅଭିଲେଖାଗାର’ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉଦ୍ ଘାଟକ ଓ ମୁଖ୍ୟ ଅତିଥି ଭାବରେ, ବିଶିଷ୍ଟ ଭାଷାତତ୍ୱବିଦ୍, ପଦ୍ମଶ୍ରୀ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଉତ୍ସବରେ ଓଡ଼ିଶାର ‘ଲୋକନାଟକର ଐତିହ୍ୟ’ ଉପରେ ଏକ ମନୋଜ୍ଞ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ବକ୍ତା ଭାବରେ ପ୍ରଫେସର ଡ଼.…

"ସାହିତ୍ୟାୟନର ୧୧ଦଶତମ ବାର୍ଷିକ ଉତ୍ସବ ଉଦ୍ ଘାଟିତ"

ସମୟର ସ୍ରୋତରେ ଜୀବନ

– ସୌଦାମିନୀ ପଟ୍ଟନାୟକ ଆଜି କାହିଁକି ଛବି ଭାଉଜଙ୍କ କଥା ଭାରି ମନେ ପଡୁଛି। କେମିତି ବା ମନେ ନ ପଡିବ। ସେ ପରା ମୋର ଆଦର୍ଶ। ତାଙ୍କ ପାଇଁ ମୁଁ ଆଜି ମୋ ଶାଶୁଘରେ ସୁନା ବୋହୂଟିଏ ହୋଇପାରିଛି। ସେ ଯେତେବେଳେ ବୋହୂ ହୋଇ ଆସିଲେ ସଖୀ କଣ୍ଢେଇ ପରି ଦେଖାଯାଉଥିଲେ। ସେ ଅଧିକ ସୁନ୍ଦର ନହେଲେ ମଧ୍ୟ ତାଙ୍କ ହସ ହସ ମୁହଁ ଓ ମିଠା ମିଠା କଥା ଶୁଣିଲେ ଯେ କେହି ବି ନିଜ ଦୁଃଖ ଭୁଲିଯାଏ। ସେ ବହୁତ ସରଳ ଓ ନିଷ୍କପଟ। ସେଥିପାଇଁ ବୋଧେ ଭାଇ ତାଙ୍କୁ ବହୁତ ଭଲ ପାଉଥିଲେ। ଏତେ ଭଲ ପାଉଥିଲେ ଯେ ତାଙ୍କୁ…

"ସମୟର ସ୍ରୋତରେ ଜୀବନ"

ମୁହୂର୍ତ୍ତର ସ୍ୱପ୍ନ

ସିପ୍ରା ନାମତା (ନମ୍ରତା) ଚାଲ, ଅସହାୟ ମୁହୂର୍ତ୍ତକୁ ସାଉଁଟି ଆଣିବା ବାର ହାତ ଶାଢ଼ୀ ପଣତ ଓ ଦଶ ହାତ ଧୋତିର ଧଡିରେ ବାସ୍ତବିକତାର ମଧୁର ବନ୍ଧନରେ କେବେ ନ ଫିଟିବାର ଗଣ୍ଠି ଟିଏ ଦେବା , ହୃଦୟର ଅଳିନ୍ଦ ନୀଳୟର ସୁକ୍ଷ୍ମ ଧମନୀ ଓ ଅସଂଖ୍ୟସ୍ନାୟୁ କୋଷିକାର ଶିରା ପ୍ରଶିରାରେ , ଲାଲ ସମ୍ପର୍କର ଅଣୁ ପରମାଣୁ ତିଆରି କରିବା ॥ ଚାଲ, ଆକାଶର ଅଗଣାରେ ଗଢ଼ିଦେବା ବଉଦର ଭସା ବାଲିରେ, ବେଦନାର ସିମେଣ୍ଟ ଦେଇ ବିଶ୍ୱାସର ମାଟିରେ ଦୁଇହାତ ଆଙ୍ଗୁଳି ମିଶାଇ କାନ୍ଥ ପରେ କାନ୍ଥ ଯୋଡି ଅଭଙ୍ଗା ଘର ଟିଏ ତୋଳି ହଜିଯାଇଥିବା ଦିନ ସବୁ ଖୋଜି ଆଣିବା , ପ୍ରେମ…

"ମୁହୂର୍ତ୍ତର ସ୍ୱପ୍ନ"

ନଦୀ ଓ ନାରୀ !

ପୂର୍ଣ୍ଣଚନ୍ଦ୍ର ମହାକୁଡ ଝର ଝର ଝରିପଡେ ଶୈଶବରେ ଗିରିକନ୍ଦରରୁ ଶୁଭ୍ର ସ୍ପଟିକର ରଙ୍ଗ ଆହ୍ଲାଦିତ ମନ ମା ଗର୍ଭୁ ଜନ୍ମ ନିଏ ଅଭିଷ୍ଟ ସନ୍ତାନ। ସମତଳ ମାଟି ଛୁଇଁ ଖସିଯାଏ ଖସଡା ପଥରେ ଯୌବନରେ ପାଦ ଦେଲେ ବେଗବତି ଖରସ୍ରୋତା ହୁଏ। ମାନେ ନାହିଁ ବନ୍ଧ ବାଡ ତିବ୍ର ହୁଏ ପ୍ରଖର ପ୍ରବାହ ଫୁଲି ଉଠେ ସ୍ରୋତସିନୀ ଛାତି ଉଗ୍ର ରୂପ ଧରେ କେବେ ପୁଣି କେବେ ହୁଏ ସ୍ଥିର ଚିତ୍ତ। ନାରୀ ବି ତ ନଦୀ ପରି ଗତିଶିଳ ଉନ୍ମୁକ୍ତ ଅବାଧ ସ୍ନେହ, ପ୍ରେମ, ମମତାର ଉତ୍ସ ନଦୀସମ ଜୀବନଦାୟିନୀ ନାରୀ ଅଛି ବୋଲି ତ କବି ଲେଖେ ପ୍ରଣୟ ସଙ୍ଗୀତ। ସା/ପୋ :…

"ନଦୀ ଓ ନାରୀ !"

ପୁରୁଣା ଟି ଭି !

ପୂର୍ଣ୍ଣଚନ୍ଦ୍ର ମହାକୁଡ ସବୁଦିନ ପରି ସେଦିନ ମଧ୍ୟ ଅଫିସରୁ ଘରକୁ ଫେରିବା ପରେ ମାର୍କେଟକୁ ବାହାରିଗଲି। ଛକ ଜାଗା ତେଣୁ ସାଙ୍ଗ ସାଥି ମାନଙ୍କ ସହ ସାକ୍ଷାତ ହେବାଠୁ ଚା ପିଇ ଖଟି କରିବା ପର୍ଯ୍ୟନ୍ତ ସବୁ ସେଇ ଛକ ଜାଗାରେ ହିଁ ହୁଏ। ଏହା ପ୍ରାୟ ଆମର ନିତିଦିଆ ଅଭ୍ୟାସ। ଅଧ ଘଣ୍ଟାଏ ପରେ ହଠାତ୍ ଘରୁ ଝିଅର ଫୋନ୍ ଆସିଲା, -ବାପା ଟିଭିରୁ ଧୂଆଁ ବାହାରୁଛି। ମୁଁ କଣ ପ୍ରତିକ୍ରିୟା ଦେବି ଚିନ୍ତା କରିପାରୁନଥିଲି। କାଳେ ସର୍ଟ ସର୍କିଟ୍ ହୋଇ ଘରେ ବଡ ଧରଣର କିଛି ଗୋଟେ ଜଳା ପୋଡା ହେଲା ବୋଧେ। ତଥାପି ନିଜକୁ ଯଥା ସମ୍ଭବ ସମ୍ଭାଳି ସ୍ଥିର ଗଳାରେ…

"ପୁରୁଣା ଟି ଭି !"