ଭଦ୍ରକ : ଫାର୍ମାସିଷ୍ଟ ବଦଳି ପ୍ରତିବାଦରେ ରାସ୍ତାରୋକ, ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ଲୋକେ

ଭଦ୍ରକ, ୧୪ା୬ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ଲୋକପ୍ରିୟ ଫାର୍ମାସିଷ୍ଟ ଶୁଭ୍ରକାନ୍ତ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିବା ପ୍ରତିବାଦରେ ରହଣିଆ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ମଙ୍ଗଳବାର ସ୍ୱାସ୍ଥ୍ୟକେନ୍ଦ୍ରକୁ ଘେରାଉ କରିବା ସହ ସଂଲଗ୍ନ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର ଆଦୌ ଆସୁନଥିବା ବେଳେ ଅନୁରୂପ ଭାବେ ଧାମନଗରରେ କାର୍ଯ୍ୟରତ ଜନୈକ ଫାର୍ମାସିଷ୍ଟଙ୍କୁ ଏଠାରେ ଯୋଗଦେବାକୁ ଆଦେଶ ଦିଆଯାଇଥିବାରୁ ସ୍ଥାନୀୟ ଲୋକଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ଉକ୍ତ ଫାର୍ମାସିଷ୍ଟ ଭୁବନେଶ୍ୱରରେ ରହି ସପ୍ତାହକୁ ମାତ୍ର ଦୁଇଦିନ…

"ଭଦ୍ରକ : ଫାର୍ମାସିଷ୍ଟ ବଦଳି ପ୍ରତିବାଦରେ ରାସ୍ତାରୋକ, ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ଲୋକେ"

କିଡନୀ ରୋଗକୁ ନେଇ ଜିଲାସ୍ତରୀୟ କର୍ମଶାଳା

ଖଡିଆଳ/ନୂଆପଡା-୧୪/୬ (ଓଡ଼ିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ମୃତ୍ତିକା ସଂରକ୍ଷଣ ସଭାଗୃହ ଠାରେ ଖଡିଆଳ ସ୍ଥିତ ଚଲେଚଲୋ ଅନୁଷ୍ଠାନ ପକ୍ଷରୁ ଜିଲାସ୍ତରୀୟ କିଡନୀ ରୋଗକୁ ନେଇ ଏକ କର୍ମଶାଳା ବୁଧବାର ପାଳିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡ. ଜଗଦୀଶ ମହାନନ୍ଦ, ଉପଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଏଡିଏମଓ (ପି.ଏଚ) ରମେଶ ଚନ୍ଦ୍ର ପାଠକ, କିଡନୀ ରୋଗୀ ବିଶେଷଜ୍ଞ ଡ.ବିପ୍ଲବ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ କର୍ମଶାଳାରେ ନୂଆପଡା ଜିଲାର ଖଡିଆଳ ଏବଂ ବୋଡେନ ବ୍ଲକର ୭୦ ଜଣ କିଡନୀ ରୋଗରେ ଆକ୍ରାନ୍ତ ଉପସ୍ଥିତ ଥିଲେ। ଚଲେଚଲୋ ଅନୁଷ୍ଠାନର ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ କର୍ମଶାଳାକୁ ପରିଚାଳନା କରିଥିବା ବେଲେ ପ୍ରକଳ୍ପ ରାଜ୍ୟ…

"କିଡନୀ ରୋଗକୁ ନେଇ ଜିଲାସ୍ତରୀୟ କର୍ମଶାଳା"

କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ଅଦ୍ଭୁତ ଜାଆଁଳା ପିଲା ଜନ୍ମ

କେନ୍ଦ୍ରାପଡା, ୧୨/୬  (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ଶନିବାର ରାତିରେ ଦୁଇଟି ଅଦ୍ଭୁତ ଧରଣର ଜାଆଁଳା ପିଲା ଜନ୍ମ ହୋଇଥିଲେ। ସେମାନେ ପୁଅ କିମ୍ବା ଝିଅ ଜଣାପଡୁନଥିଲେ। ପିଲା ଦୁଇଟି ରାଜନଗର ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ପ୍ରକାଶ ହାତୀଙ୍କ ପତ୍ନୀ ସରସ୍ୱତୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ଜନ୍ମର ଅଧଘଣ୍ଟା ପରେ ପିଲା ଦୁଇଟି ମରିଯାଇଥିଲେ।

"କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ଅଦ୍ଭୁତ ଜାଆଁଳା ପିଲା ଜନ୍ମ"

