୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ଓ ମାଡ ମାରିବା ପ୍ରସଙ୍ଗରେ: ଏସ୍ମା ବଳରେ ୩୮୮ ଜଣଙ୍କୁ ଗିରଫ କରିବା ମୁଖ୍ୟମନ୍ତ୍ରୀଙ୍କ ଶାସନର ଏକ କଳାଫର୍ଦ୍ଦ : ବିଜେପି

ଭୁବନେଶ୍ୱର, ତା ୦୮/୦୧ (ଓଡ଼ିଆ ପୁଅ) : ନିଜର ନ୍ୟାୟସଙ୍ଗତ ଦାବିନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଏସମା ଲଗାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୪ ତାରିଖରୁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ଥାନାରେ ଅଟକ ରଖିବା ସହ ଅକଥନୀୟ ଅତ୍ୟାଚାର କରିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମା ଲାଗୁ କରି ଏକକାଳୀନ ୩୮୮ ଜଣ କର୍ମଚାରୀଙ୍କୁ ଜେଲ୍ ପଠାଯାଇଥିଲା। ଆଜି ଅନ୍ୟ କର୍ମଚାରୀମାନେ ସମ୍ବଲପୁର ରାଜସ୍ୱ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ…

"୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ଓ ମାଡ ମାରିବା ପ୍ରସଙ୍ଗରେ: ଏସ୍ମା ବଳରେ ୩୮୮ ଜଣଙ୍କୁ ଗିରଫ କରିବା ମୁଖ୍ୟମନ୍ତ୍ରୀଙ୍କ ଶାସନର ଏକ କଳାଫର୍ଦ୍ଦ : ବିଜେପି"

ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ସିନାପାଲି ବ୍ଳକ କେନ୍ଦୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡଦର୍ଲିପଡାର ଦିବ୍ୟାଙ୍ଗ ନିଲାମ୍ବର ହାତୀଙ୍କୁ ସରକାରୀ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନା ମତେ ବଡଦର୍ଲିପଡାର ନିଲାମ୍ବର ହାତୀ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଲେ ହଟାତ ପଡି ଯିବା ସେ ଦୀର୍ଘ ଦିନରୁ ଦିବ୍ୟାଙ୍ଗ ଜୀବନ ଅତିବାହିତ କରୁଛନ୍ତି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏହି ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ନିଲାମ୍ବର। ସେ ଏବେ ଦିବ୍ୟାଙ୍ଗ ଜୀବନ ଅତିବାହିତ କରିବା ପରେ ପରିବାରରେ ଅନେକ ଅସୁବିଧା ଦେଖା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ରୋଷେଇ…

"ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି"

ଯୋଗ ଦ୍ୱାରା ଏକ ରୋଗମୁକ୍ତ ସମାଜ ଗଠନ ସମ୍ଭବ

ଭୁବନେଶ୍ୱର ତା ୦୬/୦୧ (ଓଡ଼ିଆ ପୁଅ): ରାଜ୍ୟ ଯୋଗ ମହୋତ୍ସବ ସମିତି ତରଫରୁ ନିଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ଯୋଗ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ସ୍ୱାମୀ ଶ୍ରୀ ସଦାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଶ୍ରୀ ପ୍ରାଣ ରୂପା ନନ୍ଦ ଜୀ ଯୋଗଦେଇ ଯୋଗ ଓ ଆସନର ଉପକାରିତା ସଂର୍ପକରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଶିଶୁ ବିଦ୍ୟାମନ୍ଦିର ପରିସରରେ ଅପରାହ୍ନରେ ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ସମୂହ ଯୋଗାଭ୍ୟାସ କରିଛନ୍ତି। ଯୋଗାଭ୍ୟାସ ମାଧ୍ୟମରେ କିପରି ଛାତ୍ରଛାତ୍ରୀମାନେ ନିରୋଗ ରହି ପାରିବେ ଏବଂ ପ୍ରତ୍ୟକଦିନ ପ୍ରାଣାୟମ, ଆସନ ଆଦି କରି ଏକ…

"ଯୋଗ ଦ୍ୱାରା ଏକ ରୋଗମୁକ୍ତ ସମାଜ ଗଠନ ସମ୍ଭବ"

ଡାକ୍ତର ଅଭାବରେ ଚାଲିଛି କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନା!

