ଏସ.ସି./ଏସ.ଟି ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଆଦିବାସୀ, ହରିଜନ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ଠପ୍

ଭୁବନେଶ୍ୱର ୬/୧ (ଓଡ଼ିଆ ପୁଅ) ସମଗ୍ର ଓଡିଶାର ଅନୁସୂଚୀତ ଜାତି ଓ ଜନଜାତି ପ୍ରାଥମିକ ଶିକ୍ଷକମାନଙ୍କର ଅହୋରାତ୍ର ଧାରଣା ୫ମ ଦିବସରେ ପଦାର୍ପଣ କରିଅଛି। ଅନୁସୂଚୀତଜାତି ଓ ଜନଜାତି ବିଭାଗ ଅଧିନସ୍ଥ ପ୍ରାୟ ୧୬୦୦ ସ୍କୁଲର ୧୦ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକମାନଙ୍କୁ ଗ୍ରେଡ୍ପେ ଦେବାରେ ଅସଂଗତି ଦୂରକରିବା, କ୍ୟାଡରରୁଲ୍ ପ୍ରଣୟନ କରିବା ସମେତ ୧୧ଦଫା ଦାବି ବିଷୟରେ ଗତ ୨୦୧୩ ମସିହାରୁ କ୍ରମାଗତ ଭାବେ ସଂପୃକ୍ତ ବିଭାଗ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ହେଁ, ଏ ଯାବତ, କୌଣସି ଫଳପ୍ରଦ ଅଗ୍ରଗତି ଘଟିନାହିଁ। ଅପର ପକ୍ଷରେ ବିଭାଗୀୟ ମନ୍ତ୍ରୀ ଆଲୋଚନା ପାଇଁ ଡାକିବାର ପ୍ରତିଶୃତି ଦେଇ ନୀରବ ରହୁଛନ୍ତି। ପ୍ରକାଶ ଥାଉକି, ଗତ ତା୦୨.୦୧.୨୦୧୮ରିଖରୁ…

"ଏସ.ସି./ଏସ.ଟି ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଆଦିବାସୀ, ହରିଜନ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ଠପ୍"

୪ର୍ଥ ଭଦ୍ରକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଗଣ ଶିକ୍ଷାର ସ୍ଥିତିରେ ସୁଧାର ଉପରେ ଗୁରୁତ୍ୱ

ଭଦ୍ରକ, ୬ା୧ (ଓଡିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ମହୋତ୍ସବ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ ମୁକ୍ୟ ଅତିଥି ଭାବରେ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ପ୍ର. ଶାନ୍ତନୁ କୁମାର ନାୟକ, ଅମୂଲ୍ୟ ରାଉତ୍, ଯୁବ ବିଜେଡ଼ି ସଭାପତି ଦୁର୍ଗା ଦାସ ଯୋଗଦେଇଥିଲେ। ସାଧାରଣ ସଂପାଦକ ରବିନାରାୟଣ ଖିଲାର ସ୍ୱାଗତ ଭାଷଣ, ସଭାପତି ଇଂ ଅଭୟ ସୂତାର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଶିଶ ଅମିତାଭ…

"୪ର୍ଥ ଭଦ୍ରକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଗଣ ଶିକ୍ଷାର ସ୍ଥିତିରେ ସୁଧାର ଉପରେ ଗୁରୁତ୍ୱ"

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ତୃତୀୟ କୃଷି ବ୍ୟବସାୟ ଆଲୋଚନାଚକ୍ର “କୃଷିମୁଖ -୨୦୧୮” ଅନୁଷ୍ଠିତ

ଭୁବନେଶ୍ୱର,୬-୧ (ଓଡ଼ିଆ ପୁଅ) ଜାନୁଆରୀ ୬, ୨୦୧୮ ରେ ଅନୁଷ୍ଠିତ ହୋଏଯାଏଛି। ଏହି ଆଲୋଚନା ଚକ୍ର କମେର୍ସ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟାଡ଼ିଏସ ବିଭାଗ ଦ୍ୱାରା ଆୟୋଜିତ କରାଯାଏଥିଲା। ଏଥିରେ ମୁଖ୍ୟ ଅତିଥିଗଣ ଶ୍ରୀ କମଲ କୁମାର, ବରିଷ୍ଠ ବିଭାଜନ ଅଦକ୍ଷ, ଧନୁକା ଅଗ୍ରିଟେକ, ଶ୍ରୀ ନ. ସି ପାଣି, ଡେପୁଟି ଜେନେରାଲ ମ୍ୟାନେଜେର ନାବାର୍ଡ, ଶ୍ରୀ କାମେଶ୍ୱର କୋଟ, ପ୍ରତିଷ୍ଠାତା, ନାଏଣ୍ଟୀନ ଫାର୍ମ, ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସସର (ଡ଼କ୍ଟର )ନନ୍ଦଲାଲ, ର୍ଏବଂ ପ୍ରବନ୍ଧନ ବିଭାଗର ଡିନ ଡ଼କ୍ଟର ପି ଶ୍ରୀନିବାଷ ସୁବାରାଓ କାର୍ଯ୍ୟକ୍ରମକୁ ଗୁରୁ ପୂଜା ଏବଂ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ପ୍ରଫେସର (ଡ଼କ୍ଟର )ନନ୍ଦଲାଲ ଜେ.ଫ୍ କେଂନେଡିଙ୍କ…

"ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ତୃତୀୟ କୃଷି ବ୍ୟବସାୟ ଆଲୋଚନାଚକ୍ର “କୃଷିମୁଖ -୨୦୧୮” ଅନୁଷ୍ଠିତ"

ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ଖାତା ନଂ ୮୨୪, ପ୍ଲଟ ନଂ ୧୮୬୩ ଶିକ୍ଷା ବିଭାଗ ଅଧିନରେ ରହିଛି। ଏଠାରେ ଗ୍ରାମ୍ୟ କମିଟି ତରଫରୁ ପଙ୍କଜ ବିହାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବା ବଦଳେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେଆଇନ ଦଖଲ କରି ଘରବାଡୀ କରିଛନ୍ତି ଫଳରେ ବିଦ୍ୟାଳୟଟି ଏକ କ୍ଲବ ଘରେ ଦୟନୀୟ ଅବସ୍ଥାରେ ଚାଲୁଅଛି। ଦୀର୍ଘଦିନ ଧରି ଶିକ୍ଷା ବିଭାଗର ସଂପତିକୁ ଏହି ବେଆଇନ ଦଖଲ ଉଚ୍ଛେଦ କରିବା ପାଇଁ ୧୯୯୫ ମସିହା ଠାରୁ କୁଜଙ୍ଗ ତହସିଲଦାର କେବଳ ଏକ ଅବରୋଧ ମାମଲା ରଜୁ କରିଛନ୍ତି। ୨୦୦୩ ମସିହା ଠାରୁ ପଙ୍କଜ…

"ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା"

ବିପଦ ସଂଙ୍କୁଳ ଅବସ୍ଥାରେ ରୋହି ପ୍ରାଥମିକ ବିଦ୍ୟାଳୟ

ହରିଚନ୍ଦନପୁର, ତା ୦୫.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିନସ୍ଥ ଭଅଁରପୁର ଗ୍ରାମପଞ୍ଚାୟତର ରେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଏବେ ବିପଦ ସଂଙ୍କୁଳ ଅବସ୍ଥାରେ ଗତି କରୁଛି। ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ର ଛାତ୍ରୀମାନେ ରୋହି ପ୍ରାଥମିକ ବିଦ୍ୟାଳୟରେ ପାଠାୟନ କରୁଥିବା ବେଳେ ସେମାନଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାର ଦେଖିବାକୁ ମିଳିଛି।ଆଦିବାସୀ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ନହେବାକୁ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ସଂସ୍ଥା ମାଧ୍ୟମରେ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ବର୍ତମାନ ଦିନରେ ସେସବୁକୁ ଦେଖିଲେ ତାହା ପ୍ରହସନ ଭଳି ମନେ ହେଉଛି।…

