କୋରାପୁଟ ସଦର ଡାକ୍ତରଖାନାରୁ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରିଲିଭ ପରେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅଚଳ !

– ରିଲିଭ ହୋଇଥିବା ପାରା ମେଡିକାଲ ଷ୍ଟାଫମାନଙ୍କୁ ଫେରାଇଆଣିବାକୁ କୁହାଯାଇଛି-କଲେଜ ଅଧିକ୍ଷକ – ହସପିଟାଲ ଅବ୍ୟବସ୍ଥା ପାଇଁ କୋରାପୁଟ ବିଧାୟକ କ୍ଷପ୍ପା କୋରାପୁଟ ; ତା୦୨-୦୮-୧୮ (ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ଡାକ୍ତରଖାନାରୁ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରିଲିଭ ପରେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅଚଳ ହୋଇଯାଇଥିବା ଜଣାପଡିଛି।କୋରାପୁଟ ସଦର ଡାକ୍ତରଖାନାକୁ ଉନ୍ନତ କରାଯାଇ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କରାଗଲା।ଏଠାରେ ପ୍ରଫେସର, ସହାୟକ ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀ ଏବଂ ସଦର ମହକୁମା ଡାକ୍ତରଖାନାର ପାରା ମେଡିକାଲ ଷ୍ଟାଫକୁ ନେଇ ହସପିଟାଲ କାର୍ଯ୍ୟ କରୁଥିଲା।ଜୟପୁରକୁ ସଦର ଡାକ୍ତରଖାନା ମାନ୍ୟତା ଦେବାକୁ…

"କୋରାପୁଟ ସଦର ଡାକ୍ତରଖାନାରୁ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରିଲିଭ ପରେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅଚଳ !"

ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ; ଆଜି ଅପାରହ୍ନରେ ଜରୁରୀକାଳୀନ ବହିଃବିଭାଗରେ ଡାକ୍ତର ନ ଥିବାରୁ ରୋଗୀ ହନ୍ତସନ୍ତ

କୋରାପୁଟ ; ତା୦୧-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆଜି ଅପାରହ୍ନରେ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ଜଣାପଡିଛି।ଜରୁରୀକାଳୀନ ବହିଃବିଭାଗରେ ଡାକ୍ତର ଉପସ୍ଥିତ ନ ଥିବାରୁ ନବରଙ୍ଗପୁର, ଲକ୍ଷ୍ମିପୁର ଓ କୋରାପୁଟ ସହରର ଅନେକ ରୋଗୀ ଆସି ଡାକ୍ତର ନ ଥିବାରୁ ହନ୍ତସନ୍ତ ହେଉଥିବା ନଜର କରାଯାଇଥିଲା।ଏପରିକି ବିଭିନ୍ନ ବିଭାଗର ବିଶେଷଜ୍ଞ ବହିଃବିଭାଗ ମଧ୍ୟ ଏହି ସମୟରେ ବନ୍ଦ ରହିଥିବା ନଜର କରାଯାଇଥିଲା।ଲକ୍ଷ୍ମିପୁର ନିକଟ ବୁର୍ଜା ଗ୍ରାମର ଦେବେନଙ୍କ ସିକିଲିଂ ଶିଶୁରୋଗୀ ପ୍ରବଳ ଜ୍ୱରରେ ମା କୋଳରେ ରହିଥିବା ବେଳେ ଏକ ମହିଳା ରୋଗୀଷ୍ଟ୍ରେଚରରେ ପଡିରହିଥିବା ଦେଖିବାକୁ ମିଲିଥିଲା।ଲକ୍ଷ୍ମିପୁରରୁ ସ୍ଥାନାନ୍ତରିତ କରାଯାଇଥିବାରୁ ଏକ ସରକାରୀ ଆମ୍ଭୁଲାନ୍ସ ଯୋଗେ କୋରାପୁଟ…

"ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ; ଆଜି ଅପାରହ୍ନରେ ଜରୁରୀକାଳୀନ ବହିଃବିଭାଗରେ ଡାକ୍ତର ନ ଥିବାରୁ ରୋଗୀ ହନ୍ତସନ୍ତ"