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କୁଆଁରମୁଣ୍ଡାରେ ଥିବା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୨ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତିତ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ହେଲା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ମାତ୍ର ୨ ଜଣ ଡାକ୍ତର ଏଠାରେ ଅବସ୍ଥାପିତ ଅଛନ୍ତି। ସେଥିମଧ୍ୟରୁ ଜଣେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବରେ ପ୍ରଶାସନିକ କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିବା ଯୋଗୁ ସାଧାରଣ ରୋଗୀ ସେବା ନିମନ୍ତେ ସମ୍ପୃକ୍ତ ଡାକ୍ତରଙ୍କୁ ସମୟ ଓ ଅବସର ମିଳୁନାହିଁ। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ବାଦଦେଲେ ଏହି ଡାକ୍ତରଖାନାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଏବଂ ଶିଶୁ ରୋଗ ଡାକ୍ତର…

"ଡାକ୍ତର ଅଭାବରେ ଚାଲିଛି କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନା!"

ଡାକ୍ତର ଖାନାରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ସେବା ପାଇବାରୁ ବଂଚିତ ହେଲେ ଗୁରୁତର ହୋଇ ଆସିଥିବା ରୋଗୀ

ତୁରୁମୁଙ୍ଗା ୫-୧ (ଓଡ଼ିଆ ପୁଅ) ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ହେଉ ଅବା ସହର ଠାରୁ ଗାଁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନାର ପ୍ରଣୟନର ଡିଣ୍ଡିମ ପିଟୁଛନ୍ତି ସରକାର। ହେଲେ ଆଦିବାସୀ ଅଧ୍ୟୁସିତ କେନ୍ଦୁଝର ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟସେବା ଫେଲ ମାରିଛି।ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ଥିବା ରାଜନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜି ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇ ଥିବା ଦିନ ସାରା ସାଧାରଣ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସମୟ ସକାଳ ପ୍ରାୟ ୯ ଟା ଠାରୁ…

"ଡାକ୍ତର ଖାନାରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ସେବା ପାଇବାରୁ ବଂଚିତ ହେଲେ ଗୁରୁତର ହୋଇ ଆସିଥିବା ରୋଗୀ"

ଗରିବ ମହିଳା ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ

ତାଳଚେର, ୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଯୁବ ସମାଜସେବୀ ବାପି ମହାନ୍ତି ଜନୈକ ଗରିବ ମହିଳା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୂଚନାରୁ ପ୍ରକାଶ, ତାଳଚେର ପୌରପରିଷଦର ୧୦ନମ୍ବର ୱାର୍ଡ଼ର ଲିଲି ବେହେରା (୪୨) ଆଜକୁ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଗୋଳ ଜିଲ୍ଲାର ବନ୍ତଳା ଅଂଚଳରେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବା ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ସେ ଦୁଃଖ, ଦୁର୍ଦ୍ଦଶାରେ କାଳ କାଟୁଥିଲେ। ମୃତ ସ୍ୱାମୀଙ୍କର ରୋଜଗାର ଆଗରୁ ସେପରି ସ୍ୱଚ୍ଛଳ ନଥିଲା। ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଲିଲିର ଶ୍ୱଶୁରଘର ଲୋକେ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେବାରୁ ସେ…

"ଗରିବ ମହିଳା ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ"

ବିଳାସପୁରରେ ନୂଆ ଏମ୍ସ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ହିମାଚଳ ପ୍ରଦେଶର ବିଳାସପୁରଠାରେ ଏକ ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପ ଲାଗି ୧୩୫୧ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରମୁଖ ବିଶେଷତ୍ୱ : ଏହି ନୂଆ ଏମ୍ସ ସମ୍ପୂର୍ଣ୍ଣ ହେବା ଲାଗି ୪୮ ମାସ ସମୟ ଲାଗିବ। ନିର୍ମାଣ ପୂର୍ବବର୍ତ୍ତୀ ୧୨ ମାସ, ନିର୍ମାଣ ପାଇଁ ୩୦ ମାସ ଏବଂ କାର୍ଯ୍ୟକ୍ଷମ ହେବା ପାଇଁ ୬ ମାସ ଲାଗିବ। ଏହି ସଂସ୍ଥାନରେ…

"ବିଳାସପୁରରେ ନୂଆ ଏମ୍ସ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି"

ଓଡ଼ିଆ ପୁଅ ଖବରର ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ପହଞ୍ଚିଲା ଦାମୋଦର ପାଖରେ

ଖଇରା/ବାଲେଶ୍ୱର, ୩/୧(ଓଡ଼ିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) – ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗାଁର କୁଞ୍ଜବନ ସାହିର ନିତ୍ୟାନନ୍ଦ ନାଇକର ଅସହାୟ ତଥା ପେଟ ଯନ୍ତ୍ରଣା ଭୋଗୁଥିବା ପୁଅ ଦାମୋଦରର ବିଷୟରେ ଓଡ଼ିଆ ପୁଅରେ ଗତକାଲି ଖବର ପ୍ରକାଶ ପରେ ଆଜି ବାଲେଶ୍ୱର ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଔପଦା ତହସିଲଦାରଙ୍କୁ ଖବର ଦେଇଥିଲେ। ତହସିଲଦାର ରତନଲାଲ ମୁଣ୍ଡା ଓ ଆରଆଇ ଚନ୍ଦନ କୁମାର ସେଠୀ ତତ୍କ୍ଷଣାତ ଯାଇ ପାଇକପଡା ଗାଁର କୁଞ୍ଜବନ ସାହିରେ ପହଞ୍ଚିଥିଲେ। ନିତ୍ୟାନନ୍ଦଙ୍କ ପରିବାର ଠାରୁ ଅସହାୟ ପୁଅ ଦାମୋଦର ବିଷୟରେ ପଚାରି ବୁଝିବା ସହିତ ଉପସ୍ଥିତ ଗ୍ରାମବାସୀଙ୍କଠାରୁ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ତହସିଲଦାର…

"ଓଡ଼ିଆ ପୁଅ ଖବରର ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ପହଞ୍ଚିଲା ଦାମୋଦର ପାଖରେ"

ମୁଖ୍ୟଚିକିତ୍ସାଳୟରେ ଆରମ୍ଭ ହେଲା ନିଦାନ ଓ ସହାୟ ଯୋଜନା

ପୁରୀ, ୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଜାନୁଆରୀ ୧ତାରିଖ ନବବର୍ଷରୁ ଓଡିଶାର ବିଭିନ୍ନ ଚକିତ୍ସାଳୟ ଓ ସଦର ମହକୁମା ଚିକିତ୍ସାଳୟରେ ଆରମ୍ଭ ହୋଇଛି ନିଦାନ ଓ ସହାୟ ଯୋଜନା।ସୋମଠାରୁ ଠାରୁ ମଧ୍ୟ ପୁରୀ ସହର ମୁଖ୍ୟ ଚିକିତ୍ସାଳୟରେ ଏହି ନୂତନଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଏଣିକି ଜନସାଧାରଣଙ୍କୁ ସମସ୍ତ ନିଦାନ ପରୀକ୍ଷା ମାଗଣାରେ ଯୋଗାଇ ଦିଆଯାଇଛି। ପୂର୍ବରୁ ବିଭିନ୍ନ ନମୁନା ପରୀକ୍ଷା ଡାକ୍ତରଖାନାରେ ୟୁଜର୍ସ ଫି ଦେବାକୁ ପଢୁଥିବା ବେଳେ ଏବେ ଏହି ସମସ୍ତ ପରୀକ୍ଷା ବ୍ୟତିତ ଇସିଜି, ଅଲଟ୍ରାସାଉଣ୍ଡ ଏକ୍ସରେ ଓ ମାଏଲିସିସ, ମଧ୍ୟ ମାଗଣାରେ କରାଯିବ। ସରକାରଙ୍କ ଏହି ନୂତନ ଯୋଜନା୍କୁ ନେଇ ରୋଗୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି।…

"ମୁଖ୍ୟଚିକିତ୍ସାଳୟରେ ଆରମ୍ଭ ହେଲା ନିଦାନ ଓ ସହାୟ ଯୋଜନା"

କମ୍ପାଉଣ୍ଡରଙ୍କ ହାତରେ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସର୍ବନିମ୍ନ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଏହି ଜିଲାର ତିହିଡିବାସୀ। ସଂପ୍ରତି ତିହିଡି ବ୍ଲକ ଅଧୀନରେ ଥିବା କୌଣସି ଗୋଟିଏ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଲୋପାଥିକ ଡାକ୍ତର ନାହାନ୍ତି। ଆୟୁଷ ଡାକ୍ତରଙ୍କ ଉପରେ ଏବେ ରୋଗୀଙ୍କ ଚିକିତ୍ସ। ସଂପୂର୍ଣ୍ଣ ନିର୍ଭର କରୁଛି। ତିନି ନିର୍ବାଚନ ମଣ୍ଡଳୀରେ ବିଭାଜିତ ହୋଇ ନିଜର ଗୁରୁତ୍ୱ ହରାଇସାରିଥିବା କାରଣରୁ ତିହିଡିରେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସଂପୂର୍ଣ୍ଣ ତିହିଡି ବ୍ଲକରେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଲଗାଇ ମାତ୍ର ୩ ଜଣ ଏଲୋପାଥିକ ଡାକ୍ତର ଥିବା ବେଳେ ନିକଟରେ ସେମାନଙ୍କ ମଧ୍ୟରୁ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର…

"କମ୍ପାଉଣ୍ଡରଙ୍କ ହାତରେ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର"