ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଜୟ କେଶବ ଗୋଖଲେ ବିଦେଶ ସଚିବ ନିଯୁକ୍ତ

ନୂଆଦିଲ୍ଲୀ ୧-୧ (ଓଡ଼ିଆ ପୁଅ) ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଆଇଏଫଏସ ଅଫିସର ବିଜୟ କେଶବ ଗୋଖଲେଙ୍କୁ ବିଦେଶ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଗୋଖଲେଙ୍କର କାର୍ଯ୍ୟକାଳ ଆସନ୍ତା ୨ ବର୍ଷ ପାଇଁ ହେବ। ଗୋଖଲେ ୨୯ ଜାନୁଆରୀରୁ ବିଦେଶ ସଚିବ ପଦ ଗ୍ରହଣ କରିବେ। ବର୍ତ୍ତମାନର ବିଦେଶ ସଚିବ ଏସ ଜୟଶଙ୍କରଙ୍କର କାର୍ଯ୍ୟକାଳ ଜାନୁଆରୀରେ ପୂରା ହେଉଛି। ଭାରତୀୟ ବିଦେଶ ସେବା (ଆଇଏଫଏସ) ର ବରିଷ୍ଠ ଅଧିକାରୀ ବିଜୟ କେଶବ ଗୋଖଲେ ୧୯୮୧ ବ୍ୟାଚର ଅଧିକାରୀ ଅଟନ୍ତି। ବର୍ତମାନ ଗୋଖଲେ ବିଦେଶ ମନ୍ତ୍ରଣାଳୟରେ ସଚିବ (ଆର୍ଥିକ ସମ୍ବନ୍ଧ)ର ପଦରେ ସେବାରତ। ତାଙ୍କୁ ଦୁଇ ବର୍ଷ ପାଇଁ ବିଦେଶ ସଚିବ…

"ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଜୟ କେଶବ ଗୋଖଲେ ବିଦେଶ ସଚିବ ନିଯୁକ୍ତ"

୨୦୧୮ରେ ମଧ୍ୟ ନ୍ୟୁ କ୍ଲିୟର ଟେଷ୍ଟ ଜାରି ରଖିବ ଉତ୍ତର କୋରିଆ

ନୂଆଦିଲ୍ଲୀ ୩୧-୧୨ (ଓଡ଼ିଆ ପୁଅ) ଉତ୍ତର କୋରିଆ ୨୦୧୮ ରେ ମଧ୍ୟ ନିଜର ପରମାଣୁ ଶକ୍ତିକୁ ବିକସିତ କରିବା ଅଭିଯାନ ଜାରି ରଖିବ। ସରକାରୀ ମିଡିଆରେ ଶନିବାରଦିନ ଜାରି ଏକ ରିପୋର୍ଟରେ ଏହି ସୂଚନା ଦେଇଛି ଉତ୍ତର କୋରିଆ। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି କହିଛିଯେ, ପୋଙ୍ଗ୍ୟାଙ୍ଗ୍ ନିଜର ପରମାଣୁ କାର୍ଯକ୍ରମର ବିକାସ ଜାରି ରଖିବ। ଯାହାଦ୍ୱାରା ଦେଶ ଅଜେୟ ପରମାଣୁ ଶକ୍ତି ଭାବରେ ବିଶ୍ୱରେ ଦଣ୍ଡାୟମାନହେବ। ରିପୋର୍ଟରେ କୁହାଯାଇଛିଯେ, ଏକ ଅଜେୟ ଶକ୍ତି ରୂପରେ ଉତ୍ତର କୋରିଆର ଅସ୍ତିତ୍ୱକୁ ନା କମଜୋର କରାଯାଇପାରିବ  ନା ଅଣଦେଖା କରାଯାଇପାରିବ। ଏକ ଜିମ୍ମେଦାର ପରମାଣୁ ଶକ୍ତିର ରୂପରେ ଉତ୍ତର କୋରିଆ ସମସ୍ତ ବାଧାକୁ ପାର କରି…

"୨୦୧୮ରେ ମଧ୍ୟ ନ୍ୟୁ କ୍ଲିୟର ଟେଷ୍ଟ ଜାରି ରଖିବ ଉତ୍ତର କୋରିଆ"

ପୁଅକୁ ସାମନାରେ ପାଇ ମଧ୍ୟ ଛୁଇଁବାକୁ ପାଇଲେନି କୁଲଭୂଷଣ ଜାଦବଙ୍କ ମା’

ନୂଆଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ପାକିସ୍ତାନ ଜେଲରେ ବନ୍ଦ ଭାରତୀୟ କୈଦୀ କୁଲଭୂଷଣ ଜାଦବ ଏବଂ ତାଙ୍କର ପରିବାର ପାଇଁ ପ୍ରକୃତରେ ଆଜି ବଡ଼ ଦିନ। ସୂଚନା ମୁତାବକ ସୋମବାର ୨୫ ଡିସେମ୍ବର ଜାଦବଙ୍କ ପତ୍ନୀ ଏବଂ ମା’ ଇସ୍ଲାମାବାଦ ବିଦେଶ ମନ୍ତ୍ରଣାଳୟରେ ସାକ୍ଷାତ କରିଛନ୍ତି। ତାଙ୍କ ମଧ୍ୟରେ ପ୍ରାୟ ୩୦ ମିନଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛି। କିନ୍ତୁ ଏହି ସାକ୍ଷାତ ପରେ ମଧ୍ୟ ମା’ ପୁଅଙ୍କ ମଧ୍ୟରେ କିଛି ଅଧୂରା ରହିଯାଇଛି। ମା’ ପୁଅ ସାମନାରେ ହୋଇ ମଧ୍ୟ କେହି କାହାକୁ ଛୁଇଁ ପାରିଲେ ନାହିଁ। ନାଁ, ପୁଅ ମା’ କୁ କୁଣ୍ଢେଇ ପାରିଲା ନାଁ ମା’ ପୁଅକୁ ଗଳାରେ ଲଗାଇ ପାରିଲା। ସାକ୍ଷାତ…

"ପୁଅକୁ ସାମନାରେ ପାଇ ମଧ୍ୟ ଛୁଇଁବାକୁ ପାଇଲେନି କୁଲଭୂଷଣ ଜାଦବଙ୍କ ମା’"

ଅନ୍ତରୀକ୍ଷରେ ପହଁରିଥିବା ପ୍ରଥମ ମହାକାଶଚାରୀ ବ୍ରୁସଙ୍କ ପରଲୋକ

ନୂଆଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ଅନ୍ତରୀକ୍ଷରେ ପହଁରିଥିବା ପ୍ରଥମ ମହାକାଶଚାରୀ ବ୍ରୂସ ଏମସିକୈଣ୍ଡଲେନ୍ସଙ୍କର ୮୦ ବର୍ଷ ବୟସ କାଲିଫର୍ଣ୍ଣିଆରେ ପରଲୋକ ଗମନ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ଜଣାଯାଇନାହିଁ। ବ୍ରୁସ ପେବୃଆରି ୧୯୮୪ରେ ପୂରା ଦୁନିଆରେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ସେ ସ୍ପେସ ଯାନ ଶଟଲ ଚୈଲେଂଜରରୁ ଦୂରକୁ ଯାଇ ଅନ୍ତରୀକ୍ଷରେ ସ୍ପେସ ୱାକ କରିବାର ଫଟୋ ଦୁନିଆର ସାମନାକୁ ଆସିଥିଲା। ବ୍ରୁସ ସମୁଦାୟ ୩୧୨ ଘଣ୍ଟା  ଅନ୍ତରୀକ୍ଷରେ କଟାଇଥିଲେ ସେଥିମଧ୍ୟରୁ ଚାରି ଘଣ୍ଚା ସେ କେବଳ ନିଜର ସ୍ପେସ ସୁଟର ସାହାରାରେ ଅନ୍ତରୀକ୍ଷରେ ରହିଥିଲେ। ସ୍ପେସ ୱାକ ସମୟରେ ବ୍ରୁସ ଅନ୍ତରୀକ୍ଷ ଯାନଠାରୁ ପ୍ରାୟତଃ ୩୦୦ ଫୁଟର ଦୂରତା ପର୍ଯ୍ୟନ୍ତ ଯାଇଥିଲେ। ସେ କହିଥିଲେକି…

"ଅନ୍ତରୀକ୍ଷରେ ପହଁରିଥିବା ପ୍ରଥମ ମହାକାଶଚାରୀ ବ୍ରୁସଙ୍କ ପରଲୋକ"

