ଫିଲ୍ମ ଦେଖିବା ସମୟରେ ଇତିହାସ-ଭୂଗୋଳକୁ ମୁଁ ଯାଏ ନାହିଁ : ପଦ୍ମାବତୀ ବିବାଦ ଉପରେ ମୁଖ୍ତାର ଅବ୍ବାସ ନକୱୀ

– ରବିବାରଦିନ ଦେଶର ଅନେକ ସ୍ଥାନରେ ଡାଇରେକ୍ଟର ସଂଜୟ ଲୀଲା ଭଂସାଲୀଙ୍କର ଫିଲ୍ମ ପଦ୍ମାବତୀର ବିରୁଦ୍ଧରେ ପ୍ରୋଟେସ୍ଟ କରାଯାଇଥିଲା – ମୁଖ୍ତାର ଅବ୍ବାସ ନକୱୀ କହିଲେ ଫିଲ୍ମରେ ଯାହା ଭଲଲାଗେ ତାହାକୁ ସ୍ୱୀକାର କରିବା ଆବଶ୍ୟକ ମୁମ୍ବାଇ ୧୨-୧୧ (ଓଡ଼ିଆ ପୁଅ) ମୁମ୍ବାଇ କେନ୍ଦ୍ରୀୟ ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକୱୀ ରବିବାରଦିନ ପଦ୍ମାବତୀ ଫିଲ୍ମର ବିରୋଧ ଉପରେ ବୟାନ ଦେଇ ନକୱୀ କହିଲେ ମୁ ଫିଲ୍ମକୁ ଫିଲ୍ମ ପରି ଦେଖେ ସେଥିରେ ଦେଖାଯାଉଥିବା ଇତିହାସ ଏବଂ ଭୂଗୋଳକୁ ମୁଁ ଯାଏ ନାହିଁ। କୁହାଯାଇପାରେଯେ, କି ରବିବାରଦିନ ଦେଶର ଅନେକ ସ୍ଥାନରେରେ ଡାୟରେକ୍ଟର ସଂଜୟ ଲୀଲା ଭଂସାଲୀଙ୍କର ଫିଲ୍ମ ପଦ୍ମାବତୀର ବିରୁଦ୍ଧରେ ପ୍ରୋଟେସ୍ଟ କରାଯାଇଛି। ଫିଲ୍ମରେ ପଦ୍ମାବତୀର…

"ଫିଲ୍ମ ଦେଖିବା ସମୟରେ ଇତିହାସ-ଭୂଗୋଳକୁ ମୁଁ ଯାଏ ନାହିଁ : ପଦ୍ମାବତୀ ବିବାଦ ଉପରେ ମୁଖ୍ତାର ଅବ୍ବାସ ନକୱୀ"

ପୁଣି ଗୋଲମାଲ ପ୍ରସ୍ତୁତିରେ ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ବର୍ଷ ୨୦୦୬ରେ ଆସିଥିବା ଫିଲ୍ମ ଗୋଲମାଲର ଆଜିପର୍ଯ୍ୟନ୍ତ ଚାରୋଟି ପାର୍ଟ ରିଲିଜ ହୋଇଗଲାଣି। ଏହି ଚୋରୋଟି ପାର୍ଟକୁ ଦର୍ଶକଙ୍କର ପ୍ରେମ ମିଳିବା ଛଡ଼ା ବକ୍ସ ଅଫିସରେ ମଧ୍ୟ ରେକର୍ଡ ବନାଇବାରେ ସକ୍ଷମ ହୋଇପାରିଛି। ନିକଟରେ ରିଲିଜ ହୋଇଥିବା ଗୋଲମାଲର ଚତୁର୍ଥ ପାର୍ଟ ଫିଲ୍ମ ଗୋଲମାଲ ଅଗେନ ମଧ୍ୟ ବକ୍ସ ଅଫିସରେ ଧୂମ ମଚାଉଛି। ଏହି ଫିଲ୍ମ ଚଳିତ ବର୍ଷର ସବୁଠାରୁ ବଡ଼ ଓପନର ପ୍ରମାଣିତ ହେବାକୁ ଯାଉଛି। https://twitter.com/GolmaalMovie/status/922447048439349248 କେବଳ ଏତିକି ନୁହେଁ ଏବେ ଏହାର ପଞ୍ଚମ ପାର୍ଟର ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏହାକୁ ନେଇ ଫିଲ୍ମର ଟିମ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

"ପୁଣି ଗୋଲମାଲ ପ୍ରସ୍ତୁତିରେ ରୋହିତ ଶେଟ୍ଟୀ"

୨୦୧୯ ଇଦ୍ ରେ ଧମାଲ କରିବ ସଲମାନ ଖାନଙ୍କର ନୂଆ ଫିଲ୍ମ ‘ଭାରତ’

ନୂଆଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) : ସଲମାନ ଖାନଙ୍କର ପଛ ଫିଲ୍ମ ଟ୍ୟୁବଲାଇଟ ଯଦିଓ ସୁପରଫ୍ଲପ ରହିଥିଲା କିନ୍ତୁ ଏବେ ଲାଗୁଛି ଏବେ ଭାଇଜାନ ନିଜର ଫୈନ୍ସଙ୍କ ପାଇଁ ପୁଣି ଏକ ଧମାକେଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଇଦରେ ରିଲିଜ ହୋଇଥିବା ଟ୍ୟୁବ୍ଲାଇଟରେ ନିରାଶ ହୋଇଥିବାଏ ଫୈନ୍ସମାନଙ୍କ ପାଇଁ ସଲମାନ ୨୦୧୯ ଇଦ ପାଇଁ ନିଜର ତୋଫା ପୂର୍ବରୁ ନିର୍ଦ୍ଧାରିତ କରିସାରିଲେଣି। ସଲମାନ ଖାନଙ୍କର ଫିଲ୍ମ “ଭାରତ”ର ରିଲିଜ ଡେଟ ଆନାଉନ୍ସ ହୋଇଗଲାଣି। ଏହି ଫଲ୍ମ ୨୦୧୯ ଇଦରେ ରିଲିଜ ହେବ।  ଏହି ଫିଲ୍ମକୁ ସଲମାନ ଖାନଙ୍କର ଭିଶୋଇ ଅତୁଲ ଅଗ୍ନିହୋତ୍ରୀ ପ୍ରୋଡ୍ୟୁସ୍ କରୁଛନ୍ତି। ଏହାର ନିର୍ଦ୍ଦେଶନା ଡାୟରେକ୍ଟର ଅଲୀ ଅବ୍ବାଜ ଜଫର…

"୨୦୧୯ ଇଦ୍ ରେ ଧମାଲ କରିବ ସଲମାନ ଖାନଙ୍କର ନୂଆ ଫିଲ୍ମ ‘ଭାରତ’"

ଓଡ଼ିଆ ନାଟ୍ୟ ପରମ୍ପରାକୁ ଭଦ୍ରକର ଦାନ ଅତୁଳନୀୟ ଚତୁର୍ଥ ସାଳନ୍ଦୀ ବହିମେଳାର ନବମ ସଂଧ୍ୟା

ଭଦ୍ରକ, ୧୫/୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବେଦରେ ନିହିତ ଅଛି ନାଟ୍ୟ ପରଂପରାର ମୂଳ ଉତ୍ସ। ନାଟକ କେବଳ ବହୁବର୍ଣ୍ଣା ଜୀବନର ଚିତ୍ର ତୋଳିଧରେ ନାହିଁ, ଜୀବନର ନାନାବାୟା ଶୁଣାଇ ମଣିଷର ମନ-ହୃଦୟରେ ତୃପ୍ତି ଭରିଦିଏ। ମୋଗଲ ତାମସାର ସ୍ରଷ୍ଟା ବଂଶୀବଲ୍ଲଭଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ପାଣି, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ଶ୍ୟାମସୁନ୍ଦର ମହାପାତ୍ର, ଉମାକାନ୍ତ ବେହେରା, ବସନ୍ତ ମହାପାତ୍ର ଓ ପ୍ରସନ୍ନ ଦାସଙ୍କ ପର୍ଯ୍ୟନ୍ତ ବହୁ ନାଟ୍ୟସ୍ରଷ୍ଟାଙ୍କ ଅବଦାନ ଯୋଗୁଁ ଓଡ଼ିଆ ନାଟକର ପ୍ରବହମାନ ଧାରା ପ୍ରତି ଭଦ୍ରକ ମାଟିର ଦାନ ଅତୁଳନୀୟ ବୋଲି ମନମୋହନ ସଂଗୀତ ପରିଷଦ ପରିସରରେ ଆୟୋଜିତ ଚତୁର୍ଥ ସାଳନ୍ଦୀ ବହିମେଳାର ନବମ ସାରସ୍ୱତ…

