ପ୍ରତିଭାବାନ୍ ମହାପୁରୁଷ ପ୍ରାଣନାଥ ପଟ୍ଟନାୟକ

– ଶ୍ରୀନିବାସ ଆଚାର୍ଯ୍ୟ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶା ମାଟିରେ ଯେଉଁ କେତେଜଣ ମହାପୁରୁଷ ସେମାନଙ୍କର ଭୋଗ ବିଳାସ, ସୁଖସ୍ୱାଚ୍ଛନ୍ଦ୍ୟ, ଆନନ୍ଦ-ଉଲ୍ଲାସ ତଥା ଆଡ଼ମ୍ବରପୂର୍ଣ୍ଣ ଚାକଚକ୍ୟକୁ ପଛରେ ପକାଇ ସ୍ୱଦେଶ ଓ ଜାତିର ପ୍ରେମରେ ଉଦ୍ବୁଦ୍ଧ ହୋଇ ଦଳିତ, ପତିତ, ଅବହେଳିତ, ନିଷ୍ପେସିତ ଓ ନିରୀହ ଲକ୍ଷ ଲକ୍ଷ ଜନତାଙ୍କ ସେବାରେ ବହୁମୂଲ୍ୟ ସମୟ, ଶକ୍ତି ଓ ସାମର୍ଥ୍ୟ ସେ୍ୱଚ୍ଛାକୃତ ଭାବେ ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରେ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ ଥିଲେ ଅନ୍ୟତମ। ସେ ଥିଲେ ଅଶେଷ ପ୍ରତିଭାର ଅଧିକାରୀ। ଏକାଧାରରେ ସେ ଥିଲେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର ସଂଗ୍ରାମୀ, ଜାତୀୟ କଂଗ୍ରେସ ଦଳର ତୁଙ୍ଗ ସଦସ୍ୟ, ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ଦଳର…

"ପ୍ରତିଭାବାନ୍ ମହାପୁରୁଷ ପ୍ରାଣନାଥ ପଟ୍ଟନାୟକ"