କୋରିଆରେ ହିପ୍ହପ୍ ନୃତ୍ୟ ପ୍ରଦର୍ଶନ କରିବେ ପୁରୀର ନୃତ୍ୟଦଳ

ପୁରୀ ୧୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସୁଦୁର ଦକ୍ଷିଣ କୋରିଆରରେ ହିପ୍ହପ୍ ନୃତ୍ୟ ପ୍ରଦର୍ଶନ କରିବେ ପୁରୀର ‘ଦି ଆଣ୍ଡ୍ରଏଡ୍ କ୍ରିୟୁ’ ୪ସଦସ୍ୟ। ଏମାନେ ହେଲେ ଆଦର୍ଶ  ମିଶ୍ର, ଆଶୁତୋଷ ସାହୁ, ବିଷ୍ଣୁ ଚରଣ ମହାନ୍ତି ଏବଂ ଦ୍ୱିଲୀରେ ରହୁଥିବା ସାହିଲ ଜୈନ। ଅଗଷ୍ଟ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ  ଏହି ସଦସ୍ୟ ମାନେ ହିପ୍ହପ୍ ନୃତ୍ୟ ପ୍ରଦର୍ଶନ କରିବେ। ଏଥିପାଇଁ ସେମାନେ ଏବେ ଆରମ୍ଭ  କରିନେଇଛନ୍ତି ପ୍ରସ୍ତୁତି। ଭାରତରୁ ଏଥିରେ ୪ ଜଣିଆ ଦଳ ପ୍ରତିନିଧିତ୍ୱ କରୁଥିବା ବେଳେ ପୁରୀର ‘ଦି ଆଣ୍ଟ୍ରଏଡ୍ କ୍ରିୟୁ’ ୩ ଜଣ ସଦସ୍ୟ ରହିଛନ୍ତି। ଜୁଲାଇ ମାସ ୧ ତାରିଖରେ ଦିଲ୍ଲୀରେ ହୋଇଥିବା…

"କୋରିଆରେ ହିପ୍ହପ୍ ନୃତ୍ୟ ପ୍ରଦର୍ଶନ କରିବେ ପୁରୀର ନୃତ୍ୟଦଳ"

ବାଘାଯତୀନ ଲୋକନାଟ୍ୟର ନୂଆ ନାଟକ ‘କଳା ଓଢ଼ଣୀ’ ଉଦ୍ଘାଟିତ

ବାଲେଶ୍ୱର,୧/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଓଡ଼ିଶାର ଅନ୍ୟତମ ପ୍ରଖ୍ୟାତ ଯାତ୍ରାନୁଷ୍ଠାନ ‘ବାଘା ଯତୀନ ଲୋକନାଟ୍ୟ’ର ଚଳିତ ବର୍ଷର ନୂତନ ନାଟକ ‘କଳା ଓଢ଼ଣୀ’୩୦ ତାରିଖ ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଲୋକଶକ୍ତି’ର ସେରଗଡ଼ସ୍ଥିତ କ୍ୟାମ୍ପସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଆମ ନ୍ୟୁଜ୍’ର ନିର୍ଦ୍ଦେଶକ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ବରେଣ୍ୟ ଅତିଥି ଭାବେ ଯୋଗଦେଇ ନୂତନ ନାଟକକୁ ଉଦ୍ଘାଟନ କରିବା ସହିତ ବାଘାଯତୀନ ଲୋକନାଟ୍ୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଦୁଇଦଶନ୍ଦି ପୂର୍ବରୁ ସମାଜସେବୀ ରାଗିଣୀ ଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଯାତ୍ରା ଜଗତରେ ସୁନାମର ପ୍ରଦୀପ ପ୍ରଜ୍ୱଳିତ କରି ଚାଲିଛି। ଏହି ଅନୁଷ୍ଠାନର ଚୁଲି ବର୍ଷସାରା ଜଳୁଥିବା…

"ବାଘାଯତୀନ ଲୋକନାଟ୍ୟର ନୂଆ ନାଟକ ‘କଳା ଓଢ଼ଣୀ’ ଉଦ୍ଘାଟିତ"