"ଓଡ଼ିଆ ନାଟ୍ୟ ପରମ୍ପରାକୁ ଭଦ୍ରକର ଦାନ ଅତୁଳନୀୟ ଚତୁର୍ଥ ସାଳନ୍ଦୀ ବହିମେଳାର ନବମ ସଂଧ୍ୟା"

ଅନୁପମ ଖେର୍ ଏଫ୍ ଟିଆଇଆଇ, ପୁଣେର ଅଧକ୍ଷ ନିଯୁକ୍ତ

ନୂଆଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେରଙ୍କୁ ପୁଣେସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ୍ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏଫ୍ ଟିଆଇଆଇ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଶ୍ରୀ ଗଜେନ୍ଦ୍ର ଚୌହାନଙ୍କ ସ୍ଥାନରେ କାର୍ଯ୍ୟ କରିବେ। ୫୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଥିବା ଶ୍ରୀ ଖେର୍ ଚଳଚ୍ଚିତ୍ର ଏବଂ କଳା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୪ରେ ପଦ୍ମଶ୍ରୀ ଏବଂ ୨୦୧୬ରେ ପଦ୍ମଭୂଷଣ ପୁରସ୍କାର ପାଇଥିଲେ। ଏହି ବିଶିଷ୍ଟ ତାରକା ଜଣକ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଏଥିମଧ୍ୟରେ ରହିଛି “ଶ୍ରେଷ୍ଠ ହାସ୍ୟ ଅଭିନୟ ପାଇଁ” ୫ଟି ଫିଲ୍ମଫେୟାର ପୁରସ୍କାର। ଅନ୍ତର୍ଜାତୀୟ ପ୍ରସିଦ୍ଧି ହାସଲ କରିଥିବା ଚଳଚ୍ଚିତ୍ରରେ…

"ଅନୁପମ ଖେର୍ ଏଫ୍ ଟିଆଇଆଇ, ପୁଣେର ଅଧକ୍ଷ ନିଯୁକ୍ତ"

BIG BOSS – 11ରେ ଓଡ଼ିଆ ପୁଅ ସବ୍ୟସାଚୀ

ମୁମ୍ବାଈ ୧-୧୦ (ଓଡ଼ିଆ ପୁଅ) ବିଗ ବସ ୧୧ ରେ ଓଡ଼ିଶାର ସବ୍ୟସାଚୀ ଶତପଥୀ (ଶଗୁନ)ଙ୍କୁ ମିଳିଛି ଏଣ୍ଟ୍ରି। ଓଡିଶାର ଡିଜାଇନର-ତଥା-ଟଭି ବ୍ୟକ୍ତିତ୍ତ୍ୱ ସବ୍ୟସାଚୀ ଶତପଥୀ (ଶଗୁନ) ହେଉଛନ୍ତି ପୂର୍ବ ରଣଜୀ କ୍ରିକେଟର ଜିତୁ ଶତପଥୀଙ୍କ ଭାଇ। ବ୍ରହ୍ମପୁରର ସେଂଟ ଭିନ୍ସେଣ୍ଟ କନ୍ଭେଣ୍ଟ ସ୍କୁଲର ପୂର୍ବ ଛାତ୍ର ସବ୍ୟସାଚୀ ଶତପଥୀ ଖଲିକୋଟ କଲେଜରେ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରିଥିଲେ। ସବ୍ୟସାଚୀ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ବିଗ ବସ ରିୟଲିଟି ଶୋ ରେ ଭାଗ ନେବାରେ ସକ୍ଷମ ହୋଇପାରିଛନ୍ତି। ସବୀସାଚୀଙ୍କ ବ୍ୟତୀତ ହିତେନ୍ ତେଜୱାନୀ, ପ୍ରିୟଙ୍କ ଶର୍ମା, ଶିଲ୍ପା ଶିଂଦେ, ହିନା ଖାନ, ବେନାଫା ଶୁନୱାଲା, ଜୁବୈର ଖାନ, ଜ୍ୟୋତି କୁମାରୀ, ଆକାଶ ଅନିଲ ଦାଦଲାନୀ,…