ଫୁଲବାଣୀ:ଡ଼ାକ୍ତରଖାନା ଷ୍ଟ୍ରେଚରରେ … ଶବ ବୁହାଗଲା ମୁଖ୍ୟରାସ୍ତାରେ …

ଫୁଲବାଣୀ,୧୨/୬ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :କନ୍ଧମାଳ ଜିଲ୍ଳା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତର ବେଡ଼ାଙ୍ଗପାଜୁ ଗ୍ରାମର ଚିତ୍ତ ରଞ୍ଜନ ପ୍ରଧାନଙ୍କ ନାବାଳିକା ଝିଅ ଅଲିଭା ପ୍ରଧାନ (୧୩) ଗ୍ରାମ ନିକଟସ୍ଥ ଯାନିମହଲି ପୋଖରୀକୁ ସକାଳୁ ସକାଳୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି ପ୍ରକାର ଅସାବଧାନତା ଯୋଗୁଁ ତାହାର ଗୋଡ଼ ଖସିଯାଇଥିଲା। ସେ ପାଣିରେ ବୁଡ଼ିଯାଇ ଗୁରୁତର ହୋଇ ପଡ଼ିଥିବା ବେଳେ ପରବର୍ତ୍ତି ସମୟରେ ଗ୍ରାମବାସୀ ମାନେ ତାକୁ ଉଧାର କରି ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡ଼ାକ୍ତର ନାବାଳିକାକୁ ମୃତ ଘୋଷଣା କରିବା ସହିତ ଘଟଣା ସଂର୍ପକରେ ପୁଲିସ୍ କୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି…

"ଫୁଲବାଣୀ:ଡ଼ାକ୍ତରଖାନା ଷ୍ଟ୍ରେଚରରେ … ଶବ ବୁହାଗଲା ମୁଖ୍ୟରାସ୍ତାରେ …"

ଭଦ୍ରକ : ବରପଦା ସିଏଚସିରେ ରୋଗୀସେବା, ଜଣେ ଡାକ୍ତରରେ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭଦ୍ରକ, ତା୧୨/୬ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଦୀପ ତଳ ଅନ୍ଧାର ଭଳି ସହରର ଅନତିଦୂରରେ ଥିବା ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର(ସିଏଚସି)ପ୍ରତି ସରକାରୀ ଅବହେଳା ଜାରି ରହିଛି। ଭଦ୍ରକ ଜିଲା ସଦର ମହକୁମାରେ ରହିଛି ଜିଲା ମୁଖ୍ୟ ଚିକିତ୍ସ।ଳୟ। ତେବେ ଭଦ୍ରକ ବ୍ଲକ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ରହିଛି ସହରରୁ ୭ କିଲୋମିଟର ଦୂର ବରପଦାରେ। ଡାକ୍ତର ଅଭାବରେ ଏବେ ସନ୍ତୁଳି ହେଉଛି ଏହି ସ୍ୱାସ୍ଥ୍ୟକେନ୍ଦ୍ର। ୫ ଜଣ ଡାକ୍ତରଙ୍କ ବଦଳରେ ଜଣେ ଡାକ୍ତରଙ୍କୁ ନେଇ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସେହି ଡାକ୍ତର ପୁଣି ରୋଗୀ ବି ଦେଖିବେ ଓ ମେଡିକାଲ ଅଫିସର ଭାବେ ପ୍ରଶାସନିକ ଦାୟିତ୍ୱ ବି ବୁଝିବେ। ସମୁଦାୟ ଭଦ୍ରକ…

"ଭଦ୍ରକ : ବରପଦା ସିଏଚସିରେ ରୋଗୀସେବା, ଜଣେ ଡାକ୍ତରରେ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର"

ଜଣ୍ଡିସ ଆକ୍ରାନ୍ତ ବଡମୂଳା ଗ୍ରାମକୁ ପହଞ୍ଚିଲା ଡାକ୍ତରୀ ଦଳ- ୧୦ ଆକ୍ରାନ୍ତ ଟିମ: ରୋଗୀଙ୍କ ଝଡା ଫୁଙ୍କାରେ ବିଶ୍ୱାସ