ନାଟକ “ଚନ୍ଦ୍ରଗୁପ୍ତ ଜନ୍ମ ମୃତ୍ୟୁ ସମ୍ବାଦ” ଜାତୀୟସ୍ତରରେ ପୁରସ୍କୃତ

ତାଳଚେର,୩/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ ଭରତପୁର କ୍ଷେତ୍ରରେ ଥିବା ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “ରବୀନ୍ଦ୍ର ଭାରତୀ କଲଚ୍ୟୁରାଲ ଆସୋସିଏସନ”ର ମଞ୍ଚସ୍ଥ ନାଟକ “ଚନ୍ଦ୍ରଗୁପ୍ତ ଜନ୍ମ ମୃତ୍ୟୁ ସମ୍ବାଦ” ଜାତୀୟସ୍ତରୀୟ ନାଟ୍ୟ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ସାଂସ୍କୃତିକ ଅନୁଷ୍ଠାନ ନେଭ୍(ନର୍ଥ ଇଷ୍ଟ ଭିଜନ୍) ଆନୁକୂଲ୍ୟରେ ଆୟୋଜିତ ଏହି ନାଟ୍ୟ ପ୍ରତିଯୋଗିତା ଆସାମର ରାଜଧାନୀ ଗୌହାଟୀସ୍ଥିତ ଜିଲ୍ଲା ପାଠାଗାରଠାରେ ଗତ ମେ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ “ରବୀନ୍ଦ୍ର ଭାରତୀ କଲଚ୍ୟୁରାଲ ଆସୋସିଏସନ” ପକ୍ଷରୁ ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ମୁକୁନ୍ଦ ଶତପଥୀଙ୍କ ନିର୍ଦ୍ଦେଶନାରେ…

"ନାଟକ “ଚନ୍ଦ୍ରଗୁପ୍ତ ଜନ୍ମ ମୃତ୍ୟୁ ସମ୍ବାଦ” ଜାତୀୟସ୍ତରରେ ପୁରସ୍କୃତ"

ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଗଠନ ପକ୍ଷରୁ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆଦିବାସୀ ଶିରାଗୁଡା ଗ୍ରାମରେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା

ମାଲକାନଗିରି,୧୮/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଆନ୍ଧ୍ର ଛିତଶଗଡ, ତେଲାଙ୍ଗାନା ରାଜ୍ୟ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଭାଷା ସଂସ୍କୃତି ପରମ୍ଫରା ଓ ଲୋକକଳା କୁ ବଚାଂଇ ରଖି ବିଶ୍ୱଦର ବାରରେ ପରିଚିତ କରିବା ପାଇଁ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନ ପକ୍ଷରୁ ନୂତନଭାବେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା କରା ଯାଇଛି। ଆଜି କୋରକୁଣ୍ଡା ବ୍ଲକସ୍ଥ ସିରାଗୁଡା ଆଦିବାସୀ ଗ୍ରାମରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନର ଜିଲ୍ଲା ସଭାପତି ଅନାଦି କଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନାଟଗୁରୁ ସଭାରେ ମୁଖ୍ୟଅତିଥି ଭାବେ ଗବେଷକ ଓ ଜିଲ୍ଲା ନାଟଗୁରୁ ସଂଘର ଉପଦେଷ୍ଟା ରତ୍ନାକରଦାଶ ଯୋଗଦେଇ ଆନୁଷ୍ଠାନିକ ଭାବେ ଲୋକକଳା ତାଲିମ କେନ୍ଦ୍ରର ଶୁଭ ପ୍ରତିଷ୍ଠା କରିଥିଲେ।…

"ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଗଠନ ପକ୍ଷରୁ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆଦିବାସୀ ଶିରାଗୁଡା ଗ୍ରାମରେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା"

ବଲିଉଡ଼ ଅଭିନେତ୍ରୀ ରୀମା ଲାଗୁଙ୍କର ହୃଦ୍ଘାତରେ ମୃତ୍ୟୁ

ମୁମ୍ବାଇ ୧୮/୫ (ଓଡ଼ିଆ ପୁଅ) ରାଜଶ୍ରୀ ପ୍ରଡ଼କ୍ସନ୍ସର ମୁଖ୍ୟ ପସନ୍ଦର ମା’ ରୀମା ଲାଗୁଙ୍କର ବର୍ଷ ବୟସରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ରୀମା ଲାଗୁ ମୈନେ ପ୍ୟାର କିୟା, ହମ ସାଥ ସାଥ ହୈଂ, ରେ ସଲମାନ ଖାନ ଙ୍କର ମା’ ଙ୍କର ରୋଲରେ ସମସ୍ତଙ୍କର ପସନ୍ଦର ମା’ ହୋଇପାରିଥିଲେ। ସେ ହମ ଆପକେ ହୈଂ କୌନ ରେ ମାଧୁରୀ ଦୀକ୍ଷିତଙ୍କର ମା’ ର ଭୂମିକାରେ ଦ୍ରଶକଙ୍କର ମନକୁ ମୁଗ୍ଧ କରିଥିଲେ। ଟୀଭିରେ ମଧ୍ୟ ରୀମା ଲାଗୁ ତୂ ତୂ ମୈଂ ମୈଂ ସିରିଏଲ୍ ରେ ସମସ୍ତଙ୍କର ମନପସନ୍ଦର ଶାଶୁ ଭୁମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ସେ ଷ୍ଟାର ପ୍ଲସ ର ସିରିଏଲ ନାମକରଣ ରେ…

