ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ସମିତି ଗଠନ ଉଦ୍ଦେଶ୍ୟରେ ବୈଠକ

ହରିଚନ୍ଦନପୁର, ତା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଦ୍ୱାରା ଏକ ବୈଠକ ସମନ୍ୱତ ଶିଶୁ ବିକାଶ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ଅବସରରେ ରଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କଳାକର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏବଂ ସମ୍ମନୀତ ଅତିଥି ଭାବେ ଅବସର ପ୍ରାପ୍ତ ବିଆରସିସି ଧୃବଚରଣ ସାହ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ହରିଚନ୍ଦନପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସଭ୍ୟମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଶିଶୁଶ୍ରମିକ,…

"ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ସମିତି ଗଠନ ଉଦ୍ଦେଶ୍ୟରେ ବୈଠକ"

ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭିସୁଟ ଛାତ୍ରଙ୍କ ସଫଳତା

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗ୍ଲୋବାଲ ମୋବିଲିଟି ସବ୍ମିଟ୍ ଅବସରରେ ଆୟୋଜିତ ‘ମୁଭହେକ୍ ହେକାଥନ’ରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ୪୦ ହଜାର ପ୍ରବେଶ ମୂଳକ ପ୍ରତିଯୋଗିତାରେ ବିଶ୍ୱସ୍ତରରେ ତୃତୀୟ ସ୍ଥାନ ହାସଲ କରିପାରିଛି। ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ଓ ଟେଲି କମ୍ୟୁନିକେସନ ବିଭାଗର ତୃତୀୟ ବର୍ଷର ଛାତ୍ର ଶାଶ୍ୱତ ନନ୍ଦ, କମ୍ପୁ୍ୟଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ର ତନ୍ମୟ କୁମାର ବିଶୋୟୀ ଏବଂ ମେକାନିକାଲ ବିଭାଗର ତୃତୀୟ ବର୍ଷର ଛାତ୍ର ପ୍ରଭୁଦତ୍ତ ମିଶ୍ର ଏହି ସଫଳତା ହାସଲ କରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ସହଯୋଗରେ ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୪୦ ହଜାର ପ୍ରତିଯୋଗୀ…

"ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭିସୁଟ ଛାତ୍ରଙ୍କ ସଫଳତା"

ଓଡ଼ିଶାର ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ୨୧୧୮ ପଦବୀ ଖାଲି : ତୁରନ୍ତ ପଦବୀ ପୂରଣ ପାଇଁ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୯ା୯ (ଓଡ଼ିଆ ପୁଅ) : ଓଡ଼ିଶାରେ ଥିବା ସରକାରୀ ମେଡ଼ିକାଲ କଳେଜଗୁଡ଼ିକରେ ବିଭିନ୍ନ ପାହ୍ୟାରେ ୨୧୦୦ରୁ ଅଧିକ ପଦପଦବୀ ଖାଲିପଡ଼ିଛି। ଏଥିରୁ ଡାକ୍ତରୀ ଶିକ୍ଷକ ପଦବୀ ପ୍ରାୟ ୬୦୦। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ରାଜ୍ୟରେ ବର୍ତ୍ତମାନ ୭ଟି ସରକାରୀ ମେଡ଼ିକାଲ କଲେଜ, ଗୋଟିଏ ଡେଣ୍ଟାଲ କଲେଜ ଓ ୪ଟି ହୋମିଓପାଥିକ କଲେଜ ଓ ୩ଟି ଆୟୁର୍ବେଦିକ କଲେଜ ରହିଛି। ଏହି ସରକାରୀ ସଂସ୍ଥାଗୁଡ଼ିକରେ ୧୫୨୩ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୫୯୫ ଶିକ୍ଷକ ପଦବୀ ଫାଙ୍କା ଥିବା ସରକାରଙ୍କ ପ୍ରଦତ୍ତ ହିସାବରେ ଉଲ୍ଲେଖ ଅଛି। ୭ଟି ସରକାରୀ…

"ଓଡ଼ିଶାର ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ୨୧୧୮ ପଦବୀ ଖାଲି : ତୁରନ୍ତ ପଦବୀ ପୂରଣ ପାଇଁ ଦିଲିପ ରାୟଙ୍କ ଦାବି"

ବି.ଇ.ଡି ଶିକ୍ଷକ ମହାସଂଘ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭକୁ ନେଇ ପ୍ରସ୍ତୁତି ବୈଠକ

ହରିଚନ୍ଦନପୁର, ୦୮ସେପ୍ଟେମ୍ବର(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ବି ଇ ଡି ଶିକ୍ଷକ ମହାସଂଘ ଓଡିଶାର ହରିଚନ୍ଦନପୁର ବ୍ଲକ ଶାଖାର କର୍ମକର୍ତାମାନେ ଓଡିଶା ସରକାରଙ୍କ ବିରୋଦ୍ଧରେ ବିକ୍ଷୋଭ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିଚନ୍ଦନପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ସଭାପତି ଶ୍ରୀଯୁକ୍ତ ଶିରିଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ବି.ଇ.ଡି ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ୧୦/୯/୨୦୧୮ ରିଖରେ ୬ଦଫା ଦାବିକୁ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତାହାକୁ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିକ୍ଷୋଭସ୍ଥଳରେ ଉପସ୍ଥିତ ରହି ସହଯୋଗ କରିବାକୁ ସଭାପତି ନିବେଦନ କରିଥିଲେ। ସୂଚନା ମୁତାବକ ଶିକ୍ଷକମାନଙ୍କ ଦାବି ଅନୁଯାୟୀ…

"ବି.ଇ.ଡି ଶିକ୍ଷକ ମହାସଂଘ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭକୁ ନେଇ ପ୍ରସ୍ତୁତି ବୈଠକ"

ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା ପାଇଁ ଦୁଇ ଶିକ୍ଷକ ନିଲମ୍ବିତ

ମାଲକାନଗିରି, ୮ା୯(ଓଡିଆ ପୁଅ ) ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ନେଇ ମାଲକାନଗିରି ଜିଲ୍ଲାର ଦୁଇ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଗତ କିଛି ଦିନ ତଳେ କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଉଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ସମୟରେ ସେଠାରେ ପ୍ରଧାନ ଶିକ୍ଷକ ଅନୁପପସ୍ଥିତ ଥିଲେ। ହଷ୍ଟେଲ ପରିଚାଳନା ଓ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ସଂପର୍କରେ ଛାତ୍ର ଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାର୍ଲାକୋଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ଶୁକ୍ରବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଠିକ ସେହାପରି ମାଟାପେକା ଉଚ…

"ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା ପାଇଁ ଦୁଇ ଶିକ୍ଷକ ନିଲମ୍ବିତ"

ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ ଦ୍ୱାରା ବିଶ୍ୱ ସାକ୍ଷରତା ଦିବସ ପାଳିତ

ଭୁବନେଶ୍ୱର, ୦୮-୦୯(ଓଡ଼ିଆ ପୁଅ): ସ୍ୱେଚ୍ଛାସେବୀ ଯୁବ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲୁ୍ୟଣ୍ଟାରୀ ୱାର୍କ’ ତରଫରୁ ଜୟଦେବବିହାରସ୍ଥିତ ଜଗନ୍ନାଥ ବସ୍ତିରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଛି। ବସ୍ତିରେ ଥିବା ପିଲାମାନଙ୍କୁ “ଆସ ପଢ଼ିବା, ଦେଶ ଗଢ଼ିବା’, “ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ପ୍ରଭୃତି ନାରା ଦେଇ ସେମାନଙ୍କ ମଧ୍ୟରେ ଶିକ୍ଷା ଉପକରଣ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଶିକ୍ଷିତ ହେଲେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ଓ ନିରକ୍ଷର ହେଲେ ଜୀବନର ପ୍ରତିଟି ମୁହୂର୍ତ୍ତରେ କିଭଳି ମଣିଷଟିଏ କଷ୍ଟପାଏ, ସେ ବିଷୟରେ ପିଲାମାନଙ୍କୁ ବୁଝା ଯାଇଥିଲା। ଅଧାରୁ ପାଠ ଛାଡ଼ିଥିବା ପିଲାଟିର ଅଭିଭାବକ ସହ ସ୍ୱେଚ୍ଛାସେବୀମାନେ ପଢ଼ା ଛାଡ଼ିଥିବାର କାରଣ ପଚାରି ବୁଝିଥିଲେ…

"ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ ଦ୍ୱାରା ବିଶ୍ୱ ସାକ୍ଷରତା ଦିବସ ପାଳିତ"

ସୋମବାରଦିନ ସ୍କୁଲ ଛୁଟି

ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ): ଆସନ୍ତା ୧୦ ତାରିଖ ଅର୍ଥାତ ସୋମବାରଦିନ ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା। ଏଥିପାଇଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

"ସୋମବାରଦିନ ସ୍କୁଲ ଛୁଟି"

ସେପ୍ଟେମ୍ବର ୧୧ରେ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘର ବିଧାନସଭା ଘେରାଉ

– ‘ଭାରତ ବନ୍ଦ’ ଘୋଷଣା ପରିପ୍ରେକ୍ଷୀରେ ୧୦ ସେପ୍ଟେମ୍ବରରେ ରାଲିକୁ ୧୧ ସେପ୍ଟେମ୍ବର କରିବା ପାଇଁ ନିଷ୍ପତ୍ତି – ୯ ସେପ୍ଟେମ୍ବରରେ ୩୦ଟି ଜିଲ୍ଲାର ରାଲି ପ୍ରସ୍ତୁତି ବୈଠକ। – ୧୦ ସେପ୍ଟେମ୍ବର ଅପରାହ୍ନରେ ରାଜ୍ୟ କାର୍ଯ୍ୟକାରିଣୀ ରାଲି ପ୍ରସ୍ତୁତି ବୈଠକ – ୧୧ ସେପ୍ଟେମ୍ବର ଦିବା ୧୧ ଘଣ୍ଟା ସମୟରେ ଭୁବନେଶ୍ୱର ରେଲୱେ ଷ୍ଟେସନ୍ରୁ ବିଧାନସଭା ଘେରାଉ ଅଭିମୁଖେ ମହାସମାବେଶ ଓ ଲୋୟର ପି.ଏମ୍.ଜି. ଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଭୁବନେଶ୍ୱର, ୮-୯ (ଓଡ଼ିଆ ପୁଅ) : ମିଳିତ ବି.ଏଡ୍ ଶିକ୍ଷକ ମହାସଂଘ, ଓଡ଼ିଶା କାର୍ଯକାରିଣୀର ଏକ ଜରୁରୀ ବୈଠକ ବସି କେତେକ ଅର୍ନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ପୂର୍ବ ନିର୍ଦ୍ଧାରିତ ବିକ୍ଷୋଭ ଓ…

"ସେପ୍ଟେମ୍ବର ୧୧ରେ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘର ବିଧାନସଭା ଘେରାଉ"

ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା: ଗୋଟିଏ ହେଲେ କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ : ହଜାର ହଜାର ଅଧ୍ୟାପକ ପଦବୀ ଖାଲି

ଭୁବନେଶ୍ୱର, ୮ା୯ (ଓଡ଼ିଆ ପୁଅ) : ଓଡ଼ିଶାର ଗୋଟିଏ ହେଲେ ସରକାରୀ କିମ୍ବା ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଗୁଡ଼ିକରେ ପ୍ରାୟ ୩ ହଜାର ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହାଛଡ଼ା ଏହି କଲେଜଗୁଡ଼ିକରେ ୨ ହଜାରରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ ଦେଇଥିବା ବିବରଣୀରୁ ଏହି ଉଦ୍ବେଗଜନକ ତଥ୍ୟ ଜଣାପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ଅଧିନରେ ୫୨ଟି ସରକାରୀ ଓ ୫୯୮ଟି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ରହିଛି। ଏଥିରୁ କୌଣସି ଗୋଟିଏ ହେଲେ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସରକାରୀ ଡିଗ୍ରୀ…

"ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା: ଗୋଟିଏ ହେଲେ କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ : ହଜାର ହଜାର ଅଧ୍ୟାପକ ପଦବୀ ଖାଲି"

ଶିକ୍ଷକ ଅଭାବ ଯୋଗୁ ରାଉରକେଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଦିଲିପ ରାୟ

ଭୁବନେଶ୍ୱର, ୮ା୯(ଓଡ଼ିଆ ପୁଅ): ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷଙ୍କ ସମେତ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ଅବଧି ସରି ଯାଇଥିଲେ ମଧ୍ୟ ୧୧ ବର୍ଷ ଧରି ତାହାର ନବୀକରଣ ହୋଇପାରିନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସ୍ୱୀକାରୋକ୍ତି ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ। ଏହି ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ନବୀକରଣ ସହିତ ଉକ୍ତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଓ ଏଠାରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଲାଗି ବିଧାୟକ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ…

"ଶିକ୍ଷକ ଅଭାବ ଯୋଗୁ ରାଉରକେଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଦିଲିପ ରାୟ"