"ବିପଦ ସଂଙ୍କୁଳ ଅବସ୍ଥାରେ ରୋହି ପ୍ରାଥମିକ ବିଦ୍ୟାଳୟ"

୫୨୦୦ ଫୁଟ ଉଚ୍ଚକୁ ଉଡ଼ିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ରକେଟ୍

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଲୟ (ଭିସୁଟ୍)ର ବିଭିନ୍ନ ବିଭାଗର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଇଡିଆ ଓ ଇନୋଭେସନ୍ ସେଲ୍ ଆଜି ମହାନଦୀରୁ ୫୨୦୦ ଫୁଟ ଉଚ୍ଚକୁ ଏକ ରକେଟ ଉତ୍କ୍ଷେପଣ କରି ଆଉ ଏକ ସଫଳତା ହାସଲ କରିଛି। ଭିଏସ୍ଏଲ୍ଭି ୨.୦ ନାମକ ଏହି ରକେଟ ଉକ୍ତ ସେଲ୍ର ୧୦ଟି ମିସନ୍ ମଧ୍ୟରୁ ଏହା ଦ୍ୱିତୀୟ ମିସନ୍ ଅଟେ। ୪୦ କିଲୋମିଟର ଉଚ୍ଚକୁ ରକେଟ୍ ଉତ୍କ୍ଷେପଣ ଓ ହୀରାକୁଦ୍ ନଦୀବନ୍ଧର ଅନୁଧ୍ୟାନ ପାଇଁ ଏହି ଛାତ୍ରଛାତ୍ରୀ ଲକ୍ଷ୍ୟ ରଖିଛନ୍ତି। କେମିକାଲ, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍, ସିଭିଲ୍, କମ୍ପୁ୍ୟଟର୍ ସାଇନ୍ସ ଭଳି ବିଭାଗର ଏହି ଛାତ୍ରଛାତ୍ରୀମାନେ…

"୫୨୦୦ ଫୁଟ ଉଚ୍ଚକୁ ଉଡ଼ିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ରକେଟ୍"

ଭଦ୍ରକ : ୧୧ଟାରେ ବିଦ୍ୟାଳୟ ଛୁଟି କରିଦିଆଯିବା ଘଟଣା ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକରେ ଶିକ୍ଷାଧିକାରୀ ନାହାନ୍ତି ଓ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପୁଣି ଗୋଷ୍ଠୀଗତ ବିବାଦ। ଫଳରେ ତିହିଡି ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କୁ ତିହିଡି ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା କାରଣରୁ ସେ କେବଳ ଫାଇଲ ଦସ୍ତଖସ୍ତରେ ନିଜକୁ ସୀମିତ ରଖିବାକୁ ବାଧ୍ୟ ହେଉଛନ୍ତି। ଫଳରେ ବିଦ୍ୟାଳୟ ପରିଦର୍ଶନ ଆଦୌ ହେଉନାହିଁ କହିଲେ ଚଳେ। ଏହାରି ସୁଯୋଗ ନେଇ ବହୁ ଅନିୟମିତତା ମଧ୍ୟ ଦେଖିବାକୁ ମିଳୁଛି। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର ଦେଢ କିମି ଦୂରତାରେ ଅବସ୍ଥିତ ବଉଳପାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଙ୍ଗଳବାର…

"ଭଦ୍ରକ : ୧୧ଟାରେ ବିଦ୍ୟାଳୟ ଛୁଟି କରିଦିଆଯିବା ଘଟଣା ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ"

ଯାଜପୁର: ବରୀ: ବିଦ୍ୟାଳୟରୁ ବହୁ ଶିକ୍ଷକ ଶୀଘ୍ର ପଳାଉଛନ୍ତି

ବରୀ ୪-୧ (ଓଡ଼ିଆ ପୁଅ/ସୁରେଶ କୁମାର କର) ବରୀ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଳମ୍ବରେ ଆସି ପୁଣି ୪ ଟା ପୂର୍ବରୁ ପଳାଇବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ବିଇଓ ଙ୍କୁ ଜଣାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ସେ ନ ନେଇ ସେମାନଙ୍କ ଠାରୁ ଚାନ୍ଦା ଆଦାୟ କରି ଚୁପ୍ ଚାପ୍ ବସି ଯାଉଛନ୍ତି। ଗତ କାଲି ଚୁଡ଼ା କଳ ଛକରେ ଦୁଇ ଜଣ ଶିକ୍ଷୟତ୍ରୀ ୩.୧୫ ମି. ରେ ନିଜ ବିଦ୍ୟାଳୟ ଛାଡି ଘରକୁ ପଳାଉଥିବା କଥା ସିଧା ବିଇଓ ବରୀ ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ମଧ୍ୟ ସେ କିଛି ପଦକ୍ଷେପ ନେଇ ନଥିବା ଶିକ୍ଷା…

"ଯାଜପୁର: ବରୀ: ବିଦ୍ୟାଳୟରୁ ବହୁ ଶିକ୍ଷକ ଶୀଘ୍ର ପଳାଉଛନ୍ତି"

ପ୍ରମୁଖ ସଚିବଙ୍କ ଖଇରା ବ୍ଲକର ବିଭିନ୍ନ ଅଂଚଳର ଉନ୍ନୟନ କାର୍ଯ୍ୟର ତଦାରଖ

ଖଇରା/ବାଲେଶ୍ୱର, ୩/୧(ଓଡ଼ିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା) -ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଚ୍ୟୁତପୁର, କୁରୁଣ୍ଟା, ଖଇରା ଓ ଶ୍ୟାମଶୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଅଂଚଳ ବୋଲି ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ଶ୍ରୀମତୀ ଗର୍ଗ ଅଙ୍ଗନବାଡି କେନ୍ଦ୍ର, ମମତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ରେସନ କାର୍ଡ, ରିଟେଲର କେନ୍ଦ୍ର, ପମ୍ପହାଉସ, ସ୍କୁଲ ଗୃହ, ସ୍ୱଛଭାରତ ପାଇଖାନା, ମହିଳାମାନଙ୍କ ଦ୍ୱାରା ଛତୁଚାଷ, ଫୁଲଚାଷ, ଛତୁଆତିଆରି କେନ୍ଦ୍ର ବୋଲି ଦେଖିବା ସହିତ ଭତ୍ତାହିତାଧିକାରୀମାନଙ୍କୁ ଭେଟି ପଚାରି ବୁଝିଥିଲେ। ପରେ ଶ୍ରୀମତୀ ଗର୍ଗ ଖଇରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ଶ୍ରଣୀ ଗୃହରେ ପହଞ୍ଚି…

"ପ୍ରମୁଖ ସଚିବଙ୍କ ଖଇରା ବ୍ଲକର ବିଭିନ୍ନ ଅଂଚଳର ଉନ୍ନୟନ କାର୍ଯ୍ୟର ତଦାରଖ"

ଭଦ୍ରକ : ତିହିଡିରେ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନମୂନା ୧୧ଟାରେ ବିଦ୍ୟାଳୟ ବନ୍ଦ କରି ଚାଲିଗଲେ ଶିକ୍ଷକ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଥିବା ବେଳେ ଏହାର ଏକ ଜ୍ୱଳନ୍ତ ନମୂନା ଗତକାଲି ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ତିହିଡି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମାତ୍ର ଦେଢ କିମି କିମି ଦୂରତାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ। ଦୀର୍ଘ ୧୦ ଦିନ ଧରି ସମସ୍ତ ବିଦ୍ୟାଳୟ ବନ୍ଦ ରହିବା ପରେ ଗତକାଲି ଖୋଲିଥିଲା। ବଉଳପାଳ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଖୋଲିଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନେ ମଧ୍ୟ ବିଦ୍ୟାଳୟକୁ ଆସିଥିଲେ। ତେବେ ଗତକାଲି ଅପରାହ୍ଣ ସାଢେ ୧୧ଟାରେ ବିଦ୍ୟାଳୟ…

"ଭଦ୍ରକ : ତିହିଡିରେ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନମୂନା ୧୧ଟାରେ ବିଦ୍ୟାଳୟ ବନ୍ଦ କରି ଚାଲିଗଲେ ଶିକ୍ଷକ"