"ବଲିଉଡ଼ ଅଭିନେତ୍ରୀ ରୀମା ଲାଗୁଙ୍କର ହୃଦ୍ଘାତରେ ମୃତ୍ୟୁ"

ପୁରୀରେ ପ୍ରଥମ ଥର “ରଜ ରାଜକୁମାରୀ” ପ୍ରତିଯୋଗୀତା

ପୁରୀ ୧୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଙ୍ଗାରଙ୍ଗ ଡ଼୍ୟାନ୍ସ ଗ୍ରୁପ, ପୁରୀ ତରଫରୁ ସ୍ଥାନୀୟ ବଡ଼ର୍ଦାଣ୍ଡ ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ପ୍ରଥମଥର ପାଇଁ “ରଜ ରାଜକୁମାରୀ” ପ୍ରତିଯୋଗୀତା ବିଭିନ୍ନବର୍ଗର ବାଳିକା ମାନଙ୍କୁ ନେଇ ଆୟୋଜିତ ହୋଇଯାଇଛି। ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମୀ ଶୁଭଉଦ୍ଘାଟନ ହୋଇଥିଲା। ଉସôବରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଠ ସାଂସ୍କୃତିକ ସଂଗଠକ ତଥା ସୁକୃତୀର ସଭାପତି ପରେଶ ନାୟକ, ଜଗନ୍ନାଥଙ୍କ ସେବକ ଗୌରୀ ଶଙ୍କର ସିଂହାରୀ, ଆଡ଼୍ ଭୋକେଟ ତଥା ସମାଜସେବୀ ସ୍ମୃତି ରଂଜନ ପତି, ଡ୍ୟାନ୍ସ ଗ୍ରୁପ୍ର ସଭାପତି ଶୁକ୍ଳା ରାୟ ଏବଂ ଶିଶୁ ସମାଚାରର ସଂପାଦକ ସୁକାନ୍ତ ପଣ୍ଡା ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ବିଭିନ୍ନ…

"ପୁରୀରେ ପ୍ରଥମ ଥର “ରଜ ରାଜକୁମାରୀ” ପ୍ରତିଯୋଗୀତା"

ଓଡ଼ିଶା ପାଇଁ ଗୌରବ ବାଲେଶ୍ୱରର ‘ମିଲନ୍ ’-ଶ୍ରେଷ୍ଠ ବୃତ୍ତଚିତ୍ର ପାଇଁ ମିଳିଲା ଦାଦାସାହେବ ଫାଲକେ ପୁରସ୍କାର

ବାଲେଶ୍ୱର,୫/୫ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଦିଲ୍ଲୀରେ ଅନୁଷ୍ଠିତ ସପ୍ତମ ଦାଦା ସାହେବ ଫାଲକେ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଭାବେ ବାଲେଶ୍ୱରର ଛାତ୍ର ମିଲନ୍ ମଚ୍ଛର ପୁରସ୍କୃତ ହେବା ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ହୋଇଛି। ଜନସଚେତନତା ଉପରେ ଅଧାରିତ ଦେଢ଼ ମିନିଟ୍ ର କ୍ଷୁଦ୍ର ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘ନୋ ହେଟିଂ ଜୋନ୍ ’ ପାଇଁ ସେ ଏହି ପୁରସ୍କୃତ ହୋଇଛନ୍ତି। ମାତ୍ର ୧୭ ବର୍ଷ ବୟରେ ବାଲେଶ୍ୱରର ପ୍ରଥମ ବ୍ୟକ୍ତିତ୍ୱ ଭାବେ ଛାତ୍ର ମିଲନ୍ ଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିବାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ବାଲେଶ୍ୱର ସହରର ସିନେମା ବଜାରସ୍ଥିତ ଆନନ୍ଦ…

"ଓଡ଼ିଶା ପାଇଁ ଗୌରବ ବାଲେଶ୍ୱରର ‘ମିଲନ୍ ’-ଶ୍ରେଷ୍ଠ ବୃତ୍ତଚିତ୍ର ପାଇଁ ମିଳିଲା ଦାଦାସାହେବ ଫାଲକେ ପୁରସ୍କାର"