ଯକ୍ଷ୍ମାରୋଗର ନିଦାନ ଆଶାରେ ସଂଘର୍ଷରତ ଦାଦନ ଶ୍ରମିକଙ୍କ ଦୁଃଖଭାରା କାହାଣୀ

– ଜଗଦୀଶ ସୁନା ମୁଇଁ ମଦ୍ ବହୁତ ପିଉଥିଲି, ହଜାର୍ ହଜାରତ ଟଙ୍କା ଉଡ଼ାଇ ଦେଇଥିଲିଁ, ମୁଇଁ ପିଇବା ସାଙ୍ଗେ ସାଙ୍ଗେ ଲୋକ୍ ମାନ୍କେ ଭି ପିଆଉଥିଲି, ମଦ୍ ପିଇଥିଲେ ମୋର୍ ସାଙ୍ଗେ କଥା ହେବାର୍ ଲୋକ ନାଇନ, ଯେତେ ବଡ଼ ଅଫିସରକେ ଭି ଡ଼ରୁନଥିଲି, ଆର୍ କାଏଁଟା ମର୍ ସାଙ୍ଗେ କଥା ହେଇ ପାର୍ବେ ? ମଦ୍ ପିଇ କରି ମୋର ୬ (ଛଅ) ଏକର ଜମିକେ ମଦ୍ର ଲାଗି ବିକିଦେଲି। ମୋତେ ଘରେ କହେବାର୍ ଲୋକ ଧାତା ନାଇନ। ଯାକେ ମାଗ୍ଲେ ମୋତେ ଟଙ୍କା ଦେଉଥିଲେ। ଦଶ ହଜାର, ପନ୍ଦର ହଜାର ଟଙ୍କା ଏକା ଦିନକେ ଉଡ଼ାଉଥିଲିଁ ଓ ତାର ସାଙ୍ଗେ କାଠା…

"ଯକ୍ଷ୍ମାରୋଗର ନିଦାନ ଆଶାରେ ସଂଘର୍ଷରତ ଦାଦନ ଶ୍ରମିକଙ୍କ ଦୁଃଖଭାରା କାହାଣୀ"

ଭଦ୍ରକରେ ଡେଙ୍ଗୁ ବ୍ୟାପୁଛି : ଜଣେ ମୃତ ଓ ୧୫ ଆକ୍ରାନ୍ତ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁ ତାର କାୟା ବିସ୍ତାର କରିଚାଲିଛି। ଗତ ଏକମାସ ମଧ୍ୟରେ ଭଦ୍ରକ ଜିଲାରେ ୧୫ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍ରେ ସର୍ବାଧିକ ୪ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳେ ବନ୍ତ ବ୍ଲକ୍ରେ ୩ଜଣ, ଭଦ୍ରକ ବ୍ଲକ୍ରେ ୨ ଜଣ, ଭଦ୍ରକ ପୌରପାଳିକାରେ ଜଣେ, ତିହଡି ବ୍ଲକ୍ରେ ୨ ଜଣ ଏବଂ ଠିକଣା ମିଳିନଥିବା ଅନ୍ୟ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବାବେଳେ ବନ୍ତ ବ୍ଲକ୍ରେ ଗତ ୫ ତାରିଖରେ ଜଣେ ବ୍ୟକ୍ତିଙ୍କର ଡେଙ୍ଗୁରେ…

"ଭଦ୍ରକରେ ଡେଙ୍ଗୁ ବ୍ୟାପୁଛି : ଜଣେ ମୃତ ଓ ୧୫ ଆକ୍ରାନ୍ତ"

ଗୁପ୍ ଚୁପ୍ ଉପରେ ଲାଗିଲା ବ୍ୟାନ୍: ଏଠି ମିଳିବନି ଖାଇବାକୁ!

ବଡ଼ୋଦରା/ଗୁଜରାତ ୨୮-୭ (ଓଡ଼ିଆ ପୁଅ) ଆଉ ମିଳିବନି ଖାଇବାକୁ ଗୁପ୍ ଚୁପ୍। ଯାହାର ନାଁ ଶୁଣିଲେ କିଛି ଲୋକଙ୍କର ଲାଳ ବାହାରି ଥାଏ। ଏବେ ପ୍ରଶାସନ ଏହାର ବିକ୍ରୀ ଉପରେ ନିଷେଧାଦେଶ ଜାରି କରିଛି। ଏହା ଅବଶ୍ୟ କେବଳ ବଡ଼ଦରାରେ ହୋଇଛି। କିନ୍ତୁ ଖବରରୁ ଜଣାପଡ଼ିଛିଯେ, ଏହା ହୁଏତ ସମ୍ପୂର୍ଣ୍ଣ ଗୁଜରାତରେ ଲାଗୁ ହୋଇପାରେ। କାରଣ କ’ଣ। ସୂଚନାରୁ ଜଣାପଡ଼ିଛିଯେ, ଗୋଲଗପ୍ପେ, ପାଣିପୁରୀ, ପୁଚ୍କା ଆଦି ନାମରେ ବିଭିନ୍ନ ସ୍ଥାନରେ ବିକ୍ରୀ ହେଉଥିବା ଏହି ଗୁପଚୁପ୍ ର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରି ନମୁନା ସଂଗ୍ରହ କରାଯାଇଥିଲା। ଏହା ପରେ ଦେଖାଯାଇଥିଲାଯେ, ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ଏହାର ପ୍ରସ୍ତୁତିରେ କୌଣସି ସାବଧାନତା ଅବଲମ୍ବନ…

"ଗୁପ୍ ଚୁପ୍ ଉପରେ ଲାଗିଲା ବ୍ୟାନ୍: ଏଠି ମିଳିବନି ଖାଇବାକୁ!"

ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ ମାମଲା, ଆଟେଣ୍ଡାଣ୍ଟଙ୍କ ଚାକିରି ଗଲା, ନର୍ସଙ୍କୁ ବଦଳି

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ନାବାଳିକାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅବଦୁଲ ରସିଦ ଆଉଟସୋର୍ସିଂ ଜରିଆରେ ନିୟୋଜିତ ଆଟେଣ୍ଡାଣ୍ଟ କରୁଣାକର ବେହେୁରିଆଙ୍କୁ କାର୍ଯ୍ୟରୁ ଅନ୍ତର କରିଥିବାବେଳେ ଷ୍ଟାଫନର୍ସ ବନିତା ପଣ୍ଡାଙ୍କୁ ବଦଳି କରିଛନ୍ତି। ତେବେ ଉକ୍ତ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗକୁ ରିପୋର୍ଟ ଦିଆଯାଇଛି। ପ୍ରକାଶଥାଉକି, ଗତ ଜୁଲାଇ ୩ ତାରିଖରେ ଧାମନଗର ବ୍ଲକ ଚୂଡାକୁଟି ଦହିୁର ଗ୍ରାମର ଅଭିମନ୍ୟୁ ମଲିକଙ୍କ ଝିଅ ଦେବସ୍ମିତା(୧୪)ର ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ବିଳମ୍ବିତ ରାତିରେ ଦେବସ୍ମିତାର ଅବସ୍ଥା ଗୁରୁତର…

"ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ ମାମଲା, ଆଟେଣ୍ଡାଣ୍ଟଙ୍କ ଚାକିରି ଗଲା, ନର୍ସଙ୍କୁ ବଦଳି"

ଦୁର୍ଗମ ଅପହଞ୍ଚ ଇଲାକାରେ ମ୍ୟାଲେରିଆ ନିରାକରଣ ସଚେତନ କାର୍ଯ୍ୟକ୍ରମ “ଦମନ”

ହରିଚନ୍ଦନପୁର, ତା ୨୮ ଜୁଲାଇ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅପହଞ୍ଚ ଇଲାକା ଗୁଡିକରେ ମ୍ୟାଲେରିଆ ନିରାକରଣ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଦୁର୍ଗମ ଅଞ୍ଚଳ ଗୁଡିକରେ ଦିନକୁ ଦିନ ମ୍ୟାଲେରିଆ ଜ୍ୱର ବୃଦ୍ଧି ପାଉଥିବାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସଚେତନ କରାଯାଇଛି। ହରିଚନ୍ଦନପୁର ବ୍ଲକର ଅପହଞ୍ଚ ଅଞ୍ଚଳ ତଥା ବଡଜିମେଇ, ମରାଗୋଳା, ଚଡକମରା, ଟାଙ୍ଗିରିଆପାଳର ରଙ୍ଗମାଟିଆ, ଦୈତାରୀର ଦଲକିସାହି, ବଳିପର୍ବତ ପଞ୍ଚମର ଦୁଧପାଣିସାହି, ବ୍ରାହ୍ମଣୀପାଳର ଜନ୍ତିଆ ଠାରେ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମ୍ୟାଲେରିଆ ନିରାକରଣ ପାଇଁ ଉକ୍ତ ଅଞ୍ଚଳ ଗୁଡିକରେ ଏକ ସଂକଳ୍ପ…

"ଦୁର୍ଗମ ଅପହଞ୍ଚ ଇଲାକାରେ ମ୍ୟାଲେରିଆ ନିରାକରଣ ସଚେତନ କାର୍ଯ୍ୟକ୍ରମ “ଦମନ”"

ନକଲି ଔଷଧ କାରବାର ସକ୍ରିୟ, ପଡ଼ୋଶୀ ରାଜ୍ୟରୁ ଚୋରାରେ ଆସୁଛି ନକଲି ଔଷଧ: ସେହିପରି ଏକ୍ସପାଇରୀ ଔଷଧ ବିକ୍ରି ନେଇ ଅଭିଯୋଗ

ବଲାଙ୍ଗୀର ୨୭-୭ (ଓଡ଼ିଆ ପୁଅ) ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି କି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ମେଡିକାଲ କଲେଜ ଚିକିତ୍ସାଳୟ ପରିସରରେ ଥିବା ଔଷଧ ଦୋକାନରେ ଏହି ଧାର୍ଯ୍ୟ ଅବଧି ସମାପ୍ତି ତାରିଖ ଔଷଧ ଇଂଜେକସନ ବିକ୍ରି ହେବାପରି ଗୁରୁତର ଅଭିଯୋଗ ହେଉଛି। ସରଳ ଓ ଗାଉଁଲି ଲୋକଙ୍କ ସରଳତାର ସୁଯୋଗ ନେଇ ଏହି ମୂଲ୍ୟ ଓ ଧାର୍ଯ୍ୟ ଅବଧି ସମାପ୍ତି ସତ୍ତ୍ୱେ ଦେଇଦିଆଯାଉଛି ଓ ଉକ୍ତ ସମୟ ସୀମା ଓ ମୂଲ୍ୟ ଉପରେ ମାର୍କର ଦେଇ କଳାକରି ରୋଗୀଙ୍କ ଜୀବନ ସହ ଖେଳ ଚାଲିଛି। ସେହିପରି ସରକାରୀ କଡ଼ା ଆଇନ ଅନୁଯାୟୀ ବିଲ ପ୍ରଦାନ ବ୍ୟବସ୍ଥା ସତ୍ତ୍ୱେ ବିଲ ପ୍ରଦାନ କରାଯାଉନାହିଁ। ଯଦି କେହି…

"ନକଲି ଔଷଧ କାରବାର ସକ୍ରିୟ, ପଡ଼ୋଶୀ ରାଜ୍ୟରୁ ଚୋରାରେ ଆସୁଛି ନକଲି ଔଷଧ: ସେହିପରି ଏକ୍ସପାଇରୀ ଔଷଧ ବିକ୍ରି ନେଇ ଅଭିଯୋଗ"

ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆବଶ୍ୟକ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ନ ହେଲା ପର୍ଯ୍ୟନ୍ତ ସଦର ମହକୁମା ଡାକ୍ତରଖାନାର ପାରାମେଡିକାଲ ଷ୍ଟାଫମାନଙ୍କୁ ରିଲିଭ ନ କରିବାକୁ କୋରାପୁଟ ବିଧାୟକଙ୍କ ଦାବି

କୋରାପୁଟ ; ତା୨୭-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟସ୍ଥିତ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆବଶ୍ୟକ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ନ ହେଲା ପର୍ଯ୍ୟନ୍ତ ସଦର ମହକୁମା ଡାକ୍ତରଖାନାରେ କାର୍ଯ୍ୟରତ ପାରାମେଡିକାଲ ଷ୍ଟାଫମାନଙ୍କୁ ରିଲିଭ ନ କରିବାକୁ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଦାବି ଜଣାଇଛନ୍ତି।ଆଜି ଏ ସଂକ୍ରାନ୍ତରେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧିଙ୍କ ଆଲୋଚନା କରିଥିଲେ।ଭୁବନେଶ୍ୱରରେ ଆସନ୍ତା ସୋମବାରଦିନ କୋରାପୁଟ ବିଧାୟକ ଶ୍ରୀ ସଗରିଆ ସ୍ୱାସ୍ଥ୍ୟସଚିବଙ୍କ ସହ ଆଲୋଚନା କରି ଦାବି ଜଣେଇବେ ବୋଲି ଜଣାପଡିଛି।ଯଦି ସ୍ୱାସ୍ଥ୍ୟସଚିବ ଦାବି ସମାଧାନ ନ କରନ୍ତି ତେବେ ଆସନ୍ତାଦିନରେ ସେ ଧାରଣା ଦେବେ ବୋଲି ସେ…

"ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆବଶ୍ୟକ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ନ ହେଲା ପର୍ଯ୍ୟନ୍ତ ସଦର ମହକୁମା ଡାକ୍ତରଖାନାର ପାରାମେଡିକାଲ ଷ୍ଟାଫମାନଙ୍କୁ ରିଲିଭ ନ କରିବାକୁ କୋରାପୁଟ ବିଧାୟକଙ୍କ ଦାବି"

ଲକ୍ଷ୍ମିପୁରର ୩ ଆନ୍ଥ୍ରାକ୍ସ ରୋଗୀ କୋରାପୁଟ ମେଡିକାଲରେ ଭର୍ତ୍ତି

କୋରାପସ୍ୱଙ୍କ ; ତା୨୫-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ଲକ୍ଷ୍ମିପୁର ବ୍ଲକ ଅନ୍ତର୍ଗତ ଉପର କୋଟିଙ୍ଗା ଗ୍ରାମର ୩ ଜଣ ଆନ୍ଥ୍ରାକ୍ସ ରୋଗୀ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇଥିବା ଜଣାପଡିଛି।ସେମାନେ ହେଲେ ଜେରକୁ ମିଣିଆକା ଓ ସ୍ତ୍ରୀ ସାଲମେ ମିଣିଆକା ଏବଂ ସୁରେନ୍ଦ୍ର ହିକକା।ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଥିବା ଜଣାପଡିଛି। ୩ ମାସ ତଳେ ପରିବାର ଗାଈମାଂସ ଖାଇଥିଲେ ବୋଲି ଜେରକୁ ମିଣିଆକା ପ୍ରକାଶ କରିଛନ୍ତି।ଏବେ ତାଙ୍କ ମୁହଁରେ ମାଂସ ଫୁଲି ଯାଇ ଯନ୍ତ୍ରଣା ହେବାରୁ ଲକ୍ଷ୍ମିପୁର ମେଡିକାଲରେ ଭର୍ତ୍ତି ହେବା ପରେ ଗତକାଲି ରାତ୍ରୀରେ କୋରାପୁଟ ଆସିଥିବା ସେ ସୂଚନା ଦେଇଥିଲେ।ତାଙ୍କ…

"ଲକ୍ଷ୍ମିପୁରର ୩ ଆନ୍ଥ୍ରାକ୍ସ ରୋଗୀ କୋରାପୁଟ ମେଡିକାଲରେ ଭର୍ତ୍ତି"