ଆନ୍ତର୍ଜାତିକ ଆନ୍ତଃସରକାରୀ ସଂସ୍ଥାରେ ପରିଣତ ହେବ ଆଇଏସ୍ଏ

– ଆଇଏସ୍ଏର ମୂଳ ସହମତିରେ ୪୬ ଦେଶ ଦସ୍ତଖତ କରିଥିବା ବେଳେ ୧୯ ଦେଶ ଅନୁମୋଦନ ଦେଇଛନ୍ତି ଇଂଟନ୍ୟାସନାଲ ସୋଲାର ଆଲାଏନ୍ସ (ଆନ୍ତର୍ଜାତିକ ସୌର ସନ୍ଧି-ଆଇଏସ୍ଏ) ମୂଳ ଆଧାର ଚୁକ୍ତିକୁ ୧୫ତମ ଦେଶ ଭାବେ ଗିନିର ଅନୁମୋଦନ ମିଳିବ। ଏଥିସହ ଆସନ୍ତାକାଲି ୨୦୧୭ ଡିସେମ୍ବର ୬ ତାରିଖରେ ଏହା ଏକ ଚୁକ୍ତିଭିତିକ ଆନ୍ତର୍ଜାତିକ ଆନ୍ତଃସରକାରୀ ସଂସ୍ଥାରେ ପରିଣତ ହେବ। ଆଇଏସ୍ଏର ମୁଖ୍ୟାଳୟ ଭାରତରେ ଅବସ୍ଥିତ। ଏହାର ସଚିବାଳୟ ଗୁରଗାଓଁର ଗ୍ୱାଲପାହାରି ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସୋଲାର ଏନର୍ଜିର କ୍ୟାମ୍ପସରେ ଅବସ୍ଥିତ। ୨୦୧୫ ନଭେମ୍ବର ୩୦ରେ ପ୍ୟାରିସରେ ଜାତିସଂଘର ଜଳବାୟୁ ଅଧିବେଶନ ‘କୋପ୍-୨୧’ ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ…

"ଆନ୍ତର୍ଜାତିକ ଆନ୍ତଃସରକାରୀ ସଂସ୍ଥାରେ ପରିଣତ ହେବ ଆଇଏସ୍ଏ"

ଭାରତ ଓ ଜର୍ମାନୀ ମଧ୍ୟରେ ଏକାଧିକ ବୁଝାମଣା ସ୍ୱାକ୍ଷରିତ – ଓଡ଼ିଶା ନିରନ୍ତର ସହରୀ ମୌଳିକ ଭିତିଭୂମି ବିକାଶ -ପର୍ଯ୍ୟାୟ-II’ ପ୍ରକଳ୍ପ ଲାଗି ୫୫ ମିଲିୟନ ୟୁରୋ ଋଣ ଅନୁଦାନ ଲାଗି ବୁଝାମଣା

  ନୂଆଦିଲ୍ଲୀ ୪-୧୨ (ଓଡ଼ିଆ ପୁଅ) ଭାରତ ଏବଂ ଜର୍ମାନୀ ମଧ୍ୟରେ ‘ପରିବେଶ ଅନୁକୂଳ ସହରୀ ପରିବହନ-III’ ପ୍ରକଳ୍ପ ଲାଗି ୨୦୦ ମିଲିୟନ ୟୁରୋ ଆର୍ଥିକ ଅନୁଦାନ ଲାଗି ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାରେ ଜର୍ମାନୀ ପକ୍ଷରୁ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ଡ. ମାର୍ଟିନ ନେ ଏବଂ ଭାରତ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶ୍ରୀ ଏ ସେଲଭାକୁମାର ସ୍ୱାକ୍ଷର କରିଥିଲେ। ବୁଝାମଣାର ଭାଗ-୧ ମେ, ୨୦୧୭ରେ ସ୍ୱାକ୍ଷରିତ ହୋଇଥିଲା। ଏହାବ୍ୟତୀତ ଭାରତ-ଜର୍ମାନୀ ଦ୍ୱିପାକ୍ଷିକ ବିକାଶ ସହଯୋଗ ଅନ୍ତର୍ଗତ ଦୁଇ ଦେଶ ମଧ୍ୟରେ ନିମ୍ନଲିଖିତ ଋଣ ବୁଝାମଣା ହୋଇଥିଲା। -ନଷ୍ଟ ହୋଇଯାଇଥିବା ଜଙ୍ଗଲର ପୁନଃବନୀକରଣ, କୃଷି…

"ଭାରତ ଓ ଜର୍ମାନୀ ମଧ୍ୟରେ ଏକାଧିକ ବୁଝାମଣା ସ୍ୱାକ୍ଷରିତ – ଓଡ଼ିଶା ନିରନ୍ତର ସହରୀ ମୌଳିକ ଭିତିଭୂମି ବିକାଶ -ପର୍ଯ୍ୟାୟ-II’ ପ୍ରକଳ୍ପ ଲାଗି ୫୫ ମିଲିୟନ ୟୁରୋ ଋଣ ଅନୁଦାନ ଲାଗି ବୁଝାମଣା"