"BIG BOSS – 11ରେ ଓଡ଼ିଆ ପୁଅ ସବ୍ୟସାଚୀ"

ଡ. ଏମ.ଜୀ.ରାମଚନ୍ଦ୍ରନଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ୧୦୦ ଟଙ୍କିଆ ଏବଂ ୫ ଟଙ୍କିଆ ମୁଦ୍ରାର ଶୁଭାରମ୍ଭ କରିବ ଅର୍ଥ ମନ୍ତ୍ରାଣାଳୟ

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଅର୍ଥ ମନ୍ତ୍ରାଣାଳୟ ଡ. ଏମ.ଜୀ.ରାମଚନ୍ଦ୍ରନଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ୧୦୦ ଟଙ୍କିଆ ଏବଂ ୫ ଟଙ୍କିଆ ମୁଦ୍ରାର ଶୁଭାରମ୍ଭ କରିବ ବୋଲି ଅଧିସୂଚନା ଜାରି କରିଛି। ମରୁଥୁର ଗୋପାଲନ ରାମଚନ୍ଦ୍ରନ: ଏମଜୀ ରାମଚନ୍ଦ୍ରନଙ୍କ ନାମରେ ଅଧିକ ବିଖ୍ୟାତ। ତାଙ୍କର ଫ୍ୟାନ ତାଙ୍କୁ ଏମଜୀଆର ନାମ ମନେ ପକାନ୍ତି। ସେ ଏକ ପ୍ରସିଦ୍ଧ ଭାରତୀୟ ଅଭିନେତା, ଫିଲ୍ମ ନିର୍ମାତା ଏବଂ ରାଜନେତା। ଅଭିନୟ ଏବଂ ରାଜନୀତି ଏମଜୀଆରଙ୍କ ଜୀବନର ପ୍ରମୁଖ ଅଂଶ ଅଟେ। ସେ ଯୁବ ଅବସ୍ଥାରେ ନାଟ୍ୟ ସମୂହ ସାଥିରେ ନାଟକର ମଞ୍ଚନରେ ବ୍ୟସ୍ତ ରହୁଥିଲେ। ତାଙ୍କର ଯୁବାବସ୍ଥା ଦିନମାନଙ୍କରେ ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ସାମିଲ ହୋଇ ନିଜର…

"ଡ. ଏମ.ଜୀ.ରାମଚନ୍ଦ୍ରନଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ୧୦୦ ଟଙ୍କିଆ ଏବଂ ୫ ଟଙ୍କିଆ ମୁଦ୍ରାର ଶୁଭାରମ୍ଭ କରିବ ଅର୍ଥ ମନ୍ତ୍ରାଣାଳୟ"

ରବିନ୍ଦ୍ର ମଣ୍ଡପରେ ପଞ୍ଚଦଶ ଶତାବ୍ଦୀରେ ରଚିତ ସଂସ୍କୃତ ନାଟକ ‘ପର୍ଶୁରାମ ବିଜୟ’ ପରିବେଷିତ

ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) ଅଜିତ୍ ଥିଏଟର ଗ୍ରୁପ୍ ଦ୍ୱାରା ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ପଞ୍ଚଦଶ ଶତାବ୍ଦୀରେ ରଚିତ ସଂସ୍କୃତ ନାଟକ ‘ପର୍ଶୁରାମ ବିଜୟ’ ପରିବେଷିତ ହୋଇଯାଇଛି। ଏହି ଐତିହ୍ୟ ସମ୍ପନ୍ନ ପୁରାତନ ମଞ୍ଚ ନାଟକକୁ ସାମ୍ପ୍ରତିକ ମଞ୍ଚ କଳା ମଧ୍ୟରେ ପ୍ରସାର କରାଯିବା ଲକ୍ଷ୍ୟରେ ଏକ ଘଣ୍ଟା ଅବଧିର ଏହି ନାଟକଟି ସଂସ୍କୃତରେ ରଚିତ। ଯେହେତୁ ଏହି ନାଟକଟି ବୀରରସ ଉପରେ ଆଧାରିତ ସେଥିଲାଗି ଆବଶ୍ୟକ ସ୍ଥଳେ ଏଥିରେ ଛଉ ନୃତ୍ୟ ବ୍ୟବହାର କରାଯାଇଛି। ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହି ନାଟକଟି ସଂସ୍କୃତରେ ରଚିତ ହୋଇଥିଲେ ହେଁ ନାଟକରେ ପ୍ରଥମ କରି ଓଡ଼ିଆ ଭାଷାରେ ଗୀତଟିଏ ସନ୍ନିବେଶିତ ହୋଇଅଛି, ଯାହା ଏହା ପୂର୍ବରୁ…

"ରବିନ୍ଦ୍ର ମଣ୍ଡପରେ ପଞ୍ଚଦଶ ଶତାବ୍ଦୀରେ ରଚିତ ସଂସ୍କୃତ ନାଟକ ‘ପର୍ଶୁରାମ ବିଜୟ’ ପରିବେଷିତ"

ଜିଲା ଆଇନ ପ୍ରାଧିକରଣ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ବ୍ୟଙ୍ଗାତ୍ମକ ଧର୍ମୀ ନାଟକ ପ୍ରତିଯୋଗିତା

ବୌଦ୍ଧ, ୨୭.୦୭ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆନ୍ତଃ ବିଦ୍ୟାଳୟ ବ୍ୟାଙ୍ଗାତ୍ମକ ଧର୍ମୀ ନାଟକ ପ୍ରତିଯୋଗିତା ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲାର ୧୫ ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେଥିରୁ ୧୩ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଆଇନ ସମ୍ବନ୍ଧୀୟ ବିଷୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ବହୁ ବିଚାରପତିଙ୍କୁ ନେଇ ବିଚାର କରାଯାଇଥିଲା। ଏହି ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢିମାଳ ଚମ୍ପିୟାନ ହୋଇଥିବା ବେଳେ ସରସ୍ୱତୀ ଶିଶୁ…

"ଜିଲା ଆଇନ ପ୍ରାଧିକରଣ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ବ୍ୟଙ୍ଗାତ୍ମକ ଧର୍ମୀ ନାଟକ ପ୍ରତିଯୋଗିତା"

‘କଳାକାର’ର ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ସେପ୍ଟେମ୍ବର ୩ରୁ

ବାଲେଶ୍ୱର,୨୩/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବାଲେଶ୍ୱରର ଅନ୍ୟତମ ନାଟ୍ୟାନୁଷ୍ଠାନ ‘କଳାକାର’ର ୧୯ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଞ୍ଜନ ଦାସମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହିତ ଶିଶୁ ନାଟକ ମହୋତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପାଦନ ସୌମ୍ୟରଂଜନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଓ ଉପଦେଷ୍ଟା ଏଥିରେ ଯୋଗଦେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ହେବାକୁ ଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏନେଇ ବିଭିନ୍ନ ନାଟ୍ୟାନୁଷ୍ଠାନ ଓ ବିଦ୍ୟାଳୟ ପକ୍ଷରୁ ଆବେଦନ ଫର୍ମ ଓ ପାଣ୍ଡୁଲିପି…

"‘କଳାକାର’ର ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ସେପ୍ଟେମ୍ବର ୩ରୁ"