ଖଡିଆଳ/ନୂଆପଡା-୧୨.୬ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) – ନୂଆପଡା ଜିଲା ଖଡିଆଳ ବ୍ଳକ ଅନ୍ତର୍ଗତ ଅରେଡା ପଞ୍ଚାୟତର ବଡମୂଲା ଗ୍ରାମରେ ଜଣ୍ଡିସର ଆତଙ୍କ ଦେଖାଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ସୋମବାର ଏକ ବିଶେଷଜ୍ଞ ଡାକ୍ତରୀ ଟିମ ପହଞ୍ଚି ଗ୍ରାମବାସୀ ବ୍ୟବହାର କରୁଥିବା ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି। ଏହା ସହ ଗ୍ରାମବାସୀ ବ୍ୟବହାର କରୁଥିବା ପାଣିକୁ ଫୁଟାଇ ପିଇବା ପାଇଁ ସଚେତନ କରିବା ସହ ହେଲୋଜିନ ବଟିକ ବ୍ୟବହାର କରିବାକୁ କୁହାଯାଇଛି। ଗ୍ରାମରେ ୧୦ ଜଣ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦୂଷିତ ଜଳ କାରଣରୁ ଜଣ୍ଡିସ ବ୍ୟାପୁଥିବା ଡାକ୍ତରୀଦଳ ପ୍ରକାଶ…

"ଜଣ୍ଡିସ ଆକ୍ରାନ୍ତ ବଡମୂଳା ଗ୍ରାମକୁ ପହଞ୍ଚିଲା ଡାକ୍ତରୀ ଦଳ- ୧୦ ଆକ୍ରାନ୍ତ ଟିମ: ରୋଗୀଙ୍କ ଝଡା ଫୁଙ୍କାରେ ବିଶ୍ୱାସ"

ଅନ୍ଧ ବିଶ୍ୱାସର କୁପରିଣତି : ପୁଣି ୨ ଶିଶୁଙ୍କୁ ଚେଙ୍କ: ଗୁରୁତର ଅବସ୍ଥାରେ ଜଣେ କଟକ ସ୍ଥାନାନ୍ତର: ଜିଲ୍ଲାରେ ୨ ଦିନରେ ୪ ଶିଶୁଙ୍କୁ ଚେଙ୍କ

– ରୋଗ ଭଲ ନହେବାରୁ ଅତି ନିର୍ଦ୍ଦୟ ଭାବରେ ଦିଆଗଲା ଚେଙ୍କ କେନ୍ଦୁଝର ୧୨/୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଅନ୍ଧ ବିଶ୍ୱାସର କରୁଣ ପରିଣତି। ରୋଗ ଭଲ ନ ହେବାରୁ ଦୁଇ ଶିଶୁଙ୍କୁ ପୁଣି ଚେଙ୍କ ଦିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ସୋମବାର ଦିନ ଜଣେ କଟକ ସ୍ଥାନାନ୍ତର ହୋଇଥିବା ବେଳେ ଆଉ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯନ୍ତ୍ରଣାରେ ହେଉଛି ଛଟପଟ ହେଉଛି। ଗତ ଦୁଇ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ ଜଣ କୋମଳମତି ଶିଶୁଙ୍କୁ ରୋଗ ଭଲ ନହେବାରୁ ଅତି ନିର୍ଦ୍ଧୟ ଭାବରେ ଚେଙ୍କ ଦିଆଯାଇଥିବା କଥା ସାମନାକୁ ଆସିଛି। ଯୋଡା ବ୍ଲକ…

"ଅନ୍ଧ ବିଶ୍ୱାସର କୁପରିଣତି : ପୁଣି ୨ ଶିଶୁଙ୍କୁ ଚେଙ୍କ: ଗୁରୁତର ଅବସ୍ଥାରେ ଜଣେ କଟକ ସ୍ଥାନାନ୍ତର: ଜିଲ୍ଲାରେ ୨ ଦିନରେ ୪ ଶିଶୁଙ୍କୁ ଚେଙ୍କ"

ହାଇଟେକ ମେଡିକାଲ କଲେଜ ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଅଭିଭାବକ ସଂଘର ଦାବି

ରାଉରକେଲା ୧୨/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ଥିତ ହାଇଟେକ କଲେଜକୁ ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ଏମବିବିଏସ ରେ ନାମ ଲେଖା ହୋଇପାରିବ ନାହିଁ ଓ କଲେଜ ପକ୍ଷରୁ ଦିଆଯାଇଥିବା ୨ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଂଟି ଜମାକୁ ବ୍ୟାଜାପ୍ତି କରିବା ପାଇଁ ମନ୍ତ୍ରଣାଳୟ ଏମ ସି ଆଇ କୁ ନିର୍ଦେଶଦେବା ଯୋଗୁଁ ହାଇଟେକ ମେଡିକାଲ କଲେଜ ଚର୍ଚ୍ଚାକୁ ଆସିଛି। ସୂଚନାଯୋଗ୍ୟ ଯେ ୨୦୧୨ ମସିହାରେ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟକୁ ଆରଜିଏଚ ପରିସରରେ ଦଶ ଏକର ଜମି ଓ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୧୦କୋଟି ଟଙ୍କା ସରକାର ଆର୍ଥିକ ଅନୁଦାନ…

"ହାଇଟେକ ମେଡିକାଲ କଲେଜ ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଅଭିଭାବକ ସଂଘର ଦାବି"

କେନ୍ଦୁଝର: ଅନ୍ଧ ବିଶ୍ୱାସର କରୁଣ ପରିଣତି : ରୋଗ ଭଲ ନହେବାରୁ ଅତି ନିର୍ଦ୍ଦୟ ଭାବରେ ଦୁଇ ଶିଶୁଙ୍କୁ ଦେଲେ ଚେଙ୍କ

– ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କେନ୍ଦୁଝର ୧୧/୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ମରାଗୋଳା ଗାଁର ଅଞ୍ଜନା ଜୁଆଙ୍ଗଙ୍କର ୧୩ ଦିନର ଶିଶୁ ପୁଅ ର ‘ନାହି’ ମୁଳ ନ ଶୁଖିବାରୁ ତାର ଆଇ ତା ପେଟ ରେ ଚେଙ୍କ ଦେଇଥିଲା। ଫଳରେ ତାର ଅବସ୍ଥା ଭଲ ହେବା ପରିବର୍ତ୍ତେ ଗୁରୁତର ହେବାରୁ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ସଦର ବ୍ଲକର ବରଦାପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମିତା ଗାଁର ଦୁର୍ଗା ମହାକୁଡଙ୍କର ଦେଢ ବର୍ଷର ଝିଅ ଅନେକ ଦିନ ଧରି ଜ୍ୱରରେ ପୀଡିତ ରହିବାସହ ତାଙ୍କର ପେଟ ସାମାନ୍ୟ…

"କେନ୍ଦୁଝର: ଅନ୍ଧ ବିଶ୍ୱାସର କରୁଣ ପରିଣତି : ରୋଗ ଭଲ ନହେବାରୁ ଅତି ନିର୍ଦ୍ଦୟ ଭାବରେ ଦୁଇ ଶିଶୁଙ୍କୁ ଦେଲେ ଚେଙ୍କ"

ବଡମୂଳା ଗ୍ରାମରେ ଜଣ୍ଡିସ ଆତଙ୍କ-୫୦ ରୁ ଉର୍ଦ୍ଧ ଆକ୍ରାନ୍ତ, ସର୍ବାଧିକ ଶିଶୁ

ଖଡିଆଳ/ନୂଆପଡା-୧୧.୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଅରେଡା ପଞ୍ଚାୟତର ବଡମୁଳା ଗ୍ରାମରେ ଜଣ୍ଡିସ ରୋଗ ଆତଙ୍କ ଦେଖାଦେଇଛି। ଦୂଷିତ ଜଳ ସେବନ କରିବା ଦ୍ୱାରା ଗ୍ରାମର ୫୦ ରୁ ଉର୍ଦ୍ଧ ଆକ୍ରାନ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଜଣ୍ଡିସ ରୋଗରୁ ମୁକ୍ତି ପାଇବା ପାଇଁ ଆକ୍ରାନ୍ତ ରୋଗିମାନେ ବାଧ୍ୟ ହୋଇ ଝଡାଫୁଙ୍କାର ଆଶ୍ରୟ ନେଉଥିବା ଲୋକେ ପ୍ରକାଶ କରିଛନ୍ତି। ବିଶେଷ କରି ଛୋଟ ଛୋଟ ଶିଶୁ ମାନେ ଅଧିକ ମାତ୍ରାରେ ଜଣ୍ଡସ ବ୍ୟାପୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି। ନଳକୂପ ଏବଂ ନିକଟସ୍ଥ ନଦୀର ଦୂଷିତ ଜଳକୁ ବ୍ୟବହାର କରିବା ଦ୍ୱାରା ଜଣ୍ଡିସ ରୋଗ ବ୍ୟାପୁଥିବା ଜଣାପଡିଛି।…

"ବଡମୂଳା ଗ୍ରାମରେ ଜଣ୍ଡିସ ଆତଙ୍କ-୫୦ ରୁ ଉର୍ଦ୍ଧ ଆକ୍ରାନ୍ତ, ସର୍ବାଧିକ ଶିଶୁ"