ବିଶ୍ୱ ସାଇବର ସ୍ପେସ ସମ୍ମିଳନୀ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

– ଡିଜିଟାଲ ସଶକ୍ତିକରଣ ଭାରତ ସରକାରଙ୍କ ଲକ୍ଷ୍ୟ – ଜାମ ଦ୍ୱାରା ବର୍ତମାନ ସୁଦ୍ଧା ୧୦ ବିଲିୟନ ଡଲାର ଅର୍ଥ ବାଟମାରଣା ବନ୍ଦ – ଭାରତୀୟ ଷ୍ଟାର୍ଟ-ଅପରେ ନିବେଶ ପାଇଁ ଆହ୍ୱାନ – ଡିଜିଟାଲ କ୍ଷେତ୍ର ଆତଙ୍କବାଦ ଏବଂ ଉଗ୍ରବାଦର କ୍ରୀଡ଼ାଙ୍ଗନ ନହେଉ ମହାମହିମ ଶ୍ରୀ ରାନୀଲ ବିକ୍ରମସିଂଘେ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ, ଭାରତ ଏବଂ ବିଦେଶରୁ ଯୋଗ ଦେଇଥିବା ମନ୍ତ୍ରୀଗଣ, ଆଇଟିୟୁର ମହାସଚିବ ୧୨୦ଟି ଦେଶରୁ ଯୋଗ ଦେଇଥିବା ସମ୍ମାନିତ ଅତିଥିଗଣ, ଛାତ୍ରଛାତ୍ରୀ, ଭାଇ ଓ ଭଉଣୀମାନେ ନୂଆଦିଲ୍ଲୀରେ ବିଶ୍ୱ ସାଇବର ସ୍ପେସ ସମ୍ମିଳନୀକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ସେମାନଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି ଯେଉଁମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଇଂଟରନେଟ ଜରିଆରେ ଏଥିରେ ଯୋଗ…

"ବିଶ୍ୱ ସାଇବର ସ୍ପେସ ସମ୍ମିଳନୀ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ"

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସର ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ ୧୭-୧୧ (ଓଡ଼ିଆ ପୁଅ) ଫ୍ରାନ୍ସର ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜାଁ-ୟେସ ଲି ଡ୍ରାଏନ (French Minister for Europe and Foreign Affairs) ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଜୁନ ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ପର ଠାରୁ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ପୂର୍ବରୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏବଂ ବର୍ତମାନର ଭୂମିକାରେ ଭାରତ-ଫ୍ରାନ୍ସ ସମ୍ପର୍କ ନିବିଡ଼ ହେବାରେ ମିଃ. ଲି ଡ୍ରାଏନଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ଗୁରୁତ୍ୱ କେବଳ ଦ୍ୱିପାକ୍ଷିକ ପରିଦୃଶ୍ୟରେ ସୀମିତ…

"ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସର ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ"

ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ, ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ଲସ ବାନୋସ ଠାରେ ଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ) ପରିଦର୍ଶନ କରିଥିଲେ। ଆଇଆରଆରଆଇ ଏକ ପ୍ରମୁଖ ଗବେଷଣା ପ୍ରତିଷ୍ଠାନ, ଯାହା ଧାନ ଗବେଷଣା ମାଧ୍ୟମରେ ଦାରିଦ୍ର୍ୟ ଏବଂ କ୍ଷୁଧା ଦୂରୀକରଣ; ଧାନ ଚାଷୀ ଏବଂ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଏବଂ କଲ୍ୟାଣ; ତଥା ପରବର୍ତ୍ତୀ ପିଢ଼ି ପାଇଁ ଧାନ ଚାଷ ପରିବେଶର ସୁରକ୍ଷା କରିବା ପ୍ରତି ସମର୍ପିତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀରେ ବନ୍ୟା ସହିଷ୍ଣୁ ଧାନ କିସମ; ମରୁଡ଼ି ସହିଷ୍ଣୁ ଧାନ କିସମ; ଲବଣ ସହିଷ୍ଣୁ ଧାନ କିସମ…

"ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ, ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ"

ଫିଲିପାଇନ୍ସରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ମାନିଲାଠାରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସିଆନ ଅଂଚଳ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆସିଆନ କ୍ଷେତ୍ର ସହିତ ଭାରତର ଭାବଗତ ସମ୍ପର୍କ ଏବଂ ସହଭାଗୀତାର ଦୀର୍ଘ ଐତିହ୍ୟ ସମ୍ପର୍କରେ ସେ କହିଥିଲେ। ବିଶେଷ କରି ସେ ବୁଦ୍ଧ ଏବଂ ରାମାୟଣ କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଅଂଚଳରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଐତିହ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବେ ହେଲେ ଅନ୍ୟ ଦେଶର କ୍ଷତି କରିନାହିଁ। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୂର ଦେଶରେ…

"ଫିଲିପାଇନ୍ସରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ"