ଏଭେରେଷ୍ଟରୁ ଗତବର୍ଷ ଜୀବନ ହାରିଥିବା ଦୁଇଜଣ ପର୍ବତାରୋହୀଙ୍କ ସହିତ ତିନି ଜଣ ଭାରତୀୟ ପର୍ବତାରୋହୀଙ୍କ ଶବ ଉଦ୍ଧାର

କାଠମାଣ୍ଡୁ ୨୯/୫ (ଓଡ଼ିଆ ପୁଅ) : ଏଭେରେଷ୍ଟ ପର୍ବତରେ ଗତବର୍ଷ ଜୀବନ ହାରିଥିବା ଦୁଇଜଣ ପର୍ବତାରୋହୀଙ୍କ ସହିତ ତିନି ଜଣ ଭାରତୀୟ ପର୍ବତାରୋହୀଙ୍କ ଶବ ଉଦ୍ଧାର କରାଯାଇଛି। ପରେଶ ଚନ୍ଦ୍ର ନାଥ (୫୮), ଗୌତମ ଘୋଷ (୫୦) ଗତବର୍ଷ ସାତ ଅପ୍ରେଲ ମାସରୁ ନିଖୋଜ ଥିଲେ। ରବି କୁମାର (୨୭) ଗତ ସପ୍ତାହରେ ଏଭେରେଷ୍ଟର ଶୃଙ୍ଗରେ ସଫଳତାର ସହିତ ଚଢିବା ପରେ ଏକଫାଙ୍କରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ତିନି ଜଣଙ୍କର ଶବ ଏଭେରେଷ୍ଟ ପର୍ବତରେ ଏକ ଉଚ୍ଚ ସ୍ଥାନରୁ ଥିବା ଏକ ଶିବିରରୁ ନିକଟରୁ ଉଦ୍ଧାର କରାଯାଇଛି। ଶବ ଗୁଡ଼ିକୁ ପୋଷ୍ଟପାର୍ଟମ ପାଇଁ ହେଲିକପ୍ଟରରେ କାଠମାଣ୍ଡୁର ତ୍ରିଭୁବନ ଯୂନିଭର୍ସିଟି ହସ୍ପପିଟାଲକୁ ପଠାଇ ଦିଆଯାଇଛି।…

"ଏଭେରେଷ୍ଟରୁ ଗତବର୍ଷ ଜୀବନ ହାରିଥିବା ଦୁଇଜଣ ପର୍ବତାରୋହୀଙ୍କ ସହିତ ତିନି ଜଣ ଭାରତୀୟ ପର୍ବତାରୋହୀଙ୍କ ଶବ ଉଦ୍ଧାର"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ଦେଶ ଯାତ୍ରା

ନୂଆଦିଲ୍ଲୀ ୨୯/୫ (ଓଡ଼ିଆ ପୁଅ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛଅ ଦିନିଆ ଇଉରୋପ ଗସ୍ତ ଆରମ୍ଭ କରିଛନ୍ତି। ଚାରୋଟି ଦେଶ: ଜର୍ମାନୀ, ସ୍ପେନ୍‌, ରୁଷିଆ ଓ ଫ୍ରାନ୍‌ସ୍‌ ପରିଦର୍ଶନ କରିବେ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଉପରୋକ୍ତ ଦେଶ ମାନଙ୍କ ସହିତ ଭାରତର ଆର୍ଥିକ ଗତିବିଧି ବୃଦ୍ଧି କରିବା ସହ ପୁଞ୍ଜି ନିବେଶକୁ ଆକର୍ଷିତ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ପ୍ରଥମେ ଜର୍ମାନୀ ଯିବେ ସେଠାରେ ସେ ଚାନ୍‌ସେଲର୍‌ ଆଞ୍ଜଲା ମେର୍‌କେଲ୍‌ ଏବଂ ଜର୍ମାନ୍‌ ରାଷ୍ଟ୍ରପତି ଫ୍ରାଙ୍କ୍‌-ଓ୍ଵାଲ୍‌ଟର୍‌ ଷ୍ଟିନ୍‌ମିର୍‌ଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ସେଠାରେ ମର୍କେଲଙ୍କ ସହ ବ୍ୟାପାର ସହଯୋଗ ସୁରକ୍ଷା ଏବଂ ଆତଙ୍କବାଦରୋଧୀ କାର୍ଯ୍ୟକଳାପ ବିଜ୍ଞାନ, ଟେକ୍ନୋଲୋଜି ସ୍କିଲ୍…

"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ଦେଶ ଯାତ୍ରା"

ଭାରତ-ପାକିସ୍ତାନ କ୍ରିକେଟ ସିରିଜ ଉପରେ ମୋଦୀ ସରକାରଙ୍କ ବଡ଼କଥା – ସୀମା ପାର ଆତଙ୍କବାଦ ବନ୍ଦ ନ ହେଲା ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହିତ କ୍ରିକେଟ ଖେଳିବ ନାହିଁ

ନୂଆଦିଲ୍ଲୀ ୨୯/୫ (ଓଡ଼ିଆ ପୁଅ) : ଭାରତ ସରକାର ବିସିସିଆଇକୁ କହିଛନ୍ତିଯେ, ପିସିବିକୁ କୌଣସି ପ୍ରସ୍ତାବ ଦେବା ପୂର୍ବରୁ ସରକାର ସହ କଥାବାର୍ତ୍ତା କରିବାକୁ ପଡ଼ିବ। ଭାରତର କ୍ରିଡ଼ା ମନ୍ତ୍ରୀ ବିଜୟ ଗୋୟଲ ଭାରତ ଏବଂ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖିବାକୁ ଥିବା କ୍ରିକେଟ ପ୍ରେମୀମାନଙ୍କୁ ବଡ଼ ଝଟକା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ କହିଛନ୍ତି ଯେ, ସୀମାପାର ଆତଙ୍କବାଦ  ଚାଲିଥିବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ଭାରତ ଦ୍ୱିପାକ୍ଷିକ କ୍ରିକେଟ ଖେଳିବାର ସମ୍ଭାବନା ନାହିଁ। ବିସିସିଆଇ ଓ ପିସିବିର  ଉଚ୍ଚ ପଦାଧିକାରୀମାନେ ନିକଟରେ ଦୁବାଇରେ ଭେଟୁଥିବା ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଗୋଏଲଙ୍କ ଏପରି ମନ୍ତବ୍ୟ ସମ୍ଭାବନା ଉପରେ ଅନିଶ୍ଚିତିତା ସୃଷ୍ଟି କରିଛି। ତେଣୁ…

"ଭାରତ-ପାକିସ୍ତାନ କ୍ରିକେଟ ସିରିଜ ଉପରେ ମୋଦୀ ସରକାରଙ୍କ ବଡ଼କଥା – ସୀମା ପାର ଆତଙ୍କବାଦ ବନ୍ଦ ନ ହେଲା ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହିତ କ୍ରିକେଟ ଖେଳିବ ନାହିଁ"

ସୁଦୀରମନ କପ: ଭାରତକୁ କ୍ଲୀନ ସ୍ୱିପରୁ ବଞ୍ଚାଇଲେ ପି.ଭି. ସିନ୍ଧୁ

ଭାରତୀୟ ଟୀମକୁ ମିଶ୍ରିତ ଟିମ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ଡେନମାର୍କ ବିରୁଦ୍ଧରେ ୧-୪ ରେ ପରାଜୟ ମିଳିଲା। ଡେନମାର୍କ ବିରୁଦ୍ଧରେ ରିୟୋ ଅଲମ୍ପିକର ରୌପ୍ୟ ପଦକ ବିଜେତା ପି.ଭି. ସିନ୍ଧୁହିଁ ବିଜୟ ଲାଭ କରିବାରେ ସଫଳ ହୋଇପାରିଲେ। ଭାରତ ଆସନ୍ତା ମ୍ୟାଚ ବୁଧବାରଦିନ ପୂର୍ବ ଚମ୍ପିଆନ୍ ଇଣ୍ଡୋନେସିଆ ବିରୁଦ୍ଧରେ ଖେଳିବ। ଦୁଇଥରର ଉପ ବିଜେତା ଡେନମାର୍କ ବିରୁଦ୍ଧରେ ଭାରତର ପ୍ରାରମ୍ଭରେ ଖରାବ ପ୍ରଦର୍ଶନ ଥିଲା। ଅଶ୍ୱିନୀ ପୋନପ୍ପା-ସାତ୍ୱିକ ସାଇରାଜ ରଂକୀ ରେଡ୍ଡୀଙ୍କ ଜୋଡି ଲଣ୍ଡନ ଅଲମ୍ପିକର କାଂଶ୍ୟ ପଦକ ବିଜେତା ଜୋଡ଼ି ଜୋଆକିମ ଫିଶର ନୀଲ୍ସନ-କ୍ରିସ୍ଟିନା ପେଡରସନଙ୍କୁ କଡା ଟକ୍କର ଦେବାପରେମଧ୍ୟ ୧୫-୨୧, ୨୧-୧୬, ୧୭-୨୧ ରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା। ଦୁନିଆର…

"ସୁଦୀରମନ କପ: ଭାରତକୁ କ୍ଲୀନ ସ୍ୱିପରୁ ବଞ୍ଚାଇଲେ ପି.ଭି. ସିନ୍ଧୁ"

ଅଷ୍ଟ୍ରିଆର ରାଜଧାନୀ ଭିଏନାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଇଣ୍ଡିଆ – ଅପେକ ଆନୁଷ୍ଠାନିକ ବାର୍ତାଳାପ ପୂର୍ବରୁ ଅପେକ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା – ଅପେକ ଏବଂ ଅଣ ଅପେକ ରାଷ୍ଟ୍ର ଗୁଡିକ ଦ୍ୱାରା ୧.୮ ଏମପିଡି ତୈଳ ଉତ୍ପାଦନ ହ୍ରାସର ଉଦବେଗ ପ୍ରକାଶ – ଏସିଆନ ପ୍ରିମିୟମ ବଦଳରେ ଏସିଆନ ଡିଭିଡେଂଟ ପାଇଁ ଅନୁରୋଧ ଭୁବନେଶ୍ୱର, ନୂଆଦିଲ୍ଲୀ, ୨୨ ମଇ (ଓଡ଼ିଆ ପୁଅ) – ଇଣ୍ଡିଆ – ଅପେକ ଆନୁଷ୍ଠାନିକ ବାର୍ତାଳାପ ଆସନ୍ତା ମଇ ୨୫ ତାରିଖରେ ଅନୁଷ୍ଠିତ ହେବା ପୂର୍ବରୁ ସୋମବାର ଦିନ ଅପେକର ସେକ୍ରେଟାରୀ ଜେନେରାଲ ମୋହମ୍ମଦ ସନସୁଇ ବାରକିଣ୍ଡୋଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା କରିଛନ୍ତି ବିଦେଶ ଗସ୍ତରେ ଥିବା କେନ୍ଦ୍ର…

"ଅଷ୍ଟ୍ରିଆର ରାଜଧାନୀ ଭିଏନାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ୍ ଯାତ୍ରାର ଗୁରୁତ୍ୱ

ଅଶ୍ୱିନୀ ଶତପଥୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଇସ୍ରାଏଲ୍ ଯାତ୍ରାକୁ ନେଇ ଏବେଠୁ ବିଭିନ୍ନ ସ୍ତରରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଏଥିପାଇଁ ନିର୍ଦ୍ଧିଷ୍ଟ ତାରିଖ ଜଣାପଡି ନଥିଲେ ମଧ୍ୟ ଏହା ଆଗାମୀ ଜୁଲାଇ ମାସରେ ସମ୍ଭବତଃ ସ୍ଥିରୀକୃତ ହୋଇପାରେ। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାହେବ ସର୍ବପ୍ରଥମ ଇସ୍ରାଏଲ ଗସ୍ତ। ୧୫ ସେପ୍ଟମ୍ବର ୧୯୫୦ରେ ଭାରତ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହିସାବରେ ଇସ୍ରାଏଲକୁ ମାନ୍ୟତା ପ୍ରଦାନ କରିଥିଲା। ଆଉ ସେବେ ଠାରୁ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କର ମୂଳଦୁଆ ସ୍ଥାପିତ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ବିଶ୍ୱ ମାନଚିତ୍ରରେ ଇସ୍ରାଏଲ ଏକ ଅତି କ୍ଷୁଦ୍ର ରାଷ୍ଟ୍ର  ଅଟେ। ୧୯୪୮ ମସିହାରେ ଗୋଟିଏ…

"ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ୍ ଯାତ୍ରାର ଗୁରୁତ୍ୱ"

ଚିନ୍ ରେ ଅନୁଷ୍ଠିତ ଜାତୀୟ ଭଲି ବଲ ମ୍ୟାଚରେ ଭାଗ ନେଉଥିବା ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ସିରିସାକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ, ସସସ୍ଥ ଖର୍ଚ୍ଚ ବହନ କରିବ ସରକାର

ମାଲକାନଗିରି,୧୮/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ମାଲାକନଗିରି ଜିଲ୍ଲାର ନିପଟ ମଫସଲ ଗ୍ରାମର ଜଣେ ଆଦିବାସୀ ବାଳିକା ଜାତୀୟ ଭଲିବଲ ଟିମରେ ସାମିଲ ହୋଇ ଚୀନ ଠାରେ ଆୟୋଜିତ ଜାତୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ମୋନନିତ ହୋଇଛି। ମାଲାକନଗିରି କ୍ରୀଡା ଛାତ୍ରାବସରେ ରହି ଭଲିବଲ ତାଲିମ ନେଉଥିବା ଛାତ୍ରୀ ସିରିସା କାରାମୀ (୧୬) ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ଅନେକ ସୁନାମ ଅର୍ଜନ କଲାପରେ ସେ ଆସନ୍ତା ଅଗଷ୍ଟ ମାସରେ ଚୀନ ଠାରେ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଖିଳିବା ପାଇଁ ଆସନ୍ତା ୨୩ ତାରିଖରୁ ଦୁଇମାସ ପର୍ଯ୍ୟନ୍ତ ଔରାଙ୍ଗବାଦ ଠାରେ ତାଲିମ ନେବେ, ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ଶିରିଷା…

"ଚିନ୍ ରେ ଅନୁଷ୍ଠିତ ଜାତୀୟ ଭଲି ବଲ ମ୍ୟାଚରେ ଭାଗ ନେଉଥିବା ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ସିରିସାକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ, ସସସ୍ଥ ଖର୍ଚ୍ଚ ବହନ କରିବ ସରକାର"

କୁଲଭୂଷଣଙ୍କ ଉଦ୍ଦେଶରେ ବାଲୁକା କଳା

ପୁରୀ ୧୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୁଲଭୂଷଣ ଯାଦବଙ୍କୁ ପାକିସ୍ଥାନ ଶୁଣାଇଛି ଫାଶୀ ଦଣ୍ଡାଦେଶ। ଆଉ ଏହା ବିରୁଦ୍ଧରେ ଭାରତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସର ଦ୍ୱାରସ୍ଥ ହୋଇଥିବା ବେଳେ ସୋମାବାର ଥିଲା ଏହାର ଶୁଣାଣି। ତେଣୁ କିଭଳି ସେ ମୁକ୍ତ ହେବେ ସେ ନେଇ ବାଲୁକା କଳା ମାଧ୍ୟମରେ କୁଲ ଭୂଷଣଙ୍କୁ ନ୍ୟାୟ ମିଳୁ ବୋଲି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି। ନିଜର ଅନନ୍ୟ ବାଲୁକା କଳାମାଧ୍ୟମରେ ସୁଦର୍ଶନ ଏହି ନିବେଦନ କରିଛନ୍ତି। କାରଣ ଦେଶର ପ୍ରତିଟି କୋଣ ଅନୁକୋଣରେ କୁଲଭୂଷଣଙ୍କ ପାଇଁ ପ୍ରାର୍ଥନା କରାଯାଉଥିବା ବେଳେ ବାଲୁକାକଳା ମାଧ୍ୟମରେ ଏହା ଏକ ପ୍ରୟାସ ବୋଲି କହିଛନ୍ତି ସୁଦର୍ଶନ।

"କୁଲଭୂଷଣଙ୍କ ଉଦ୍ଦେଶରେ ବାଲୁକା କଳା"

ଭାରତ ମିଳିତ ଜାତିସଂଘର ମାନବ ବସତି କାର୍ଯ୍ୟକ୍ରମ ୟୁଏନ-ହାବିଟାଟର ମୁଖ୍ୟ ଭାବେ ନିର୍ବାଚିତ

– ନାଇରୋବୀରେ ଆଜିଠାରୁ ଆରମ୍ଭ ହେଉଥିବା ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ଗୃହନିର୍ମାଣ ଏବଂ ସହରାଂଚଳ ବିକାଶ ମନ୍ତ୍ରୀ ଶ୍ରୀ ଏମ୍ ଭେଙ୍କେୟା ନାଇଡ଼ୁ ନୂଆଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଦୀର୍ଘ ୧୦ ବର୍ଷ ପରେ ଭାରତ ସର୍ବସମ୍ମତି କ୍ରମେ ମିଳିତ ଜାତିସଂଘ ସଂଗଠନ(ୟୁଏନଓ) ୟୁଏନ-ହାବିଟାଟର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛି। ସାରା ବିଶ୍ୱରେ ଏହି ସଂସ୍ଥା ସାମାଜିକ ଏବଂ ପରିବେଶ କ୍ଷେତ୍ରରେ ସ୍ଥାୟୀ ମାନବ ବସତି ସ୍ଥାପନ ଦିଗରେ କାର୍ଯ୍ୟ କରୁଛି। ୟୁଏନ-ହାବିଟାଟ ସିଧାସଳଖ ମିଳିତ ଜାତିସଂଘ ସାଧାରଣ ପରିଷଦକୁ ରିପୋର୍ଟ କରିଥାଏ। ଏହି ନିର୍ବାଚନ ପରେ ଗୃହ ଏବଂ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ କେନିଆର…

"ଭାରତ ମିଳିତ ଜାତିସଂଘର ମାନବ ବସତି କାର୍ଯ୍ୟକ୍ରମ ୟୁଏନ-ହାବିଟାଟର ମୁଖ୍ୟ ଭାବେ ନିର୍ବାଚିତ"

ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାର ପୁରୀ ଗସ୍ତରେ ଆସି ରତ୍ନସିଂହାସନ ବିଜେ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ପୁର୍ବାହ୍ନରୁ ନୀତି ତ୍ୱରାନୀତ କରାଯାଇଥିଲା। ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା। ପୁର୍ବାହ୍ନ ୧୦ଟା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀମତୀ ଭଣ୍ଡାରି ସ୍ୱତନ୍ତ୍ର କ୍ୟାର୍ ଗେଟ୍ ଯୋଗେ ସୂଚନା କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମତୀ ଭଣ୍ଡାରିଙ୍କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ନୀତି ପ୍ରଶାସକ…

"ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି"