ଶାସକ ବିଜେଡିର ହିଟଲରୀ ଶାସନରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ କଷ୍ଟ ପାଉଛନ୍ତି : ବିଜେପି

– ଗତ କାଲି ଭୁବନେଶ୍ୱରରେ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ ମାଡ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ – ପ୍ରତୁଶୃତି ଦେଇ ପ୍ରତାରଣା ଦେବାରେ ମାହିର ବିଜୁ ଜନତା ଦଳ – ଆଗାମୀ ଦିନରେ ରାଜ୍ୟବାସୀ ଏହାର ଉଚିତ୍ ଜବାବ୍ ଦେବେ ଭୁବନେଶ୍ୱର, ତା.୨୧/୧୧(ଓଡ଼ିଆ ପୁଅ): ପ୍ରତିଶୃତି ଦେଇ ପ୍ରତାରଣା ଦେବାରେ ମାହିର ବିଜୁ ଜନତା ଦଳ। ବିଶେଷ ଭାବରେ ନିର୍ବାଚନ ସମୟରେ ରାଜ୍ୟର ବେକାର ଯୁବକ ଯବତୀମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନକୁ ହାତେଇଥିବା ଶାସକ ବିଜେଡି, କ୍ଷମତାକୁ ଆସିବା ପରେ ସମସ୍ତ ପ୍ରତିଶୃତିକୁ ଭୁଲିଯାଇ କେବଳ ପ୍ରତାରଣା ଦେଇ ଚାଲିଛି। ଗତ କାଲି ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀମାନଙ୍କ ହୋଇଥିବା ଆକ୍ରମଣ…

"ଶାସକ ବିଜେଡିର ହିଟଲରୀ ଶାସନରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ କଷ୍ଟ ପାଉଛନ୍ତି : ବିଜେପି"

ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ଅନେକ ମାତ୍ର ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଗତକାଲି ରାଜ୍ୟରେ ମହା ଆଡମ୍ବରରେ ପାଳନ ହେଲା ଶିଶୁ ଦିବସ। ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲ ପରିସରରେ ହୋଇଥିଲା ବିରାଟ ଆୟୋଜନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ମାନଙ୍କୁ କହିଲେ ତାଙ୍କ ମନର କଥା। ସାରା ରାଜ୍ୟର ସବୁ ସ୍କୁଲ ମାନଙ୍କରେ ଏହି ଉତ୍ସବର ଆୟୋଜନ ପାଇଁ ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଶିଶୁ ଦିବସକୁ ଏତେ ଆଡମ୍ବର ସହକାରେ ପାଳନ କରାଯିବାର ନଜିର ଦୀର୍ଘ ୧୭ ବର୍ଷ ଭିତରେ କେବେ ଦେଖାଯାଇ ନଥିଲା। ସେ ଯାହା ହେଉ ରାଜ୍ୟ ସରକାର ଏହି ଉତ୍ସବକୁ…

"ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ଅନେକ ମାତ୍ର ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ"

‘ଗ୍ରେଡ୍ ପେ ଓ କ୍ୟାଡର ନିୟମ ଲାଗୁ ନକଲେ ସ୍କୁଲ୍ ଓ ଛାତ୍ରାବାସ ଅଚଳ କରିଦିଆଯିବ’

ଭୁବନେଶ୍ୱର, ୧୯ା୧୧ (ଓଡ଼ିଆ ପୁଅ) : ଅନୁସୂଚୀତ ଜାତି ଜନଜାତି ବିଭାଗ ଅଧିନରେ ପରିଚାଳିତ ୧୬ଶହ ସ୍କୁଲ୍ର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗ୍ରେଡ୍ ପେ’ ଦେବାର ଅସଂଗତି ଦୂର କରିବା ଏବଂ କ୍ୟାଡର ରୁଲ୍ ପ୍ରଣୟନ କରାଯିବା ସମେତ ୧୦ ଦଫା ଦାବିରେ ଆସନ୍ତା ୨୯ ତାରିଖରେ ବିଧାନସଭା ସମ୍ମୁଖରେ ପ୍ରତୀକଧର୍ମୀ ସତ୍ୟାଗ୍ରହ କରାଯିବ। ଦରକାର ପଡ଼ିଲେ ସ୍କୁଲ ଓ ଛାତ୍ରାବାସକୁ ଅଚଳ କରାଯିବ ବୋଲି ନିଖିଳ ଓଡ଼ିଶା ଅନୁସୂଚୀତ ଜାତି ଓ ଜନଜାତି ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଘୋଷଣା କରାଯାଇଛି। ୟୁଟିଆ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ୟୁଟିଆର ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ କେଶରୀ…

"‘ଗ୍ରେଡ୍ ପେ ଓ କ୍ୟାଡର ନିୟମ ଲାଗୁ ନକଲେ ସ୍କୁଲ୍ ଓ ଛାତ୍ରାବାସ ଅଚଳ କରିଦିଆଯିବ’"

ସର୍ବଶିକ୍ଷା ଅଭିଯାନର ବିଚିତ୍ର ଗତି ସରିବ ଶିକ୍ଷାବର୍ଷ, ମିଳିଲାନି ସଂପୂର୍ଣ୍ଣ ବହି

ଭଦ୍ରକ, ୧୯ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସର୍ବଶିକ୍ଷା ଅଭିଯାନର ବିଚିତ୍ର ଗତିକୁ ନେଇ ଏବେ ଆଲୋଚନା ଯୋରଦାର ଧରିଛି। ଶିକ୍ଷା ବର୍ଷ ଶେଷ ହେବାକୁ ବସିଲାଣି, ତଥାପି ପିଲାଙ୍କର ବହି ପହଞ୍ଚି ପାରିନାହିଁ। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ଖାଲି ସର୍ବଶିକ୍ଷା ଅଭିଯାନ ନୁହେଁ, ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଅନୁସୂଚିତ ଜାତି ଓ ଉପଜାତିର ନବମ ଶ୍ରେଣୀ ପିଲାଙ୍କର ମାଗଣା ବହି ମଧ୍ୟ ପିଲାଙ୍କ ପାଖରେ ଅଦ୍ୟାବଧି ପହଞ୍ଚିô ପାରିନାହିଁ। ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଅବସ୍ଥା ବଡ ଆଉ ୩ ମାସ ପରେ ବାର୍ଷିକ ପରୀକ୍ଷା…

"ସର୍ବଶିକ୍ଷା ଅଭିଯାନର ବିଚିତ୍ର ଗତି ସରିବ ଶିକ୍ଷାବର୍ଷ, ମିଳିଲାନି ସଂପୂର୍ଣ୍ଣ ବହି"

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ – ଜିଲ୍ଲାପାଳ

ରାୟଗଡା ୧୯.୧୧ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )  – ସିରିଗୁଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଯାଇଅଛି। ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଏବଂ ସେମାନଙ୍କୁ ସହେଯାଗ କରିଥିଲେ ଆଜାଦ ହିନ୍ଦ ୟୁଥ ଆସୋସିଏସନର କଳାକାର ମାନେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସଂସାଦ, ରାଜ୍ୟ ସଭା ଏନ.ଭାସ୍କର ରାଓ, ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ରାୟଗଡ ଜିଲ୍ଲାପାଳ…

"ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ – ଜିଲ୍ଲାପାଳ"

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ଠାରେ ଜାତୀୟ ପ୍ରେସ ଦିବସ ପାଳିତ

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶାର ସାମ୍ବାଦିକତା ଏବଂ ଗଣଯୋଗାଯଗ ବିଭାଗ ଦ୍ଵାରା ବିଶ୍ଵବିଦ୍ୟାଳୟର ଲାଣ୍ଡୀଗୁଡା, କୋରାପୁଟ କ୍ଯାମ୍ପସ ଠାରେ ଜାତୀୟ ପ୍ରେସ ଦିବସ ୧୬.୧୧.୨୦୧୭ ତାରିଖ ଦିନ ପାଳିତ ହେଇଯାଇଛି। ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବିଶ୍ଵ ବିଦ୍ୟାଳୟର Dean-Academics ପ୍ର. କିଶୋର ଚନ୍ଦ୍ର ରାଉତ, OSD (Exam. Admin. & Student affairs), ପ୍ର. ଭବାନୀ ପ୍ରସାଦ ରଥ, ସାମ୍ବାଦିକତା ଏବଂ ଗଣଯୋଗାଯଗ ବିଭାଗର କାର୍ଯ୍ୟ କାରୀ ବିଭାଗ ମୁଖ୍ୟ ଡାଃ. ପ୍ରଦୋଶ କୁମାର ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ର. ମହାନ୍ତି ବିଭାଗର ଛାତ୍ର ଛାତ୍ରୀମାନଙ୍କୁ ସାମ୍ବାଦିକତାର…

"କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ଠାରେ ଜାତୀୟ ପ୍ରେସ ଦିବସ ପାଳିତ"

କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟ ଓଡ଼ିଶାରେ ସେମିନାର “ବିଜ୍ଞାନ ଶିକ୍ଷାରେ ଗଣିତ ଏବଂ statistics ର ସ୍ଥାନ”

  କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶାଠାରେ “Place of Mathematics and Statistics in Science Education” ଶୀର୍ଷକ ସେମିନାର ବିଶ୍ଵବିଦ୍ୟଳୟର Statistics ବିଭାଗ ଦ୍ଵାରା ୧୫.୧୧.୨୦୧୭ ତାରିଖ ଦିନ ଆୟୋଜିତ ହେଇଯାଇଛି। ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି – ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। Founder Director, Institute of Mathematics and Applications – ସ୍ଵାଧୀନ ପଟ୍ଟନାୟକ, ମୁଖ୍ୟ ବ୍ୟକ୍ତା ଏବଂ Emeritus Professor, Department of Statistics, Sambalpur University – ସୋମନାଥ ବାଘ, , ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। – ମହାନ୍ତି ନିଜ ଭାଷଣରେ ବିଜ୍ଞାନ ଶିକ୍ଷାରେ Mathmatics ଏବଂ…

"କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟ ଓଡ଼ିଶାରେ ସେମିନାର “ବିଜ୍ଞାନ ଶିକ୍ଷାରେ ଗଣିତ ଏବଂ statistics ର ସ୍ଥାନ”"

ଶାସନର ୧୭ ବର୍ଷ ପରେ ୧୭ ମସିହାରେ କାହିଁକି ମନେ ପଡିଲା ଶିଶୁ ଦିବସ ?

ଶାସନର ତିନି ପାଳି କଂଗ୍ରେସକୁ ପକେଟରେ ପୁରାଇ ବିନା ରାଜନୈତିକ ବିରୋଧରେ ଜନ ପ୍ରିୟତାର ଡିଂଡିମ ପିଟୁଥିବା ନବୀନ, ମୋଦି ଶାସନର ସାଢେ ତିନି ବର୍ଷରେ ରାଜନୈତିକ ବିରୋଧରେ ଭୀତଗ୍ରସ୍ତ : ବିଜେପି – ନିଜ ଜନପ୍ରିୟତାର ମିଛ ନଗଡା ବଜାଇବା ପାଇଁ ରାଜକୋଷର ୨ ଶହ କୋଟି ଟଙ୍କା ଖର୍ଚରେ ଶିଶୁ ଦିବସରେ ଶିଶୁ ପ୍ରେମର ମିଛ ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ନବୀନ – ୭୮୮୫ ପଂଚାୟତରେ ୨୦ ହଜାର ଓ ୩୧୪ ବ୍ଲକରେ ଲକ୍ଷେ ଦଶ ହଜାର ସରକାରୀ ବ୍ୟୟବରାଦ ବିକାଶ ଖର୍ଚରୁ କାଟି ନିଜର ପ୍ରଚାର – କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିର ରିପୋର୍ଟ ଦେବାକୁ କହି ଜୋର…

"ଶାସନର ୧୭ ବର୍ଷ ପରେ ୧୭ ମସିହାରେ କାହିଁକି ମନେ ପଡିଲା ଶିଶୁ ଦିବସ ?"

ଓଷ୍ଟା ମେଧାବୃତ୍ତି ପରୀକ୍ଷା

ଜଗତସିଂହପୁର, ୧୩/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସମଗ୍ର ରାଜ୍ୟରେ ଆଜି ଓଷ୍ଟା ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଓଷ୍ଟା ପକ୍ଷରୁ ୧୫ମାସ ବୃତ୍ତି ପ୍ରଦାନ କରାଯାଇଥାଏ। ଜଗତସିଂହପୁର ଜିଲ୍ଲାର ୨ଗୋଟି ପରୀକ୍ଷା କେନ୍ଦ୍ର ବୃନ୍ଦାବନ ବିଦ୍ୟାପୀଠ ମାର୍କଣ୍ଡପୁର ଠାରେ ୩୦୬ ଏବଂ ମଣିଜଙ୍ଗା ଉଚ୍ଚବିଦ୍ୟାଳୟରେ ୨୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାର କେନ୍ଦ୍ର ନିରିକ୍ଷକଙ୍କ ଠାରୁ ଜଣାଯାଇଛି। ପରୀକ୍ଷା ପ୍ରାରମ୍ଭରେ ଜିଲ୍ଲା ଓଷ୍ଟାର ଉପଦେଷ୍ଟା ନିକୁଞ୍ଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ ଯୋଗଦେଇ…

"ଓଷ୍ଟା ମେଧାବୃତ୍ତି ପରୀକ୍ଷା"

ବିଭାଗୀୟ କମିଟିରେ ଦାବି ଉପସ୍ଥାପନ କଲେ ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର, ୧୩ା୧୧ (ଓଡ଼ିଆ ପୁଅ) : ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ଓପେପା ସମ୍ମିଳନୀ କକ୍ଷରେ ଗଣଶିକ୍ଷା ବିଭାଗର ବିଭାଗୀୟ କମିଟିକୁ ଭେଟି ଏକ ତିନିଦଫା ଦାବି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନକ୍ରମେ ଗତ ନଭେମ୍ବର ୮ ଓ ୯ତାରିଖରେ ଭୁବନେଶ୍ୱରରେ ୫୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିନେଇ ଆନ୍ଦୋଳନ କରିଥିଲେ। ସେତେବେଳେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ମାନ୍ୟବର ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପତ୍ରାଙ୍କ ନଂ-୭୩୩ ତା ୮.୧୧.୨୦୧୭ରିଖରେ ଏକ ପତ୍ର ପ୍ରକାଶ ପାଇଥିଲା। ଉକ୍ତ…

"ବିଭାଗୀୟ କମିଟିରେ ଦାବି ଉପସ୍ଥାପନ କଲେ ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ"