କଳିକା ର ଅଳି

ମିନତୀ ମିଶ୍ର ବୃନ୍ତ ଲଗା କଢ଼ି ମୁଁ ଯେ ପ୍ରସ୍ପୁଟିତ ହେବି। ରଙ୍ଗୀନ ପାଖୁଡ଼ା, ବାସେ ମହକାଇ ଦେବି। କେତେ ପ୍ରତିଶ୍ରୁତି ନେଇ, ନୂଆ ବାର୍ତ୍ତା ଦେଇ। ଚଳିବାରେ ଆଶା ବାଧା ବନ୍ଧନ ଏଡାଇ। ଆସୁ ଝଡ଼, ଖଞ୍ଜା, ଢେଉ ନ ପଡିବି ଟଳି। ଖୁସି ବାଣ୍ଟି ଚାଲିଥିବି ଏଇ ମୋର ଅଳି। କରେ ନିବେଦନ, ଉନ୍ମୁକ୍ତ ହେଉ ନୟନ । ଅମୃତ ସନ୍ତାନ ମୁଁ ଯେ ,ନୁହେଁ କାଠୁ ହୀନ। ପ୍ରଧାନ ଶିକ୍ଷୟତ୍ରୀ ଖିରେଇଟାଙ୍ଗିରି ପାଟଣା କେନ୍ଦୁଝର

"କଳିକା ର ଅଳି"

ସମୟ

– ଯୋଗାନନ୍ଦ ସାହୁ ସୁର ବଦଳେ,ଲିପି ବଦଳେ ବଦଳେ ଗୀତର ତାଳ ଲୟ , ମନ ବଦଳେ,ଜହ୍ନ ବଦଳେ ବଦଳେନାହିଁ ଏ ସମୟ ।।୦।। ଚାହାଳି ବଦଳେ, ଚାଟ ବି ବଦଳେ ନୂଆ ଅବଧାନ ଅହରହ, ଛାଟ ବି ବଦଳେ,ପାଠ ବି ବଦଳେ ବଦଳାଇ ଦିଏ ଏ ସମୟ ।।୧।। ବାଟୋଇ ବଦଳେ,ବାଟ ନ ବଦଳେ ବଦଳେ ବାଟୋଇ ଅଭିପ୍ରାୟ, ବାଟୋଇ ଚଳ ,ବାଟ ଅଚଳ ଦେଖୁଛି ସବୁ ଏ ସମୟ ।।୨।। ଫୁଲ ବି ବଦଳେ, ମାଳୀ ବି ବଦଳେ ପ୍ରେମ ଭଳି ଅଳି ଅସହାୟ , କଣ୍ଟା ବି ବଦଳେ,ଆଘାତ ବଦଳେ ବିଚିତ୍ରକର୍ମା ଏ ସମୟ ।।୩।। ବାଆ ବି ବଦଳେ, ବତାସ…

"ସମୟ"

ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା, ୨୮/୦୬(ଓଡ଼ିଆ ପୁଅ ): କବିତା ସଂକଳନ ‘ଶୋଷ’ ପାଇଁ ଏବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇବାକୁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ସଭାଗୃହରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ବିଶିଷ୍ଟ ଔପନ୍ୟାସିକ ରାସବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କବି ଅଖିଳ ନାୟକ ମୁଖ୍ୟବକ୍ତା ଓ ଓଡ଼ିଶାର ଏକମାତ୍ର ସାହିତ୍ୟ ଭିତ୍ତିକ ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସମ୍ପାଦକ ସକିତ ରତେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମାବେଶର ଆବାହକ ସୁଶୀଲ କୁମାର ବାଗ ସଭାପତିତ୍ୱ କରିଥିବା ବେଳେ…

"ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ ସମ୍ବର୍ଦ୍ଧନା"

ଜୀବନ … ଆହା ଜୀବନ

– ଯୋଗାନନ୍ଦ ସାହୁ ଚାରଣା ନାଟକୁ ବାରଣା କୀର୍ତ୍ତନ ଟଙ୍କା ଗୋଟାକର ଜୀବନ, କ୍ଷୀର ଦି’ଅଣାକୁ ପାଣି ଚଉଦଣା ଜୀଇଁବ କେମିତି ଜୀବନ ! ।।୦।। ମୁଁ କଲି ମୁଁ କଲି ବୋଲି କହୁ କହୁ କଳା ହୋଇଯାଏ ହରଣ, କି କଲି କି କଲି ବୋଲି କହୁ କହୁ ଫିମ୍ପି ମାରିଯାଏ ଜୀବନ ! ।।୧।। ସୁସାରେ ବସିଲେ ସୁଖ ଲାଗେନାହିଁ, କଳି ମଞ୍ଜି କରେ ରୋପଣ, ବଢିବାକୁ ଚାରା ବାଆ ପାଣି ଖରା ଖଞ୍ଜି ଦେଉଥାଏ ଜୀବନ ! ।।୨।। ତରଙ୍ଗ ତରଙ୍ଗ ମନ ଚଙ୍ଗ ଚଙ୍ଗ ଛନ ଛନ ସେ କି ଖଞ୍ଜନ, ସେ କେଉଁ ଖଞ୍ଜନ କିବା ପ୍ରଭଞ୍ଜନ ଝଡରେ…

"ଜୀବନ … ଆହା ଜୀବନ"

ଓଡିଶାରେ ଶ୍ରୀ ଗୀତଗୋବିନ୍ଦର ପ୍ରଭାବ

– ଦେବପ୍ରସାଦ ମିଶ୍ର ସମଗ୍ର ଓଡିଆଭାଷୀ ଭୂଖଣ୍ଡରେ ଭକ୍ତକବି ଜଗନ୍ନାଥ ଦାସଙ୍କ ଭାଗବତ ତୁଲ୍ୟ ଉତ୍କଳୀୟ ସନ୍ଥଶିରୋମଣି ଶ୍ରୀ ଜୟ ଦେବଙ୍କ ଶ୍ରୀ ଗୀତଗୋବିନ୍ଦ ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲା। ତେଣୁ ପୁରାତନ ଜରାଜୀର୍ଣ୍ଣ ମଠ, ମନ୍ଦିର, ରାଜପ୍ରାସାଦ ଏବଂ ଗ୍ରାମର ମିଳନପୀଠ ଭାଗବତଟୁଙ୍ଗୀଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ବ୍ରାହ୍ମଣ, ଖଣ୍ଡାୟତ, କରଣ ପରିବାରମାନଙ୍କ ଘରେ ପୁରୁଷାନୁକ୍ରମେ ସାଇତା ହୋଇ ରଖାଯାଇଥିବା ପୋଥି ଗାଦି ଗୁଡିକ ପରୀକ୍ଷା କଲେ ଜଗନ୍ନାଥ ଦାସଙ୍କ ଭାଗବତ ବାରସ୍କନ୍ଦ ସାଙ୍ଗକୁ ଶ୍ରୀ ଗୀତଗୋବିନ୍ଦର ସଚିତ୍ର ବା ଚିତ୍ରହୀନ ଖଣ୍ଡିଏ ଦୁଇଖଣ୍ଡି ପୋଥି ନିଶ୍ଚୟ ହସ୍ତଗତ ହେବ। ସ୍ଥାନେ ସ୍ଥାନେ ପୂରା ଶ୍ରୀ ଗୀତଗୋବିନ୍ଦ ପୋଥି ନ ମିଳିଲେ ମଧ୍ୟ ଏହାର…

"ଓଡିଶାରେ ଶ୍ରୀ ଗୀତଗୋବିନ୍ଦର ପ୍ରଭାବ"

“ପୃଥିବୀ”

– ବିନୟ ମହାପାତ୍ର ହେ ପୃଥିବୀ, ତୁମେ କୁଆଡେ ସର୍ବଂସହା ଧରିତ୍ରୀ, ତୃମେ ସୃଷ୍ଟି, ତୁମେ ଜନନୀ ତୁମରି କାରଣ ଏଇ ସମଗ୍ର ସୃଜନୀ। ନାରୀ ବି ତ ସବୁକିଛି ସହିଯାଏ, ତୁମଠାରୁ ଶିଖିଛି ପରା ଏଇ ସହିବାର ଗୁଣ। ହେ ମାତା, ତୁମର ଏ କନ୍ୟା ମାନଙ୍କୁ ବତେଇ ଦିଅନ୍ତନି ଥରେ, ତୁମ ପରି ନାରୀରେ ବି ଲୁଚିଛି, ଅଜସ୍ର ଗରମ ଲାଭାର ସ୍ରୋତ, ଖାଲି ଏକ ବିଷ୍ଫୋଟର ଆବଶ୍ୟକ ! ତୁମେବି ତ ଉଦ୍ଗାରୀ ଯାଅ, ଆଗ୍ନେୟ ଗୀରିର ସେହି ଉତପ୍ତ ଲାଭାର ସ୍ରୋତ, ତୁମେବି ତ କମ୍ପିଉଠ କ୍ରୋଦ୍ଧର ଭୂକମ୍ପ। ଅନ୍ୟାୟକୁ ନୀରବରେ ସହିଯିବା, ଲୁହପୋଛି ଚୁପ୍ ରହିଯିବା, ନୁହେଁ କିଛି…

"“ପୃଥିବୀ”"

ଶୂନ

– ଯୋଗାନନ୍ଦ ସାହୁ ଚାହାଣି ଅନେକ ଚମକ ଶୂନ ଉପଧା ଅନେକ ଯମକ ଶୂନ, ବାଟରେ ଘାଟରେ ନାଟ କରିବାକୁ ତଥାପି କାହିଁକି ଉଛନ ମନ ! ।।୦।। ନିଦାଘ ଅନେକ ଫଗୁଣ ଶୂନ ବାଦଲ ଅନେକ ବରଷା ଶୂନ, ନୂଆ ମରୁଭୂମି,ନୂଆ ମରୀଚିକା ହେବାକୁ କାହିଁକି ଉଛନ ମନ ! ।।୧।। ଘଟଣା ଅନେକ କାରଣ ଶୂନ କର୍ମ ଅନେକ କାରକ ଶୂନ, ଦାଣ୍ଡ-ବୋଲଣାକୁ ଡାକି ଆଣି ଘରେ ପୂଜା କରିବାକୁ ଉଛନ ମନ ! ।।୨।। ଅସ୍ତ ଅନେକ ଉଦୟ ଶୂନ ପ୍ରଣୟ ଅନେକ ହୃଦୟ ଶୂନ , ନିତି ନୂଆ ନୂଆ ଆକାଶ କୁସୁମ ତୋଳିବାକୁ କିଆଁ ଉଛନ ମନ !…

"ଶୂନ"

ପକ୍ଷୀ

– ଯୋଗାନନ୍ଦ ସାହୁ ଏଇଠୁ ମୁଁ ଉଡିଯିବି ଯେମିତି କି ତୁମ ବାହୁରେ ମୁଁ ପଡିବି, ତୁମଠୁ ମୁଁ ଉଡି ଆସି ପୁଣି ମୋ’ର ଶେଯରେ ମୁଁ ଶୋଇ ପଡିବି ।।୦।। ଏମିତିକା ରାତି ଆସୁଥିବ ନିତି ଆସି ଯାଉଥିବ ଲେଉଟି, ନିଶୂନ ରାତିରେ ପ୍ରୀତି କରୁଥିବି କା’ ଆଖିରେ କିଆଁ ପଡିବି ! ।।୧।। ଶୁଣିଥିଲି କାଳେ ପ୍ରେମରେ ପଡିଲେ ରଙ୍କୀର ବି ପେଜ ବହଳ, (ତୁମ)ଭାବ-ସାଗରରେ ବୁଡାଇଛ ମୋତେ ଅଭାବରେ କିଆଁ ପଡିବି ! ।।୨।। ମୋ’ ଜାଣିବାରେ ପ୍ରେମରେ ପଡିଲେ ଫୁଲ ଭଳି ଲାଗେ ପଥର , ତୁମେ ମତେ ଫୁଲ-ବାଟରେ ନେଉଛ କଣ୍ଟାରେ କିଆଁ ମୁଁ ପଡିବି ! ।।୩।।…

"ପକ୍ଷୀ"

ଅମଳ

– ଯୋଗାନନ୍ଦ ସାହୁ ହୃଦୟ କରୁଛି ନିତି ଆବେଦନ ଦରଜ ପ୍ରଣୟ କରୁଛି ତା’ର ଆବେଦନ ଖାରଜ ।।୦।। ଜୀବନ-କ୍ଷେତରେ ପ୍ରେମ ଏମିତିକା ଫସଲ ହସ ବୁଣି ଏ କ୍ଷେତରୁ ଲୁହ କର ଅମଳ ଲୁହ କରୁଛି ହସର ଆବେଦନ ଖାରଜ ।।୧ ।। ହୃଦୟ ଯେ କୋଟି କୋଟି ସ୍ନେହ କରି କରଜ ପ୍ରେମକୁ ଦେଉଛି ଭେଟି ଲୁଚାଇ ତା’ ଦରଜ ହେଲେ ସବୁ ସ୍ନେହ ତା’ର ପ୍ରେମ କରେ ଖାରଜ ।।୨।। ଆକାଶବାଣୀ ଗୀତିକାର ଜନିକା, ଡ୍ୟୁପ୍ଲେକ୍ସ ନଂ.୭୩, କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ ଜାଗମରା ଭୁବନେଶ୍ୱର-୭୫୧୦୩୦ ଓଡ଼ିଶା

"ଅମଳ"

ସ୍ୱର୍ଗଦ୍ୱାରେ ବିଦାୟର ବେଳେ…

– ପ୍ରଶାନ୍ତ କୁମାର ବେହେରା ମୁଁ ତ ଏବେ ପ୍ରେମରେ, ମୋହରେ ଆଉ ମିଛ ମାୟାରେ ମସଗୁଲ୍ ଅଛି। କିଏ ଜାଣେ ମୁକ୍ତିର ପଥ ସ୍ୱର୍ଗଦ୍ୱାର ମୋ’ ପାଇଁ କେତେ ଦୂର? ଭାବନାରେ ଛନ୍ଦିହୋଇ ସମୟକୁ ଜାଳିଛି। ସ୍ୱପ୍ନରେ ମୋହାଛନ୍ନ ହୋଇ ଅତୀତକୁ ଝୁରିଛି। ପାପ ପୂଣ୍ୟର ଲଢେଇ ଭିତରେ ବିବେକର ଦଂଶନରେ ତୁହାକୁ ତୁହା ଯନ୍ତ୍ରଣାକୁ ସହିଛି। ପ୍ରେମିକାର ରୂପରେ ବିଭୋର ହୋଇ ପୂର୍ଣ୍ଣ ଜହ୍ନକୁ ଅମାବସ୍ୟାର ରାତ୍ରିରେ ଦେଖିଛି। ତା’ ପ୍ରେମରେ ହତାଶ ହୋଇ ଅନ୍ଧାର ରାତ୍ରିକୁ ପୂର୍ଣ୍ଣିମାରେ ଭେଟିଛି। ଏବେ ସ୍ୱର୍ଗଦ୍ୱାରେ ବିଦାୟର ବେଳେ ସମୁଦ୍ର ଲହଡ଼ିର ଘୁ’ ଘୁ’ ଗୁରୁଗମ୍ଭୀର ଗର୍ଜନ ଶୁଭୁ କି ନ ଶୁଭୁ, କିନ୍ତୁ ଠିକ୍…

"ସ୍ୱର୍ଗଦ୍ୱାରେ ବିଦାୟର ବେଳେ…"