ମିଳିମିଳା ଓ ଜର୍ମାନ ମିଳିମିଳା ଟୀକାକରଣ ଅଭିଯାନ ଜାନୁଆରୀ ୨୯ରୁ

କେନ୍ଦ୍ରାପଡା ୧୬/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାରେ ମିଳିମିଳା ଓ ଜର୍ମାନ ମିଳିମିଳା ନିୟନ୍ତ୍ରଣ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ର ସଫଳତା ଉପଲକ୍ଷେ ଏକ ସଚେତନତା ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନି କକ୍ଷରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବୈଷ୍ଣବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ରଘୁଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିମିଳା ଓ ଜର୍ମାନ ମିଳିମିଳା(ରୁବେଲା)ର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଧର୍ମଗୁରୁ, ଶିକ୍ଷକ/ଶିକ୍ଷୟତ୍ରୀ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଅଭିବାବକଙ୍କ ସହେଯାଗ କାମନା କରିଥିଲେ। ଜାନୁଆରୀ ୨୯ ତାରିଖରୁ ୫ ସପ୍ତାହ ପର୍ଯ୍ୟନ୍ତ ଏହି ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲାରେ ହେବାକୁ ଥିବାବେଳେ ଲିଙ୍ଗ, ବର୍ଣ୍ଣ,…

"ମିଳିମିଳା ଓ ଜର୍ମାନ ମିଳିମିଳା ଟୀକାକରଣ ଅଭିଯାନ ଜାନୁଆରୀ ୨୯ରୁ"

ମାଓ ସମସ୍ୟାଠାରୁ ଗମ୍ଭୀର ସମସ୍ୟା: ମାଲକାନଗିରିରେ କିଡନି ରୋଗ! ୬ ବର୍ଷରେ ୩୦୦ମୃତ, ଶତାଧିକ ଆକ୍ରାନ୍ତ, ସରକାର ଦୃଷ୍ଟି ଦେବେକି?

ମାଲକାନଗିରି, ୧୩।୧ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲକାନଗିରି ଜିଲ୍ଲାରେ ଦୁଇଟି ଡର ମାଓବାଦୀଙ୍କ ଭୟ ଓ ମ୍ୟାଲେରିଆ ଜ୍ୱର ବୋଲି କୁହା ଯାଉଥିବା ବେଳେ ଏବେ ଆଉ ଗୋଟିଏ ଡର ଦେଖା ଦେଇଛି। ତାହା ହେଲା କିଡନି ରୋଗର ଭୟ, ଏହି ରୋଗ ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ଦିନକୁ ଦିନ ବ୍ୟାପିବାରେ ଲାଗିଲାଣି। କିଡନି ରୋଗରେ ଅନେକ ଲୋକଙ୍କର ପ୍ରାଣ ଚାଲିଯାଇଥିଲେ ବି ରାଜ୍ୟ ସରକାର କି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ପ୍ରତି ବର୍ଷ ଶତାଧିକ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି। ସମଗ୍ର ମାଲକାନଗିରି ଜିଲ୍ଲାରେ ଗତ କିଛି ବର୍ଷ ହେଲା କିଡନି ରୋଗର ଆତଙ୍କ ଦେଖା…

"ମାଓ ସମସ୍ୟାଠାରୁ ଗମ୍ଭୀର ସମସ୍ୟା: ମାଲକାନଗିରିରେ କିଡନି ରୋଗ! ୬ ବର୍ଷରେ ୩୦୦ମୃତ, ଶତାଧିକ ଆକ୍ରାନ୍ତ, ସରକାର ଦୃଷ୍ଟି ଦେବେକି?"

ପୌରପରିଷଦ ପକ୍ଷରୁ ଚିକିତ୍ସାଳୟ ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହି ଠାରେ ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଏକ ଚିକିତ୍ସାଳୟ ଉଦ୍ଘାଟିତ ହୋଇଛି। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପୌରପରିଷଦ ଦ୍ୱାରା ଏହି ଚିକିତ୍ସାଳୟ ଉଦ୍ଘାଟିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗ ଦେଇ ଚିକିତ୍ସାଳୟକୁ ଉଦ୍ଘାଟନ କରିଥିଲେ। ପୌରପରିଷଦର ଏହି ଚିକିତ୍ସାଳୟ ନୁତନ ଭାବେ କାର୍ଯ୍ୟକ୍ଷମ କରାଯାଉ ବୋଲି ବହୁ ଦିନରୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନେ ଦାବି କରିବା ସହ ପ୍ରତିକ୍ଷା କରିଥିଲେ। ଏହି ଚିକିତ୍ସାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଉପକୃତ ହେବା ସହ ଆଖପାଖ ଅଞ୍ଚଳରେ…

"ପୌରପରିଷଦ ପକ୍ଷରୁ ଚିକିତ୍ସାଳୟ ଉଦ୍ଘାଟିତ"

କାର୍ ସହିତ ବିପୁଳ ପରିମାଣର କୋରେକ୍ସ ସିରପ ଏବଂ ନିଶା ଟାବ୍ଲେଟ ଜବତ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ କ୍ଷେତରାଜପୁର ଥାନା ପୋଲିସ ମହାନଦୀ ରିଙ୍ଗରୋଡ଼ରେ ଗତକାଲି ନାକାବନ୍ଦୀ ସମୟରେ ଏକ କାର୍ ଖାନ୍ତଲାସ କରି ଏଥିରୁ ବିପୁଳ ପରିମାଣର କୋରେକ୍ସ ଏବଂ ନିଶା ବଟିକା ଜବତ କରିଛନ୍ତି। କାର୍ରେ ଯାଉଥିବା ୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସଙ୍ଗେ ସଙ୍ଗେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଗତ ରାତି ଥାନାର ଏଏସ୍ଆଇ ଏ.କେ.ପ୍ରଧାନ ଏବଂ ଏସ୍.କେ.ମହାଖୁଡ଼, ହାବିଲଦାର ଏସ. ପାତ୍ର, ଏ. ସେଠୀ, କେ.ସି.ସାହୁ ପେଟ୍ରୋଲିଂ କରୁଥିବା ବେଳେ ମହାନଦୀ ରିଙ୍ଗରୋଡ଼ରେ ଏକ ୱାଗନର କାର୍ (ଓଆର-୦୫ଏନ-୯୮୯୧) ବୁର୍ଲା ପଟରୁ ସହର ଆଡ଼କୁ ଆସୁଥିବା ବେଳେ ସନ୍ଦେହରେ ଏହାକୁ ଅଟକାଇ ଖାନତଲାସ…

"କାର୍ ସହିତ ବିପୁଳ ପରିମାଣର କୋରେକ୍ସ ସିରପ ଏବଂ ନିଶା ଟାବ୍ଲେଟ ଜବତ"

ରୋଟାରୀ କ୍ଲବ ସ୍ୱାସ୍ଥ୍ୟ ଶିବିର

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରୋଟାରୀ କ୍ଲବ ପୁରୀ ପକ୍ଷରୁ ଆମରୀ ହସପିଟାଲର ସହଯୋଗିତାରେଏକ ସ୍ୱାସ୍ଥ୍ୟ ଶିବିର ରୋଟାରୀ କମ୍ୟୁନିଟି ସେଂଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ଆୟୋଜିତ ହୋଇ ଏହି ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା।ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞଡାଃ ଫରେଶ ଅଗ୍ରୱାଲ ଏବଂ ସ୍ତ୍ରୀ ଓ ପ୍ରସୂତିରୋଗ ଡାଃ ହରପ୍ରିତ କୌର ଶିବିରାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଶିବିରରେ ଲୋକ ମାନଙ୍କର ର୍ୟାଣ୍ଡମ୍ ବ୍ଲଡ ସୁଗାର ଏବଂ ଇସିଜି ପରୀକ୍ଷା ମାଗଣାରେ କରାଯାଇଥିଲା। ଆଇଏମ୍ଏ ପୁରୀ ଶାଖା ସଂପାଦକ ଡାଃ ବାନାମ୍ବର ସେନାପତି ଆମରୀ ହସପିଟାଲ ଡାଃ ବିବେକ ତ୍ରୀପାଠୀ, ସୋନମ ଶର୍ମା,…

"ରୋଟାରୀ କ୍ଲବ ସ୍ୱାସ୍ଥ୍ୟ ଶିବିର"

୪ଲକ୍ଷ ଶିଶୁଙ୍କୁ ଦିଆଯିବ ମିଳିମିଳା ଟିକା

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜିଲ୍ଲାର ୪ ଲକ୍ଷ୩୧ ହଜାର ଶିଶୁଙ୍କୁ ମିଳିମିଳା ପ୍ରତିଷେଧକ ଟିକାଦିଆଯିବ। ଚଳିତ ମାସ ୨୯ ରୁ ମାର୍ଚ୍ଚ ୨୬ ତାରିଖ ପର୍ଟ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୯ ବର୍ଷରୁ ୧୫ବର୍ଷ ବୟସର ଶିଶୁ ଟିକା ନେିପାରିବେ। ଏଥିପାଇଁ ୯୫୮ ସୁପରଭାଇଜର ଓ ୨୫୮ ଟିକା ପ୍ରଦାନକାରୀଙ୍କୁ ନିୟୋଜିତ କରାଯିବ। ୨୮୭୪ ଟି ସ୍ଥାନରେ ଟିକା ଦିଆଯିବ ବୋଲି ବୁଧବାର ସୂଚନା ଦିଆଯାଇଛି। ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମିଳିମିଳା ରୋଗର ପ୍ରତିକାର ପାଇଁ ଜିଲ୍ଲାର ସବୁଶିଶୁଙ୍କୁ ଟିକା ଦେବାକୁ ସ୍ଥିର କରାଯାଇଛି। ଜିଲ୍ଲା…

"୪ଲକ୍ଷ ଶିଶୁଙ୍କୁ ଦିଆଯିବ ମିଳିମିଳା ଟିକା"

ବ୍ଲକସ୍ତରୀୟ ମିଳିମିଳା ଓ ରୁବେଲା ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ୧୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଆଜି କେନ୍ଦ୍ରାପଡା ଟାଉନ୍ ହାଇସ୍କୁଲ ପରିସରରେ ବିଆର୍ସିସି, ସିଆର୍ସିସି ପ୍ରଧାନ ଶିକ୍ଷକ ଓ ନୋଡାଲ ଶିକ୍ଷକମାନଙ୍କ ପାଇଁ ଏକ ବ୍ଲକସ୍ତରୀୟ ମିଳିମିଳା ଓ ରୁବେଲା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ପ୍ରଦୀପ କୁମାର ଦାସ, ବ୍ଲକ ପୋଗ୍ରାମ ପରିଚାଳିକା ଅନ୍ନପୂର୍ଣ୍ଣା ନାୟକ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜୟନ୍ତ କୁମାର ରାଉତରାୟ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ଓ କେନ୍ଦ୍ରାପଡା ବିଆରସିସି ଅଜୟ କୁମାର ପରିଡା ପ୍ରମୁଖ ଯୋଗଦେଇ ଉପସ୍ଥିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସମସ୍ତ ବିଆରସିସି, ସିଆରସିସି,…

"ବ୍ଲକସ୍ତରୀୟ ମିଳିମିଳା ଓ ରୁବେଲା ପ୍ରଶିକ୍ଷଣ ଶିବିର"

ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ରୋଗୀ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୧୦୮ ଆମ୍ବୁଲାନ୍ସ ଆସିଲାନି। ଘରୋଇ ଆମ୍ବୁଲାନ୍ସ ପାଇଁ ପାଖରେ ପଇସା ନାର୍ହି। ତେଣୁ ଅସହାୟ ହୋଇ ପଡିଥିଲେ ଗଣେଶ ମୁଣ୍ଡାଙ୍କ ପରିବାର। ଗଣେଶଙ୍କ ସ୍ୱାସ୍ଥ୍ର୍ୟାବସ୍ଥା ଗୁରୁତର ହେବାରୁ ଗଣେଶଙ୍କ ଶଳା ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ଟ୍ରଲି ଯୋଗେ ନେଇଥିଲେ। ଏହି ଘଟଣା ଭଦ୍ରକରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ; ଭଦ୍ରକ ବ୍ଲକ କୋରକୋରା ପଞ୍ଚାୟତ ଅଧୀନ ନୂଆସାହି ଗ୍ରାମର ଗଣେଶ ମୁଣ୍ଡା ଗତ ୧ମାସ ଧରି ଅସୁସ୍ଥ ଥିଲେ। ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ରୋଗ କମି ନ ଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ତେଣୁ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ…

"ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ରୋଗୀ"

ଡୁଆଝର ଗ୍ରାମରେ ଫୁଙ୍କାଝଡା ମାଧ୍ୟମରେ କାମଲ ରୋଗର ଚିକିତ୍ସା, ରୋଗୀଙ୍କ ଲମ୍ବା ଲାଇନ

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ବର୍ତ୍ତମାନ କାମଳରୋଗର ଭୟ ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରହିଅଛି। କାମଳରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁମୁଖରେ ପଡୁଥିବା ବେଳେ ଏହା ପାଣି ଦ୍ୱାରା ହେଉଥିବା ନେଇ ଅନେକ ଡାକ୍ତର ଓ ଗବେଷକ ମାନେ ମତ ଦେଇ ଆସିଛନ୍ତି। ଅପରପକ୍ଷେ ଏହି ରୋଗର ନିରାକରଣ ପାଇଁ କାମଳରୋଗୀଙ୍କ ସୁଅ ଛୁଟିଛି ଜିଲାର ଖଡିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମକୁ। ଏକ ଭିନ୍ନ ନିଆରା ରୂପରେ ଦେଖିବାକୁ ମିଳେ ଏହି ରୋଗର ନିରାକରଣ। ନୂଆପଡା ଜିଲାର ଖଡିଆଳ ସହର ଠାରୁ ମାତ୍ର ୮ କିଲୋମିଟର ଦୂରତାରେ ରହିଛି ଡୁଆଝର ଗ୍ରାମ। ଏହି ଗାଁ କାମଲ ରୋଗର ଝଡାଫୁଙ୍କା ଚିକିତ୍ସା ପାଇଁ…

"ଡୁଆଝର ଗ୍ରାମରେ ଫୁଙ୍କାଝଡା ମାଧ୍ୟମରେ କାମଲ ରୋଗର ଚିକିତ୍ସା, ରୋଗୀଙ୍କ ଲମ୍ବା ଲାଇନ"

ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ କୀଡନି ଡାକ୍ତର ନିଯୁକ୍ତ କରିବାକୁ ଦାବି

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲାର ପ୍ରମୁଖ ସହର ଖଡିଆଳ ସହର। ଖଡିଆଳ ନୂଆପଡା ଜିଲାର ମଧ୍ୟସ୍ଥଳରେ ରହିଥିବା ବେଳେ ଏଠାକାର ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇବା ସକାଶେ ଶତାଧିକ ଲୋକେ ନିର୍ଭର କରିଥାନ୍ତି। ଏପରିକି ନୂଆପଡା ଜିଲାର ଖଡିଆଳ, ବୋଡେନ, ସିନାପାଲି, ପଡୋଶୀ ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା, ତୁରେକେଲା, କଲାହାଣ୍ଡି ଜିଲାର ବୋର୍ଡା ଅଞ୍ଚଳ ଏବଂ ପଡୋଶୀ ଛତିଶଗଡର ରାଜ୍ୟର ଦେଓଭୋଗ ଅଞ୍ଚଳର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ଡାକ୍ତରଖାନାରେ ୩୦୦ରୁ ୪୦୦ ରୋଗୀ ଚିକିତ୍ସିତ ହୋଇଥାନ୍ତି। ହେଲେ ଏଠାରେ ଡାକ୍ତର ସମସ୍ୟାା ନିତିଦିନିଆରେ ପରିଣତ ହୋଇଥିବାରୁ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନିତ…

"ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ କୀଡନି ଡାକ୍ତର ନିଯୁକ୍ତ କରିବାକୁ ଦାବି"